ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ: ମାନବ ରୋଗ

ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ବା ଏଚୟୁଏସ (ଇଂରାଜୀ ଭାଷାରେ Hemolytic-uremic syndrome/ HUS) ଏକ ରକ୍ତ ରୋଗ (blood disorders) ଦଳର ନାମ ଯେଉଁଥିରେ ଆନିମିଆ, ଆକ୍ୟୁଟ ବୃକ୍‌କ ବିଫଳତା (acute kidney failure) ଓ ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଦେଖାଯାଏ । ରୋଗ ଆରମ୍ଭରେ ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea), ଜ୍ୱର, ବାନ୍ତି (vomiting) ଓ ଦୁର୍ବଳ ଲାଗେ । ତରଳ ଝାଡ଼ା ଉପଶମ ଆରମ୍ଭ ବେଳକୁ ପ୍ଲାଟେଲେଟ କମିଯାଏ ଓ ବୃକ୍‌କ ସମସ୍ୟା ଆରମ୍ଭ ହୁଏ । ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏ କିନ୍ତୁ ଯୁବକମାନଙ୍କର ରୋଗର ଫଳାଫଳ ଅତି ଖରାପ ହୁଏ । ରୋଗ ଜଟିଳ ହେଲେ ସ୍ନାୟୁ ସମସ୍ୟା (neurological problems) ଓ ହୃଦ୍‌ପାତ ହୁଏ ।

ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Hemolytic-uremic syndrome)
Haemolytic-uraemic syndrome, thrombocytopenia and microangiopathic hemolytic anemia associated with distorted erythrocytes
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ: ମାନବ ରୋଗ
ସିସ୍ଟୋସାଇଟ (Schistocytes) ଦେଖାଯାଉଛି ।
ବିଭାଗଶିଶୁରୋଗ ବିଜ୍ଞାନ (Pediatrics), nephrology
ଲକ୍ଷଣକିଛି ଦିନର ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea) ପରେ ଆନିମିଆ, ବୃକ୍‌କ ବିଫଳତା, ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଅଳ୍ପ ଲୋହିତ ରକ୍ତ କଣିକା (low red blood cells), and ବୃକ୍‌କ ବିଫଳତା
କାରଣ(E coli O157:H7), (shigella), (salmonella) ଇତ୍ୟାଦି ଜୀବାଣୁ ସଂକ୍ରମଣ
ବିପଦ କାରକଅଳ୍ପ ବୟସ, ମହିଳା
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା ଓ ମଳ ପରୀକ୍ଷା
ସଠିକ ରୋଗ ନିର୍ଣ୍ଣୟ(Thrombotic thrombocytopenic purpura/ TTP), (disseminated intravascular coagulation/ DIC), (artificial heart valve)
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis)
Prognosis<୨୫% ଦୀର୍ଘକାଳୀନ ବୃକ୍‌କ ସମସ୍ୟା
ପୁନଃପୌନିକଏକ ଲକ୍ଷରେ ୧.୫
ମୃତ୍ୟୁ ସାନ୍ଦ୍ରତା<୫% ମୃତ୍ୟୁ ସଙ୍କଟ

ଏକ ନିର୍ଦ୍ଦିଷ୍ଟ ଏସେରିକିଆ କୋଲାଇ ୦୧୫୭:ଏଚ୭ (O157:H7) ସଂକ୍ରମଣ ଯୋଗୁ ହେଉଥିବା ସଂକ୍ରାମକ ତରଳ ଝାଡ଼ା (infectious diarrhea) ପରେ ଅଧିକାଂଶ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ରୋଗ ସୃଷ୍ଟି ହୁଏ । ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସ୍ଟ୍ରେପ୍ଟୋକୋକା ନିମୋନି (Strep. pneumoniae), ସିଗେଲା (shigella), ସାଲମୋନେଲା (salmonella), ଓ କେତେକ ଔଷଧ ଯୋଗୁ ଏହି ରୋଗ ହୁଏ । ଜୀବାଣୁରୁ ସିଗା ଟକ୍ସିନ (Shiga toxin) ନିର୍ଗତ ହେବା ଯୋଗୁ ଏହି ପରିବର୍ତ୍ତନ ହୁଏ । ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ଆଟିପିକାଲ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Atypical hemolytic uremic syndrome ବା aHUS) ନାମକ ରୋଗ ଅନ୍ୟ ଭାବରେ ଉପସ୍ଥାପିତ ହୁଏ । ଏହି ଦୁଇ ପ୍ରକାର ରୋଗରେ ବ୍ୟାପକ ପ୍ରଦାହ ଓ କ୍ଷୁଦ୍ର ରକ୍ତନଳୀମାନଙ୍କରେ (blood vessels) ଅନେକ ରକ୍ତ ଜମାଟ (blood clots) ହୋଇଯାଏ ଯାହାକୁ ଥ୍ରୋମ୍ବୋଟିକ ମାଇକ୍ରୋଆଞ୍ଜିଓଗ୍ରାଫି (thrombotic microangiopathy) କୁହାଯାଏ ।

ସ‌ହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis) ସାହାଯ୍ୟରେ ଚିକିତ୍ସା କରାଯାଏ । ବର୍ଷକୁ ପ୍ରାୟ ୧୦୦,୦୦୦ ଲୋକରେ ୧.୫ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । ୫% ରୋଗୀଙ୍କର ମୃତ୍ୟୁ ହୁଏ ଓ ବାକି ରୋଗୀଙ୍କ ମଧ୍ୟରେ ପ୍ରାୟ ୨୫% ରୋଗୀଙ୍କର ବୃକ୍‌କ ରୋଗ ସମସ୍ୟା ହୁଏ । ସନ ୧୯୫୫ରେ ଏହା ପ୍ରଥମେ ଏକ ସିଣ୍ଡ୍ରୋମ (syndrome) ଭାବରେ ସଂଜ୍ଞା ଲାଭ କଲା ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:acute kidney failureen:blood disordersen:bloody diarrheaen:low plateletsen:neurological problemsen:vomitingଆନିମିଆଇଂରାଜୀ ଭାଷାଜ୍ୱରହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ଇଷ୍ଟ ଇଣ୍ଡିଆ କମ୍ପାନୀଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିହେଲୋ ନେଟୱର୍କଶନିଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରବୀର ସୁରେନ୍ଦ୍ର ସାଏଗଇଁଠାରବି ସିଂଶ୍ୱେତସାରବୀଣାପାଣି ମହାନ୍ତିଜଳବାୟୁମକର ସଂକ୍ରାନ୍ତିଧର୍ମେନ୍ଦ୍ର ପ୍ରଧାନରମଣ ପ୍ରଭାବଆଳୁମିଶେଲ ଓବାମାପରିଣାମଲତା ମଙ୍ଗେସକରହୀରାକୁଦ ବନ୍ଧ୧୩୮୪ଗାୟତ୍ରୀ ସରାଫଚାଟିକଣାସୁନାମହାଦେଶ୪ ଜୁନଅଖିଳ ମୋହନ ପଟ୍ଟନାୟକଇଲୋପେରିଡୋନଗୀତା ଦାଶ୧୫୭୯ଗୁରୁପ୍ରସାଦ ମହାନ୍ତିଋଷିଆଦକ୍ଷିଣ ଆଫ୍ରିକାଗ୍ରାମ ପଞ୍ଚାୟତପ୍ରାଣବନ୍ଧୁ କରଦୁର୍ଗା ପୂଜାଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)Pimecrolimusଓଡ଼ିଶାମାଣବସା ଗୁରୁବାରଅଷ୍ଟ୍ରେଲିଆ (ମହାଦେଶ)ଜିନା ସାମଲକପିଳେନ୍ଦ୍ର ଦେବଅଂଶୁପା ହ୍ରଦନୀଳକଣ୍ଠ ଦାସପଟ୍ଟନାୟକ୨୧ଓଡ଼ିଆ କବି ମାନଙ୍କର ତାଲିକାଗୌତମ ବୁଦ୍ଧଜାନକୀ ବଲ୍ଲଭ ପଟ୍ଟନାୟକବିନୋଦ ଚନ୍ଦ୍ର ନାୟକDebapriya Priyadarshi Chakraଅଷ୍ଟ୍ରେଲିଆଭାରତର ନଦୀ ସମୂହର ତାଲିକାତୁଳସୀ ଚଉରାଜ୍ଞାନପୀଠ ପୁରସ୍କାରଜୁଲିଅସ ସିଜରପରମାଣୁ କ୍ରମାଙ୍କଜୋଆନ ଅଫ ଆର୍କ୧ ମାର୍ଚ୍ଚସଦାଶିବ ପ୍ରଧାନୀ୧୯୮୧ସ୍ୱାମୀ ବିବେକାନନ୍ଦଲକ୍ଷ୍ମୀନାରାୟଣ ସାହୁଉଇକିଅଭିଧାନଏଚଆଇଭି/ଏଡସହନୁମାନମହୁଲଜଗନ୍ନାଥ ଦାସକୁଞ୍ଜବିହାରୀ ଦାଶମାଇନ ଟୁଡ଼ୁଅକ୍ଷାଂଶଉଇକିପିଡ଼ିଆଚିନ୍ତାମଣି ବେହେରା🡆 More