ଏ. ଲକ୍ଷ୍ମୀ ବାଈ: ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

ଆଦୃତି ଲକ୍ଷ୍ମୀବାଇ (୧୨ ଅକ୍ଟୋବର ୧୮୯୯ - ୨୭ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ସେ ଏକାଧିକ ବାର କାରାବରଣ କରିଥିଲେ । ସେ ବ୍ରହ୍ମପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୩୭ ଓ ୧୯୪୬ରେ ସ୍ୱାଧୀନତା ପୂର୍ବର ୧ମ ଓ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୬ ମସିହାରେ ସେ ଉପ-ବାଚସ୍ପତି ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଉପବାଚସ୍ପତି ଅଟନ୍ତି ।

ଆଦୃତି ଲକ୍ଷ୍ମୀବାଇ
ଉପ-ବାଚସ୍ପତି: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨
ପୂର୍ବ ଅଧିକାରୀନନ୍ଦକିଶୋର ଦାସ
ପର ଅଧିକାରୀମୌଲବୀ ମହମ୍ମଦ ହନିଫ୍‍
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର ସଦର
ବିଧାୟିକା: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-10-12)୧୨ ଅକ୍ଟୋବର ୧୮୯୯
ମୃତ୍ୟୁ୨୭ ଜାନୁଆରୀ ୧୯୮୬(1986-01-27) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ସମ୍ପର୍କବରାହଗିରି ଭେଙ୍କଟଗିରି
ବାପା/ବୋଉବରାହଗିରି ଭେଙ୍କଟ ଯୋଗେଶ (ବାପା)
ବରାହଗିରି ସୋଭମା (ମାଆ)‌
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଏ. ଲକ୍ଷ୍ମୀ ବାଈ ୧୮୯୯ ମସିହାର ଅକ୍ଟୋବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବରାହଗିରି ଭେଙ୍କଟ ଯୋଗେଶ ଓ ମାଆଙ୍କ ନାମ ବରାହଗିରି ସୋଭମା । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟଗିରିଙ୍କ ଭଉଣୀ ।

ଲକ୍ଷ୍ମୀ ବାଈ ତାଙ୍କର ମାଧ୍ୟମିକ ଶିକ୍ଷା ବ୍ରହ୍ମପୁରେ ଶେଷ କରିବା ପରେ କାଶୀର ଥିଓସୋଫିକାଲ୍ ସୋସାଇଟିରେ ଯୋଗ ଦେଇଥିଲେ । ଏହାପରେ ସେ କଲିକତାର ଦୟାଚ୍ଚିଆନ୍ କଲେଜ୍‌ରୁ ସ୍ନାତକ କରିଥିଲେ ଏବଂ ମେଡିସିନ୍ ପାଠ ଅଧ୍ୟୟନ ପାଇଁ ଭେଲୋର୍‌ର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଯୋଗ ଦେଇଥିଲେ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହ ଭୋଲୋର୍‌ରୁ ପାଠପଢ଼ା ଅଧାରେ ଛାଡ଼ି ବ୍ରହ୍ମପୁର ଫେରି ଆସିଥିଲେ ଏବଂ ଫେରିବା ପରେ ସେ ଆଦୃତି ଭେଙ୍କଟେଶ୍ୱର ରାଓଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କର ଶଶୁର ଘର ରାଜମହେନ୍ଦ୍ରୀ ଚାଲିଯାଇଥିଲେ । ତାଙ୍କ ବିବାହର ୧ ବର୍ଷ ପରେ ତାଙ୍କ ପତିଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ସେ ତାଙ୍କର ପୈତୃକ ଘର ବ୍ରହ୍ମପୁରକୁ ଫେରି ଆସିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

୧୯୨୧-୧୯୨୨ ମସିହାର ଅସହଯୋଗ ଆନ୍ଦୋଳନରେ ସେ ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗଦ ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ସେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ଭାଷଣ ଦେଇ ସେ ବ୍ରହ୍ମପୁରଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରିଥିଲେ ।

ରାଜନୈତିକ ଜୀବନ

ଏ. ଲକ୍ଷ୍ମୀ ବାଈ ଓଡ଼ିଶା ରାଜନୀତିରେ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟିକା ଭାବରେ ଦୁଇଥର ନିର୍ବାଚିତ ହୋଇଥିଲେ । ୧୯୪୬ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିଥିଲେ ।

ମୃତ୍ୟୁ

ଏ. ଲକ୍ଷ୍ମୀ ବାଈ ୧୯୮୬ ମସିହାର ଜାନୁଆରୀ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଏ. ଲକ୍ଷ୍ମୀ ବାଈ ଜନ୍ମ, ପରିବାର ଓ ଶିକ୍ଷାଏ. ଲକ୍ଷ୍ମୀ ବାଈ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନଏ. ଲକ୍ଷ୍ମୀ ବାଈ ରାଜନୈତିକ ଜୀବନଏ. ଲକ୍ଷ୍ମୀ ବାଈ ମୃତ୍ୟୁଏ. ଲକ୍ଷ୍ମୀ ବାଈ ଆଧାରଏ. ଲକ୍ଷ୍ମୀ ବାଈଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ବିଜୟ ମିଶ୍ରଉଦ୍ଭିଦ ବିଜ୍ଞାନମଦର ଟେରେସାଛାନ୍ଦରାୟଗଡ଼ା ଜିଲ୍ଲାଲଣ୍ଡନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶିଶୁ ଅନନ୍ତ ଦାସପ୍ରାଣବନ୍ଧୁ କର୧୭୪୬୭୦୧ମୁମ୍ବାଇପଠାଣି ସାମନ୍ତମନୋଜ ଦାସଙ୍କ କଥା ଓ କାହାଣୀବିଦ୍ୟୁତପ୍ରଭା ଦେବୀବୈଶାଖଚନ୍ଦ୍ରଶେଖର ନନ୍ଦପ୍ରଥମ ବିଶ୍ୱଯୁଦ୍ଧପ୍ରତିଭା ଶତପଥୀହେପାଟାଇଟିସ ବିରାକ୍ଷୀ ପୂର୍ଣ୍ଣିମାତାଳଧ୍ୱଜଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦ୫ ନଭେମ୍ବରନଇ ଆରପାରିଭାରତୀୟ ସଂଖ୍ୟା ପ୍ରଣାଳିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶିବଗୋଦାବରୀଶ ମିଶ୍ରଭାରତୀୟ ସମ୍ବିଧାନଅନ୍ନଦା ଶଙ୍କର ରାୟବିରାଟ କୋହଲୀଦେବୁ ବୋଷପଣା ସଂକ୍ରାନ୍ତିବୈଷ୍ଣବ ପାଣିମହାଦେଶଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଶରତ କୁମାର ମହାନ୍ତିଗୌତମ ବୁଦ୍ଧଶ୍ରବଣ ( ରାମାୟଣ ର ଚରିତ୍ର )ସରଳା ଦେବୀଚିତ୍ତରଞ୍ଜନ ଦାସରାମଚନ୍ଦ୍ର ମିଶ୍ରଗୁରୁପ୍ରସାଦ ମହାନ୍ତିମାଗୁଣିର ଶଗଡ଼ସାଲଭାଡୋର ଡାଲିଶ୍ୱେତସାରହେମନ୍ତ କୁମାର ଦାସଓମ'ଙ୍କ ନିୟମମଧୁସୂଦନ ଦାସଚିକୁନ‌ଗୁନିଆବାଘରଥପୂର୍ଣ୍ଣଚ୍ଛେଦଦଣ୍ଡ ନାଟରତ୍ନାକର ଚଇନିମାଗୁଣିର ଶଗଡ଼ (କଥାଚିତ୍ର)ସିନ୍ଧୁ ନଦୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜାପାନ ସାଗରଓଡ଼ିଆ ଖାଦ୍ୟକଟକ ଜିଲ୍ଲାବୁଧପ୍ଲୁଟୋଆନ୍ତର୍ଜାତିକ ମହିଳା ଦିବସଚିଲିକା (ବହୁବିକଳ୍ପ)ଉତ୍କଳ ଦିବସଦୀପକ ମିଶ୍ରଉତ୍କଳ ବିଶ୍ୱବିଦ୍ୟାଳୟବିର୍ସା ମୁଣ୍ଡାଲସିଓଡ଼ିଶାର ମାପ ବ୍ୟବସ୍ଥା🡆 More