ଗଜେଡ଼ି ତାଳ: ନେପାଳର ହ୍ରଦ

]

ଗଜେଡ଼ି ତାଲ
गजेडी ताल
ନେପାଳର ଅନ୍ୟତମ ଲୋକପ୍ରିୟ ହ୍ରଦ ଗଜେଡ଼ି
ନେପାଳର ଅନ୍ୟତମ ଲୋକପ୍ରିୟ ହ୍ରଦ ଗଜେଡ଼ି
Coordinates: 27°39.74′N 83°16.55′E / 27.66233°N 83.27583°E / 27.66233; 83.27583
ଦେଶନେପାଳ
ଡେଭେଲପମେଣ୍ଟ ରିଜିଅନ୍ପଶ୍ଚିମ
ଜୋନ୍ଲୁମ୍ବିନୀ
ଜିଲ୍ଲାରୂପମଦେହୀ
ପୌରପାଳିକାକଞ୍ଚନ ଆର୍.ଏମ୍.
ଗାଁଦାନପୁର-ପୁଚିରା
ୱାର୍ଡ଼ ନମ୍ବର.
Time zoneUTC+5:45 (ନେପାଳ ଟାଇମ୍)

ଗଜେଡ଼ି ତାଳ (ନେପାଳୀ: गजेडी ताल) ହେଉଛି ନେପାଳରେ ଅବସ୍ଥିତ ଏକ ହ୍ରଦ । ଏହି ହ୍ରଦଟି ନେପାଳର ଦକ୍ଷିଣ ଅଞ୍ଚଳରେ ଲୁମ୍ବିନି ଅଞ୍ଚଳ ପାଖାପାଖି ଗଜେଡ଼ି ଗାଆଁରେ ରହିଛି । ହ୍ରଦଟି ନେପାଳର ମହେନ୍ଦ୍ର ରାଜପଥର ଦକ୍ଷିଣ ଆଡ଼କୁ ମାତ୍ରର 3 km (1.9 mi) ଦୂରରେ ଅବସ୍ଥିତ । ଏହି ହ୍ରଦଟି 4.5 km2 (1.7 sq mi) ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏହାକୁ ବଡ଼ ବଣ ଘେରି ରହିଛି ।

ଅବସ୍ଥିତି

ଗଜେଡ଼ି ତାଳ ନେପାଳର ଏକ ଗ୍ରାମାଞ୍ଚଳରେ ଅବସ୍ଥିତ । ଏହି ହ୍ରଦଟି ଦାନପୁର (କୁଚିରା) ଗାଆଁରେ ଅବସ୍ଥିତ, ଯାହାକି କଞ୍ଚନ ଗ୍ରାମୀଣ ପୌରପାଳିକା ଅନ୍ତର୍ଗତ । ଏହି ହ୍ରଦ ପାଖରେ ପହଞ୍ଚିବାକୁ ହେଲେ ରୂପନଦେହୀ ଜିଲ୍ଲା ମୁଖ୍ୟ ସଦର ମହକୁମାର ବୁତ୍ୱାଳଠାରୁ ସଡ଼କ ପଥ ମାଧ୍ୟମରେ ଯିବାକୁ ହୁଏ । ଜିଲ୍ଲା ସଦର ମହକୁମାଠାରୁ ଏହି ସ୍ଥାନଟି ପାଖାପାଖି ୨୧ କିଲୋମିଟର ଦୂରରେ ଅବସ୍ଥିତ । ବୁତ୍ୱାଳଠାରୁ ସଡ଼କ ପଥରେ ଯିବାବେଳେ ୧୯ କିଲୋମିଟର ପରେ ବାଂସଗାଧୀଠାରୁ ଦକ୍ଷିଣ ଦିଗକୁ ଯିବାକୁ ପଡ଼ିଥାଏ । ଏହି ହ୍ରଦ କୂଳରେ ଶାନ୍ତ ଓ ସବୁଜ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ଏହି ହ୍ରଦ ପାଖାପାଖି ଅଞ୍ଚଳରେ ଅନେକ ବିରଳ ପ୍ରଜାତିର ପକ୍ଷୀମାନେ ଦୃଶ୍ୟମାନ ହୁଅନ୍ତି ।

ପର୍ଯ୍ୟଟକ ଆକର୍ଷଣ

ନୌକା ବିହାର

ଗଜେଡ଼ି ତାଳ: ଅବସ୍ଥିତି, ପର୍ଯ୍ୟଟକ ଆକର୍ଷଣ, ପାଖାପାଖି ସ୍ଥାନ 
ଗଜେଡ଼ି ତାଳ ହ୍ରଦରେ ନୌକବିହାର

ଏହି ହ୍ରଦରେ ନୌକା ବିହାର ଦିନକୁ ଦିନକୁ ଲୋକପ୍ରିୟ ହେବାରେ ଲାଗିଛି । ଅନେକ ପର୍ଯ୍ୟଟକ ଏହି ହ୍ରଦରେ କେବଳ ନିର୍ମଳ ଜଳରେ ନୌକା ବିହାର କରିବା ପାଇଁ ଆସିଥାନ୍ତି ଏବଂ ନୌକା ବିହାର ସହିତ ଏହି ଅଞ୍ଚଳର ସବୁଜ ବନାନୀକୁ ଉପଭୋଗ କରିଥାନ୍ତି । ଏହି ସ୍ଥାନରେ ନୌକା ବିହାର କରିବା ପାଇଁ ଅନେକ ପ୍ରଶିକ୍ଷିତ ଲୋକ ଅଛନ୍ତି, ଯେଉଁମାନେ ଆବଶ୍ୟକସ୍ଥଳେ ସାହାଯ୍ୟ କରିଥାନ୍ତି । ସେହି ଅଞ୍ଚଳରେ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବା ପାଇଁ ପର୍ଯ୍ୟଟକ ମାର୍ଗଦର୍ଶକମାନେ ମଧ୍ୟ ଥାଆନ୍ତି, ଯେଉଁମାନେ ସେହି ଅଞ୍ଚଳ ବିଷୟରେ ପ୍ରାୟ ସବୁକିଛି ଜାଣିଥାନ୍ତି । ଅନେକ ସମୟରେ ସେଠାରେ ଥିବା ମାର୍ଗଦର୍ଶକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସେଠାକର କିଛି ଦୁର୍ଘଟଣାରେ ମରିଥିବା କାହାଣୀକୁ କହି ପର୍ଯ୍ୟଟକମାନଙ୍କର ମନୋରଞ୍ଜନ କରିବା ପାଇଁ ଭୟଭୀତ କରାଇଥାନ୍ତି ।

ଜଙ୍ଗଲ ସଫାରୀ

ଏହି ହ୍ରଦର ଚତୁଃପାର୍ଶ୍ୱରେ ଥିବା ସବୁଜ ବନାନୀ ପାଇଁ ଜଙ୍ଗଲ ସଫାରୀ କରିବା ଆନନ୍ଦପୂର୍ଣ୍ଣ ହୋଇଥାଏ । ଏହାର ପାଖାପାଖି ଅଞ୍ଚଳରେ ଲୋକମାନେ ଆମା ସମୂହ, ସାମୂହିକ ବନ, ଇତ୍ୟାଦି ସଂସ୍ଥା ତିଆରି କରିଛନ୍ତି । ଏଠାରେ ଥିବା ପର୍ଯ୍ୟଟକ ମାର୍ଗଦର୍ଶକମାନେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହାର ପର୍ଯ୍ୟଟକଙ୍କ ପାଇଁ ଅନୁଗତ ରହିଥାନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବୁଲାଇ ଦେଖାଇବାକୁ ଥିବା ମାର୍ଗଦର୍ଶକମାନେ ଅତି ଅଳ୍ପ ଖର୍ଚ୍ଚରେ କାମ କରିଥାନ୍ତି ।

ବଣଭୋଜି

ଏହି ସ୍ଥାନରେ ବଣଭୋଜି କରିବା ହେଉଛି ଏକ ବିଶେଷ କାର୍ଯ୍ୟକଳାପ । ଯେତେବେଳେ ଏହି ହ୍ରଦଟି ସେତେ ଲୋକପ୍ରିୟ ହୋଇନଥିଲା, ସେତେବେଳେ ଦୂର ଗାଆଁମାନଙ୍କୁ ଲୋକମାନେ ବଣଭୋଜି କରିବା ପାଇଁ ପ୍ରଥମେ ଏହି ସ୍ଥାନଟିକୁ ଆସୁଥିଲେ । ଏବେ ଏହି ସ୍ଥାନଟି ସମୂର୍ଣ୍ଣ ସୁବିଧା ଥିବା ବଣଭୋଜି ସ୍ଥଳ ।

ପାଖାପାଖି ସ୍ଥାନ

ଏହି ହ୍ରଦର ଅଳ୍ପ କିଛି ଦୂରରେ ଲୁମ୍ବିନୀ, ଗୌତମ ବୁଦ୍ଧଙ୍କର ଜନ୍ମସ୍ଥଳ ଅବସ୍ଥିତ, ଯାହାକି "ଦ ଲାଇଟ ଅଫ୍ ଏସିଆ" ଭାବରେ ଜଣା । ଏହି ସ୍ଥାନଟିକୁ ବିଦେଶ ପର୍ଯ୍ୟଟକମାନେ ବହୁତ ଆସନ୍ତି ।

ଆଧାର

ବାହାର ଆଧାର

Tags:

ଗଜେଡ଼ି ତାଳ ଅବସ୍ଥିତିଗଜେଡ଼ି ତାଳ ପର୍ଯ୍ୟଟକ ଆକର୍ଷଣଗଜେଡ଼ି ତାଳ ପାଖାପାଖି ସ୍ଥାନଗଜେଡ଼ି ତାଳ ଆଧାରଗଜେଡ଼ି ତାଳ ବାହାର ଆଧାରଗଜେଡ଼ି ତାଳ

🔥 Trending searches on Wiki ଓଡ଼ିଆ:

ଧାତୁଅଂଶୁପା ହ୍ରଦବ୍ରାହ୍ମ ସମାଜଜଗନ୍ନାଥ ମନ୍ଦିରରେଶମ ପଥପ୍ରଦୀପ କୁମାର ପାଣିଗ୍ରାହୀଫେବୃଆରୀ ୨୮ଜୟୀରାମ ସାମଲରଥଯାତ୍ରାକୋଷ୍ଠକାଠିନ୍ୟମହେନ୍ଦ୍ର ସିଂହ ଧୋନିଓଡ଼ିଶାର ସଂସ୍କୃତିମାଲକାନଗିରି ଜିଲ୍ଲାଶ୍ୱେତସାରତାରିଣୀ ମନ୍ଦିର, ଘଟଗାଁ୨୫ ଅପ୍ରେଲସୁଭାଷ ଚନ୍ଦ୍ର ବୋଷରାମାବତାରମ୍କାଗଜଅଚ୍ୟୁତ ଗୋକୁଳ ନାୟକ୪ (ସଂଖ୍ୟା)୫ ନଭେମ୍ବରଢେଙ୍କାନାଳଭାରତସତ୍ୟନାରାୟଣ ରାଜଗୁରୁମୁମ୍ବାଇଧରିତ୍ରୀନବୀନ ପଟ୍ଟନାୟକଉତ୍କଳ ଦୀପିକାଜଗନ୍ନାଥ ପ୍ରସାଦ ଦାସଆଖିଅଣସରଖଡ଼ଗପୁରତୁଳସୀ ଗଛମନୋଜ କୁମାର ମିଶ୍ରଗୌରହରି ଦାସମେସିନ ଲର୍ଣ୍ଣିଙ୍ଗ୍ଓଡ଼ିଆ ଉଇକିପିଡ଼ିଆତ୍ରିଭୁଜସତ୍ୟେନ୍ଦ୍ର ନାଥ ବୋଷନମିତା ଅଗ୍ରୱାଲରାମାୟଣକୁତାମ ଚଣ୍ଡୀ ମନ୍ଦିରଟାହିଆଲାଗି ବେଶଏମିସ ଲୋକଉତ୍କଳ ବ୍ରାହ୍ମଣହନୁମାନ ଚାଳିଶାସତୀ ଅନୁସୂୟାଓଡ଼ିଆ ଭାଷାଜୟ ଜଗନ୍ନାଥବୈଷ୍ଣବ ପାଣିହମିଦା ବାନୁ ବେଗମ୧୭ ଫେବୃଆରୀକୁନ୍ତଳା କୁମାରୀ ସାବତଭାରତୀୟ ସ୍ୱାଧୀନତା ଆନ୍ଦୋଳନପ୍ଲୁଟୋସୁନାବେଶଚୁଡ଼ାହରେକୃଷ୍ଣ ମହତାବରାଜକିଶୋର ପଟ୍ଟନାୟକମଇ ଦିବସପ୍ରେମଭାରତୀୟ ଜନତା ପାର୍ଟିବିରିୟାନୀଦାସକାଠିଆଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପୁଷ୍ଟିସାରଓଡ଼ିଆ ଭାଷା ଆନ୍ଦୋଳନ୧ମ ଓଡ଼ିଶା ବିଧାନ ସଭାବନ୍ୟାପଖିଆଭଦ୍ରକ🡆 More