ଦେବଦାସ ଛୋଟରାୟ

ଦେବଦାସ ଛୋଟରାୟ (ଜନ୍ମ: ୨୫ ନଭେମ୍ବର ୧୯୪୬) ଜଣେ ଓଡ଼ିଆ ଲେଖକ, କାହାଣୀକାର, ପ୍ରାଶାସନିକ ଅଧିକାରୀ ଓ ଶିକ୍ଷାବିଦ । ସେ ଓଡ଼ିଶାର କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ସେ ଓଡ଼ିଆରେ ୭୫ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି ଏବଂ ପାଞ୍ଚରୁ ଅଧିକ ଥର ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ପୁରସ୍କାର ଅର୍ଜନ କରିଛନ୍ତି । ତାଙ୍କର ସାହିତ୍ୟିକ ରଚନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ଦେବଦାସ ଛୋଟରାୟ
ଦେବଦାସ ଛୋଟରାୟ
ସଭାପତି
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକର ପରିଚାଳନା ମଣ୍ଡଳୀ
କୁଳପତି
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-11-25) ୨୫ ନଭେମ୍ବର ୧୯୪୬ (ବୟସ ୭୭)
କଟକ
ଘରକଟକ, ଓଡ଼ିଶା, ଭାରତ
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ
ପେଷାଭାରତୀୟ ପ୍ରଶାସନିକ ଅଧିକାରୀ, ଲେଖକ

ବୃତ୍ତି

ଗୀତ ରଚନା

ଅକ୍ଷୟ ମହାନ୍ତିଙ୍କ ସହ ୧୯୬୦ ଦଶକରୁ ଆରମ୍ଭ କରି ମହାନ୍ତିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ମୁଖ୍ୟ ଗୀତିକାର ଭାବେ ଦେବଦାସ ଛୋଟରାୟ ଚଳଚ୍ଚିତ୍ର ଏବଂ ରେଡ଼ିଓ ଭଳି ଅଣ-ଚଳଚ୍ଚିତ୍ର ରଚନା କରିଥିଲେ । ତାଙ୍କ ବ୍ୟତୀତ ସେ ବିଭିନ୍ନ ପ୍ରସିଦ୍ଧ ଗାୟକ-ଗାୟିକା ସନ୍ଧ୍ୟା ମୁଖାର୍ଜୀ, ନିର୍ମଳା ମିଶ୍ର, ଉଷା ଉଥୁପ, ସୁରେଶ ୱାଡ଼େକର, ଉଦିତ ନାରାୟଣ, କବିତା କୃଷ୍ଣମୂର୍ତ୍ତୀ ଏବଂ ସୁନିଧି ଚୌହାନ ପ୍ରମୁଖ ତାଙ୍କ ରଚିତ ଗୀତ ପରିବେଷଣ କରିଛନ୍ତି । ତାଙ୍କର ଅଧିକାଂଶ ଅଣ-ଚଳଚ୍ଚିତ୍ର ବ୍ୟାବସାୟିକ ଗୀତଗୁଡ଼ିକ ସାରେଗାମାଦ୍ୱାରା (ଆଗରୁ HMV ନାମରେ ଜଣା) ରେକର୍ଡ଼ କରାଯାଇଥିଲା । ଟେଲିଭିଜନ ପାଇଁ ମଧ୍ୟ ସେ ଗୀତିନାଟ୍ୟ ରଚନା କରିଛନ୍ତି ।

କାହାଣୀ ରଚନା

ଚଳଚ୍ଚିତ୍ର କାହାଣୀକାର ଭାବେ ତାଙ୍କ ରଚିତ ଇନ୍ଦ୍ରଧନୁର ଛାଇ ୧୯୯୫ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ସେହି ବର୍ଷ ଋଷର କିନୋଟାଭର ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଥିଲା । ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ବିଶ୍ୱପ୍ରକାଶ ୨୦୦୦ ମସିହାରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା ଏବଂ ଏହା ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହୋଇଥିଲା ।

ପଦବୀ

ସେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ନିର୍ଦ୍ଦେଶକଭାବେ ୧୯୮୩-୧୯୮୯ ଯାଏ କାର୍ଯ୍ୟକରିଥିଲେ । ୧୯୮୭ ମସିହାରେ ସେ ପଞ୍ଚମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ପ୍ରକାଶନ କମିଟି ସଭାପତି ଭାବେ ଏବଂ ପରେ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ପରିଚାଳନା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

ରଚନାବଳୀ

ଦେବଦାସ ଛୋଟରାୟ ଚାରି ଦଶନ୍ଧି ଧରି କବିତା ଏବଂ ଗୀତ ରଚନା ପାଇଁ ଜଣାଶୁଣା ଓ ତାଙ୍କ ରଚନାଗୁଡ଼ିକ ଅନେକ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ତାଙ୍କର ରଚନାର ଅନୁବାଦ ସୁନୀଲ ଗାଙ୍ଗୋପାଧ୍ୟାୟଙ୍କ ସମ୍ପାଦିତ କୃତିବାସରେ ପ୍ରକାଶିତ ହୋଇଛି ।

ଗଳ୍ପ

  • ରମାକୁ ମାରିବାର ପାଞ୍ଚଟି ଉପାୟ
  • ମଲ୍ଲିକା, ୨୦୧୪

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬
  • ବିଷୁବ ପୁରସ୍କାର, ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କବିତା), ୨୦୧୦(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୯ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ସାହିତ୍ୟ ଭାରତୀ, ୨୦୨୧ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଉତ୍କଳ ସମାଜ ଶତବାର୍ଷିକୀ ପୁରସ୍କାର
  • ୨୦୦୮ ରାଜଧାନୀ ପୁସ୍ତକ ମେଳା ପୁରସ୍କାର


ଆଧାର

Tags:

ଦେବଦାସ ଛୋଟରାୟ ବୃତ୍ତିଦେବଦାସ ଛୋଟରାୟ ରଚନାବଳୀଦେବଦାସ ଛୋଟରାୟ ପୁରସ୍କାର ଓ ସମ୍ମାନଦେବଦାସ ଛୋଟରାୟ ଆଧାରଦେବଦାସ ଛୋଟରାୟଓଡ଼ିଆ ଲୋକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକଟକରେଭେନ୍ସା ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ମନୋଜ ଦାସକାମଦା ଏକାଦଶୀପର୍ଫେନାଜାଇନବିଜ୍ଞାନଚନ୍ଦ୍ରଶେଖର ନନ୍ଦରମାକାନ୍ତ ରଥଲିନକ୍ସପ୍ରଶାନ୍ତ ନନ୍ଦଅକ୍ଷୟ ମହାନ୍ତିଦୁଃଶାସନସୁନାସମ୍ବାଦଭକ୍ତ ଚରଣ ଦାସବିଶ୍ୱନାଥ କର୩୦ ଅପ୍ରେଲହୃଷୀକେଶ ମଲ୍ଲିକବିଜୟ ମିଶ୍ରପୁରୀଜ୍ଞାନକୋଷଦିବାକର ପରିଡ଼ାସଚିନ ତେନ୍ଦୁଲକର୧୯ ମାର୍ଚ୍ଚଭାରତ ଛାଡ଼ ଆନ୍ଦୋଳନହିମାଳୟଓଡ଼ିଆ ଭାଷା ଆନ୍ଦୋଳନପାରାଦୀପ ବନ୍ଦରପଞ୍ଚକନ୍ୟା୨୧ ମାର୍ଚ୍ଚଶିମିଳିପାଳ ଜାତୀୟ ଉଦ୍ୟାନବେଣୁଧର ରାଉତଦହି ହାଣ୍ଡିଏମିତି ଭାଇ ଜଗତେ ନାହିଁଗଜେନ୍ଦ୍ର ପ୍ରସାଦ ସାହୁହାଡ଼ଫୁଟିଚନ୍ଦନଲାଗି ବେଶକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମେଶ ପ୍ରସାଦ ପାଣିଗ୍ରାହୀମହାଦେଶକିରଣ ବେଦୀଅଶ୍ରୁମୋଚନ ମହାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରଚୌଧୁରୀ ବିକାଶ ଦାସଯଶୋଧାରା ମିଶ୍ରକାଜଲଓଡ଼ିଶାର ଲୋକନୃତ୍ୟରାଜ୍ୟ ସଭାନାରାୟଣ ସାହୁ (୧୯୨୮ ଜନ୍ମ)ସମୟ (କାଳ)ଶ୍ରୀ ଦେବ ରାମେଶ୍ଵର ମନ୍ଦିର୧୯୮୪ମସ୍କୋତୁଳସୀ ଗଛକିଶୋରୀ ଚରଣ ଦାସକ୍ୟୁ. ଆର. କୋଡ଼ପ୍ରତିଭା ଶତପଥୀଧାମରାବ୍ରହ୍ମୋତ୍ରୀ ମହାନ୍ତିଭାରତୀୟ ସମ୍ବିଧାନ୨୦ ଅପ୍ରେଲକୁଞ୍ଜବିହାରୀ ଦାଶ୧୭ ଅପ୍ରେଲଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା🡆 More