କ୍ୱାର୍ଜ ଘଡ଼ି

ସମୟ ମାପ ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ଘଡ଼ି ବା ଘଣ୍ଟା କୁହାଯାଏ । ଆଗେ ସମୟ ମାପିବା ପାଇଁ ବିଭିନ୍ନ ପ୍ରକାରର ଘଡ଼ି ବାହାରିଥିଲା । ସେଗୁଡ଼ିକ ମଧ୍ୟରେ ରହିଥିଲା ପେଣ୍ଡୁଲମ୍ ଘଡ଼ି, ଚାବିଦିଆ ଘଡ଼ି ଇତ୍ୟାଦି । ମାତ୍ର ଆଜିକାଲି ସମୟ ଜାଣିବା ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଛି କ୍ୱାଟଜ ଘଡ଼ି । ଏହି ଧରଣର ଘଡ଼ିରେ ସବୁଦିନେ ଚାବି ଦେବାକୁ ପଡ଼ୁନାହିଁ । ଏଗୁଡ଼ିକ ଆପେ ଆପେ ଚାଲୁଛି । ଏଥିରେ ଥରେ ମାତ୍ର ବ୍ୟାଟେରୀ ପକାଇଲେ ତାହା ଅନେକ ଦିନ ଧରି ଚାଲୁଛି । କ୍ୱାଟଜ ଘଡ଼ିର ଗୋଟିଏ ଭଲ ଗୁଣ ହେଲା ଏହା ଅନ୍ୟ ଘଡ଼ି ତୁଳନାରେ ଠିକ୍ ସମୟ ସୂଚାଏ । ଦଶବର୍ଷ ସମୟ ମଧ୍ୟରେ ଏଥିରେ ମାତ୍ର ଏକ ସେକେଣ୍ଡ ସମୟ କମ୍ ବା ବେଶୀ ହୁଏ । ନିର୍ଭୁଲ ସମୟ ପାଇଁ ଏହାର ବ୍ୟବହାର ଅଧିକ ହେଉଛି । କମ୍ପୁ୍ୟଟର, ମୋବାଇଲ୍ ଆଦିରେ ଏହି ଘଡ଼ି ବ୍ୟବହୃତ ହେଉଛି । କ୍ୱାର୍ଟଜ ଘଡ଼ିର ତିଆରି କୌଶଳ ଅତି ସରଳ । ଏଥିରେ କ୍ୱାଟ୍ଜ ସ୍ଫଟିକର ଦାନା ବ୍ୟବହୃତ ହୋଇଥାଏ । ଏହି କ୍ୱାଟ୍ଜ ସ୍ଫଟିକଟିର ଦୋଳନରୁ ସମୟର ସୂଚନା ମିଳିଥାଏ । କ୍ୱାଟ୍ଜ ଘଡ଼ିଟିରେ ଲାଗୁଥିବା ବ୍ୟାଟେରୀରୁ ବିଦୁ୍ୟତ୍ଶକ୍ତି ପାଇ କ୍ୱାଟ୍ଜ ସ୍ଫଟିକରେ ଦୋଳନ ବା କମ୍ପନ ସୃଷ୍ଟି ହୁଏ । ଏହି କମ୍ପନ ବୈଦୁତିକ ସ୍ପନ୍ଦନରେ ପରିଣତ ହୋଇ ସେଥିରେ ଲାଗିଥିବା ମୋଟରଟିକୁ ଚାଳନ କରିଥାଏ । ଏହାଦ୍ୱାରା ଘଣ୍ଟାର କଣ୍ଟା ଚାଳିତ ହୋଇ ସମୟକୁ ନିର୍ଦ୍ଦେଶ କରିଥାଏ । ଯେଉଁ ସବୁ ଘଡ଼ିର ପରଦା ତରଳ ସ୍ପଟିକ (ଖସକ୍ତଙ୍କସୟ ଉକ୍ସଚ୍ଚଗ୍ଦଗ୍ଧବକ୍ଷ)ରେ ତିଆରି ହୋଇଥାଏ ତାହା ଏହି ବୈଦୁତିକ ସ୍ପନ୍ଦନଦ୍ୱାରା କ୍ରିୟାଶୀଳ ହୋଇ ସମୟ ନିର୍ଦ୍ଦେଶ କରିଥାଏ । ପ୍ରଥମେ ୧୯୨୭ ମସିହାରେ କ୍ୱାଟଜ ଘଡ଼ି ତିଆରି ହୋଇଥିଲା । ଆମେରିକାର ପ୍ରସିଦ୍ଧ ବେଲ ପରୀକ୍ଷାଗାରରେ ୱାରେନ ମାରିସନ ଓ ଜେ ଡବ୍ଲୁ୍ୟ ହର୍ଟନ ଏହାକୁ ତିଆରି କରିଥିଲେ । ପ୍ରଥମେ ଯେଉଁ କ୍ୱାଟଜ ଘଡ଼ି ବାହାରିଲା ତାହାର ଆକାର ବହୁତ ବଡ଼ ଥିଲା । ତାହାର ଦାମ୍ ବି ଯଥେଷ୍ଟ ଅଧିକ ଥିଲା । ତେଣୁ ସାଧାରଣ ଲୋକେ ତାହାକୁ ବ୍ୟବହାର କରିପାରୁନଥିଲେ । କେବଳ ଧନୀ ଲୋକମାନେ ତାହାକୁ ବ୍ୟବହାର କରୁଥିଲେ । ମାତ୍ର ଇଲେକ୍ଟ୍ରୋନିକ୍ସ ବିଦ୍ୟାର ବିକାଶ ଫଳରେ କ୍ୱାଟ୍ଜ ଘଡ଼ି ଆକାର ବହୁଗୁଣରେ କମିଗଲା । ଏହାର ଦାମ ବି ଅନେକ ମାତ୍ରାରେ କମିଗଲା । ଏହା ଫଳରେ ସାଧାରଣ ଲୋକେ ଏହାର ବ୍ୟବହାରର ସୁଯୋଗ ପାଇଲେ । କ୍ୱାଟ୍ଜ ଘଡ଼ି ତୁଳନାରେ ସମ୍ପୂର୍ଣ୍ଣ ଠିକ୍ ସମୟ ମାପପାଇଁ ଆଉ ଏକ ଘା ବାହାରିଛି ଏହାକୁ ପରମାଣୁ ଘଡ଼ି କୁହାଯାଏ । ଏହି ଘଡ଼ିରେ ସାଧାରଣତଃ ସିଜିୟମ୍ ଓ ଉଦ୍ଜାନ ମୌଳିକର ପରମାଣୁ ଏବଂ ଏମୋନିଆ ଗ୍ୟାସର ଅଣୁ ବ୍ୟବହାର କରାଯାଏ । ଏବେ ପରମାଣୁ ଘଡ଼ିରେ ସିିଜିୟମ୍ ବଦଳରେ ରୁବିଡ଼ିୟମ ମୌଳିକର ପରମାଣୁକୁ ବି ବ୍ୟବହାର କରାଯାଉଛି । ଏବେ ଆଧୁନିକ ପରମାଣୁ ଘଡ଼ିରେ ପ୍ରତି ତିରିଶ ନିୟୂତ ବର୍ଷରେ ମାତ୍ର ଏକ ସେକେଣ୍ଡ ସମୟ ଏପାଖ ସେପାଖ ହେଉଛି । ଏପରି ନିର୍ଭୁଲ ସମୟ ପାଇ ଏହି ଘଡ଼ିଗୁଡ଼ିକୁ ସାଧାରଣତଃ ମହାକାଶ ଅଭିଯାନ, ଜ୍ୟୋତିର୍ବିଜ୍ଞାନ ଗବେଷଣା ବିଭିନ୍ନ ପରୀକ୍ଷାଗାରରେ ବ୍ୟବହାର କରାଯାଉଛି ।

ଆଧାର

Tags:

ପରମାଣୁ

🔥 Trending searches on Wiki ଓଡ଼ିଆ:

୭୦୧ଉତ୍କଳ ବିଶ୍ୱବିଦ୍ୟାଳୟଚିକୁନ‌ଗୁନିଆନେମାଳଢେଙ୍କାନାଳଲକ୍ଷ୍ମୀକାନ୍ତ ମହାପାତ୍ରସାରଥୀ ବାବାପର୍ଫେନାଜାଇନତପସ୍ୱିନୀ୨୫ ଅପ୍ରେଲଜିମି ୱେଲ୍ସବଳତ୍ରିଭୁଜଟିଣତୁଳସୀ ଗଛଯକୃତ୧୭୪୬ଭଣ୍ଡ ଗଣେଶରାଜ ଯୋଗଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁଥୁପ୍ପାଲ୍ଲୀ, କୋଟ୍ଟାୟାମଆକବରଧର୍ମନିର୍ମଳା (ଉପନ୍ୟାସ)ଚିଲିକା ହ୍ରଦIndiaଦୁର୍ଗା ପୂଜାସାଇକେଲବିଶ୍ୱ ମ୍ୟାଲେରିଆ ଦିବସଭାରତର ଜାତୀୟ ପତାକାଚିତ୍ତରଞ୍ଜନ ଦାସରାମ ନବମୀଛାରପୋକଲାଟିନ ଭାଷାପ୍ରତିଭା ରାୟବିଜୟ ମିଶ୍ରଢଗ ଢମାଳିରତ୍ନାକର ଚଇନିକାଳୀଚରଣ ପଟ୍ଟନାୟକସୁରେନ୍ଦ୍ର ମହାନ୍ତିସାରଳା ଦାସମହୁରାସାୟନିକ ମୌଳିକନନ୍ଦିଘୋଷପାକ୍ରିଟିନିବହେମୋଫିଲିଆଅମାବାସ୍ୟାର ଚନ୍ଦ୍ରବେଦଓଡ଼ିଆ ଖାଦ୍ୟମୁକୁନ୍ଦ ଦେବଗର୍ଭାଶୟ ଅନ୍ତଃସ୍ତର କର୍କଟଦୀପା ସାହୁ (୧୯୮୫ ଜନ୍ମ)ବାମାଚରଣ ମିତ୍ରସତୀ ଅନୁସୂୟାଶ୍ରବଣା (ନକ୍ଷତ୍ର)ଅଂଶୁପା ହ୍ରଦବଳରାମ ଦାସପାଇକ ଆଖଡ଼ାଜଣ୍ଡିସ୍ଜନ ଗଣ ମନଓଡ଼ିଶୀ ସଙ୍ଗୀତମାଲକାନଗିରି ଜିଲ୍ଲାରବୀନ୍ଦ୍ରନାଥ ଠାକୁରଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପୁଷ୍ଟିସାରଅଖିଳ ମୋହନ ପଟ୍ଟନାୟକବଣ୍ଡ (ଅର୍ଥ)ଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଶା ସରକାରଟ୍ରାପିଜିଅମବିରଳା ମନ୍ଦିର, କୋଲକାତାଜାଭା (ପ୍ରୋଗ୍ରାମିଂ ଭାଷା)ଲିଙ୍ଗରାଜ ମନ୍ଦିର🡆 More