କୁଞ୍ଜବିହାରୀ ଦାଶ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ ଲୋକରତ୍ନ ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

ଲୋକରତ୍ନ

କୁଞ୍ଜବିହାରୀ ଦାଶ
ଜନ୍ମ(1914-03-07)୭ ମାର୍ଚ୍ଚ ୧୯୧୪
ରେଞ୍ଚଶାସନ, ନିମାପଡ଼ା, ପୁରୀ ଜିଲ୍ଲା
ମୃତ୍ୟୁ୧୪ ମାର୍ଚ୍ଚ ୧୯୯୪(1994-03-14) (ବୟସ ୮୦)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଧ୍ୟାପକ, ଲେଖକ
ଚାକିରିକ୍ଷେତ୍ର(ସମୂହ)ରେଭେନ୍ସା ମହାବିଦ୍ୟାଳୟ,
ଉତ୍କଳ ବିଶ୍ୱବିଦ୍ୟାଳୟ

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

କୁଞ୍ଜବିହାରୀ ଦାଶ ୧୯୧୪ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଟିଉସନ କରି ସେ ନିଜ ଶିକ୍ଷାଖର୍ଚ୍ଚ ମେଣ୍ଟାଉଥିଲେ ।

ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନ

ସେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ସେଠାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କାର ସ୍ୱରୂପ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା ପାଇଥିଲେ । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ "ଓଡ଼ିଆ ଲୋକଗୀତ ଓ କାହାଣୀ" ଉପରେ ଗବେଷଣା କରି ସେ ନିଜ ଡକ୍ଟରେଟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।

ସାହିତ୍ୟ ରଚନା

କିଶୋର ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଲାବଣ୍ୟ କୁସୁମ ଥିଲା ତାଙ୍କ ଲିଖିତ ପ୍ରଥମ କାବ୍ୟ । କ୍ରମେ ସେ ଅନ୍ୟାନ୍ୟ ସାହିତ୍ୟ ବିଭାବ ମଧ୍ୟ ରଚନା କରିଥିଲେ ।

ମୃତ୍ୟୁ

୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ତାଙ୍କଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

  • ଆମେରିକାରୁ ଇଉରୋପ ଆଫ୍ରିକା
  • ମୋ ସ୍ୱପ୍ନର କାଶ୍ମୀର
  • ମୋ କାହାଣୀ (ଆତ୍ମଜୀବନୀ)
  • କନକଲତାର ଲୁହ
  • ମାଟି ଓ ଲାଠି

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୫-୬୭ (ଆମେରିକାରୁ ୟୁରୋପ୍ ଆଫ୍ରିକା ପାଇଁ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - (ମୋ କାହାଣୀ ପାଇଁ), ୧୯୭୯
  • କଲକତା ଏକାଡେମୀ ଅଫ୍ ଫୋକଲୋରଦ୍ୱାରା "ଲୋକରତ୍ନ" ଉପାଧି, ୧୯୭୮

ଆଧାର

Tags:

କୁଞ୍ଜବିହାରୀ ଦାଶ ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷାକୁଞ୍ଜବିହାରୀ ଦାଶ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନକୁଞ୍ଜବିହାରୀ ଦାଶ ସାହିତ୍ୟ ରଚନାକୁଞ୍ଜବିହାରୀ ଦାଶ ମୃତ୍ୟୁକୁଞ୍ଜବିହାରୀ ଦାଶ ସାହିତ୍ୟ ସର୍ଜନାକୁଞ୍ଜବିହାରୀ ଦାଶ ସମ୍ମାନ ଓ ପୁରସ୍କାରକୁଞ୍ଜବିହାରୀ ଦାଶ ଆଧାରକୁଞ୍ଜବିହାରୀ ଦାଶଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଶ୍ରୀତମ ଦାସବସନ୍ତ ରୋଗମାଘଶ୍ରୀ ଅରବିନ୍ଦଦାମୋଦର ରାଉତଜେ. ବି. ଏସ. ହାଲଡେନମହାତ୍ମା ଗାନ୍ଧୀଅନନ୍ତ ପଟ୍ଟନାୟକଭାନୁଜୀ ରାଓଫୁଲସମ୍ବଲପୁରଦାଶ ବେନହୁରପରିବେଶରାମଶଙ୍କର ରାୟ୨୬ ଅପ୍ରେଲଟର (ବେନାମୀ ନେଟୱାର୍କ)ନଅଙ୍କ ଦୁର୍ଭିକ୍ଷଦେବାଶିଷ ନାୟକଅକ୍ଟୋବରମୁଣ୍ଡ ବିନ୍ଧାରଣଜିତ ପଟ୍ଟନାୟକତୁଳସୀ ଦାସଓଡ଼ିଶାର ଲୋକକଳାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକ୍ଲାଉଡ଼ ଟେକ୍ନୋଲୋଜିସବ୍ୟସାଚୀ ମିଶ୍ରଇଣ୍ଡୋନେସିଆଭୁବନେଶ୍ୱର ର ମନ୍ଦିର ମାନସମ୍ବଲପୁର ଜିଲ୍ଲାମାନସ ରଞ୍ଜନ ମଲ୍ଲିକଭଗତ ସିଂହନବଗୁଞ୍ଜରଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଜଳବିଦ୍ୟୁତପ୍ରଭା ଦେବୀଚାନ୍ଦବାଲିକ୍ୟୁବା୧୫୮୩ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁମ୍ୟାଲେରିଆକାଳିନ୍ଦୀ ଚରଣ ପାଣିଗ୍ରାହୀମାଣଆନନ୍ଦ ବାବୁବିଶ୍ୱଜିତ ଦାସ୩୩୫ଏମିତି ଭାଇ ଜଗତେ ନାହିଁକୋଷ୍ଠକାଠିନ୍ୟଅନ୍ନଦା ଶଙ୍କର ରାୟଅଣସରହରିଶୟନ ଏକାଦଶୀଯୌନ ସମ୍ଭୋଗପରଶମଣି (ଉପନ୍ୟାସ)ସୁଜାତା ଭଟ୍ଟହାତୀପାନୋବିନୋଷ୍ଟାଟହରିଶଙ୍କର ମନ୍ଦିରରାମଚନ୍ଦ୍ର ବେହେରାଓଡ଼ିଶାର ଲୋକନୃତ୍ୟଉମେଶଚନ୍ଦ୍ର ସରକାରଶ୍ରୀରାଧାଜାଭା (ପ୍ରୋଗ୍ରାମିଂ ଭାଷା)ସମୁଦ୍ରପଙ୍କଜ ଚରଣ ଦାସପଞ୍ଚୁ ଫୁଟଣପୁରାଣଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗୌତମ ବୁଦ୍ଧଫିନଲ୍ୟାଣ୍ଡଓଡ଼ିଶାର କଳାହାଡ଼ଫୁଟିରେବତୀ (କ୍ଷୁଦ୍ରଗଳ୍ପ)🡆 More