ତଅପୋଇ

ତଅପୋଇ ଏକ ଲୋକକଥାର ଚରିତ୍ର ।

କିମ୍ବଦନ୍ତୀ

ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା । କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇର ବାକି ସବୁ ଭାଉଜ ତାହାଙ୍କ ଉପରେ ଅନାଚାର କରୁଥିଲେ । ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମରେ, ଛେଳି ଚରେଇବା ପାଇଁ ପଠାଉଥିଲେ । ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ । କେବଳ ତାହାଙ୍କର ସାନଭାଉଜ ତାହାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲିରେ ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କରି ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ତାହାଙ୍କୁ ମିଳିଥିବା ଖୁଦ ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା । ତାହାଙ୍କର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି) ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଲାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ (ଭାଦ୍ରବ) ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି ।

ଆହୁରି ଦେଖନ୍ତୁ

  • ଓଡ଼ିଆ ଲୋକସାହିତ୍ୟ
  • ଓଡ଼ିଆ ଚଳଣି

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ତ୍ରିଭୁଜବ୍ୟଞ୍ଜନ ବର୍ଣ୍ଣସୁକନ୍ୟା ସମୃଦ୍ଧି ଯୋଜନାବିଜୁ ପଟ୍ଟନାୟକଚାଣକ୍ୟ୧୯୬୯ସାରଳା ଦାସଯାଜପୁର ଜିଲ୍ଲାଓଡ଼ିଶାର ଦଶହରା୧୩୮୫ଅଷ୍ଟ୍ରେଲିଆଚଳନ୍ତି ଠାକୁରଗ୍ରହସନ୍ଧିପଦମହାନଦୀବିଶ୍ୱନାଥ କରଅନ୍ନପୂର୍ଣ୍ଣା ମହାରଣାବସନ୍ତ ରୋଗଗଣନ ସଂଖ୍ୟାରବର୍ଟ ମୂଗକୃଷ୍ଣଚନ୍ଦ୍ର ପାଣିଗ୍ରାହୀପଟ୍ଟଚିତ୍ରଦୂତୀବାହନ ଓଷାଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରଜଗଦୀଶ ମହାନ୍ତିଜର୍ଜ କ୍ୟାଣ୍ଟର୧୯୮୮ରାମାୟଣଗୋଦାବରୀଶ ମିଶ୍ରପଠାଣି ସାମନ୍ତ୧୯ ଅପ୍ରେଲକମଳା ଶତପଥୀରଥଯାତ୍ରାରୋହିତ ଶର୍ମାଅନୁରାଧା ବିଶ୍ୱାଳଫୋଟନ୍‌ମୟୂରଭଞ୍ଜ ଜିଲ୍ଲାଶିବବନମାଳୀ ଦାସଓଡ଼ିଆ କବି ମାନଙ୍କର ତାଲିକାକାତ୍ୟାୟିନୀପ୍ୟାରିସବଲାଙ୍ଗୀର ଜିଲ୍ଲାଉପେନ୍ଦ୍ର ଭଞ୍ଜ୨୬ ଜାନୁଆରୀସାନ୍ତାଳୀ ଲୋକସଂସ୍କୃତିଚନ୍ଦନ ଯାତ୍ରାଯଶୋଧାରା ମିଶ୍ରୟୁକ୍ରେନwiki.phtmlଦଧି ନାଟଓଡ଼ିଆ କାବ୍ୟ କବିତାପଞ୍ଚତୀର୍ଥ, ପୁରୀସଚ୍ଚିଦାନନ୍ଦ ରାଉତରାୟକାଳୀଚରଣ ପଟ୍ଟନାୟକଭୌଗଳିକ ଦିଗବାରେଣିସାତକଡ଼ି ହୋତାଇନ୍ଦିରା ଗାନ୍ଧୀଜଟାୟୁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା🡆 More