ଆକ୍କାଦେବୀ

ଆକ୍କାଦେବୀ (କନ୍ନଡ଼ ଭାଷା:ಆಕ್ಕದೀವಿ, Akkādēvi, Akkā-dēvi), (ଖ୍ରୀଷ୍ଟାବ୍ଦ ୧୦୧୦–୧୦୬୪) କର୍ଣ୍ଣାଟକ ଚାଲୁକ୍ୟ ରାଜବଂଶର ରାଜକୁମାରୀ ଏବଂ କିଶୁକାଡୁ ନାମକ ଅଞ୍ଚଳର ରାଜ୍ୟପାଳ ଥିଲେ, ଯାହା ବର୍ତ୍ତମାନ ବାଗଲକୋଟ ଜିଲ୍ଲାର ବିଦର ଏବଂ ବୀଜାପୁରରେ ଅବସ୍ଥିତ । ସେ ପଶ୍ଚିମ ଚାଲୁକ୍ୟର ରାଜା ଜୟସିଂହା ଦ୍ୱିତୀୟଙ୍କ ଭଉଣୀ ଏବଂ ସୋମେଶ୍ୱରା ପ୍ରଥମଙ୍କ ପିଉସୀ ଥିଲେ ।

ଆକ୍କାଦେବୀ
ଜନ୍ମ ୧୦୧୦
ମୃତ୍ୟ ୧୦୬୪

ଆକ୍କାଦେବୀ ଜଣେ ଦକ୍ଷ ପ୍ରଶାସକ ଏବଂ ଜଣେ ଦକ୍ଷ ସେନାପତି ଭାବରେ ପ୍ରସିଦ୍ଧ ଥିଲେ । ତାଙ୍କୁ ଗୁଣଦାବେଦାଙ୍ଗୀ ମଧ୍ୟ କୁହାଯାଉଥିଲା ଯାହାର ଅର୍ଥ ହେଉଛି "ଗୁଣର ସୌନ୍ଦର୍ଯ୍ୟତା" ।

ଚାଲୁକ୍ୟମାନଙ୍କ ଶାସନ ଦକ୍ଷିଣ ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ କର୍ଣ୍ଣାଟକ ଇତିହାସରେ ଏକ ସୁବର୍ଣ୍ଣ ଯୁଗ ଅଟେ । ଚାଲୁକ୍ୟମାନେ ୬୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ଡେକ୍କାନ ମାଳଭୂମି ଉପରେ ଶାସନ କରିଥିଲେ । ଆକ୍କାଦେବୀ ପାଶ୍ଚାତ୍ୟ ଚାଲୁକ୍ୟ ସାମ୍ରାଜ୍ୟର ଏକ ଅଂଶ ଥିଲେ, ଯିଏ ଚୋଳ ଏବଂ ସେମାନଙ୍କର ଦୂର ସମ୍ପର୍କୀୟ ଭାଇ ଭେଙ୍ଗିର ପୂର୍ବ ଚାଲୁକ୍ୟ ସହିତ ନିରନ୍ତର ସଂଘର୍ଷରେ ଥିଲେ ।

ଆକ୍କାଦେବୀଙ୍କ ଶାସନ କାଳରେ ସେ ନିଜ ପ୍ରଦେଶକୁ ବିସ୍ତାର କରିଥିଲେ, ଅନୁଦାନ ମାଧ୍ୟମରେ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ ଏବଂ ଜୈନ ଧର୍ମ ଓ ହିନ୍ଦୁ ମନ୍ଦିରକୁ ଉଦାର ଭାବରେ ଦାନ ଦେଇଥିଲେ ।

ଆକ୍କାଦେବୀ ଜଣେ "ସାମାଜିକ ପ୍ରତିଷ୍ଠାତା ଏବଂ ସମ୍ମାନିତ ବ୍ୟକ୍ତିତ୍ୱ" ଥିଲେ । ୧୦୨୨ର ଶିଳାଲେଖରେ ତାଙ୍କୁ ଯୁଦ୍ଧରେ ଭୈରବୀଙ୍କ ସମାନ ସାହସୀ ବୋଲି ବର୍ଣ୍ଣନା କରାଯାଇଛି । ସେ ସ୍ଥାନୀୟ ବିଦ୍ରୋହକୁ ଦୂର କରିବା ପାଇଁ Gōkāge କିମ୍ବା Gōkāk ଦୁର୍ଗକୁ ଅବରୋଧ କରିଥିଲେ ଏବଂ ବ୍ରାହ୍ମଣମାନଙ୍କୁ ଅନୁଦାନ ଦେଇ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ ।

ଆଧାର

Tags:

କନ୍ନଡ଼ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଢଗ ଢମାଳିସ୍ଥୌଲ୍ୟତାରାମଚନ୍ଦ୍ର ବେହେରାଜୟ ଜଗନ୍ନାଥଦଣ୍ଡ ନାଟ୧ (ସଂଖ୍ୟା)ଇଣ୍ଡୋନେସିଆରାସନ କାର୍ଡ଼ (ଭାରତ)୨୧ଶରତ କୁମାର ମହାନ୍ତିପାକ୍ରିଟିନିବଶ୍ରାଦ୍ଧବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଷମ କଟକୟୁକ୍ରେନକୋଳିମନୋଜ ଦାସସ୍ତୁତି ଚିନ୍ତାମଣିନଅତୁଣ୍ଡୀପଠାଣି ସାମନ୍ତମୟୂରଭଞ୍ଜ ଜିଲ୍ଲାଓଡ଼ିଆ ଲିପିଆନ୍ତର୍ଜାତିକ ମହିଳା ଦିବସଗୋପାଳ ଛୋଟରାୟପକ୍ଷଉତ୍ତମ ମହାନ୍ତିତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଓଡ଼ିଆ ଖାଦ୍ୟହମିଦା ବାନୁ ବେଗମଏମିସ ଲୋକମାର୍ଚ୍ଚମାଣବସା ଗୁରୁବାରକଳାପାହାଡ଼ବିରଜା ମନ୍ଦିରଜଗନ୍ନାଥ ମନ୍ଦିରଶୈଳବାଳା ଦାସଜୟୀରାମ ସାମଲବର୍ଷା ପ୍ରିୟଦର୍ଶିନୀବେଲଭାନୁଜୀ ରାଓଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗାଲୁଆଖଡ଼ଗପୁରପ୍ରଗତିବାଦୀପଥ ଓ ପୃଥିବୀଭୁବନେଶ୍ୱରଓଡ଼ିଆ ଭାଷାଢେଙ୍କାନାଳବ୍ରୁସେଲୋସିସଚନ୍ଦନ ଯାତ୍ରାମାଁ ପୀତାମ୍ବର ମନ୍ଦିରଥାଲକୁଡ଼ିନେଲସନ ମଣ୍ଡେଲାଓଡ଼ିଆ ରାନ୍ଧଣାକଣ୍ଡୋମଛବିଳ ମଧୁ ବର୍ଣ୍ଣବୋଧକାଞ୍ଚି ଅଭିଯାନଏ. ପି. ଜେ. ଅବଦୁଲ କଲାମବାଇଶି ପାହାଚକବିସୂର୍ଯ୍ୟ ବଳଦେବ ରଥଗୋଦାବରୀଶ ମିଶ୍ରଗର୍ଭାଶୟ ଅନ୍ତଃସ୍ତର କର୍କଟଅଗ୍ନ୍ୟାଶୟ ଅକ୍ଷମତାନବୀନ ପଟ୍ଟନାୟକଆଖିଏଞ୍ଜେଲା ମେର୍କେଲ୍ଉଇକିଅଭିଧାନ🡆 More