ଅନନ୍ତ ପ୍ରସାଦ ପଣ୍ଡା: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଅନନ୍ତ ପ୍ରସାଦ ପଣ୍ଡା (୧୮ ଜୁଲାଇ ୧୯୦୬ - ୧୫ ଡିସେମ୍ବର ୧୯୮୯) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ଗଳ୍ପ ଲେଖି ଅଧିକ ଆନନ୍ଦ ପାଇଥିବା କଥା ସେ ନିଜେ ସ୍ୱୀକାର କରିଥିଲେ ମଧ୍ୟ, ସାହିତ୍ୟର ବିଭିନ୍ନ ବିଭାଗ ଯଥା, ଉପନ୍ୟାସ, ନାଟକ, ପ୍ରବନ୍ଧ ତଥା କବିତାରେ ତାଙ୍କର ପ୍ରବେଶ ରହିଥିଲା ।

ଅନନ୍ତ ପ୍ରସାଦ ପଣ୍ଡା
ଅନନ୍ତ ପ୍ରସାଦ ପଣ୍ଡା: ଜୀବନୀ, ସାହିତ୍ୟ ସର୍ଜନା, ଆଧାର
ଜନ୍ମ
ଅନନ୍ତ ପ୍ରସାଦ ପଣ୍ଡା

(1906-07-18)୧୮ ଜୁଲାଇ ୧୯୦୬
ମୃତ୍ୟୁ୧୫ ଡିସେମ୍ବର ୧୯୮୯(1989-12-15) (ବୟସ ୮୩)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିଗାଳ୍ପିକ

ଜୀବନୀ

ଅନନ୍ତ ପ୍ରସାଦ ୧୯୦୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳ ସୋର ବାହାନାଗା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ କଟିଥିଲା । ପିଲାଦିନେ ମୋଟା ଥିବାରୁ, ତାଙ୍କ ଅବଧାନ କହୁଥିଲେ ସାକ୍ଷାତ ଗଣେଶ । ପାଣିରେ ପଶି କଇଁ ଫୁଲ ତୋଳିବା ତାଙ୍କର ସଉକ ଥିଲା । ସେ ବାଲେଶ୍ୱର ଜିଲ୍ଲା ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ୨୦ବର୍ଷ ବୟସରେ ସବ୍-ଡେପୁଟି କଲେକ୍ଟର ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ଜୀବନ ବାଲେଶ୍ୱର, କଟକ, ଭଦ୍ରକ, ପୁରୀ, ବରଗଡ଼, କେନ୍ଦ୍ରାପଡ଼ା ଓ ଆସିକା ଆଦି ସ୍ଥାନରେ ବିତିଥିଲା । ଅବସର ପରେ କଟକରେ ସ୍ଥାୟି ଭାବରେ ବସବାସ କରୁଥିଲେ ।

୧୯୮୯ ମସିହା ଡିସେମ୍ବର ୧୫ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ସାହିତ୍ୟ ସର୍ଜନା

କୈଶରରୁ କବିତା ଲେଖା ଆରମ୍ଭ କରିଥିଲେ ଅନନ୍ତ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ, "ପାରିଜାତ" ନାମକ ହାତ ଲେଖା ପତ୍ରିକା ତାଙ୍କରି ପ୍ରଚେଷ୍ଠାରେ ପ୍ରକାଶ ପାଉଥିଲା । ସେଥିରେ ସେ ଲେଖିଥିଲେ "ସ୍ୱର୍ଗୀୟ କୁସୁମ ଆରେ ପାରିଜାତ; ତୋ' ସଙ୍ଗେ ସରି କେ ହେବ କହ ତ ।" ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ବେଳକୁ ପୂର୍ବ-ଛାତ୍ରାବାସ(ଇଷ୍ଟ ହଷ୍ଟେଲ)ର ପତ୍ରିକା "ଜାଗରଣ" ପ୍ରକାଶ ପାଉଥିଲା । ସେଥିରେ ତାଙ୍କର ପ୍ରଥମ ଗଳ୍ପ "ଅନ୍ତିମ ମିଳନ" ପ୍ରକାଶ ପାଇଥିଲା । ଦ୍ୱିତୀୟ ଗଳ୍ପ ଥିଲା "ଅତୃପ୍ତ ବାସନା" । ଗଳ୍ପଟି ବାଗ୍ମୀ ବିଶ୍ୱନାଥ କରଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ଉତ୍କଳ ସାହିତ୍ୟ"ରେ ପ୍ରକାଶିତ ହୋଇଥିଲା । ତୃତୀୟ ଗଳ୍ପ "ବାସନା ତୃପ୍ତି" ମଧ୍ୟ ସେହି ପତ୍ରିକାରେ ସ୍ଥାନ ପାଇଥିଲା ।

ଆଧାର

Tags:

ଅନନ୍ତ ପ୍ରସାଦ ପଣ୍ଡା ଜୀବନୀଅନନ୍ତ ପ୍ରସାଦ ପଣ୍ଡା ସାହିତ୍ୟ ସର୍ଜନାଅନନ୍ତ ପ୍ରସାଦ ପଣ୍ଡା ଆଧାରଅନନ୍ତ ପ୍ରସାଦ ପଣ୍ଡାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପ୍ରଶାନ୍ତ ନନ୍ଦଅନ୍ନପୂର୍ଣ୍ଣା ମହାରଣାଶରତ କୁମାର ମହାନ୍ତିବିଜୁ ପଟ୍ଟନାୟକଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭୨୧ ଅପ୍ରେଲହିନ୍ଦୁ ଧର୍ମବଡ଼ଓଷାଜୟନାରାୟଣ ମିଶ୍ର୨୯ ଅପ୍ରେଲପାରାଦ୍ୱୀପଲାଲ ବାହାଦୁର ଶାସ୍ତ୍ରୀମକର (ରାଶି)ପରଶୁରାମଜନ ବୀମସରେବତୀ (କ୍ଷୁଦ୍ରଗଳ୍ପ)ବିଜୁ ଜନତା ଦଳବୀର ସୁରେନ୍ଦ୍ର ସାଏଶଙ୍କର ପ୍ରସାଦ ତ୍ରିପାଠୀବଳରାମ ଦାସନୃସିଂହ ଚରଣ ପଣ୍ଡାସୁରେନ୍ଦ୍ର ମହାନ୍ତିପ୍ରାଣକୃଷ୍ଣ ପରିଜାଜାନକୀ ବଲ୍ଲଭ ପଟ୍ଟନାୟକବୈଶାଖଜୟୀରାମ ସାମଲଆପେଣ୍ଡିସାଇଟିସ୧୯ ଅପ୍ରେଲବୀଣାପାଣି ମହାନ୍ତିଜଗନ୍ନାଥଙ୍କ ଧୂପଶତ୍ରୁଘ୍ନ ପାଣ୍ଡବ୨୪ ଅପ୍ରେଲକ୍ଲେଭିଡିପିନଫାଇଲେରିଆରାଧାମୋହନ ଗଡ଼ନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜ୍ଞାନକୋଷଓଡ଼ିଆ ଖାଦ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରପୁରୀ ଜିଲ୍ଲାବ୍ରହ୍ମୋତ୍ରୀ ମହାନ୍ତିହେମନ୍ତ କୁମାର ଦାସତୃପ୍ତି ଦାସମୟୂରହନୁମାନଗୌତମ ବୁଦ୍ଧଅୟେନ୍ଦ୍ରୀ ଲୱନିୟା ରାୟଯକୃତଗୁରୁ ପ୍ରସାଦ ମହାନ୍ତିମଧୁସୂଦନ କାନୁନଗୋଦିବ୍ୟସିଂହ ଦେବତୁଳସୀ ଦାସଦଶାବତାରବିଶ୍ୱନାଥ କରପ୍ରଦୀପ କୁମାର ପାଣିଗ୍ରାହୀଅଭିମନ୍ୟୁ ସାମନ୍ତସିଂହାରଦ୍ୱିତୀୟ ବିଶ୍ୱଯୁଦ୍ଧସୁଦର୍ଶନ ପଟ୍ଟନାୟକଓଡ଼ିଆ ନବବର୍ଷପ୍ରତିଭା ଶତପଥୀ୪ ଅପ୍ରେଲ୨୮ ଅପ୍ରେଲଜାପାନଅକ୍ଷୟ ମହାନ୍ତିହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା୩ (ସଂଖ୍ୟା)ସୁଭାଷ ଚନ୍ଦ୍ର ବୋଷ🡆 More