ଅଗ୍ନାଶୟ କର୍କଟ

ଅଗ୍ନାଶୟ କର୍କଟ (ଇଂରାଜୀରେ Pancreatic cancer) ପାକସ୍ଥଳୀ ପୃଷ୍ଠଭାଗରେ ଥିବା ଏକ ଗ୍ରନ୍ଥିମୟ ଅଗ୍ନାଶୟର ଜୀବକୋଷମାନଙ୍କର ଅନିୟନ୍ତ୍ରିତ ଅଭିବୃଦ୍ଧି ହୋଇ ସୃଷ୍ଟି ହୁଏ । ଏହି କର୍କଟ ଜୀବକୋଷଗୁଡ଼ିକର ଅନ୍ୟ ଅଙ୍ଗକୁ ବ୍ୟାପିବାର କ୍ଷମତା ଥାଏ । ଏହ ଅନେକ ପ୍ରକାର ହୋଇ ବାହାରେ । ଅତି ସାଧାରଣଭାବେ ୮୫% ଆଡେନୋକାର୍ସିନୋମା ଦେଖାଯାଏ । ହଜମକାରୀ ଏନ୍‌ଜାଇମ ପ୍ରସ୍ତୁତକାରୀ ଅଂଶରୁ ଏହି ଆଡେନୋକାର୍ସିନୋମା ସୃଷ୍ଟି ହୁଏ । ସମୁଦାୟ ଅଗ୍ନାଶୟ କର୍କଟ ସଂଖ୍ୟାର ୧ରୁ ୨ % ନିଉରୋଏଣ୍ଡୋକାର୍‌ସିନୋମା ଥାଏ ଯାହା ହରମୋନ ତିଆରି କରୁଥିବା ନିଉରୋଏଣ୍ଡୋକ୍ରାଇନ ଜୀବକୋଷରୁ ବାହାରେ । ଏହା ଅଳ୍ପ ଆକ୍ରମଣକାରୀ ଅଟେ । ଏହି ରୋଗରେ କାମଳ ବା ଜଣ୍ଡିସ(ହଳଦିଆ ଚମ), ପେଟ ଯନ୍ତ୍ରଣା, କଟି ଯନ୍ତ୍ରଣା ଓ ଅଣସ୍ପଷ୍ଟିକୃତ ଓଜନ ହ୍ରାସ, ଫିକା ଝାଡ଼ା, ଗାଢ଼ ପରିସ୍ରା ଓ କ୍ଷୁଧାହୀନତା ହୁଏ । ଆରମ୍ଭ ଅବସ୍ଥାରେ କୌଣସି ଲକ୍ଷଣ ନ ଥାଏ, ଏହି କର୍କଟ ଅତି ଆଗେଇ ନ ଯିବା ପର୍ଯ୍ୟନ୍ତ ଅଗ୍ନାଶୟ କର୍କଟ ବୋଲି ନିଧାର୍ଯ୍ୟ ଭାବେ କ‌ହିହେବନାହିଁ । ଏହାର ରୋଗ ନିର୍ଣ୍ଣୟ ହେବା ବେଳକୁ ଅନ୍ୟ ଅଙ୍ଗମାନଙ୍କୁ ବ୍ୟାପିଯାଇଥାଏ ।

ଅଗ୍ନାଶୟ କର୍କଟ
ଅଗ୍ନାଶୟ କର୍କଟ
ଅଗ୍ନାଶୟର ଅବସ୍ଥାନ ଚିତ୍ରରେ ଦେଖାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], gastroenterology[*]
ଆଇସିଡ଼ି-୧୦C25.
ଆଇସିଡ଼ି-୯-ସିଏମ୍157
ଓଏମ୍‌ଆଇଏମ୍260350
ରୋଗ ଡାଟାବେସ9510
ମେଡ଼ିସିନ-ପ୍ଲସ000236
ଇ-ମେଡ଼ିସିନmed/1712
MeSHD010190

ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ । ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ କେତେକ ବିରଳ ଜେନେଟିକ ଅବସ୍ଥା ଏହି ରୋଗ ସଙ୍କଟ ଆଣିଥାଏ । ପ୍ରାୟ ୨୫ % ରୋଗର ଧୁମ୍ରପାନ ସ‌ହ ଯୋଗସୁତ୍ର ଥାଏ, ଓ ୫ରୁ ୧୦ % ଜୀନସ‌ହ ଯୋଗସୁତ୍ର ଥାଏ । ସି.ଟି.ସ୍କାନ, ଅଲ୍‌ଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ଓ ତନ୍ତୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି କର୍କଟ ରୋଗକୁ ପ୍ରଥମରୁ ଆରମ୍ଭ କରି ଚତୁର୍ଥ ସୋପାନ ଯାଏ ୪ଟ ସୋପାନରେ ବିଭକ୍ତ କରାଯାଏ । ସାଧାରଣ ଜନତାଙ୍କର ସ୍କ୍ରିନିଙ୍ଗ କରି ବିଶେଷ ଫଳ ମିଳେନାହିଁ ।

ଅଗ୍ନାଶୟ କର୍କଟ ରୋଗର ପ୍ରତିଷେଧ ନିମନ୍ତେ ଏକ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବା ଓ ଲାଲ ତ‌ଥା ପ୍ରକ୍ରିୟାସମ୍ପର୍ଣ୍ଣ ମାଂସ ନ ଖାଇବା ନିମନ୍ତେ ସୁପାରିଶ କରାଯାଏ । ଧୁମ୍ରପାୟୀମାନଙ୍କର ଏହି ରୋଗ ଆଶା କମିଯାଏ ଯଦି ୨୦ ବର୍ଷ ପରେ ବି ଧୁମ୍ରପାନ ତ୍ୟାଗ କରନ୍ତି । ଏହି ରୋଗକୁ ଅପରେଶନ, ରାଡିଏସନ, କେମୋଥେରାପି, ପାଲିଏଟିଭ୍ ଥେରାପି ଓ ଏମାନଙ୍କର ସମ୍ମିଳିତ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । କର୍କଟ ସୋପାନ ଉପରେ ଏହାର ଚିକିତ୍ସା ନିର୍ଭର କରେ । ଅପରେସନ ହେଉଛି ଏକମାତ୍ର ଉପାୟ ଯାହା ସାହାଯ୍ୟରେ ରୋଗମୁକ୍ତ କରିହେବ ବା ଉନ୍ନତ ଜୀବନ‌ଯାତ୍ରା ନିର୍ବାହ କରିହେବ । ଅନେକ ସମୟରେ ଯନ୍ତ୍ରଣା ନିବାରଣ ଓ ହଜମକାରୀ ଔଷଧ ଆବଶ୍ୟକ ହୁଏ । ଆରୋଗ୍ୟ ଚିକିତ୍ସା ସ‌ହ ପ୍ରାକ୍-ପାଲିଏଟିଭ ଚିକିତ୍ସା ଆରମ୍ଭ କରିବାକୁ ସୁପାରିଶ କରାଯାଏ ।

କର୍କଟ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ୨୦୧୨ ମସିହାରେ ଅଗ୍ନାଶୟ କର୍କଟ ସପ୍ତମ ସ୍ଥାନ ଅଧିକାର କରିଥିଲା, ଓ ପୃଥିବୀରେ ୩୩୦,୦୦୦ ମୃତ୍ୟୁ ହୋଇଥିଲା । ଆମେରିକାରେ ଏହା କର୍କଟ ମୃତ୍ୟୁର ଚତୁର୍ଥ ସ୍ଥାନ ଅଧିକାର କରିଛି । ଅଧିକାଂଶ ସମୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ହୁଏ ଓ ୨୦୧୨ ମସିହାରେ ଏହି ସ୍ଥାନମାନଙ୍କରେ ୭୦ % ନୂଆ କେସ ଦେଖାଯାଇଥିଲା । ଆଡେନୋକାର୍ସିନୋମାର ଫଳାଫଳ ଅତି ନିରୁତ୍ସାହ ଜନ‌କ; ରୋଗ ନିର୍ଣ୍ଣୟ ପରେ ୨୫% ଏକ ବର୍ଷ ବଞ୍ଚନ୍ତି ଓ କେବଳ ୫ % ପାଞ୍ଚ ବର୍ଷ ବଞ୍ଚନ୍ତି । ଶୀଘ୍ର ନିର୍ଣ୍ଣିତ ହୋଇଥିବା ରୋଗ ପାଞ୍ଚ ବର୍ଷ ବଞ୍ଚିବା ହାର ୨୦ %କୁ ବଢ଼ିଛି । ଅନ୍ୟ ପକ୍ଷରେ ନିଉରୋଏଣ୍ଡୋକ୍ରାଇନ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳାଫଳ ଉତ୍ସାହ ଜନ‌କ; ପାଞ୍ଚ ବର୍ଷ ବଞ୍ଚିବା ହାର ୬୫ % ।

ଆଧାର

Tags:

Pancreatic cancerକଟି ଯନ୍ତ୍ରଣାକାମଳ

🔥 Trending searches on Wiki ଓଡ଼ିଆ:

ଜ୍ଞାନୀନ୍ଦ୍ର ବର୍ମାକୁଞ୍ଜବିହାରୀ ଦାଶଜାତୀୟ ଆୟକାହ୍ନୁଚରଣ ମହାନ୍ତିଗୋପବନ୍ଧୁ ଚୌଧୁରୀଇରା ମହାନ୍ତିଛ ମାଣ ଆଠ ଗୁଣ୍ଠମହାଦେଶଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିପ୍ରଦୂଷଣଜଳ ପ୍ରଦୂଷଣଫେସବୁକଇଲେକ୍ଟ୍ରୋନିକ କମର୍ସପାଇକଉଇକିକଥାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଭାରତର ସଂସ୍କୃତିକାଶ୍ମୀରପଟ୍ଟଚିତ୍ର୧ (ସଂଖ୍ୟା)ନିମାପଡ଼ାଅରୁଣ କୁମାର ସାହୁରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗୋପୀନାଥ ମହାନ୍ତିଗଜପତି ଜିଲ୍ଲାବ୍ରହ୍ମୋତ୍ରୀ ମହାନ୍ତିବଜରଙ୍ଗୀ (ଓଡ଼ିଆ କଥାଚିତ୍ର)ଟାଇଫଏଡ ଜ୍ଵରଜଣ୍ଡିସ୍କୃଷ୍ଣଚନ୍ଦ୍ର ପାଣିଗ୍ରାହୀଶ୍ରୀନିବାସ ରାମାନୁଜନମନୋଜ ଦାସଙ୍କ କଥା ଓ କାହାଣୀନିତ୍ୟାନନ୍ଦ ମହାପାତ୍ରଐଶ୍ୱର୍ଯ୍ୟା ରାୟଇଣ୍ଡିଆନ ପ୍ରିମିଅର ଲିଗଏକକଜୟଦେବ୨୮ ଅପ୍ରେଲଅଳକାହର ପଟ୍ଟନାୟକଅକ୍ଷାଂଶନବଯୌବନ ବେଶନୀଲ ଆର୍ମଷ୍ଟ୍ରଙ୍ଗକମଳ ଲୋଚନ ମହାନ୍ତିଖୋର୍ଦ୍ଧା ଜିଲ୍ଲାଗୀତଗୋବିନ୍ଦସଂଗୀତପଞ୍ଜାବୀ ଭାଷାQR codeହିନ୍ଦୁ ସମୟ ଗଣନାଦ୍ୱିତୀୟ ବିଶ୍ୱଯୁଦ୍ଧବୀର ସୁରେନ୍ଦ୍ର ସାଏମିଳିତ ଜାତିସଂଘସମ୍ବଲପୁର ଜିଲ୍ଲାତ୍ରିପୁରା ମିଶ୍ରଅର୍ଜୁନ୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକଦୀନକୃଷ୍ଣ ଦାସରାମ ନବମୀଆଡାମ୍ ସ୍ମିଥ୍ଗୋଲ୍‌ମାଲ୍Taxonomy (biology)ଚନ୍ଦ୍ରଗୁପ୍ତସଜନାୟୁନିଫର୍ମ ରିସୋର୍ସ ଲୋକେଟରପୁଷ୍ଟିସାରଉପେନ୍ଦ୍ର ଭଞ୍ଜବାରବାଟି ଦୁର୍ଗପ୍ରଧାନ ପୃଷ୍ଠାବଦ୍ରୀନାଥ ମନ୍ଦିରକଟକଓଡ଼ିଶା ବିଧାନ ସଭା🡆 More