ଯଦୁମଣି ମହାପାତ୍ର

ଯଦୁମଣି ମହାପାତ୍ର: ଓଡ଼ିଆ କବି

ଯଦୁମଣି ମହାପାତ୍ର (୮ ଜାନୁଆରୀ ୧୭୮୧[୧] - ୨ ଜୁଲାଇ ୧୮୬୬)[୨]ନୟାଗଡ଼ ଜିଲ୍ଲାର ଇଟାମାଟି ଗାଁରେ ୧୭୮୩ ମସିହାରେ ଜନ୍ମିତ ଜଣେ କବି ଥିଲେ । ସେ ଉତ୍କଳଘଣ୍ଟ ଭାବରେ ଖ୍ୟାତ ।[୩] ସେ ରାଘବ ବିଳାସପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡ଼ା ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି ଓଡ଼ିଶାର ପୁରପଲ୍ଲୀରେ ଭାରି ପ୍ରସିଦ୍ଧ ।

ଉତ୍କଳ ଘଣ୍ଟ

ଯଦୁମଣି ମହାପାତ୍ର
Utkala Ghanta Jadumani Mahapatra.jpg
ଜନ୍ମ ଓ ଜନ୍ମସ୍ଥାନ୮ ଜାନୁଆରୀ ୧୭୮୧(1781-01-08)
ମୃତ୍ୟୁ୨ ଜୁଲାଇ ୧୮୬୬(1866-07-02) (ବୟସ ୮୫)
ଜାତୀୟତାଭାରତୀୟ
ଜୀବିକାକବି

ଜୀବନ

ଜନ୍ମ

ଆଠଗଡ଼ ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ । ସେ ରଣପୁରଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ଶୋଭାଙ୍କର ସନ୍ତାନ କେହି ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ବିଗ୍ରହଙ୍କୁ ଆରାଧନା କରୁଥିଲେ । ପରେ ୧୭୮୧ ମସିହା ଜାନୁଆରୀ ଆଠତାରିଖରେ ତାଙ୍କର ପୁତ୍ର ଜନ୍ମ ହେଲା । ଯଦୁକୃଷ୍ଣଙ୍କ ଅନୁକମ୍ପାରୁ ପୁତ୍ର ହୋଇଥିବାରୁ ମୁକୁନ୍ଦ ନିଜ ପୁଅର ନାଆଁ 'ଯଦୁମଣି' ରଖିଲେ ।[୪] ସ୍ଥପତି ବଂଶରେ ଜନ୍ମଲାଭ କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ ।[୫]

ବଢ଼ାଇ ଜାତିରେ ଜନ୍ମିତ ହୋଇଥିବାରୁ ସେ ଆରମ୍ଭରେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପରେ ତାଙ୍କ ପାଣ୍ଡିତ୍ୟ ହେତୁ ସେ ରାଜଦରବାରମାନଙ୍କରେ ଆଦର ଲାଭ କଲେ ।[୬] ଏହି କଥାକୁ ସେ ନିଜ କାବ୍ୟର ପ୍ରଥମାଂଶରେ ଲେଖିଛନ୍ତି :

ଶୂଦ୍ରମୁଖୁ ଏ ହୋଇଛି ବାହାର
ରୌଦ୍ରତା ବହି କେହି ନ ବିଚାର
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ପଦ୍ମାପତିଙ୍କର ପଦ ଯେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।

—ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର

ଶ୍ରୀ ଚକ୍ରଧର ମହାପାତ୍ର ଏହାକୁ ଅର୍ଥ କରିଛନ୍ତି : "ଏହି ଗ୍ରନ୍ଥ ଜଣେ ଶୂଦ୍ର ବ୍ୟକ୍ତିର ମୁଖରୁ ପ୍ରକାଶ ହୋଇଛି ବୋଲି କେହି ରୌଦ୍ର ଭାବରେ ବିଚାର କର ନାହିଁ । ଚନ୍ଦ୍ର ରାହୁର ଉଚ୍ଛିଷ୍ଟ ହେଲେ ସୁଦ୍ଧା ମହାଦେବ ଶିବଙ୍କ ମସ୍ତକରେ ଶୋଭିତ; ସେହିପରି ଏହି କାବ୍ୟ କୃଷ୍ଣ-ବିଷ୍ଣୁଙ୍କ ଚରିତ ବିଷୟରେ ହୋଇଥିବାରୁ ସବୁ ଅପବାଦରୁ ଊର୍ଦ୍ଧ୍ୱରେ ।"[୭]

ଶିକ୍ଷା

ଯଦୁମଣିଙ୍କ ମାତା ଶୋଭା ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ସେ ଏସବୁ ଶୁଣିବାକୁ ପାଉଥିଲେ । ବାର ବର୍ଷ ବୟସରେ ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ଜଣେ ସଂସ୍କୃତ ପଣ୍ଡିତଙ୍କଠାରୁ ଯଦୁମଣି ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ । ଚାରି ବର୍ଷ ଅଧ୍ୟୟନ ପରେ ସେ ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ଘୁମୁସର ଯାତ୍ରା କରିଥିଲେ ।

ହୟଗ୍ରୀବ ମନ୍ତ୍ର

ଘୁମୁସରର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ଓଡ଼ିଶାର ବିଖ୍ୟାତ ପଣ୍ଡିତ ଥିଲେ । ଶିଷ୍ୟର ଏକାଗ୍ରତା ପରୀକ୍ଷା କରିବା ପାଇଁ ବାହିନୀପତି ଯଦୁମଣିଙ୍କୁ ହୟଗ୍ରୀବ ମନ୍ତ୍ର ସାଧନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଶହେ ଦଶଦିନ ଏହି ମନ୍ତ୍ରଜପ କରିବା ପରେ ଯଦୁମଣି ଜ୍ୱରପୀଡ଼ିତ ହୋଇ ଅବଶିଷ୍ଟ ଦଶଲକ୍ଷ ଥର ମନ୍ତ୍ରଜପ କରିପାରିନଥିଲେ । ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ କରିପାରିନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତିରେ ରହିଛି । ଅଠର ବର୍ଷ ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳକୁ ଦଶପଲ୍ଲା କୁଞ୍ଜଗଡ଼କୁ ଯାଇଥିଲେ । ସେଠାରେ ତାଙ୍କ ଅଜା ରହୁଥିଲେ । କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍‌ଙ୍କ ସହ ଯଦୁମଣିଙ୍କ ପରିଚୟ ହୋଇଥିଲା । ଏହାଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର, ପୁରାଣ, କାବ୍ୟଚର୍ଚ୍ଚା ଇତ୍ୟାଦିରେ ଯଦୁମଣି ଯୋଗ ଦେଇଥିଲେ ।[୪]

ଖଞ୍ଜନା

ଯଦୁମଣି ପ୍ରତିଦିନ ଯାଇ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ । ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି । ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧାରଙ୍କ ଝିଅ ଖଞ୍ଜନା ଅନ୍ୟତମ । ରାୟଗୁରୁ ଓ ସୂତ୍ରଧାରଙ୍କ ଆଶୀର୍ବାଦ ସହ ଯଦୁମଣି ଓ ଖଞ୍ଜନାଙ୍କ ବିବାହ ଅନୁଷ୍ଠିତ ହେଲା । ଖଞ୍ଜନା ନିଜେ ନୃତ୍ୟରେ ନିପୁଣ ଓ ଭଲ ଗାୟିକା ଥିଲେ । ପରବର୍ତ୍ତୀ ଜୀବନରେ ଯଦୁମଣିଙ୍କ ରଚିତ ଅନେକ ଚଉପଦୀ ଗୀତ ଏହି ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ।[୪]

ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ସେ ସଭା ଓ ରାଜକବି ଥିଲେ । ଆଠଗଡ଼ର କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ୧୮୬୬ରେ ତାଙ୍କର ପରଲୋକ ହୋଇଥିଲା ।[୮]

ରଚନାବଳୀ

ସାହିତ୍ୟିକ କୃତି

ଯଦୁମଣି ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଥିବା ଜଣାଯାଏ ।

ରାଘବ ବିଳାସ

ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ । ଏହା ୪୧ଟି ଛାନ୍ଦରେ ଲିଖିତ ।

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର

ଏହା ଆଠଗୋଟି କଳାରେ ରଚିତ । କୃଷ୍ଣଲୀଳା ଆଧାରିତ ।

ଅନ୍ୟାନ୍ୟ ରଚନା

ଏହା ଛଡ଼ା ଯଦୁମଣି କେତେକ ଭଜନ, ଚଉପଦୀ ଇତ୍ୟାଦି ରଚନା କରିଛନ୍ତି । ସେ ଖଣ୍ଡପଡ଼ା ଓ ନୟାଗଡ଼ (ନବଦୁର୍ଗ) ରାଜାଙ୍କ ଭଣତିରେ କେତେକ ଗୀତ ରଚନା କରିଥିବା ଜଣାଯାଏ ।

ସଙ୍ଗୀତ

ଯଦୁମଣିଙ୍କ ରଚନାବଳୀର ବର୍ତ୍ତମାନ ପ୍ରକାଶିତ ସଂସ୍କରଣଗୁଡ଼ିକରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ରାଗତାଳ ନିର୍ଦ୍ଦେଶ ଦେଖାଯାଏ, ଯଥା ରାଗ ମଧ୍ୟରେ : ତୋଡ଼ି ପରଜ, ପୂରବୀ, ରସକେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ, ମଙ୍ଗଳ ଗୁଜ୍ଜରୀ, ରେଗୁପ୍ତ, ଭାଟିଆରି ଓ ତାଳରେ : ସରିମାନ, ଝୁଲା, ଆଠତାଳୀ, ଏକତାଳୀ, ଆଡ଼ଖେମଟା, ନାତି । ତାଙ୍କ କାବ୍ୟଗୁଡ଼ିକ ଛାନ୍ଦ ରୀତିରେ ପାରମ୍ପରିକ ଓଡ଼ିଆ ଛନ୍ଦ-ବୃତ୍ତରେ ରଚିତ ।

ସଂକଳନ ଓ ପ୍ରକାଶନ

ଯଦୁମଣିଙ୍କ ରଚନାସବୁକୁ ଚକ୍ରଧର ମହାପାତ୍ର ସଂକଳିତ କରି ଯଦୁମଣି ଗ୍ରନ୍ଥାବଳୀ ନାମରେ ୧୯୬୪ ମସିହାରେ ପ୍ରକାଶିତ କରିଛନ୍ତି । ଏହି ବହିରେ ଯଦୁମଣିଙ୍କ ଜୀବନୀ, କିମ୍ବଦନ୍ତୀ, ହାସ୍ୟଗୀତ, ଭଜନ, ଚଉପଦୀ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଓ ରାଘବ ବିଳାସ ରହିଛି ।[୭]

ଆଧାର

  1. "ଯଦୁମଣିଙ୍କୁ ଭୁଲିଗଲେ କି ସରକାର?". ସମ୍ବାଦ. ୮ ଜାନୁଆରୀ ୨୦୨୧. Archived from the original on ୧୬/୦୧/୨୦୨୧. Retrieved 16 January 2021. {{cite news}}: Check date values in: |date= and |archivedate= (help)
  2. "ଉତ୍କଳଘଣ୍ଟ କବି ଯଦୁମଣି". No. ୮ ଜାନୁଆରୀ ୨୦୨୧. ପ୍ରଗତିବାଦୀ. Archived from the original on ୧୯/୦୧/୨୦୨୧. Retrieved 19 January 2021. {{cite news}}: Check date values in: |archivedate= (help)
  3. "Of art and artists". The Telegraph. Retrieved 23 August 2015.
  4. ୪.୦ ୪.୧ ୪.୨ ଯଦୁମଣି ମହାପାତ୍ର, ଡକ୍ଟର କୁଳମଣି ରାଉତ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୬ ।
  5. ଯଦୁମଣି ଗ୍ରନ୍ଥାବଳୀ, ପଣ୍ଡିତ ବିନାୟକ ମିଶ୍ର ।
  6. ପ୍ରାଚୀନ ଉତ୍କଳ, ଜଗବନ୍ଧୁ ସିଂହ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।
  7. ୭.୦ ୭.୧ ଯଦୁମଣି ଗ୍ରନ୍ଥାବଳୀ, ଚକ୍ରଧର ମହାପାତ୍ରଙ୍କଦ୍ୱାରା ସଂଗୃହୀତ ଓ ଟୀକାକୃତ । ଦାସ ବ୍ରଦର୍ସ, ବ୍ରହ୍ମପୁର-କଟକ, ୧୯୬୫ ।
  8. Eminent Personalities: Kabi Jadumani Mohapatra. Nayagarh district portal

This article uses material from the Wikipedia ଓଡ଼ିଆ article ଯଦୁମଣି ମହାପାତ୍ର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସପ୍ରଧାନ ପୃଷ୍ଠାପଖାଳପାଲାମୁ ଜିଲ୍ଲାଆଲବର୍ଟ ଆଇନଷ୍ଟାଇନଡାବିଗାଟ୍ରାନଓଡ଼ିଆ ଭାଷାଭାରତଓଡ଼ିଶାଭାରତର ସଂସ୍କୃତିବାପା ସୁପର୍‌ମ୍ୟାନ୍ମନୋଜ ଦାସଓଡ଼ିଆ ସାହିତ୍ୟସାରଳା ଦାସଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରସୁରେନ୍ଦ୍ର ମହାନ୍ତିଜଗନ୍ନାଥଭାରତୀୟ ସମ୍ବିଧାନରାଧାନାଥ ରାୟଅଶୋକ ଚକ୍ରଦଣ୍ଡ ନାଟମନୋରଞ୍ଜନ ଦାସରଥଯାତ୍ରାକାଳୀଚରଣ ପଟ୍ଟନାୟକଗଙ୍ଗାଧର ମେହେରଫକୀର ମୋହନ ସେନାପତିଉତ୍କଳ ଦିବସକାହ୍ନୁଚରଣ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଇତିହାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଶାର ଲୋକନୃତ୍ୟଓଡ଼ିଆ କବି ମାନଙ୍କର ତାଲିକାବୈକୁଣ୍ଠନାଥ ପଟ୍ଟନାୟକଘରଚଟିଆକୁନ୍ତଳା କୁମାରୀ ସାବତଗୋପବନ୍ଧୁ ଦାସଜଗନ୍ନାଥ ଦାସଜଗନ୍ନାଥ ମନ୍ଦିରଲୋକ ସଭାର ବାଚସ୍ପତିକିଶୋରୀ ଚରଣ ଦାସକୁମାର ପୂର୍ଣ୍ଣିମାଜଗନ୍ନାଥଙ୍କ ବେଶକନକ ମଞ୍ଜରୀ ମହାପାତ୍ରବନ୍ଦେ ଉତ୍କଳ ଜନନୀ୧୯୭୮ଡ଼ା. ଆଇଜାକ ସାନ୍ତ୍ରା ବାଳନିକେତନଓଡ଼ିଶା ବିଧାନ ସଭାରାଶି ଓ ନକ୍ଷତ୍ରମହାପାତ୍ର ନୀଳମଣି ସାହୁକେଲିଂଗ୍‍ପ୍ରତିଭା ରାୟକେନ୍ଦୁଝର ଜିଲ୍ଲାହନୁମାନ ଚାଳିଶାଶାନ୍ତନୁ କୁମାର ଆଚାର୍ଯ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଚଟିଆ (ଚଢ଼େଇ)ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଚ୍ୟୁତାନନ୍ଦ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧନୀଳଶୈଳ (ଉପନ୍ୟାସ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୋହିତ ଶର୍ମାବିଶ୍ୱନାଥ କରନୀଳକଣ୍ଠ ଦାସଗୌତମ ବୁଦ୍ଧଗୋଦାବରୀଶ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}