ମାନସିକ ରୋଗ

ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ । ଏହାର ଦୂର୍ଦ୍ଦଶା ଓ ଅସମର୍ଥତା ସହ ସମ୍ପର୍କ ଥାଏ ଯାହା ଲୋକର ସାଧାରଣ ସଂସ୍କୃତି ସହ ଜଡ଼ିତ ନ ଥାଏ । ଗୋଟିଏ ମଣିଷର ଚିନ୍ତାଧାରା, କର୍ମ, ଭାବନା ଓ ଗ୍ରହଣ ଶକ୍ତି ଉପରେ ମାନସିକ ରୋଗର ସଂଜ୍ଞା ନିର୍ଭର କରେ । ଏହା ମସ୍ତିଷ୍କର କୌଣସି ନିର୍ଦ୍ଦିଷ୍ଟ ଅଂଶର କାମ ଉପରେ ନିର୍ଭର କରେ ବା ସାମାଜିକ ସ୍ତରରେ ଅନ୍ୟ ସ୍ନାୟୁ ମଣ୍ଡଳର କାମ ଉପରେ ନିର୍ଭର କରେ ଯାହା ମୂଖ୍ୟତଃ ସାମାଜିକ ପରିପ୍ରେକ୍ଷୀରେ ଜଡ଼ିତ ଥାଏ । ମାନସିକ ସ୍ୱାସ୍ଥ୍ୟର ବୁଝାମଣା ସମୟ କ୍ରମେ ବଦଳି ଚାଲିଛି । ଏହାର ବର୍ଗୀକରଣ ବଦଳି ଚାଲିଛି । ଅନେକ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ରୋଗର ସ୍ଥିତି ନେଇ ରୋଗ ନିର୍ଣ୍ଣୟ ଜଟିଳ ହୋଇଯାଏ । ଡବ୍ଲ୍ୟୁ.ଏଚ୍.ଓ.

ତଥ୍ୟ ଅନୁସାରେ ଅଧିକାଂଶ ଦେଶରେ ଜନସଂଖ୍ୟାର ଏକ ତୃତୀୟାଂଶ ନିଜ ଜୀବଦ୍ଦଶାରେ କେବେ ନା କେବେ ମାନସିକ ରୋଗର ସଂଜ୍ଞା ଭୁକ୍ତ ହେବା ସମ୍ଭାବନା ରହେ।
ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ । ବିଭିନ୍ନ ଧରଣର ଥିଓରୀ ଏହି ସମ୍ପର୍କରେ ଆଗକୁ ଆସିଛି । ପର୍ଯ୍ୟବେକ୍ଷଣ ଓ ପ୍ରଶ୍ନୋତ୍ତରଦ୍ୱାରା ସମାଜରେ ଓ ଚିକିତ୍ସାଳୟରେ ମାନସିକ ଚିକିତ୍ସକ, ମନୋବିଜ୍ଞାନୀ ଓ ସାମାଜିକ କର୍ମକର୍ତ୍ତାମାନେ ଏହାକୁ ସମୀକ୍ଷା କରନ୍ତି । ଏହାର ଚିକିତ୍ସା ମାନସିକ ଚିକିତ୍ସକମାନେ କରନ୍ତି । ଔଷଧ ଓ ସାଇକୋଥେରାପିଦ୍ୱାରା ଏହାର ଚିକିତ୍ସା କରାଯାଏ । ଏହା ବ୍ୟତୀତ ସାମାଜିକ କାର୍ଯ୍ୟଧାରା, ସାହାଯ୍ୟ ଓ ସ୍ୱସାହାଯ୍ୟ (Self help) ଚିକିତ୍ସାରେ ଉପକାର ଆଣେ । ଅଳ୍ପ ରୋଗୀଙ୍କର ଅନିଚ୍ଛାକୃତ ଆବଦ୍ଧ ଓ ଅନିଚ୍ଛାକୃତ ଚିକିତ୍ସା ଆବଶ୍ୟକ ହୁଏ । ବାଛ ବିଚାର ଓ ଚିନ୍ତାଧାରା ମାନସିକ ରୋଗୀଙ୍କୁ ଅଧିକ ଖରାପ ଦିଗକୁ ଟାଣିନିଏ । ସାମାଜିକ ବହିସ୍କାର ନ କରି ମୂଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସାମାଜିକ ଆନ୍ଦୋଳନ ହେଉଛି । ଅଧୁନା ଏହି ରୋଗର ପ୍ରତିଷେଧକ ଉପରେ ବେଶୀ ଜୋର ଦିଆଯାଉଛି ।

ମାନସିକ ରୋଗ
ମାନସିକ ରୋଗ
Eight women representing prominent mental diagnoses in the 19th century. (Armand Gautier)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], clinical psychology[*], psychotherapy[*]
ଆଇସିଡ଼ି-୧୦F99.
MeSHD001523

ଆଧାର

Tags:

ମସ୍ତିଷ୍କ

🔥 Trending searches on Wiki ଓଡ଼ିଆ:

ରାସନ କାର୍ଡ଼ (ଭାରତ)ବିମ୍ବାଧର କୁଅଁରଦଶାବତାରଚିନ୍ତାମଣି ବେହେରାପଣା ସଂକ୍ରାନ୍ତିବୁନ୍ଦିଆ ଖିରିଶ୍ରୀରାମ ପଣ୍ଡାଅଭିରାମ ପରମହଂସମେସିନ ଟ୍ରାନ୍ସଲେସନଯଶୋବନ୍ତ ଦାସପ୍ରଦୀପ କୁମାର ପାଣିଗ୍ରାହୀମହେନ୍ଦ୍ରଗିରିଭଦ୍ରକ ଜିଲ୍ଲାଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଆ ଭାଷାଓଡ଼ିଆ ଭାଗବତମହାଭାରତଚିଲିକା ହ୍ରଦଏକ୍ସକ୍ୟୁଜ ମିଭୂମିକମ୍ପଦାମୋଦର ରାଉତବିରଜା ମନ୍ଦିରପ୍ରତିଭା ରାୟନେମାଳପୁରୁଷୋତ୍ତମ ଦେବଭୀମ ପୃଷ୍ଟିଓଡ଼ିଆ ଯୁବକ ପାଠାଗାରଭାରତୀୟ ଦଣ୍ଡ ସଂହିତା, ୧୮୬୦ମୋରୋକ୍କୋଚନ୍ଦନଲାଗି ବେଶରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀକାନ୍ତ ସାହୁଜହ୍ନମାଟିର ମଣିଷ (ଉପନ୍ୟାସ)ବନ୍ଦେ ମାତରମବଳରାମ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକାଞ୍ଚନ ଅୱସ୍ତିଧର୍ମେନ୍ଦ୍ର ପ୍ରଧାନପକ୍ଷୀବକ୍ସି ଜଗବନ୍ଧୁବୀଣାପାଣି ମହାନ୍ତିଶ୍ରୀନିବାସ ରାମାନୁଜନରୋହିତ ପୂଜାରୀପ୍ରଥମାଷ୍ଟମୀପ୍ରଦୀପ କୁମାର ପଣ୍ଡାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଶ୍ୱନାଥ କରବାବୁଶାନ୍୧ ଫେବୃଆରୀପ୍ଲୀହାବନ୍ଦେ ଉତ୍କଳ ଜନନୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଭାନୁଜୀ ରାଓକଳାପାହାଡ଼ବିଦ୍ୟୁତଉଇକିଅଭିଧାନଚୈତ୍ର ମଙ୍ଗଳବାର ଓଷା୬ ଫେବୃଆରୀସଞ୍ଜୁ ସାମସନୱାଟରଲୁ ଯୁଦ୍ଧଫିଲିପାଇନ୍ସପୃଥିବୀକଲମ୍ବିଆଚିତ୍ତରଞ୍ଜନ ଦାସ🡆 More