ଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ

ଓଡ଼ିଶା ସରକାରଙ୍କ ଏକ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଓଡ଼ିଶା ରାଜ୍ୟ ଔଷଧ ନିଗମ (OSMCL)ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ୨୦୧୫ ମଇ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଉଦ୍ଦେଶ୍ୟ

ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ଜୀବନରକ୍ଷକ ବ୍ୟୟବହୁଳ ଔଷଧଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇଦେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏକ ପ୍ରୟାସ ।ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଏବଂ ମାଗଣା ଔଷଧ ଯେଭଳି ହାତ ପାଆନ୍ତାରେ ମିଳିବ ସେଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟକୁ ଆସୁଥିିବା ରୋଗୀମାନଙ୍କୁ ମାଗଣାରେ ଜେନେରିକ ମେଡିସିନ ଯୋଗାଇ ଦିଆଯିବ । ଏହାଦ୍ୱାରା ଗରୀବ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ହୋଇପାରିବ ।

ଯୋଜନା ରୂପାୟନ

ଏହି ଯୋଜନା ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMCL)ଦ୍ୱାରା ପରିଚାଳିତ ହେଉଛି । ସ୍ୱାସ୍ଥ୍ୟସେବାକୁ ଅଧିକ ଜନାଭିମୁଖୀ କରିବାପାଇଁ ୨୦୧୪ ମସିହା ବଜେଟରେ ୨୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ରସରକାରଙ୍କ ନୀତି ଅନୁସାରେ, ଯଦି ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ନିର୍ଦ୍ଦେଶାବଳୀର ସଫଳ ରୂପାୟନ ହୁଏ, ତେବେ ପ୍ରୋତ୍ସାହନ ଆକାରରେ ୫% ଅଧିକ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠି ମିଳିବ । ଏହିକ୍ରମରେ ଜନସାଧାରଣଙ୍କୁ କିଭଳି ଅଧିକରୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିଲାଗି ଔଷଧ ନିଗମ ପ୍ରସ୍ତୁତ କରାଯାଇଛି । ଏଣିକି କେନ୍ଦ୍ରୀୟ ପ୍ରକ୍ରିୟାରେ ଇ-ଟେଣ୍ଡର ମାଧ୍ୟମରେ ଔଷଧ କିଣାଯିବା ସାଙ୍ଗକୁ ସ୍ୱଚ୍ଛତା ଉପାୟରେ ଶୀତଳଭଣ୍ଡାରରେ ରଖିବା, ସୁବଣ୍ଟନ ବ୍ୟବସ୍ଥା କରିବା ଏବଂ ଡାକ୍ତରମାନେ ଯେଭଳି ସରକାରୀ ଔଷଧକୁ ରୋଗୀଙ୍କୁ ଯୋଗାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତ ବିଧି ଏବଂ ବଣ୍ଟନ ପ୍ରକ୍ରିୟା ଅନଲାଇନ ହେବ । ସୂଚନା ପ୍ରଯୁକ୍ତି ପ୍ଲାଟଫର୍ମ ସ୍ୱଚ୍ଛତା ଆଣିବ ଏବଂ ନଷ୍ଟ ରୋକିବାକୁ ଧ୍ୟାନ ଦେବ । ଅଡିଟ ପାଇଁ ଡାକ୍ତରଙ୍କ ପ୍ରେସକ୍ୟୁସନ ସ୍କାନ ହୋଇ ବେବସାଇଟରେ ଅପଲୋଡ଼ ହେବ ଯେଉଁଥିପାଇଁ ଏହି ଯୋଜନା ଅନ୍ତର୍ଗତ ୩୫୦ଟି ପ୍ରକାର ମାଗଣାରେ ଥିବା ଔଷଧ ମଧ୍ୟରୁ ସେ ରୋଗୀଙ୍କୁ ପ୍ରେସକ୍ରାଇବ କରୁଛନ୍ତି କି ନାହିଁ ଜଣାପଡ଼ିବ ।

ଏହି ଯୋଜନାରେ ଔଷଧ ଉପଲବ୍ଧ ସ୍ଥାନ

ଏହି ଯୋଜନାରେ ରୋଗୀଙ୍କୁ ମାଗଣାରେ ୫୭୨ ପ୍ରକାର ଔଷଧ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୭୨ ପ୍ରକାର ଔଷଧ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ମାଗଣା ଔଷଧ ବଡ଼ ମେଡ଼ିକାଲଗୁଡ଼ିକ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସବୁ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଓ ଉପକେନ୍ଦ୍ରଗୁଡିକୁ ଏଥିରେ ସାମିଲ କରାଯିବ । ରାଜ୍ୟର ସମସ୍ତ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଏହି ମାଗଣା ଔଷଧଗୁଡ଼ିକୁ ପାଇପାରିବେ ।

ଇ-ଔଷଧି ସହ ନିରାମୟ

ଏବେ ଇ-ଔଷଧି ମାଧ୍ୟମରେ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ୨୭୨ ପ୍ରକାରର ଔଷଧ ମିଳୁଛି । ନିରାମୟ ଜରିଆରେ କର୍କଟ, ମଧୁମେହ, ସିକିଲସେଲ ଆନେମିଆ, ଥାଲାସେମିଆ, ହେମୋଫିଲିଆ ଏବଂ ମାନସିକ ରୋଗ ଆଦି ଦୁରାରୋଗ୍ୟ ରୋଗ ପାଇଁ ଔଷଧ ସହିତ ହସ୍ପିଟାଲ ବ୍ୟବହାର୍ଯ୍ୟ ଏବଂ ମେଡିକାଲ ସର୍ଜିକାଲ ଉପକରଣ ଯୋଗାଇ ଦିଆଯାଉଛି । କର୍କଟ ରୋଗ ପାଇଁ ମାଗଣା ଔଷଧ ସମସ୍ତ ସରକାରୀ ଡାକ୍ତରଖାନାମାନଙ୍କରେ ୨୦୧୫ ଶେଷ ସୁଦ୍ଧା ଉପଲବ୍ଧ ହେଉଛି ।

ଉଦ୍ଧୃତି

Tags:

ଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ ଉଦ୍ଦେଶ୍ୟଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ ଯୋଜନା ରୂପାୟନଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ ଏହି ଯୋଜନାରେ ଔଷଧ ଉପଲବ୍ଧ ସ୍ଥାନଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ ଇ-ଔଷଧି ସହ ନିରାମୟଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟ ଉଦ୍ଧୃତିଓଡ଼ିଶା ସରକାରଙ୍କ ଏକ ଯୋଜନା ନିରାମୟନବୀନ ପଟ୍ଟନାୟକଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ବେଣୁଧର ରାଉତମହାପ୍ରସାଦ୨୦ ଅଗଷ୍ଟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନମନୋରଞ୍ଜନ ଦାସଏମିସ ଲୋକ୧୯୦୫ଇଣ୍ଡୋନେସିଆବିଶ୍ୱନାଥ କରକୋଣାର୍କ ସୂର୍ଯ୍ୟ ମନ୍ଦିରଅଣ୍ଡାପଙ୍କଜ ଉଧାସକାଟୁଲୁ ରବି କୁମାରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନୟାଗଡ଼ ଜିଲ୍ଲାଶେର ଶାହ ସୁରୀଭାଷାକଳାପାହାଡ଼ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବୈଷ୍ଣବ ଚରଣ ସାମଲଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଶୀ ବିଶ୍ୱନାଥ ମନ୍ଦିରରାମଚନ୍ଦ୍ର ବେହେରାରାଉରକେଲାକମ୍ପ୍ୟୁଟରମାଲେସିଆଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଗିରିଜା କୁମାର ବଳୀୟାରସିଂହବନ୍ୟାନେତୃତ୍ୱଆର୍ଯ୍ୟଭଟ୍ଟରାସାୟନିକ ମୌଳିକଓଡ଼ିଆଚିଲିକା (କବିତା)ଯୁକ୍ତରାଜ୍ୟପାର୍ବତୀବ୍ରାଉଜରଫେବୃଆରୀ ୨୮ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଆଖିଅଣସରବାମାଚରଣ ମିତ୍ର୨୪ ଅପ୍ରେଲଓଡ଼ିଆ କାବ୍ୟ କବିତାଭଗବତୀ ଚରଣ ପାଣିଗ୍ରାହୀଭଣ୍ଡ ଗଣେଶରାମ ନବମୀରବୀନ୍ଦ୍ରନାଥ ଠାକୁରମନୋଜ ଦାସଙ୍କ କଥା ଓ କାହାଣୀସମର ସଲିମ ସାଇମନଚବିଶ ଗୁରୁବଳଦେବଜୀଉ ମନ୍ଦିରପ୍ରତୀକ୍ଷାପ୍ଲୀହାସୂର୍ଯ୍ୟବଂଶୀ ସୂରଜଗୀତଗୋବିନ୍ଦତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଗୋପବନ୍ଧୁ ଚୌଧୁରୀ୭ (ସଂଖ୍ୟା)ରାମଚନ୍ଦ୍ର ମିଶ୍ରବାଘବ୍ୟଞ୍ଜନ ବର୍ଣ୍ଣପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଓଡ଼ିଆ ଭାଗବତଉତ୍କଳ ଦିବସହନୁମାନ ଚାଳିଶାଓଡ଼ିଆ ଖାଦ୍ୟରାବଣସରଳା ଦେବୀକଣ୍ଡୋମରଥଯାତ୍ରାଆପେଣ୍ଡିସାଇଟିସବୀଣାପାଣି ମହାନ୍ତିବିନୋଦ ଚନ୍ଦ୍ର ନାୟକ🡆 More