ହିନ୍ଦୁ ଧର୍ମରେ ଯମୁନା

]

ଯମୁନା
ହିନ୍ଦୁ ଧର୍ମରେ ଯମୁନା
5th century terracotta sculpture of Yamuna with attendants
Personification of the Yamuna river
Devanagariयमुना
Sanskrit TransliterationYamunā
AffiliationDevi, ନଦୀ ଦେବୀ
ଲୋକSuryaloka, Yamunotri
MantraOm Yamunaaya Namah, Yamunastaka
SymbolsLotus
ସ୍ୱାମୀ/ସ୍ତ୍ରୀକୃଷ୍ଣ
ଭାଇଭଉଣୀYama, Shani, Tapati, Revanta, Ashvins and Vaivasvata Manu
ସନ୍ତାନଗଣ10 children including Shruta
Mountକଇଁଛ
ପର୍ବପର୍ବାଣିଯମୁନା ଜୟନ୍ତୀ, ସୂର୍ଯ୍ୟ ଷଷ୍ଠୀ, ଭାଇ ଦୂଜ (Bhai Dooj)

ଯମୁନା ହିନ୍ଦୁ ଧର୍ମରେ ଏକ ପବିତ୍ର ନଦୀର ନାମ ଯାହା ଗଙ୍ଗା ନଦୀର ମୂଖ୍ୟ ଉପନଦୀ । ଏହି ନଦୀକୁ ଯମୁନା ନାମରେ ହିନ୍ଦୁ ଠାକୁରାଣୀ ଭାବରେ ପୂଜା କରାଯାଏ । କେତେକ ପୂର୍ବତନ ପୋଥିରେ ଯମୁନାଙ୍କୁ ଯମି ଓ ପରବର୍ତ୍ତୀ କାଳରେ କାଳିନ୍ଦୀ ନାମରେ ଲେଖାଯାଇଛି । ହିନ୍ଦୁ ପୋଥି ଅନୁସାରେ ଯମୁନାଙ୍କ ପିତାଙ୍କ ନାମ ସୂର୍ଯ୍ୟ ଓ ମାତାଙ୍କ ନାମ ସଞ୍ଜନା (ମେଘ ଦେବୀ) ଥିଲା । ମୃତ୍ୟୁର ଦେବତା ଯମଙ୍କର ସେ ଯମଜ ଭଉଣୀ ଥିଲେ । ଭଗବାନ କୃଷ୍ଣଙ୍କର ଅଷ୍ଟଭାର୍ଯ୍ୟା (Ashtabharya) ମଧ୍ୟରୁ ସେ ଏକ ପତ୍ନୀ ଥିଲେ । କୃଷ୍ଣଙ୍କର ବାଲ୍ୟ କାଳରେ ନଦୀ ଭାବରେ ଯମୁନାର ବଡ଼ ଭୂମିକା ଥିଲା । ହିନ୍ଦୁ ଧର୍ମ ଅନୁସାରେ ଯମୁନା ନଦୀରେ ସ୍ନାନ କଲେ ନିଜର ଅର୍ଜିତ ସମସ୍ତ ପାପ ଧ୍ରୌତ ହୋଇଯାଏ ।

ମୂର୍ତ୍ତି ବିଜ୍ଞାନ

ଗୁପ୍ତ ବଂଶର ରାଜତ୍ୱ କାଳରୁ ମନ୍ଦିର କବାଟରେ ଗଙ୍ଗା ଓ ଯମୁନାଙ୍କର ମୂର୍ତ୍ତି ଦେଖିବାକୁ ମିଳେ । ଅଗ୍ନି ପୁରାଣ ଅନୁସାରେ ଯମୁନାଙ୍କର ଦେହ ରଙ୍ଗ କଳା, ତାଙ୍କର ବାହନ ହେଉଛି କଚ୍ଛପ ଓ ସେ ତାଙ୍କର ହାତରେ ଗୋଟିଏ ଜଳ ପାତ୍ର ଧରିଥାଆନ୍ତି । ଗୋଟିଏ ପୁରାତନ ଚିତ୍ରରେ ତାଙ୍କୁ ଗୋରା ରଙ୍ଗ ବିଶିଷ୍ଟ ଏକ ସୁନ୍ଦରୀ ମହିଳା ଭାବରେ ଦର୍ଶାଯାଇଛି ।

ପରିବାର ଓ ନାମ

କେତେକ ପୁରାଣ ଶାସ୍ତ୍ରରେ ଯମୁନାଙ୍କୁ ସୂର୍ଯ୍ୟଙ୍କ କନ୍ୟା ଓ ଅନ୍ୟ କେତେକ ଶାସ୍ତ୍ରରେ ବ୍ରହ୍ମା ଓ ତାଙ୍କ ପତ୍ନୀ ସରଣ୍ୟୁ ବା ସଞ୍ଜନାଙ୍କର କନ୍ୟା ଭାବରେ ଲିଖିତ ଅଛି । ସଞ୍ଜନା ହେଉଛନ୍ତି ମେଘର ଦେବୀ । ମୃତ୍ୟୁର ଦେବତା ଯମଙ୍କର ଯମଜ ଭାବରେ ଯମୁନାଙ୍କୁ ଚିତ୍ରଣ କରାଯାଇଛି । ତାଙ୍କର ଭାଇମାନଙ୍କର ନାମ ଯଥାକ୍ରମେ ପ୍ରଥମ ବ୍ୟବସ୍ୱତ ମନୁ (ମାନବ), ଅଶ୍ୱିନୀ ଯମଜ ଭ୍ରାତା (ସ୍ୱର୍ଗ ଚିକିତ୍ସକ) ଓ ଶନି । ସୂର୍ଯ୍ୟଙ୍କର ସେ ପ୍ରିୟ ସନ୍ତାନ ଭାବରେ ଚିତ୍ରଣ ହୋଇଛନ୍ତି । ସୂର୍ଯ୍ୟଙ୍କ କନ୍ୟା ଭାବରେ ତାଙ୍କର ସୂର୍ଯ୍ୟତନୟା, ସୂର୍ଯ୍ୟଜା ଓ ରବିନନ୍ଦିନୀ ନାମମାନ ଉଲ୍ଲେଖ ଅଛି ।

ସୂର୍ଯ୍ୟଙ୍କ ପତ୍ନୀ ସଞ୍ଜନା ତାଙ୍କର ପତିଙ୍କର ପ୍ରଚଣ୍ଡ ଉତ୍ତାପ ସହ୍ୟ କରିନପାରି ତାଙ୍କ ସମ୍ମୁଖରେ ନିଜ ଚକ୍ଷୁ ଦ୍ୱୟ ବନ୍ଦ କରିଦେବାରୁ କ୍ରୋଧାନ୍ୱିତ ହୋଇ ସୂର୍ଯ୍ୟ କହିଲେ, “ତୁମର ସନ୍ତାନ କଳା ରଙ୍ଗର ହେବ ଓ ତାଙ୍କୁ ଯମ କୁହାଯିବ ।” ତା’ପରେ ସଞ୍ଜନା ତାଙ୍କୁ ଖୋଲା ଆଖିରେ ଦେଖିବାକୁ ଚେଷ୍ଟା କଲାବେଳେ ଆଖି ମିଟି ମିଟି ହୋଇଗଲା । ପୁନଶ୍ଚ ସୂର୍ଯ୍ୟ କ୍ରୋଧରେ କହିଲେ, “ତୁମର କନ୍ୟାର ନାମ ଯମୁନା ହେବ ।” ଖୋଲା ଆଖି ରଖିଥିବାରୁ ଯମୁନା ସଦାସର୍ବଦା ଦେବୀ ରୂପରେ ଚିରକାଳ ପୂଜ୍ୟ ହୋଇ ରହିବାକୁ ଆଶୀର୍ବାଦ ଦେଲେ ।

ହିନ୍ଦୁ ଧର୍ମରେ ଯମୁନା 
Krishna defeats Kaliya, dwelling in the Yamuna.

ଯମଙ୍କର ରଙ୍ଗ କଳା ଥିବାରୁ ତାଙ୍କ ଭଉଣୀ ଭାବରେ ତାଙ୍କୁ କାଳିନ୍ଦୀ ନାମକରଣ ହୋଇଥିବା ଅନୁମାନ କରାଯାଏ । ଅନ୍ୟ ଏକ ଉତ୍ସରୁ ଜଣାଯାଏ କାଳିନ୍ଦ ପର୍ବତରୁ ବାହାରିଥିବାରୁ ତାଙ୍କ ନାମ କାଳିନ୍ଦୀ ହୋଇଛି । ଯମୁନା ରଙ୍ଗ ପ୍ରଥମେ ସ୍ୱଚ୍ଛ ଥିଲା । ସତୀ ବିରହରେ ମ୍ରିୟମାଣ ହୋଇ ଶିବ ଅବଶେଷରେ ଯମୁନା ନଦୀଜଳ ମଧ୍ୟକୁ ଝାସ ଦେଇଥିଲେ । ତାଙ୍କର ଦୁଃଖ ଓ ଅପୂରଣୀୟ କାମନା ଥାଇ ଜଳରେ ଝାସ ଦେବାରୁ ଜଳର ରଙ୍ଗ କଳା ହୋଇଗଲା ।

ଯମ ସହିତ ନାମ

‘ଓ ଫ୍ଲାହେର୍ଟି’ଙ୍କ ଲେଖା ଅନୁସାରେ ବେଦ (ବେଦ) ବିଶ୍ୱାସରେ ଯମଙ୍କ (ଯମ) ଯମଜ ଭଉଣୀଙ୍କର ନାମ ଯମି ଥିଲା । ଯମ ଓ ଯମି ଦୁହେଁ ଠାକୁର ଥିଲେ । ଯମ ମୃତ୍ୟୁର ଦେବତା ଥିଲେ ଓ ଅନ୍ୟ ପକ୍ଷରେ ଯମି ଜୀବନ ଦେବୀ ଥିଲେ ।


ଆଧାର

Tags:

ହିନ୍ଦୁ ଧର୍ମରେ ଯମୁନା ମୂର୍ତ୍ତି ବିଜ୍ଞାନହିନ୍ଦୁ ଧର୍ମରେ ଯମୁନା ପରିବାର ଓ ନାମହିନ୍ଦୁ ଧର୍ମରେ ଯମୁନା ଯମ ସହିତ ନାମହିନ୍ଦୁ ଧର୍ମରେ ଯମୁନା ଆଧାରହିନ୍ଦୁ ଧର୍ମରେ ଯମୁନା

🔥 Trending searches on Wiki ଓଡ଼ିଆ:

ମାଲକାନଗିରି ଜିଲ୍ଲାବିରଜା ମନ୍ଦିରଆଖୁରସଗୋଲାସମୀର ରଞ୍ଜନ ଦାଶସଚ୍ଚିଦାନନ୍ଦ ରାଉତରାୟଦ୍ଵାରକାଧୀଶ ମନ୍ଦିରଯୌନ ଉତ୍ପୀଡ଼ନଶ୍ରଦ୍ଧାକର ସୂପକାର୧୯୬୧୨୦୧୨ମୌଳିକ ସଂଖ୍ୟାଖଡ଼ଗପୁରଜିନା ସାମଲଲକ୍ଷ୍ମୀ ପୁରାଣହନୁମାନକୁଜିବର ପ‌ତ୍ରମନୋଜ ଦାସଙ୍କ କଥା ଓ କାହାଣୀମହାପାତ୍ର ନୀଳମଣି ସାହୁପୋଟଳ ରସା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜୟଦେବପାଇକ ଆଖଡ଼ାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଓମ'ଙ୍କ ନିୟମନୟାଗଡ଼ ଜିଲ୍ଲାମାୟାଧର ମାନସିଂହକୋଷ୍ଠକାଠିନ୍ୟଶାସ୍ତିସରୋଜିନୀ ନାଇଡୁମହୁସତ୍ୟନାରାୟଣ ରାଜଗୁରୁଜାଭା (ପ୍ରୋଗ୍ରାମିଂ ଭାଷା)ନେତୃତ୍ୱବନ୍ୟାଓଡ଼ିଆ କଥାଚିତ୍ର ଜଗତଟୋକିଓଦଶାବତାରଉପନିଷଦପଙ୍କଜ ଉଧାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅଭିରାମ ପରମହଂସଜଗନମୋହ‌ନ ଲାଲବିରିୟାନୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାମହିଳା ଯୌନାଙ୍ଗ ଛେଦନଶ୍ରୀରାଧାସତୀ (ହିନ୍ଦୁ ଦେବୀ)ପରୀକ୍ଷାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭୁବନେଶ୍ୱରଭାରତର ଜାତୀୟ ପତାକାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନଅଙ୍କ ଦୁର୍ଭିକ୍ଷଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଉଇକିପିଡ଼ିଆଗଣ୍ଡାଅନନ୍ତ ପଟ୍ଟନାୟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଇକେଲମାଗୁଣିର ଶଗଡ଼ (କଥାଚିତ୍ର)ଆଇଡେଲାଲିସିବଓଡ଼ିଆ କାବ୍ୟ କବିତାଯଦୁମଣି ମହାପାତ୍ରଧରିତ୍ରୀକାଟୁଲୁ ରବି କୁମାର୫ ନଭେମ୍ବରଶେୟାର ବଜାରଉପେନ୍ଦ୍ର ଭଞ୍ଜ🡆 More