କ୍ୟାଥରିନ ମହେର

କ୍ୟାଥରିନ ରବର୍ଟସ ମହେର (୧୯୮୩ ମସିହା ଅପ୍ରେଲ ୧୮ରେ ଜନ୍ମିତ) ଉଇକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା । ସେ ଏହି ପଦବୀରେ ୨୦୧୬ ଜୁନଠାରୁ କାର୍ଯ୍ୟରତ । ଆଗରୁ ସେ ମୁଖ୍ୟ ଯୋଗାଯୋଗ ଅଫିସର ଥିଲେ । ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକନୋଲୋଜିରେ (ICT) ଅଭିଜ୍ଞତା ସହ ମହେର ଅଣଲାଭକାରୀ ଓ ଆନ୍ତର୍ଜାତୀୟ ସ୍ତରରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମାନବିକ ଅଧିକାର ଓ ଆନ୍ତର୍ଜାତୀୟ ବିକାଶ କରିବା ନିମନ୍ତେ କାମ କରିଛନ୍ତି ।

କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
ଜନ୍ମ
କ୍ୟାଥରିନ ରବର୍ଟସ ମହେର

(1983-04-18) ୧୮ ଅପ୍ରେଲ ୧୯୮୩ (ବୟସ ୪୧)
ଉଇଲଟନ, କନେକ୍ଟିକଟ, ଯୁକ୍ତରାଷ୍ଟ୍ର ଆମେରିକା[ଆଧାର ଲୋଡ଼ା]
ଜାତୀୟତାଆମେରିକୀୟ
ଶିକ୍ଷାନୁଷ୍ଠାନନିଉ ୟର୍କ ବିଶ୍ୱବିଦ୍ୟାଳୟ
ବୃତ୍ତିବ୍ୟବସାୟ ନିର୍ବାହୀ
ସକ୍ରିୟ ବର୍ଷ୨୦୦୫–ବର୍ତ୍ତମାନ
Titleଇଉକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ମହେର ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟସ୍ଥିତ ଉଇଲଟନଠାରେ ବଡ଼ ହୋଇଥିଲେ ଓ ଉଇଲଟନ ହାଇସ୍କୁଲରୁ ଶିକ୍ଷାଲାଭ କରିଥିଲେ । ହାଇସ୍କୁଲ ପରେ ୨୦୦୩ରେ ମହେର ଦି ଅମେରିକାନ ଇଉନିଭର୍ସିଟି ଅଫ କାଇରୋର ଆରବୀ ଲାଙ୍ଗୁଏଜ ଇନଷ୍ଟିଚ୍ୟୁଟର ଆରବୀ ଲାଙ୍ଗୁଏଜ ଇଣ୍ଟେନସିଭ ପ୍ରୋଗ୍ରାମରୁ ସ୍ନାତକ ଲାଭ କରିଥିଲେ । ସେ ଏହି ଅନୁଭୂତିକୁ ଏକ ତାଙ୍କ ଭିତରେ ଏକ ଗଠନଶୀଳ ଅଭିଜ୍ଞତା ଓ ମଧ୍ୟପ୍ରାଚ୍ୟ ପ୍ରତି ଗଭୀର ପ୍ରେମ ଆରମ୍ଭ କରିଥିଲା ବୋଲି କହନ୍ତି । ମହେର ସିରିଆର Institut français d’études arabes de Damasରୁ (L'IFEAD) ମଧ୍ୟ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ଲେବାନନ ଓ ଟ୍ୟୁନିସିଆରେ ମଧ୍ୟ କିଛି ସମୟ କଟାଇଥିଲେ ।

୨୦୦୫ରେ ମହେର ନିଉୟର୍କ ବିଶ୍ୱବିଦ୍ୟାଳୟରୁ ମଧ୍ୟପ୍ରାଚ୍ୟ ଓ ଇସଲାମିକ ଶିକ୍ଷାରୁ ସ୍ନାତକ ଲାଭ କରିଥିଲେ ।

ଉଇକିମିଡ଼ିଆ ଫାଉଣ୍ଡେସନ

କ୍ୟାଥରିନ ମହେର 
ଉଇକିମାନିଆ ୨୦୧୭ରେ କ୍ୟାଥରିନ ମହେର ଓ ଜିମି ୱେଲ୍ସ

ଅପ୍ରେଲ ୨୦୧୪ରୁ ମାର୍ଚ୍ଚ ୨୦୧୬ ଯାଏ ମହେର ମୁଖ୍ୟ ଯୋଗାଯୋଗ ଅଫିସର ଭାବେ କ୍ୟାଲିଫର୍ଣିଆର ସାନ ଫ୍ରାନସିସ୍କୋସ୍ଥିତ ଉଇକିମିଡ଼ିଆ ଫାଉଣ୍ଡେସନରେ କାର୍ଯ୍ୟକରିଥିଲେ । ଏହି ସମୟରେ ସେ ୱାସିଂଟନ ପୋଷ୍ଟକୁ ଯୁକ୍ତରାଷ୍ଟ୍ର ଆମେରିକା ଆଇନ ଉପରେ ଏକ ସାକ୍ଷାତକାର ଦେଇଥିଲେ ।

୨୦୧୬ ମାର୍ଚ୍ଚରେ ସେ ଉଇକିମିଡ଼ିଆ ଫାଉଣ୍ଡେସନର ସେତେବଳର ନିର୍ବାହୀ ନିର୍ଦ୍ଦେଶିକା ଲିଲା ଟ୍ରେଟିକୋଭଙ୍କ ଇସ୍ତଫା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ମହେର ୨୦୧୬ ଜୁନରେ ନିର୍ବାହୀ ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହୋଇଥିଲେ । ୨୦୧୬ ଜୁନ ୨୪ରେ ୨୦୧୬ ଉଇକିମାନିଆରେ ଇଟାଲୀର ଏସିନୋ ଲାରିଓରେ ଜିମି ୱେଲ୍ସଙ୍କଦ୍ୱାରା ଏହି ଘୋଷଣା କରାଯାଇଥିଲା

ଟେକନୋଲୋଜି ମାଧ୍ୟମରେ ଲୋକଙ୍କ ତଥ୍ୟ ପାଇବାର ଆଧିକାର ଉନ୍ନତ କରିବା ପାଇଁ ବିଶ୍ୱ ଡିଜିଟାଲ ଅନ୍ତର୍ଭୁକ୍ତି ଉପରେ ସେ ଧ୍ୟାନ ଦେଉଛନ୍ତି ବୋଲି ମହେର ଜଣାଇଥିଲେ ।

ନେତୃତ୍ୱ

[[ଫା|thumb|ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି ଅବସରରେ ଉଇକିଆଳିଙ୍କ ଉଦ୍ଦେଶ୍ୟରେ ମହେର ପଠାଇଥିବା ଏକ ଭିଡ଼ିଓ ସନ୍ଦେଶ ]]

  • ୨୦୧୧: ୟୁଥ ଫର ଟେକନୋଲୋଜି ଫାଉଣ୍ଡେସନ, ବୋର୍ଡ଼ ମେମ୍ବର
  • ୨୦୧୩: ଟ୍ରୁମ୍ୟାନ ନ୍ୟାସନାଲ ସିକୁରିଟି ପ୍ରୋଜେକ୍ଟ, ପଲିସି ଫେଲୋ, ନ୍ୟାସନାଲ ସିକ୍ୟୁରିଟି ଫେଲୋ, ଏବଂ ରିସର୍ଚ ଫେଲୋ, ଡେମୋକ୍ରାସି ଆଣ୍ଡ ହ୍ୟୁମାନ ରାଇଟ୍ସ ଇନିସିଏଟିଭ
  • ୨୦୧୩: ଓପନ ଟେକନୋଲୋଜି ଫଣ୍ଡ, ଉପଦେଷ୍ଟା କମିଟି ସଭ୍ୟ
  • ୨୦୧୬: ୱାର୍ଲ୍ଡ଼ ଇକୋନୋମିକ ଫୋରମ, ସଭ୍ୟ, ଗ୍ଲୋବାଲ ନେଟୱାର୍କ କାଉନସିଲ ଅନ ଦି ଫ୍ୟୁଚର ଅଫ ହ୍ୟୁମାନ ରାଇଟ୍ସ
  • ୨୦୧୮: ଉଇକିଡାଟା ୟୁକେ ହାକାଥନ, ନିଉଜସ୍ପିକ ହାଉସରେ ଭାଷଣ
  • ୨୦୧୮: ଅକ୍ସଫୋର୍ଡ଼ ଇଉନିଅନ, ଟେକନୋଲୋଜି ଓ ସାମ୍ରାଜ୍ୟ ବାବଦରେ

ଆଧାର

Tags:

କ୍ୟାଥରିନ ମହେର ପ୍ରାରମ୍ଭିକ ଜୀବନ ଓ ଶିକ୍ଷାକ୍ୟାଥରିନ ମହେର ନେତୃତ୍ୱକ୍ୟାଥରିନ ମହେର ଆଧାରକ୍ୟାଥରିନ ମହେର

🔥 Trending searches on Wiki ଓଡ଼ିଆ:

୧୯୮୪କୃଷ୍ଣଜନ୍ମ ନିରୋଧଶଙ୍କରାଚାର୍ଯ୍ୟମ୍ୟାଲେରିଆwiki.phtmlଉଇକିଅଭିଧାନହନୁମାନ ଚାଳିଶାବିରଳା ମନ୍ଦିର, କୋଲକାତାଆଖିନଅଙ୍କ ଦୁର୍ଭିକ୍ଷଚିନ୍ତାମଣି ବେହେରାପଞ୍ଚସଖାଗିରିଜା କୁମାର ବଳୀୟାରସିଂହଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସକଳାହାଣ୍ଡି ଜିଲ୍ଲାଶୈଳବାଳା ଦାସବିଜ୍ଞାନକଣ୍ଡୋମବିସ୍ଥାପିତ କାନ୍ଧ ଗଣ୍ଠିଦୁର୍ଗା ପୂଜା୨୧ଓଡ଼ିଆ ଭ୍ରମଣ ସାହିତ୍ୟନେତୃତ୍ୱଭାରତୀୟ ସଂଖ୍ୟା ପ୍ରଣାଳିଘରଚୈତନ୍ୟଇନ୍ଦିରା ଗାନ୍ଧୀଇଣ୍ଡୋନେସିଆଜ୍ୟୋତିର୍ଲିଙ୍ଗIndiaସମ୍ବଲପୁରପାପୁଆ ନିଉ ଗିନିଭଗବତ ଗୀତାପଠାଣି ସାମନ୍ତସାରଳା ମନ୍ଦିରମାଗୁଣିର ଶଗଡ଼ଦେବୁ ବୋଷରାଧାନାଥ ରଥଜ୍ଞାନକୋଷବିଭୂତି ପଟ୍ଟନାୟକମଧୁସୂଦନ ଦାସଧାତୁଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଦ୍ଵାରକାଧୀଶ ମନ୍ଦିରଚାରି ଧାମକାଗଜସୁନାଭାରତୀୟ ଜନତା ପାର୍ଟିରକ୍ତଫରିନା ଆଜାଦଜୟ ଜଗନ୍ନାଥଅଧର ପଟ୍ଟନାୟକ୧୭୪୬ସୌଭାଗ୍ୟ କୁମାର ମିଶ୍ରପ୍ରଣବ ପ୍ରକାଶ ଦାସରାସାୟନିକ ମୌଳିକଫେବୃଆରୀ ୨୮ଖାରବେଳଅନନ୍ତ ପଟ୍ଟନାୟକଛାୟାପଥବିରାଟ କୋହଲୀଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଯୌନ ସମ୍ଭୋଗସୋନାଲ ମାନସିଂହସୋନପୁର ରାଜ୍ୟ🡆 More