ମହମ୍ମଦ ଅଲ୍ଲୀ ଜିନ୍ନା: ପାକିସ୍ତାନୀ ରାଜନୀତିଜ୍ଞ

ମହମ୍ମଦ ଅଲ୍ଲୀ ଜିନ୍ନା (ଜନ୍ମ: ୨୫ ଡିସେମ୍ବର ୧୮୭୬, ମୃତ୍ୟୁ: ୧୧ ସେପ୍ଟେମ୍ବର ୧୯୪୮) ବିଂଶ ଶତାବ୍ଦୀର ଏକ ପ୍ରମୁଖ ରାଜନୀତିଜ୍ଞ, ଏକ ଆଇନଜୀବୀ ତଥା ପାକିସ୍ଥାନର ପ୍ରତିଷ୍ଠାତା ଭାବେ ସେ ପରିଚିତ । ସେ ପ୍ରାକ ସ୍ୱାଧୀନତା ସମୟରେ ମୁସଲିମ ଲିଗର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ନବ ନିର୍ମିତ ପାକିସ୍ଥାନର ପ୍ରଥମ ଗଭର୍ଣର ଜେନେରାଲ ଭାବେ ଦାୟିତ୍ୱ ନେଲେ । ପାକିସ୍ଥାନରେ ସେ ଜଣେ ମହାନ ନେତା ତଥା ପାକିସ୍ଥାନର ରାଷ୍ଟ୍ର ପିତା ରୂପେ ମଧ୍ୟ ସମ୍ମାନିତ ।

ମହମ୍ମଦ ଅଲ୍ଲୀ ଜିନ୍ନା: ପ୍ରାରମ୍ଭିକ ଜୀବନ, ସ୍ୱାଧୀନତା ସଂଗ୍ରାମରେ ଭୂମିକା, ମୃତ୍ୟୁ
ମହମ୍ମଦ ଅଲ୍ଲୀ ଜିନ୍ନା (1945)

ଭାରତୀୟ ରାଜନୀତିରେ ଜିନ୍ନା ୧୯୧୬ ମସିହାରୁ କଂଗ୍ରେସର ଏକ ନେତା ଭାବେ କାର୍ଯ୍ୟ କରିଆସୁଥିଲେ । ହିନ୍ଦୁ-ମୁସଲିମ ଏକତା ଉପରେ ଜୋର ଦେଇ ସେ ମୁସଲିମ ଲିଗ ସହ ଲକ୍ଷ୍ନୌ-ବୁଝାମଣା କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ । ତତ୍‌କାଳୀନ ଭାରତର ଅଖିଳ ଭାରତୀୟ ହୋମ ରୁଲ ଲିଗର ଜଣେ ପ୍ରମୁଖ ନେତା ଭାବେ ସେ ପରିଚିତ ଥିଲେ । ଭରତୀୟ ମୁସଲମାନମାନଙ୍କ ପ୍ରତି ତତ୍‌କାଳୀନ କଂଗ୍ରେସ ନେତାଙ୍କ ଉଦାସୀନ ମନୋଭାବ ଲକ୍ଷ୍ୟ କରି ସେ କଂଗ୍ରେସ ଛାଡିଥିଲେ । ପରବର୍ତ୍ତୀ ସମୟରେ ସେ ଲାହୋର ପ୍ରସ୍ତାବ ମାଧ୍ୟମରେ ମୁସଲମାନ ମାନଙ୍କ ଲାଗି ଏକ ଅଲଗା ରାଷ୍ଟ୍ରର ପ୍ରସ୍ତାବ ରଖିଥିଲେ ।

ପ୍ରାରମ୍ଭିକ ଜୀବନ

ଜିନ୍ନାଙ୍କ (ପୂରା ନାମ: ମହମଦ ଅଲ୍ଲୀ ଝୀଣାଭାଇ) ଜନ୍ମ ବର୍ତ୍ତମାନର ସିନ୍ଧ ଅଞ୍ଚଳର କରାଚି ଜିଲ୍ଲା ଅନ୍ତର୍ଗତ ବଜୀର ମେସନଠାରେ । କେତେକ ପୁରୁଣା ଦସ୍ତାବିଜ ଅନୁସାରେ ଜିନ୍ନାଙ୍କ ଜନ୍ମ ୨୦ ଅକ୍ଟୋବର ୧୮୭୫ ଦିନ ହୋଇଥିଲା । ତେବେ ସରୋଜିନୀ ନାଇଡୁଙ୍କଦ୍ୱାରା ଲିଖିତ ଜିନ୍ନାଙ୍କ ଜୀବନୀ ଅନୁସାରେ ଜିନ୍ନାଙ୍କ ଜନ୍ମ ୨୫ ଡିସେମ୍ବର ୧୮୭୬ ମସିହାରେ ଯାହାକି ଆଧିକାରିକ ଭାବେ ଜିନ୍ନଙ୍କ ଜନ୍ମ ତିଥୀର ମାନ୍ୟତା ଲାଭ କରିଛି ।

ପିତା ଜିନ୍ନହଭାଇ ପୁଞ୍ଜା ଓ ମାତା ମିଠୀବାଇଙ୍କ ପରିବାରରେ ସାତୋଟି ସନ୍ତାନଙ୍କ ମଧ୍ୟରେ ଜିନ୍ନା ଥିଲେ ଜ୍ୟେଷ୍ଠ ସନ୍ତାନ । ଜିନ୍ନାଙ୍କ ପିତା ଥିଲେ ଜଣେ ସଂପନ୍ନ ଗୁଜରାଟୀ ବ୍ୟବସାୟୀ; ତେବେ ସେ ଜିନ୍ନଙ୍କ ଜନ୍ମ ପୂର୍ବରୁ କାଠିଆବାଡ ଛାଡି ସିନ୍ଧ ପ୍ରଦେଶରେ ବସବାସ କରିବାକୁ ଲାଗିଲେ ।

ଜିନ୍ନାଙ୍କ ମାତୃଭାଷା ଥିଲା ଗୁଜରାଟୀ । ପରେ ସେ କଛୀ, ସିନ୍ଧୀ ଏବଂ ଅଙ୍ଗ୍ରେଜୀ ଭାଷା ଶିଖିଲେ । କାଠିଆବାଡରୁ ଆସି ମୁସଲିମ ବହୂଳ ସିନ୍ଧ ପ୍ରଦେଶରେ ରହିଥିବାରୁ ଜିନ୍ନା ଓ ତାଙ୍କ ଭାଇ ତଥା ଭଉଣୀଙ୍କ ନାମ ମୁସଲିମ ନାମକରଣ ହୋଇଛି । ଜିନ୍ନା ଏକାଥିକ ବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ପ୍ରଥମେ ସେ କରାଚୀସ୍ଥିତ ସିନ୍ଧ ମଦ୍ରାସା ଉଲ ଇସଲାମ ବିଦ୍ୟାଲୟରେ ପଢ଼ିଲେ । ପରେ ବମ୍ବେସ୍ଥିତ ଗୋକୁଲଦାସ ତେଜ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟୟନ କଲେ । ଏହାପରେ ସେ କରାଚୀସ୍ଥିତ ଖ୍ରୀଷ୍ଟିୟାନ ମିଶନାରି ବିଦ୍ୟାଲୟରେ ଭର୍ତ୍ତୀ ହେଲେ । ତେବେ ସେ ବମ୍ବେ ବିଶ୍ୱ ବିଦ୍ୟାଲୟରେ ହିଁ ମାଟ୍ରିକ ପାସ କଲେ । ମାଟ୍ରିକ ପାସ କରିବା ପରେ ପରେ ତାଙ୍କୁ ଗ୍ରାଣ୍ଡ ସିପିଙ୍ଗ ଏଣ୍ଡ ଟ୍ରେଡିଙ୍ଗ କମ୍ପାନୀରେ ଏକ ଆପ୍ରେଣ୍ଟିସିପ ଭାବେ କାର୍ଯ୍ୟ କରିବାକୁ ଡାକରା ଆସିଲା । ତେବେ ଇଂଲାଣ୍ଡ ଯିବା ପୂର୍ବରୁ ସେ ମାଙ୍କ ଆଗ୍ରହ କ୍ରମେ ବିବାହ କଲେ । ତେବେ ସେ ବିବାହ ବେଶୀ ଦିନ ତିଷ୍ଠିଲା ନାହିଁ । ଜିନ୍ନା ଇଂଲାଣ୍ଡ ଯିବା ପରେ ତାଙ୍କ ମା'ଙ୍କର ଦେହାନ୍ତ ହେଲା । ଇତ୍ୟବସରରେ ସେ ଇଂଲାଣ୍ଡରେ ଆଇନ ପଢ଼ିବା ନିମିତ୍ତ ଆପ୍ରେଣ୍ଟିସିପ ଚାକିରି ଛାଡିଦେଲେ । ଆଇନ ପଢିସାରି ମାତ୍ର ଉଣେଇଶ ବର୍ଷ ବୟସରେ ସେ ଏକ ଓକିଲ ବନିଗଲେ । ଏଥିସହ ରାଜନୀତିରେ ତାଙ୍କର ଆଗ୍ରହ ବଢିଲା । ସେ ଦାଦାଭାଇ ନାରୋଜୀ ଓ ଫିରୋଜସାହା ମେହେତାଙ୍କ ପ୍ରଶଂସକ ଥିଲେ । ବ୍ରିଟିଶ ସଂସଦରେ ଦାଦାଭାଇ ନାରୋଜୀଙ୍କ ପ୍ରବେଶ ନିମନ୍ତେ ସେ ଛାତ୍ରମାନଙ୍କ ସହ ପ୍ରଚାର ମଧ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା

ପାକିସ୍ଥାନ ପାଇଁ ଲଢେଇ

ମୃତ୍ୟୁ

ଆଧାର

Tags:

ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରାରମ୍ଭିକ ଜୀବନମହମ୍ମଦ ଅଲ୍ଲୀ ଜିନ୍ନା ସ୍ୱାଧୀନତା ସଂଗ୍ରାମରେ ଭୂମିକାମହମ୍ମଦ ଅଲ୍ଲୀ ଜିନ୍ନା ମୃତ୍ୟୁମହମ୍ମଦ ଅଲ୍ଲୀ ଜିନ୍ନା ଆଧାରମହମ୍ମଦ ଅଲ୍ଲୀ ଜିନ୍ନା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କବି ମାନଙ୍କର ତାଲିକାଖାଦ୍ୟଇଂଲଣ୍ଡଉପନିଷଦତମନ୍ନା ବ୍ୟାସମୁକୁନ୍ଦ ଦେବକୃଷ୍ଣପୁରୁଷୋତ୍ତମ ଦେବଶାରଳା ପୁରସ୍କାରଭାରତୀୟ ଡାକ ସେବାସିଦ୍ଧାନ୍ତ ମହାପାତ୍ରଓଡ଼ିଆ ରାମାୟଣଟ୍ରାପିଜିଅମସୁରେନ୍ଦ୍ର ମହାନ୍ତିଗୋପାଳ ଛୋଟରାୟଭାରତ ସରକାରଏମିସ ଲୋକପାକ୍ରିଟିନିବଭୁବନେଶ୍ୱର ବେହେରାବିର୍ସା ମୁଣ୍ଡାନନ୍ଦିନୀ ଶତପଥୀଭାରତର ଜାତୀୟ ପତାକାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯାଜପୁର ଜିଲ୍ଲାଲାଟିନ ଭାଷାପାରମିତା ଶତପଥୀଛବିଳ ମଧୁ ବର୍ଣ୍ଣବୋଧ୧୬୬୫ଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବୃହସ୍ପତିଲଣ୍ଡନଚିଲିକା (କବିତା)ଗୁରୁ ପ୍ରସାଦ ମହାନ୍ତିଓଡ଼ିଶୀ ସଙ୍ଗୀତକଳାହାଣ୍ଡି ଜିଲ୍ଲାଧାତୁଟିଣଦାସିଆ ବାଉରୀନନ୍ଦିଘୋଷରାମଚନ୍ଦ୍ର ମିଶ୍ରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆସୁନାବେଶମନୋଜ କୁମାର ମିଶ୍ରଲକ୍ଷ୍ମୀଅପରେଟିଙ୍ଗ ସିଷ୍ଟମତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟହେମନ୍ତ କୁମାର ଦାସକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୮ ଫେବୃଆରୀଦୁର୍ଗା ପୂଜାକବିସୂର୍ଯ୍ୟ ବଳଦେବ ରଥରାଉରକେଲାନବୀନ ପଟ୍ଟନାୟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପରସଗୋଲାବିଦ୍ୟାଳୟଭାରତୀୟ ସଂଖ୍ୟା ପ୍ରଣାଳିଯୁକ୍ତରାଜ୍ୟଦୀପକ ମିଶ୍ରବାମାଚରଣ ମିତ୍ରପ୍ରଯୁକ୍ତି ବିଦ୍ୟାସ୍ଥୌଲ୍ୟତାଭୃସଙ୍ଗ ଗଛଏଞ୍ଜେଲା ମେର୍କେଲ୍ଗୌତମ ବୁଦ୍ଧବେଲ🡆 More