ହରିଶୟନ ଏକାଦଶୀ

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରି ଶୟନୀ’ ବା ପଦ୍ମା ଏକାଦଶୀ । ଆଷାଢ଼ ମାସ ଶୁକ୍ଳପକ୍ଷରେ ‘ହରି ଶୟନୀ ଏକାଦଶୀ’ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ । ‘ହରିଶୟନୀ ଏକାଦଶୀ’ ଦିନ ଭଗବାନଙ୍କ ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ । ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ । ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ । ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ । ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ । ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । ‘ଶୟନୀ’ ଓ ‘ବୋଧିନୀ’ ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ ।

ହରିଶୟନ ଏକାଦଶୀ
ହରିଶୟନ ଏକାଦଶୀ
ଶେଷ ନାଗ ଉପରେ ଶୟନରତ ବିଷ୍ଣୁ
ଅନ୍ୟ ନାମପଦ୍ମା ଏକାଦଶୀ,
ଦେବଶୟନି ଏକାଦଶୀ
ପାଳନକାରୀହିନ୍ଦୁ (ମୁଖ୍ୟତଃ ବୈଷ୍ଣବଙ୍କ ଦ୍ୱାରା)
ପ୍ରକାରଧାର୍ମିକ
ବିଶେଷତାଚତୁର୍ମାସ୍ୟା ଆରମ୍ଭ
ପର୍ବ ପାଳନବ୍ରତ, ପୂଜା
ତାରିଖଆଷାଢ଼ ଶୁକ୍ଳ ଏକାଦଶୀ
୨୦୨୪ ତାରିଖdate missing (please add)

ଆଧାର

Tags:

ବିଷ୍ଣୁ

🔥 Trending searches on Wiki ଓଡ଼ିଆ:

ଗୁଜରାଟକୟାଁ ଜନଜାତିମଲାଲା ୟୁସୁଫଜାଇକାଞ୍ଜିଅଅଁଳା ଓଷାବିଷ୍ଣୁମିତ୍ରଭାନୁ ଗୌନ୍ତିଆବିଶ୍ୱ ନାଟ୍ୟ ଦିବସଶୁଚିତ୍ୱନୃସିଂହଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଜଗନ୍ନାଥଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)ଭାରତର ରାଷ୍ଟ୍ରପତିଆମ୍ବେଦକର ଜୟନ୍ତୀଛବିଳ ମଧୁ ବର୍ଣ୍ଣବୋଧ୧୯ ମାର୍ଚ୍ଚଲବଣ ସତ୍ୟାଗ୍ରହକଳିଙ୍ଗ ଯୁଦ୍ଧବିଶ୍ୱତାପନ୧୭୯୦ଓଡ଼ିଆଗୋବିନ୍ଦ ତ୍ରିପାଠୀଜଳ ପ୍ରଦୂଷଣଓଡ଼ିଶାର ଲୋକନୃତ୍ୟଦରବାର (କବିତା)ଭାରତୀୟ ଜନତା ପାର୍ଟିଚେକ୍ ଗଣରାଜ୍ୟଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାନାରାୟଣ ସାହୁଭାଷାପୂର୍ଣ୍ଣଚନ୍ଦ୍ର ସ୍ୱାଇଁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଇନ୍‌ଫ୍ଲୁଏଞ୍ଜାହରେକୃଷ୍ଣ ମହତାବହସ୍ତମୈଥୁନଦ୍ରୌପଦୀ ମୁର୍ମୁବନମାଳୀ ଦାସପ୍ରଥମ ବିଶ୍ୱଯୁଦ୍ଧଫକୀର ସିଂହଇସ୍ରାଏଲଇଟାମାଟି ଗ୍ରାମସମ୍ବଲପୁରସମ୍ବିତ ରାଉତରାୟ୧୧ ମାର୍ଚ୍ଚସଂତୃପ୍ତ ମିଶ୍ରମୁକୁନ୍ଦ ଦେବଉଇକିପିଡ଼ିଆ ସମୂହର ତାଲିକାମନୋଜ ଦାସଷଠି ଓଷାପୃଥିବୀର ବାୟୁମଣ୍ଡଳଡାଲଖାଇମାଇନ ଟୁଡ଼ୁଶ୍ରୀନିବାସ ରାମାନୁଜନଅଗଷ୍ଟସମେଲାଟୋନିନଜହ୍ନପଣ୍ଡୁ ଓଷାଗୁଗଲମନ୍ମଥ ନାଥ ଦାସବିଜୟ ମହାନ୍ତି୨୯୨ଗରିଷ୍ଠ ସାଧାରଣ ଗୁଣନୀୟକବି. ଆର. ଆମ୍ବେଦକରଗୋଦାବରୀଶ ମହାପାତ୍ରସୁନାଚାଉଳଜଗନ୍ନାଥ ଦାସସିପ୍ରା ମଲ୍ଲିକ🡆 More