ଏମ୍. କରୁଣାନିଧି

ମୁଥୁବେଲ କରୁଣାନିଧି (୩ ଜୁନ ୧୯୨୪ – ୭ ଅଗଷ୍ଟ ୨୦୧୮; କଳାଇଙ୍ଗର ଭାବରେ ଜଣାଶୁଣା), ଜଣେ ଭାରତୀୟ ରାଜନୈତିଜ୍ଞ ଯିଏକି ୧୯୬୯ରୁ ୨୦୧୧ ମଧ୍ୟରେ ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ଦ୍ରାବିଡ଼ ଲୋକଙ୍କର ଜଣେ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୦ ଥର ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ରାଜନୈତିକ ଦଳର ସଭାପତି ଥିଲେ । ସେ ରାଜନୀତିରେ ପ୍ରବେଶ କରିବା ଆଗରୁ ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରୁଥିଲେ । ସେ ତାମିଲ ସାହିତ୍ୟ ପାଇଁ ମଧ୍ୟ ଗପ, ନାଟକ, ଉପନ୍ୟାସ ଆଦି ରଚନା କରିଛନ୍ତି । କରୁଣାନିଧି ୭ ଅଗଷ୍ଟ ୨୦୧୮ରେ ଚେନ୍ନାଇର କାବେରୀ ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।

ଏମ୍. କରୁଣାନିଧି
ଏମ୍. କରୁଣାନିଧି
୨୦୦୭ରେ ଏମ୍. କରୁଣାନିଧି
ତାମିଲନାଡୁର ୨ୟ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୩ ମଇ ୨୦୦୬ – ୧୫ ମଇ ୨୦୧୧
ରାଜ୍ୟପାଳସୁରଜିତ ସିଂହ ବର୍ଣ୍ଣାଲା (୨୦୦୬-୨୦୧୧)
Deputyଏମ. କେ. ଷ୍ଟାଲିନ (୨୦୦୯–୨୦୧୧)
ପୂର୍ବ ଅଧିକାରୀଜେ. ଜୟଲଳିତା
ପର ଅଧିକାରୀଜେ. ଜୟଲଳିତା
ନିର୍ବାଚନ ମଣ୍ଡଳୀଚେପୌକ
କାର୍ଯ୍ୟକାଳ
୧୩ ମଇ ୧୯୯୬ – ୧୩ ମଇ ୨୦୦୧
ରାଜ୍ୟପାଳମାରି ଚେନ୍ନା ରେଡ୍ଡୀ (1996)
କୃଷ୍ଣ କାନ୍ତ (ଅତିରିକ୍ତ ଭାର) (୧୯୯୬-୧୯୯୭)
ଏମ. ଫାତିମା ବିବି (୧୯୯୭-୨୦୦୧)
ପୂର୍ବ ଅଧିକାରୀଜେ. ଜୟଲଳିତା
ପର ଅଧିକାରୀଜେ. ଜୟଲଳିତା
ନିର୍ବାଚନ ମଣ୍ଡଳୀଚେପୌକ
କାର୍ଯ୍ୟକାଳ
୨୭ ଜାନୁଆରୀ ୧୯୮୯ – ୩୦ ଜାନୁଆରୀ ୧୯୯୧
ରାଜ୍ୟପାଳପି. ସି. ଆଲେକଜ୍ୟାଣ୍ଡର (୧୯୮୯-୧୯୯୦)
ସୁରଜିତ ସିଂହ ବର୍ଣ୍ଣାଲା (୧୯୯୦-୧୯୯୧)
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀରାଷ୍ଟ୍ରପତି ଶାସନ
ନିର୍ବାଚନ ମଣ୍ଡଳୀଚେନ୍ନାଇ ହାର୍ବର
କାର୍ଯ୍ୟକାଳ
୧୦ ଫେବୃଅରୀ ୧୯୬୯ – ୩୧ ଜାନୁଆରୀ ୧୯୭୬
ରାଜ୍ୟପାଳଉଜ୍ଜଳ ସିଂହ (୧୯୬୯-୧୯୭୧)
କୋଡାରଦାସ କାଳୀଦାସ ଶାହ (୧୯୭୧-୧୯୭୬)
ପୂର୍ବ ଅଧିକାରୀଭି. ଆର. ନେଦୁଚେଞ୍ଜିଆନ (କାର୍ଯ୍ୟକାରୀ)
ପର ଅଧିକାରୀରାଷ୍ଟ୍ରପତି ଶାସନ
ନିର୍ବାଚନ ମଣ୍ଡଳୀସଦାଇପେଟ
ତାମିଲନାଡୁ ରାଜ୍ୟ ବିଧାନ ପରିଷଦରେ ବିରୋଧୀଦଳ ନେତା
କାର୍ଯ୍ୟକାଳ
୨୫ ଜୁଲାଇ ୧୯୭୭ – ୧୮ ଅଗଷ୍ଟ ୧୯୮୩
ମୁଖ୍ୟମନ୍ତ୍ରୀଏମ. ଜି. ରାମଚନ୍ଦ୍ରନ
ପୂର୍ବ ଅଧିକାରୀଆର. ପୋନ୍ନାପ୍ପାନ ନାଡାର
ପର ଅଧିକାରୀକେ. ଏସ. ଜି. ହାଜା ସରିଫ
ନିର୍ବାଚନ ମଣ୍ଡଳୀଆନ୍ନା ନଗର
ଦ୍ରାବିଡ଼ ମୁନ୍ନେତ୍ରା କାଳାଗାମର ସଭାପତି
କାର୍ଯ୍ୟକାଳ
୨୭ ଜୁଲାଇ ୧୯୬୯ – ୭ ଅଗଷ୍ଟ ୨୦୧୮
ପୂର୍ବ ଅଧିକାରୀପଦବୀରେ ଥିଲେ
ପର ଅଧିକାରୀଏମ. କେ. ଷ୍ଟାଲିନ
ତାମିଲନାଡୁ ରାଜ୍ୟ ବିଧାନ ପରିଷଦର ସଭ୍ୟ
କାର୍ଯ୍ୟକାଳ
୨୭ ଜାନୁଆରୀ ୧୯୮୯ – ୭ ଅଗଷ୍ଟ ୨୦୧୮
ନିର୍ବାଚନ ମଣ୍ଡଳୀଚେନ୍ନାଇ ହାର୍ବର (୧୯୮୯-୧୯୯୬)
ଚେପୌକ (୧୯୯୬-୨୦୧୧)
ତିରୁଭାରୁର (୨୦୧୧-୨୦୧୮)
କାର୍ଯ୍ୟକାଳ
୧ ଅପ୍ରେଲ ୧୯୫୭ – ୧୮ ଅଗଷ୍ଟ ୧୯୮୩
ନିର୍ବାଚନ ମଣ୍ଡଳୀକୁଲିତାଲାଇ (୧୯୫୭-୧୯୬୨)
Thanjavur (1962-1967)
Saidapet (1967-1977)
Anna Nagar (1977-1983)
Member of the Tamil Nadu Legislative Council
କାର୍ଯ୍ୟକାଳ
30 March 1984 – 1 November 1986
Chief MinisterM. G. Ramachandran
ପୂର୍ବ ଅଧିକାରୀK. A. Krishnasway
ପର ଅଧିକାରୀposition abolished
ବ୍ୟକ୍ତିଗତ ସବିଶେଷ
ଜନ୍ମ
Muthuvel Karunanidhi

(1924-06-03)୩ ଜୁନ ୧୯୨୪
ତିରୁକୁବାଲାଇ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (
ବର୍ତ୍ତମାନର ନାଗପଟ୍ଟିନମ୍ ଜିଲ୍ଲା, ତାମିଲନାଡ଼ୁ, ଭାରତ)
ମୃତ୍ୟୁ୭ ଅଗଷ୍ଟ ୨୦୧୮(2018-08-07) (ବୟସ ୯୪)
ଚେନ୍ନାଇ, ତାମିଲନାଡ଼ୁ, ଭାରତ
ସମାଧି ସ୍ଥଳକଳାଇଗନାର କରୁଣାନିଧି ନିନାଇଭିଦମ
ଜାତୀୟତାଭାରତୀୟ
ରାଜନୀତିକ ଦଳଦ୍ରାବିଡ଼ ମୁନ୍ନେତ୍ର କଳଗମ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜଷ୍ଟିସ ପାର୍ଟି, ଦ୍ରାବିଡ଼ କଳଗମ (୧୯୪୯ ଆଗରୁ)
ଜୀବନ ସାଥୀ
  • ପଦ୍ମାବତୀ ଅମ୍ମାଲ
    (m. ୧୯୪୪; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

    ଦୟାଳୁ ଅମ୍ମାଲ
    (m. ୧୯୪୮)

    ରଜତୀ ଅମ୍ମାଲ
    (m. ୧୯୬୬)
ସନ୍ତାନ୬, ଏମ. କେ. ମୁତୁ, ଏମ. କେ. ଆଳାଗିରି, ଏମ. କେ. ଷ୍ଟାଲିନ ଏବଂ କନିମୋଳି କରୁଣାନିଧି
ସମ୍ପର୍କୀୟକରୁଣାନିଧି ପରିବାର
ଘର
  • ୧୫/ୟୁ-ବି, ଗୋପାଳପୁରମ୍, ଚେନ୍ନାଇ
  • ୧୪-ଆଇ, ପ୍ରଥମ ମେନ ରୋଡ଼, ସିଆଇଟି କଲୋନି, ମାଇଲାପୁର, ଚେନ୍ନାଇ
ପୁରସ୍କାରସମ୍ମାନସୂଚକ ଡକ୍ଟରେଟ (୧୯୭୧)
ସନ୍ତକଫାଇଲ:Karunanidhi Signature.svg
ୱେବସାଇଟkalaignar.dmk.in
ଡାକ ନାମକଳାଇଗନାର, ମୁତ୍ତାମିଳ ଆରିଗନାର
En uyirinum melana anbu udan pirappukkale
("ମୋ ଜୀବନରୁ ଉର୍ଦ୍ଧ୍ୱରେ ଥିବା ମୋ ପ୍ରିୟ ଭାଇମାନେ")

ପରିବାର

କୁରଣାନିଧି ନାଗପଟ୍ଟିନମ୍ ଜିଲ୍ଲାର ତିରୁକୁବାଲାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳୁ ନାଟକ, କବିତା, ସାହିତ୍ୟ ପ୍ରତି ଆକୃଷ୍ଟ ଥିଲେ ଏବଂ ସ୍କୁରେ ପଢ଼ିବାବେଳୁ ମାତ୍ର ୧୪ ବର୍ଷ ବୟସରୁ ଅନେକ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ ।

ସାହିତ୍ୟ ଏବଂ କଳା

କରୁଣାନିଧି ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଚିତ୍ରନାଟ୍ୟର ପ୍ରଥମ ଚଳଚ୍ଚିତ୍ର ରାଜକୁମାରୀ ୧୯୪୭ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଅନେକ କିଛି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ରଚନା କରିଥିଲେ । ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ପରଶକ୍ତି ଥିଲା ତାଙ୍କର ସବୁଠାରୁ ଲୋକପ୍ରିୟ ରଚନା । ଏହି ଚଳଚ୍ଚିତ୍ରଟି ତାମିଲ କଥାଚିତ୍ର ଜଗତକୁ ଲୋକପ୍ରିୟତା ଦେଇଥିଲା । ଏହି ଚଳଚ୍ଚିତ୍ରଟିର କାହାଣୀରେ ହିନ୍ଦୁଧର୍ମ ଏବଂ ବ୍ରାହ୍ମଣ ସମାଜ ଉପରେ କିଛି କଟାକ୍ଷ ଥିବାରୁ ଏହାକୁ ଅନେକ ବିରୋଧ ମଧ୍ୟ କରିଥିଲେ ।

ଲିଖନ ଶୈଳୀ

କରୁଣାନିଧି ତାଙ୍କର ବୁଦ୍ଧି ଏବଂ ବ୍ୟାଖାତ୍ମକ କୌଶଳ ଯୋଗୁଁ ବ‌ହୁତ କମ ଦିନରେ ଜଣେ ଲୋକପ୍ରିୟ ରାଜନୈତିଜ୍ଞ ହୋଇପାରିଥିଲେ । ତାଙ୍କର ରଚିତ କଥାଚିତ୍ରଟିର ନାଟକଗୁଡ଼ିକ ବଡ଼ ସାମାଜିକ ବର୍ତ୍ତା ଦେଉଥିଲା ଯାହାକି ଅଧିକ ଲୋକପ୍ରିୟ ହେଉଥିଲା । ଏମିତିକି ତାଙ୍କ ରଚିତ କିଛି ନାଟକ ମଧ୍ୟ ଅନେକ ସମୟରେ ବିରୋଧର ଶିକାର ହୋଇଥିଲା । ୧୯୫୦ ମସିହାରେ ତାଙ୍କ ରଚିତ ଦୁଇଟି ନାଟକ ମଧ୍ୟ ବେଆଇନ ଘୋଷଣା କରିଦିଆଯାଇଥିଅଲ । ତାଙ୍କ ରଚନା ଶୈଳୀ ମୁଖ୍ୟତଃ ଐତିହାସିକ ଏବଂ ସମାଜରେ ଚାଲୁଥିବା କୁସଂସ୍କାରକୁ ବିରୋଧ କରି ହୋଇଥାଏ, ଯାହାକି ସମାଜରେ ଅଧିକ ପ୍ରସାରିତ ହୋଇଥିଲା ଏବଂ ତାଙ୍କର କିଛି ରଚନା ମଧ୍ୟ ଦ୍ରାବିଡ଼ ଆନ୍ଦୋଳନରେ ସାମିଲ ହୋଇଥିଅଲ । ରାଜନୀତିରେ ପ୍ରବେଶ କରିବା ପରେ ମଧ୍ୟ ସେ ତାମିଲ ଚଳଚ୍ଚିତ୍ର ଜରିଆରେ ବିଭିନ୍ନ ରାଜନୈତିକ ଚିନ୍ତାଧାରା ପ୍ରସାର କରାଇବାରେ ଲାଗିଥିଲେ ।

ରାଜନୀତି

କରୁଣାନିଧି ୧୪ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ସେ ଜଷ୍ଟିସ୍ ପାର୍ଟିର ଅଲାଗିରିସ୍ୱାମୀଙ୍କର ଭାଷଣରେ ମୋହିତ ହୋଇ ହିନ୍ଦୀ ବିରୋଧି ଆନ୍ଦୋଳନରେ ଯୋଗଦେଇଥିଲେ । ପରେ ସେ ତାଙ୍କର ଅଞ୍ଚଳ ପାଇଁ ସ୍ଥାନୀୟ ଯୁବକମାନଙ୍କୁ ଏକାଠି କରି ଏକ ସଂସ୍ଥା ଆରମ୍ଭ କରିଥିଲେ । ସେ ସେହି ସଦସ୍ୟମାନଙ୍କୁ ମାନବର ନେସନ୍ ନାମକ ଏକ ହାତଲେଖା ଖବରକାଗଜ ବାଣ୍ଟୁଥିଲେ । ଏହାପରେ ସେ ନିଜର ଏକ ଖବରକାଗଜ ପ୍ରକାଶନ ସଂସ୍ଥା ଖୋଲିଥିଲେ ଯାହାକି ପରବର୍ତ୍ତୀ ସମୟରେ ମୁରାସୋଲି ନାମରେ ପରିବର୍ତ୍ତିତ ହୋଇଥିଲା ଏବଂ ଡି.ଏମ୍.କେ. (ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍) ଦଳର ଅଧିକାରୀକ ଖବରକାଗଜ ଭାବରେ ପ୍ରକାଶ ପାଇଥିଲା ।

ମାତ୍ର ୩୩ ବର୍ଷ ବୟସରେ, ୧୯୫୭ ମସିହାରେ କରୁଣାନିଧି ତାମିଲନାଡ଼ୁ ବିଧାନ ସଭାରେ କୁଲିଥାଲାଇ ଆସନରୁ ବିଧାୟକ ଭାବରେ ବିଜୟୀ ହୋଇ ଯୋଗ ଦେଇଥିଲେ । ୧୯୬୧ ମସିହାରେ ସେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳର କୋଷାଧକ୍ଷ ଏବଂ ୧୯୬୨ ମସିହାରେ ତାମିଲନାଡ଼ୁ ରାଜ୍ୟ ବିଧାନ ସଭାର ବିରୋଧୀଦଳର ଉପନେତା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୯୬୭ରେ ଯେତେବେଳେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳ କ୍ଷମତାକୁ ଆସି ସରକାର ଗଠନ କଲା, ସେତେବେଳେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୯ ମସିହାରେ ଯେତେବେଳେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଇଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ କରୁଣାନିଧି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏଥିସ‌ହ ସେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳର ମୁଖ୍ୟ ନେତା ଭାବରେ ଦାୟିତ୍ୱ ମଧ୍ୟ ନେଇଥିଲେ ।

୭୦ ଦଶକରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସରକାରବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଏହାକୁ ଦୃଢ଼ ବିରୋଧ କରିଥିଲା, ଫଳରେ ତାଙ୍କର ଅନେକ ନେତା କାରାବରଣ କରିଥିଲା । ଏହାପରେ ତାଙ୍କ ଦଳ ଜନତା ଦଳ ସ‌ହ ମିଶି ନିର୍ବାଚନ ଲଢ଼ିଥିଲା, ମାତ୍ର ଭ୍ରଷ୍ଟାଚାର ଯୋଗୁଁ ସେମାନଙ୍କର ଶୋଚନୀୟ ପରାଜୟ ହୋଇଥିଲା । କରୁଣାନିଧି ସାମୁଦାୟ ୫ଥର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନିଭାଇଛନ୍ତି । ଏଥିସ‌ହିତ ୧୯୫୭ରୁ ୨୦୧୬ ଯାଏଁ ସେ ତାମିଲନାଡ଼ୁ ବିଧାନ ସଭାକୁ ୧୩ଥର ନିର୍ବାଚିତ ହୋଇଛନ୍ତି ।

ମୃତ୍ୟୁ

୨୦୧୬ ଅକ୍ଟୋବରରୁ କରୁଣାନିଧିଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା ଏବଂ ସେ ସର୍ବସାଧାରଣରେ ଉପସ୍ଥିତ ହେଇପାରୁନଥିଲେ । ୩ ଜୁନ ୨୦୧୮ରେ ତାଙ୍କର ୯୪ତମ ଜନ୍ମଦିନ ପାଳନ ବେଳେ ସେ ଶେଷଧର ପାଇଁ ସର୍ବସାଧାରଣରେ ଉପସ୍ଥିତ ଥିଲେ । ୨୮ ଜୁଲାଇ ୨୦୧୮ରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇର କାବେରୀ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ।

ବୟସ ଅଧିକ ହେବାରୁ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଧୀରେ ଧୀରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ ଏବଂ ଶେଷରେ ୭ ଅଗଷ୍ଟ ୨୦୧୮ରେ ସନ୍ଧ୍ୟା ୬ଟା ୧୦ ମିନିଟ ସମୟରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଏମ୍. କରୁଣାନିଧି ପରିବାରଏମ୍. କରୁଣାନିଧି ସାହିତ୍ୟ ଏବଂ କଳାଏମ୍. କରୁଣାନିଧି ରାଜନୀତିଏମ୍. କରୁଣାନିଧି ମୃତ୍ୟୁଏମ୍. କରୁଣାନିଧି ଆଧାରଏମ୍. କରୁଣାନିଧି

🔥 Trending searches on Wiki ଓଡ଼ିଆ:

ସମୟ (କାଳ)ଅଟିଜିମ୍‌ଅଶ୍ୱିନୀ କୁମାର ଘୋଷତ୍ରିଭୁଜଯଶୋବନ୍ତ ଦାସବୁଏନ୍ସ ଏଆରସ୬ ଫେବୃଆରୀପ୍ରତିଭା ରାୟପ୍ରମୋଦ କୁମାର ମହାନ୍ତିଆପଲ କମ୍ପାନୀରଥଯାତ୍ରାଶବ୍ଦ (ଧ୍ୱନି)ଭାରତଡୁପିଟ୍ରେନ୍ସ କଣ୍ଟ୍ରାକଚରରାଧାନାଥ ରାୟନୂତନ ବର୍ଷମହାଭାରତଗୋପାଳ ଚନ୍ଦ୍ର ପ୍ରହରାଜଏ ଭି ସ୍ୱାମୀହନୁମାନ ଚାଳିଶାଲାଇମ ରୋଗଚିଙ୍ଗୁଡ଼ିହରେ କୃଷ୍ଣଓଡ଼ିଆ ନାଟକଶ୍ରୀରୂପା ମିତ୍ର ଚୌଧୁରୀବେଣୁଧର ରାଉତଓମାନନିତ୍ୟାନନ୍ଦ ମହାପାତ୍ରରାଜତନ୍ତ୍ର୧୯ ଜାନୁଆରୀଓଡ଼ିଆ ରାମାୟଣକଦଳୀପ୍ରୋଟାମିନ ସଲଫେଟପୌରୁଷ ଅସାମର୍ଥ୍ୟରାଜେନ୍ଦ୍ର କିଶୋର ପଣ୍ଡା୮୮୭ଧର୍ମପଦ୨୬ ଜୁନଫକୀର ମୋହନ ସେନାପତିଭାରତର ଜାତୀୟ ପତାକାୟୁକ୍ରେନଖାରବେଳ୫ ଡିସେମ୍ବରଓଡ଼ିଶାର ସଂସ୍କୃତିବିଜୁ ପଟ୍ଟନାୟକସରୋଜିନୀ ସାହୁଏସିଆକେଟୋପ୍ରୋଫେନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୮ ମାର୍ଚ୍ଚସି (ପ୍ରୋଗ୍ରାମିଂ ଭାଷା)୧୯୮୪କୁନ୍ତଳା କୁମାରୀ ଆଚାର୍ଯ୍ୟହରପ୍ପା ସଭ୍ୟତାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର୨୦୨୩ର ଓଡ଼ିଆ କଥାଚିତ୍ରକାଳୀସୀତାକାନ୍ତ ମହାପାତ୍ରହରିହର ବାହିନୀପତିବାଲେଶ୍ୱରଲକ୍ଷ୍ମୀକାନ୍ତ ମହାପାତ୍ର୨ ମାର୍ଚ୍ଚଆଲେକ୍‌ଜାଣ୍ଡର୍ ମହାନଡାଇଭର୍ଟିକୁଲାଇଟିସ୍ସୌଭାଗ୍ୟ କୁମାର ମିଶ୍ରଓମ'ଙ୍କ ନିୟମ୧୯୬୨ବୀଣାପାଣି ମହାନ୍ତିଅଷ୍ଟ୍ରିଆଓଡ଼ିଆ ଲିପିହୃଦାନନ୍ଦ ପାଣିଗ୍ରାହୀଉମେଶଚନ୍ଦ୍ର ସରକାରକିଶୋରୀ ଚରଣ ଦାସ🡆 More