ହାଡ଼ବାଈ: ଓଡ଼ିଶାର ଏକ ଜଣାଶୁଣା ଅପଦେବତୀ

ହାଡ଼ବାଈ ଓଡ଼ିଶାର ଲୋକବିଶ୍ୱାସରେ ଥିବା ଏକ ଜଣାଶୁଣା ଅପଦେବତୀ । କେତେକ ଲୋକେ ହାଡ଼ବାଈ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡାହାଣୀ ବୋଲି କହିଥାନ୍ତି । ଅନ୍ୟମତେ ସେ ଏକ ଯୋଗିନୀ । ହାଡ଼ବାଈ କୌଣସି ବ୍ୟକ୍ତିର ଗୃହରେ ଆବେଶ କଲେ ସେ ବ୍ୟକ୍ତି ଉପରେ ବା ସେ ବ୍ୟକ୍ତିର ଘରେ ନାନାବିଧ ସଙ୍କଟ ହୁଏ । ଏହି ହେତୁରୁ ଲୋକେ ହାଡ଼ବାଈଙ୍କୁ ପୂଜନ୍ତି ଓ ହାଡ଼ବାଈ ଲାଗିଲେ ଗୁଣିଆ ତାକୁ ଛଡ଼ାଇଥାଏ ।

ହାଡ଼ବାଈ: ଓଡ଼ିଶାର ଏକ ଜଣାଶୁଣା ଅପଦେବତୀ
ଗୋସାଣୀ ଯାତ୍ରାରେ ଗୋସାଣୀ ରୂପେ ପୂଜିତ ପୁରୀର ତିଆଡ଼ି ସାହିର ହାଡ଼ବାଈ ଠାକୁରାଣୀଙ୍କ ପ୍ରତିମା

ଡଃ କୁଞ୍ଜବିହାରୀ ଦାଶ ହାଡ଼ବାଈ ସମ୍ପତ୍ତିର ଦେବୀ ବୋଲି ଉଲ୍ଲେଖ କରିଛନ୍ତି । ଶତ୍ରୁକୁ ପରାସ୍ତ କରି କାଙ୍ଗାଳ କରିବା ପାଇଁ ଏହାଙ୍କ ଆରାଧନା କରାଯାଏ ।

ହାଡ଼ବାଈଙ୍କ ଆବେଶ ହେଲେ ଘର ମଧ୍ୟରେ କେହି ନଥିଲା ବେଳେ ହଠାତ୍ ଟେକା, ମଳମୂତ୍ର, ଖପରା, ବାଲି ଆଦି ଆସି ପଡ଼ିଥାଏ । ଯେତେ ସାବଧାନ ହେଲେ ମଧ୍ୟ ଏସବୁ ଅମଙ୍ଗଳ ପଦାର୍ଥ ଶୂନ୍ୟରୁ ଆସି ପତିତ ହୁଏ । କେଉଁଠାରୁ ଏହିସବୁ ପଡ଼ିଲା କେହି ଜାଣିପାରନ୍ତି ନାହିଁ । ଖାଇଦ୍ୟ ଓ ରନ୍ଧନ ବାସନ ଆଦିରେ ମଧ୍ୟ ବିଷ୍ଠା ମିଶିଯିବା ବା ବୋଳା ହେବା ଦେଖାଯାଏ । ଢାଙ୍କୁଣୀ ଘୋଡ଼ାଇ ରଖିଲେ ମଧ୍ୟ ପାତ୍ର ଭିତରୁ ମଇଳା ବାହାରେ । ଏହିପରି ସେହି ଘରେ ଅନେକ ନିର୍ଯ୍ୟାତନା ସହିବାକୁ ପଡ଼େ ।

ଗୁଣିଆମାନେ ମନ୍ତ୍ରତନ୍ତ୍ର ବଳରେ ଏ ଦେବୀଙ୍କୁ କୌଣସି ଅନ୍ୟ ବ୍ୟକ୍ତିଙ୍କ ଘରକୁ ପେଷନ୍ତି ଓ ମନ୍ତ୍ର ପ୍ରଭାବରେ ମଧ୍ୟ ଦେବୀଙ୍କୁ ପ୍ରତ୍ୟାହାର କରନ୍ତି ।

ଗୋପାଳ ଚନ୍ଦ୍ର ପ୍ରହରାଜ ନିଜର ବିଶାଳକାୟ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ହାଡ଼ବାଈ ଦେବୀଙ୍କ ବିଷୟରେ ନିଜର ଅନୁଭୂତିଟିଏ ଲିପିବଦ୍ଧ କରିଛନ୍ତି ।

କଟକ ନଗରର ଭାଷାକୋଷ ଲେନ୍ ନିକଟସ୍ଥ ପ୍ଯାରୀ ମୋହନ ସେନ୍ ଗଳିରେ  ମାର୍ଚ୍ଚ—ଏପ୍ରେଲି ମାସରେ ଏପରି ଘଟନା ଘଟିଥିବା ଏ ଗ୍ରନ୍ଥକାର ସ୍ୱଚକ୍ଷୁରେ ଦେଖିଛି । ଏପରି କି, ଆକ୍ରାନ୍ତ ପରିବାରର ବ୍ଯକ୍ତିମାନେ ଅନ୍ଯ ଲୋକଙ୍କ ଘରକୁ ନିମନ୍ତ୍ରିତ ହୋଇ ଖାଇବାକୁ ଗଲେ ସୁଦ୍ଧା ସେଠାରେ ସେମାନଙ୍କ ଖାଇବା ପତ୍ରରେ ବିଷ୍ଠା ପଡ଼ୁଥିବା ଦେଖାଗଲା । ଅନ୍ଯ ଲୋକ ସେ ସ୍ଥାନକୁ ଆସି ହାଡ଼ବାଈ ଦେବୀଙ୍କୁ ନିନ୍ଦା କଲେ ତାହା ଉପରେ ମଧ୍ଯ ଟେକା, ବିଷ୍ଠା ଆଦି ଆକସ୍ମିକ ଭାବରେ ପଡ଼ୁଥିବା ଦେଖା ହୋଇଥିଲା । କେତେ ମାସ ପରେ ଜଣେ ଗୁଣିଆ ଆସି ତାନ୍ତ୍ରିକ କର୍ମ ଅନୁଷ୍ଠାନ କରିବାରୁ ଏ ନିର୍ଯ୍ୟାତନ ବନ୍ଦ ହେଲା ।

ଅପଦେବତୀମାନଙ୍କ ସମ୍ମାନପୂର୍ବକ ପୂଜନ ଓ ବଳି ଇତ୍ୟାଦିଦ୍ୱାରା ଦୁଷ୍ପ୍ରଭାବକୁ ଅନେକ ମାତ୍ରାରେ କମେଇହେବ ଏହା ଏକ ଆଦିମ ବିଶ୍ୱାସ । ସେହି ବିଶ୍ୱାସ କ୍ରମେ ଲୋକେ ହଇଜା ରୋଗ ଓ ହାଡ଼ବାଈଙ୍କୁ ଠାକୁରାଣୀଙ୍କ ରୂପେ ପୂଜା କରନ୍ତି । ପୁରୀର ତିଆଡ଼ି ସାହିର ଗୋସାଣୀ ପ୍ରତିମାନଙ୍କୁ ଅନେକ ବର୍ଷ ଧରି ହାଡ଼ବାଈ ନାମରେ ଅଭିହିତ କରାଯାଉଛି । ଏହାଙ୍କ ମୂର୍ତ୍ତି ଠିକ ଅନ୍ୟ ଗୋସାଣୀଙ୍କ ଅନୁରୂପ ମହିଷମର୍ଦ୍ଦିନୀ ଦୁର୍ଗାଙ୍କ ଭଳି ନିର୍ମିତ । ହାଡ଼ବାଈଙ୍କୁ ଅନେକ ଗ୍ରାମରେ ଗ୍ରାମଦେବତୀ ଭାବେ ଆରାଧନା କରାଯାଏ ।

ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ହାଡ଼ବାଈ ଦେବୀଙ୍କର ଏକ କ୍ଷୁଦ୍ର ଦେଉଳ ରହିଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପୁରୀ ଜିଲ୍ଲାଦଶାବତାରଅରୁଣା ମହାନ୍ତିଦଶରଥଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାହିନ୍ଦୁଭୂମିକା ଦାଶଅଂଶୁଘାତହୃଷୀକେଶ ମଲ୍ଲିକwiki.phtmlଭକ୍ତ ଚରଣ ଦାସପ୍ରତୀକ୍ଷା୧ ମାର୍ଚ୍ଚଜାନକୀ ବଲ୍ଲଭ ପଟ୍ଟନାୟକବିଜୁ ଜନତା ଦଳସଞ୍ଚୟ ଖାତାଅଟିଜିମ୍‌ମୟୂରବୀଣାପାଣି ମହାନ୍ତିଆପେଣ୍ଡିସାଇଟିସଚୁଡ଼ାମହାଦେଶରାଜେନ୍ଦ୍ର ନାରାୟଣ ସିଂହଦେଓଚିତ୍ତରଞ୍ଜନ ଦାସଶାମ୍ବ (କୃଷ୍ଣଙ୍କ ପୁତ୍ର)ରାଖାଲ ମହାନ୍ତିକରଞ୍ଜମନୋରଞ୍ଜନ ଦାସଉପେନ୍ଦ୍ର ଭଞ୍ଜଧୋତିକାନନ ମିଶ୍ର୪ ଅପ୍ରେଲକାମଦା ଏକାଦଶୀଲକ୍ଷ୍ମୀନାରାୟଣ ସାହୁନବକଳେବରଦହି ହାଣ୍ଡି୨୧ଦୁର୍ଗା ପୂଜାହନୁମାନ ଚାଳିଶାସାମବେଦଗାଈରାମକୃଷ୍ଣ ନନ୍ଦଶତ୍ରୁଘ୍ନ ପାଣ୍ଡବଅମନାତ୍ୟ ଜନଜାତିତୋରାଣିତ୍ରିଭୁଜବିଭୁଦତ୍ତ ମିଶ୍ରଦୀନକୃଷ୍ଣ ଦାସମନୋଜ ଦାସଙ୍କ କଥା ଓ କାହାଣୀ୬୧୬ସୂର୍ଯ୍ୟୋଦୟକାଳୀଚରଣ ପଟ୍ଟନାୟକଶବ୍ଦ (ପଦ)୨୦ ଅପ୍ରେଲଶବ୍ଦ (ଧ୍ୱନି)ଜ୍ଞାନପୀଠ ପୁରସ୍କାରବିଜୁଳିବାଳୀଅସହଯୋଗ ଆନ୍ଦୋଳନହେମନ୍ତ କୁମାର ଦାସସ୍ତନ୍ୟପାୟୀଶଙ୍କର ପ୍ରସାଦ ତ୍ରିପାଠୀଓଡ଼ିଶା ବିଧାନ ସଭାଦୁର୍ଗାବଡ଼ଦିନଲିଚୁଚାରି ଧାମସମ୍ବାଦ (ଖବରକାଗଜ)ଭାଷାରାବଣ🡆 More