ଲସି

ଲସି (ପଞ୍ଜାବୀ: ਲੱਸੀ/لسی, ସିନ୍ଧି: لسي, ଉର୍ଦ୍ଦୁ: لسی, ମରାଠୀ: लस्सी, ଗୁଜରାଟୀ: લસ્સી, ବେଙ୍ଗଲି: লাস্যি, ପାସ୍ତୋ: شوملې‎) ଗୋଟିଏ ଜନପ୍ରିୟ, ପରମ୍ପରାଗତ, ଦହି ଥିବା ପାନୀୟ । ଏଥିରେ ଦହି, ଜଳ, ମସଲା ଓ ବେଳେ ବେଳେ ଫଳ ମିଶାହୋଇ ତିଆରି ହୁଏ । ପରମ୍ପରାଗତ ଲସିରେ ଲୁଣ ଓ ଚୁର୍ଣ୍ଣ ଜୀରା ମିଶାଯାଏ । ମିଠା ଲସିରେ ମସଲା ନ ମିଶେଇ ଚିନି, ଫଳ ମିଶାଯାଏ । ଧାର୍ମିକ କାର୍ଯ୍ୟରେ ଦହି ସହ ମହୁ ମିଶାଯାଏ । କେତେକ ସ୍ଥାନରେ ଲସିରେ ଦୁଧ ମିଶାଯାଏ ଓ ଉପରେ ପତଳା ରାବିଡି ସ୍ତର ରଖାଯାଏ । ଖରା ପାଗରେ ଲସି ସହ ବରଫ ମିଶେଇ ଦ୍ୱିପ୍ରହର ଭୋଜନ ପରେ ପିଆଯାଏ । ଝାଡା ବାନ୍ତି (Gastro-enteritis) ହେଲେ ଲସିରେ ହଳଦୀ ଗୁଣ୍ଡ ମିଶେଇ ଗ୍ରାମୀଣ ଚିକିତ୍ସା କରାଯାଏ ।

ଲସି
ଲସି
ଚର୍ବି ମୁକ୍ତ ଲସି
ମୂଳ ସ୍ଥାନIndian subcontinent
ଅଞ୍ଚଳ ବା ରାଜ୍ୟPunjab
ମୁଖ୍ୟ ଉପାଦାନYogurt, cream, water, spices, fruit

ପରିବର୍ତ୍ତିତ ଲସି

ପରମ୍ପରାଗତ ସାମାନ୍ୟ ମିଠା ବା ଲୁଣିଆ ଲସି

ଲସି 
A lassi shop
ଲସି 
Lassi in earthen tumbler, Kullhad, Varanasi.
ଲସି 
Mint sweet lassi in Pakistan.

ଉତ୍ତର ଭାରତ ତଥା ପଞ୍ଜାବରେ ଏହି ଲସି ଅତି ସାଧାରଣ । ଦହି ସାଥିରେ ପାଣି, ଚିନି ଓ ସ୍ୱାଦ ଅନୁସାରେ ମସଲା ମିଶାଯାଏ । ଚିନି ବଦଳରେ ଲୁଣ ମିଶେଇଲେ ଲୁଣିଆ ଲସି କୁହାଯାଏ ।

ମିଠା ଲସି

ମିଠା ଲସିରେ ଚିନି, ;;ଗୋଲାପ ଜଳ କିମ୍ବା ଲେମ୍ବୁ ରସ, ଷ୍ଟ୍ରବେରି (strawberry) କିମ୍ବା ଅନ୍ୟ ଫଳ ରସ ଦିଆଯାଏ । ପାକିସ୍ଥାନର ସିନ୍ଧ ଓ ଭାରତର ଯୋଧପୁର ଓ ରାଜସ୍ଥାନରେ ସାଫ୍ରନ ଲସି ଅତି ପ୍ରିୟ ପାନୀୟ । ମାଖନ ବା ଲହୁଣୀ ଲସିରେ ଅଧିକ ଲହୁଣୀ ପକାଯାଏ । ଏହା ମିଲ୍କ ସେକ (milkshake) ଭଳି ହୁଏ ।

ଆମ୍ବ ଲସି

ସାରା ପୃଥିବୀରେ ଆମ୍ବ ଲସି ଅତି ପ୍ରିୟ ପାନୀୟ । ଦହି, ପାଣି ଓ ଆମ୍ବ ପଳ୍ପ (Mango pulp) ମିଶେଇ ତିଆରି କରାଯାଏ । ଏଥିରେ ଚିନି ମିଶାଯାଇପାରେ ବା ନ ମିଶାଯାଇପାରେ । ଇଂଲଣ୍ଡ, ମାଲୟେସିଆ, ସିଙ୍ଗାପୁର ତଥା ପୃଥିବୀର ବିଭିନ୍ନ ସ୍ଥାନରେ ଏହା ମିଳେ । କାନାଡାରେ ଦହି, ଚିନି, କେସର, ସର, ଆଇସକ୍ରିମ ସହ ଆମ୍ବ ମିଶାଯାଏ । ଏହା ଗୋଟିଏ ବଡ଼ ଗିଲାସରେ ଏହା ରଖି ଉପରେ ପେସ୍ତା ସହ ଦିଆଯାଏ ।

ଭାଙ୍ଗ ଲସି

ଲସିରେ ଭାଙ୍ଗ ମିଶେଇଲେ ଭାଙ୍ଗ ଲସି ହୁଏ । ହୋଲି ସମୟରେ ଲୋକମାନେ ଏହାକୁ ପିଅନ୍ତି । ରାଜସ୍ଥାନରେ ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ଅଛି, ଯେଉଁଠି ଭାଙ୍ଗ ପଦାର୍ଥ ଓ ଭାଙ୍ଗ ଲସି ମିଳେ ।

ଛାଶ

ଛାଶ ଏକ ଲସି ଭଳି ପାନୀୟ, କିନ୍ତୁ ଏହା ଲସି ଭଳି ବହଳିଆ ନୁହେଁ ଓ ଏଥିରେ ଲହୁଣୀ ଅଂଶ କମ ଥାଏ । ଏଥିରେ ଜୀରା, ଲୁଣ ଓ ଧନିଆ ପତ୍ର ପକାଯାଏ । ସଦ୍ୟ ତିଆରି ଅଦା ଗୁଣ୍ଡ ଓ କଞ୍ଚା ଲଙ୍କା ମଧ୍ୟ ପକାଯାଏ । ରାଜସ୍ଥାନଗୁଜରାଟରେ ଏହା ଅତି ପ୍ରିୟା ପାନୀୟ ଓ ହଜମ ହେବା ବିଶ୍ୱାସରେ ଖାଦ୍ୟ ସହ ଖିଆଯାଏ । ଏହି ପାନୀୟକୁ କନ୍ନଡରେ ମାଜିଗେ, ମରାଠୀରେ ଟାକ, ତେଲୁଗୁରେ ମାଜିଗା, ମଲୟାଲମ ତଥା ତାମିଲିରେ ମୋରୁ ଓ ବଙ୍ଗଳାରେ ଘୋଲ କୁହାଯାଏ

ଆଧାର

Tags:

ଲସି ପରିବର୍ତ୍ତିତ ଲସି ଛାଶଲସି ଆଧାରଲସିଚିନିଜଳଦୁଧପଞ୍ଜାବୀମରାଠୀମହୁଲୁଣହଳଦୀ

🔥 Trending searches on Wiki ଓଡ଼ିଆ:

ଉତ୍ତର ଭାଦ୍ରପଦ (ନକ୍ଷତ୍ର)ଯୌନ ସମ୍ଭୋଗଅନନ୍ତ ପଟ୍ଟନାୟକକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱନାଥ କରଗୋପୀନାଥ ଦାସମ୍ୟାଲେରିଆରଘୁନାଥ ପରିଚ୍ଛାପୁଷ୍ୟା (ନକ୍ଷତ୍ର)ଇନ୍ଦୁରାଣୀ ମହାପାତ୍ରବାଇଶି ପାହାଚସମୟ (କାଳ)ଦ୍ରୌପଦୀ ମୁର୍ମୁପଖାଳ ଦିବସଅଭିମନ୍ୟୁ ସାମନ୍ତସିଂହାରପର୍ଶୁରାମ ଧଡ଼ାମଘା (ନକ୍ଷତ୍ର)ଓଲେନା ଜେଲେନସ୍କାଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ତ୍ରିପୁରା ମିଶ୍ରସାରଳା ଦାସସବୁ ମାୟାରେ ବାୟାସମ୍ବାଦ (ଖବରକାଗଜ)ଆଷ୍ଟାଟାଇନବ୍ରାଉଜରନବୀନ ପଟ୍ଟନାୟକବିଲେଇଭ୍ୟାକୁମ୍ କ୍ଲିନର୍ଯକ୍ଷ୍ମାଅନ୍ତର୍ଜାତୀୟ ମାତୃଭାଷା ଦିବସଓଡ଼ିଆ ଭାଷାଦସ୍ତାଶ୍ରୀରାଧାମୟୂରଭଞ୍ଜ ଜିଲ୍ଲାଗୋଦାବରୀଶ ମହାପାତ୍ରପ୍ଲୀହାଅକ୍ଷୟ ତୃତୀୟା୨୪ ଅଗଷ୍ଟଓଡ଼ିଶାର ପଞ୍ଚାୟତ ସମିତି ତାଲିକାଡେଙ୍ଗୁ ଜର୧୧ ମାର୍ଚ୍ଚକା (ଉପନ୍ୟାସ)ନାଗାର୍ଜୁନ ବେଶନୀଳକଣ୍ଠ ଦାସ୨୬ ଅପ୍ରେଲଛ ମାଣ ଆଠ ଗୁଣ୍ଠକାଳୀଚରଣ ପଟ୍ଟନାୟକଓଡ଼ିଶା ସରକାର୨୦୦୪ମାରୀଚନବରାତ୍ରୀଅନୁ ଚୌଧୁରୀରାମକୃଷ୍ଣ ପରମହଂସବୃଷ (ରାଶି)ମନମୋହନ ସାମଲରୁକ୍ମିଣୀ ବିବାହପାକ୍ରିଟିନିବସୋଫିଆ ଆଲାମଚୋଡ଼ଗଙ୍ଗ ଦେବଚକ୍ରଧର ବେହେରାବିଜ୍ଞାନଅଖିଳ ମୋହନ ପଟ୍ଟନାୟକନରେନ୍ଦ୍ର ମୋଦୀରାମାୟଣ (ବହୁବିକଳ୍ପ)ରାଜରାଜେଶ୍ୱର ବେଶମନୋରଞ୍ଜନ ଦାସଭୁବନେଶ୍ୱର ବେହେରାଶୀତ ରାତିଜଗନ୍ନାଥଙ୍କ ବେଶଜଗନ୍ନାଥ ଦାସରାଶି ଓ ନକ୍ଷତ୍ରରାଜ୍ୟ ସଭା🡆 More