ଗଣେଶ ପତ୍ନୀ

ଗଣେଶଙ୍କ ପତ୍ନୀ ଓ ଗଣେଶଙ୍କ ବୈବାହିକ ସ୍ଥିତି ବିଷୟ ବିଭିନ୍ନ ପୌରାଣିକ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଥାଏ ଓ ଏହା ପଣ୍ଡିତମାନଙ୍କର ସମୀକ୍ଷାକୁ ଖୋରାକ ଯୋଗାଏ । ତାଙ୍କର ଭିନ୍ନ ଭିନ୍ନ ପତ୍ନୀ ବିଷୟରେ ଲେଖାଥାଏ । ଏକ ପୌରାଣିକ ଗାଥାରେ ସେ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି । ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି । ଅନ୍ୟ ଏକ ବୃତ୍ତାନ୍ତରେ କଳା ଓ ସଂସ୍କୃତିର ଦେବୀ ସରସ୍ୱତୀଙ୍କ ସ‌ହିତ ତାଙ୍କୁ ସଂଯୁକ୍ତ କରାଯାଇଛି । ବେଙ୍ଗଲରେ ତାଙ୍କୁ କଦଳୀ ବୃକ୍ଷ ସ‌ହିତ ଯୋଗସୂତ୍ର ଥିବା କୁହାଯାଏ । ସାଧାରଣତଃ ତାଙ୍କର ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ । ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ଦର୍ଶାଯାଏ ।

ଗଣେଶ ପତ୍ନୀ
ଗଣେଶଙ୍କ ସ‌ହ ଦୁଇ ପତ୍ନୀ - ରିଦ୍ଧି ଓ ସିଦ୍ଧି, ରାଜା ରବି ବର୍ମାଙ୍କ ଚିତ୍ର (୧୮୪୮–୧୯୦୬)


ଭାରତର ସ୍ଥାନୀୟ ପାର୍ଥକ୍ୟ ଦେଖିଲେ ଗଣେଶଙ୍କ ପତ୍ନୀ ବିଷୟରେ ବିଭିନ୍ନତାର ଉପସ୍ଥାପନ ବୁଝିହୁଏ । ଏହା ସ‌ହିତ ସେହି ଉପସ୍ଥାପନର ସମୟ ବା କାଳ, ଓ ପରମ୍ପରାକୁ ନେଇ ମଧ୍ୟ ପରିବର୍ତ୍ତିତ ହେଉଥିବା ସମ୍ଭାବନା ଅଧିକ ହୁଏ । ଲୋକମାନଙ୍କର ପୂଜା ଓ ଧ୍ୟାନ ପଦ୍ଧତି ଅନୁସାରେ ଓ ବିଭିନ୍ନ ପରମ୍ପରା ଅନୁସାରେ ତାଙ୍କୁ ଏକ ବାଳକ (ବାଳ ଗଣପତି) (बाल गणपति; bālagāņapati) ବା ଏକ ତାନ୍ତ୍ରୀକ ଭଗବାନ ରୂପରେ ମଧ୍ୟ ପୂଜା କରାଯାଏ ।


ବୁଦ୍ଧି, ସିଦ୍ଧି, ରିଦ୍ଧି

ଗଣେଶ ପୁରାଣ ଓ ମୁଦଗଲ ପୁରାଣରେ (Mudgala Purana) ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଓ ବୁଦ୍ଧି ବସିଥିବା ଦେଖାଯାଏ । ଏହି ଦୁଇ ପୁରାଣରେ ସେମାନେ ଗଣେଶଙ୍କର ସ୍ୱାଭାବିକ ଅଂଶ ଭାବରେ ଦେଖାଯାଆନ୍ତି , ଓ ଥପନ ଅନୁସାରେ ଶକ୍ତି ପୂଜା ନିମନ୍ତେ ସେ କୌଣସି ବିଶେଷ ପୂଜା ଆବଶ୍ୟକ କରନ୍ତି ନାହିଁ । ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ଗଣେଶଙ୍କୁ ସମ୍ମାନାର୍ଥେ ପୂଜା କରନ୍ତି ଓ ଏହି ସମୟରେ ବୁଦ୍ଧି ଓ ସିଦ୍ଧି ପ୍ରକାଶିତ ହୁଅନ୍ତି । ଗଣେଶ ତାଙ୍କୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି । ଗଣେଶ ପୁରାଣ (Ganesha Purana) ଅନୁସାରେ ଗଣେଶଙ୍କୁ ଅନେକ ଦେବତା ଉପ‌ହାର ଦିଅନ୍ତି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଏ, ବ୍ରହ୍ମା ତାଙ୍କର ମାନସରୁ ବୁଦ୍ଧି ଓ ସିଦ୍ଧି ଜାତ କରି ଗଣେଶଙ୍କୁ ଦେଇଛନ୍ତି ।


ସମ୍ପର୍କର ବ୍ୟାଖ୍ୟା

ଶିବ ପୁରାଣର ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ବୁଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଧଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲେ ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ । ଏହି କାହାଣୀ ଅନୁସାରେ ସିଦ୍ଧିଙ୍କ ଔରସରୁ କ୍ଷେମ (ସମୃଦ୍ଧି) ଓ ବୁଦ୍ଧିଙ୍କ ଔରସରୁ ଲାଭ ଜାତ ହୋଇଥିଲେ । ଉତ୍ତର ଭାରତରେ ଏହି କାହାଣୀରେ ପରିବର୍ତ୍ତନ ହୋଇ ଦୁଇ ପୁତ୍ରଙ୍କର ଶୁଭ ଓ ଲାଭ ନାମକରଣ ହୋଇଛି । ଶିବ ପୁରାଣ ଅନୁସାରେ ଗଣେଶଙ୍କ ଦୁଇ ପାଖରେ ବସିଥିବା ମହିଳାମାନେ ତାଙ୍କର ପତ୍ନୀ ନୁହନ୍ତି ବରଂ ତାଙ୍କର ଶକ୍ତି ।

ଲୁଡୋ ରୋସର କ‌ହନ୍ତି ଯେ ଗଣେଶଙ୍କର ବର୍ଣ୍ଣନାରେ 'ସିଦ୍ଧି-ବୁଦ୍ଧି ସମନ୍ୱିତ' କୁହାଯାଏ ଯାହାକୁ ଅନୁଗାମୀ ବା ସ‌ହଗାମୀ ଭାବରେ ଗ୍ରହଣ କରାଯାଇପାରେ ଓ ଏହାଠାରୁ ଅଧିକ କିଛି ନୁହେଁ । ଯେଉଁଠାରେ ଗଣିଶ ଅଛନ୍ତି ସେଠାରେ ସିଦ୍ଧି, ବୁଦ୍ଧି ପଛରେ ରହିପାରିବେନି । ଆରମ୍ଭରେ ଏହି ଧାରଣା ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବିବାହକୁ ସଂଯୁକ୍ତ କରାଯାଇଛି । ଗଣେଶ ପୁରାଣର ୪୯କ ଛନ୍ଦରେ ତାଙ୍କର ସ‌ହସ୍ର ନାମ ମଧ୍ୟରୁ ରିଦ୍ଧିସିଦ୍ଧିପ୍ରବର୍ଦ୍ଧନମ ଗୋଟିଏ ନାମ । ମତ୍ସ୍ୟ ପୁରାଣ ଅନୁସାରେ ରିଦ୍ଧି ଓ ସିଦ୍ଧିଙ୍କର ମାଲିକ ଗଣେଶ ଅଟନ୍ତି ।

ଅଜିତାଗମ ଅନୁସାରେ ଗଣେଶଙ୍କୁ ହରିଦ୍ରା ଗଣପତି କୁହାଯାଏ ଓ ତାଙ୍କ ଦୁଇ ପାର୍ଶରେ ଦୁଇ ଅନାମଧେୟ ପତ୍ନୀ ରହିଥାଆନ୍ତି । ସଂସ୍କୃତରେ ପତ୍ନୀଙ୍କୁ ଦାରା (दारा) କୁହାଯାଏ ଓ ଦାରାଯୁଗଳମ (दारायुगलम्) ବର୍ଣ୍ଣନା ଥାଏ । ଏହି ପତ୍ନୀମାନେ ଶକ୍ତିଠାରୁ ପୃଥକ ଅଟନ୍ତି ।

ଅବିବାହିତ

ଅନ୍ୟ ଏକ ପରମ୍ପରା ଅନୁସାରେ ଗଣେଶ ଅବିବାହିତ ଅଟନ୍ତି । ଏହି ଧାରଣା ଦକ୍ଷିଣ ଭାରତରେ ଜନପ୍ରିୟ । ଅବିବାହିତ ଓ ଧାର୍ମିକ ପରମ୍ପରାକୁ ଦକ୍ଷିଣ ଭାରତରେ ସଂଯୁକ୍ତ କରାଯାଇଛି । ଗଣେଶ ସ‌ହସ୍ରନାମର ଗଣେଶ ପୁରାଣ ସଂସ୍କରଣରେ ଭାସ୍କରାୟ ଗଣେଶଙ୍କର ଆଜୀବନ ଅବିବାହିତ ସମ୍ପର୍କରେ ସଂକେତ ଦେଇଛନ୍ତି । ଭାସ୍କରାୟ ମତରେ ଅଭୀରୁ ଅର୍ଥ ମହିଳ ବିହୀନ କିନ୍ତୁ ଏହାକୁ ଭୟାନ‌କ ନୁହେଁ ବୋଲି କ‌ହିହେବ ।

ଆଧାର

Tags:

ଗଣେଶ ପତ୍ନୀ ବୁଦ୍ଧି, ସିଦ୍ଧି, ରିଦ୍ଧିଗଣେଶ ପତ୍ନୀ ଅବିବାହିତଗଣେଶ ପତ୍ନୀ ଆଧାରଗଣେଶ ପତ୍ନୀଗଣେଶ

🔥 Trending searches on Wiki ଓଡ଼ିଆ:

ଅକ୍ଷୟ ତୃତୀୟାଟ୍ରାପିଜିଅମଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦମଙ୍ଗଳା ମନ୍ଦିରଫେବୃଆରୀ ୨୯ଜମ୍ମୁ ତୱି ରେଳ ଷ୍ଟେସନୟୁ ଟ୍ୟୁବପ୍ରସନ୍ନ କୁମାର ପଣ୍ଡାମନୋଜ ଦାସଙ୍କ କଥା ଓ କାହାଣୀ୧୬୬୫ଇଣ୍ଡୋନେସିଆ୭୦୧ଭୀମ ଭୋଇଜର୍ମାନୀମୋନିକା ସେଲ୍ସସରଳା ଦେବୀମୁକୁନ୍ଦ ଦେବସୂଚନା ପ୍ରଯୁକ୍ତିବିଦ୍ୟାଭୃସଙ୍ଗ ଗଛମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା୨୦୦୬କବିସୂର୍ଯ୍ୟ ବଳଦେବ ରଥପାରାଦୀପ ବନ୍ଦରଜାହାଙ୍ଗୀରଖଞ୍ଜଣିପୁଷ୍ଟିସାରଆଣ୍ଡାମାନ ସାଗରଲକ୍ଷ୍ମୀକାନ୍ତ ମହାପାତ୍ରଭାରତୀୟ ଡାକ ସେବାକଣ୍ଡୋମଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଶେୟାର ବଜାରପରୀକ୍ଷାଉଇକିପିଡ଼ିଆ ସମୂହର ତାଲିକା୨୦୧୨ରାସେଶ୍ୱରୀ ପାଣିଗ୍ରାହୀସମ୍ବଲପୁର ଜିଲ୍ଲାଅଂଶୁପା ହ୍ରଦବର୍ଷା ପ୍ରିୟଦର୍ଶିନୀଚାନ୍ଦ୍ରମାସକାଜାଖସ୍ତାନIndiaଖାରବେଳଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଡାଲମାସମର ସଲିମ ସାଇମନକାଟୁଲୁ ରବି କୁମାରମୌଳିକ ସଂଖ୍ୟାଟ୍ରାଲୋକିନୁମାବପାଇକ ଆଖଡ଼ାବଉଳବୁଧକୃଷ୍ଣପ୍ରସାଦ ମିଶ୍ରଭାରତୀୟ ଜାତୀୟ କଂଗ୍ରେସଦ୍ଵାରକାଧୀଶ ମନ୍ଦିରଇନ୍ଦିରା ଗାନ୍ଧୀପଖାଳଆନ୍ତର୍ଜାତିକ ମହିଳା ଦିବସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସେଇ ଝିଅଟିମଧୁସୂଦନ ରାଓଜଗନ୍ନାଥଙ୍କ ବେଶଆମ୍ବଗୁରୁ ପ୍ରସାଦ ମହାନ୍ତିରାଉରକେଲାପ୍ରଦୀପ କୁମାର ପାଣିଗ୍ରାହୀସ୍ତୁତି ଚିନ୍ତାମଣିଏଞ୍ଜେଲା ମେର୍କେଲ୍🡆 More