ରସଗୋଲା ଦିବସ

ରସଗୋଲା ଦିବସ ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ ଓ ରେଡ଼ିଓ ଚକୋଲେଟ ପାହାଳର କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ । ଭୁବନେଶ୍ୱରରେ ପାଳିତ ଏହି ଉତ୍ସବରେ ୧୦ରୁ ଅଧିକ ରସଗୋଲା ଦୋକାନରୁ ପାଳଙ୍ଗ, ପୋଦିନା, ଅମୃତଭଣ୍ଡା ଆଦି ନାନାଦି ଉପାଦାନ ଥାଇ ରସଗୋଲା ପରିବେଷଣ କରିଥିଲେ । ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ନଥିକରଣର ଅଭାବ ହେତୁ ସଠିକ ମସିହା ଲିପିବଦ୍ଧ ହୋଇପାରିନଥିଲା । ତେବେ ପୁରୀରୁ ଆରମ୍ଭ ହୋଇ ପରେ ଏହା କଟକର ସାଲେପୁର ଓ ଭୁବନେଶ୍ୱରର ପାହାଳଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ଜଗନ୍ନାଥ ମନ୍ଦିରଙ୍କ ରୋଷଘରେ ତିଆରି ହେଉଥିବା କ୍ଷୀରମୋହନ (ରସଗୋଲା) ପରେ ପଶ୍ଚିମ ବଙ୍ଗର ନବୀନ ଚନ୍ଦ୍ର ଦାସଙ୍କ ଦେଇ ପରିବର୍ତ୍ତିତ ହୋଇଥିଲା । ପ୍ରଥମ ରସଗୋଲା ଦିବସ ପାଳନ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦେଇ ପୁରୀ ବେଳାଭୂମିରେ ଏକ ରସଗୋଲା ଦିବସ ଲେଖାଥିବା ବାଲୁକାକଳା ନିର୍ମାଣ ହୋଇଥିଲା ।

ରସଗୋଲା ଦିବସ
ରସଗୋଲା ଦିବସ
ମହାପ୍ରଭୁଙ୍କୁ ସମର୍ପିତ ରସଗୋଲା ଭୋଗ
ନାମରସଗୋଲା ଦିବସ
ପାଳନକାରୀମିଷ୍ଟାନ୍ନ ପ୍ରେମୀ
ପର୍ବ ପାଳନରସଗୋଲା ପୂଜା ପରେ ବଣ୍ଟନ
ତାରିଖନିଳାଦ୍ରୀ ବିଜେ ଦିନ(୨୦୧୫ମସିହା ପାଇଁ ୩୦ ଜୁଲାଇ)
ପୁନଃପୌନିକତାବାର୍ଷିକ
ସମ୍ପର୍କିତଓଡ଼ିଶା,ଓଡ଼ିଆ

ରସଗୋଲାର ଇତିହାସ

ରସଗୋଲା ଦିବସ 
ଭୁବନେଶ୍ୱରର ପାହାଳ ରସଗୋଲା

ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବାଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

କିମ୍ବଦନ୍ତୀ

ରଥଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି ତାଙ୍କୁ ଖୁଆଇ ଦେବାର ବିଧି ରହିଛି ।

ପାଳନ

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର ଯୋଜନା ନିଆଯାଇଥିଲା । ଏଥିପାଇଁ ସମ୍ବାଦ (ଖବରକାଗଜ), ରେଡ଼ିଓ ଚକୋଲେଟ ଆଦି ଅନୁଷ୍ଠାନ ଏହାର ପ୍ରଚାରପ୍ରସାର ଦାୟିତ୍ୱ ନେଇଥିଲେ ।

ଆଧାର

Tags:

ରସଗୋଲା ଦିବସ ରସଗୋଲାର ଇତିହାସରସଗୋଲା ଦିବସ କିମ୍ବଦନ୍ତୀରସଗୋଲା ଦିବସ ପାଳନରସଗୋଲା ଦିବସ ଆଧାରରସଗୋଲା ଦିବସକଟକଜଗନ୍ନାଥ ମନ୍ଦିରପଶ୍ଚିମ ବଙ୍ଗପୁରୀଭୁବନେଶ୍ୱରରସଗୋଲାସମ୍ବାଦସାଲେପୁରସୁଦର୍ଶନ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଖବରକାଗଜ ତାଲିକାରବର୍ଟ ମୂଗଅମୃତାୟନଶାରଳା ପୁରସ୍କାରବେଦନରୱେମଙ୍ଗଳା ମନ୍ଦିରଜଗନ୍ନାଥବିଭିନ୍ନ ପ୍ରକାର ଶାଗର ତାଲିକାକଟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯବକ୍ଷାରଜାନ୨୦୧୯ ଭାରତୀୟ ସାଧାରଣ ନିର୍ବାଚନସମ୍ବାଦ (ଖବରକାଗଜ)ମହାଭାରତଭାରତୀୟ ସ୍ୱାଧୀନତା ଆନ୍ଦୋଳନ୯୯୦ରମାଦେବୀ ଚୌଧୁରୀରୋମାନିଆସୁଭାଷ ଚନ୍ଦ୍ର ବୋଷରାଜ ଯୋଗଗୌତମ ବୁଦ୍ଧଅଲିମ୍ପିକ କ୍ରୀଡ଼ା୨୧ହେପାଟାଇଟିସମାଙ୍ଗାନିଜଦମୟନ୍ତୀ ବେଶ୍ରାକୋରାପୁଟଗୀତଗୋବିନ୍ଦରୋହିଙ୍ଗିଆ ଗଣହତ୍ୟାନେପାଳଓଡ଼ିଆଜୟୀରାମ ସାମଲଗୁଗଲବିଶ୍ୱତାପନଚେକ ରିପବ୍ଲିକଜାଭାସ୍କ୍ରିପ୍ଟଅଚ୍ୟୁତ ସାମନ୍ତଗ୍ରାସନଳୀ୧୧୫୨ଓଡ଼ିଶା ବିଧାନ ସଭାକମ୍ପ୍ୟୁଟର ବିଜ୍ଞାନବିଜୟ ମିଶ୍ର୧୯ ଡିସେମ୍ବରଭଗବତ ଗୀତାଓଡ଼ିଆ ଲୋକସମ୍ବାଦପୁରାଣଦୀପାବଳୀକୁମାର ପୂର୍ଣ୍ଣିମାବୀର ସୁରେନ୍ଦ୍ର ସାଏଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମହିମା ଧର୍ମଗଙ୍ଗାଧର ମେହେରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦିଲ୍ଲୀଅନନ୍ତ ପଟ୍ଟନାୟକଡାଲଟେପାରିନମାଳତୀ ଚୌଧୁରୀବଲାଙ୍ଗୀରବସନ୍ତ କୁମାର ଶତପଥୀ୧୭୫୨ସୁନ୍ଦରଗଡ଼ ଜିଲ୍ଲାଜନ୍ ଏଫ୍. କେନେଡ଼ିଇଣ୍ଡୋନେସିଆଦଶାବତାରଡୋନାଲ୍ଡ ଟ୍ରମ୍ପଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପୃଥିବୀଇରା ମହାନ୍ତି🡆 More