ଭୃସଙ୍ଗ ଗଛ

ଭୃସଙ୍ଗ ଗଛ ବା ଭୁରୁସଙ୍ଗ ଗଛ ବା ଭୁରୁସୁଙ୍ଗା ଗଛ (Murraya koenigii) ହେଉଛି ରୁଟାସିଆ(Rutaceae) ବର୍ଗର ଏକ କ୍ରାନ୍ତିୟ ବୃକ୍ଷ ଯାହାର ଉତ୍ପତ୍ତିସ୍ଥଳ ଭାରତ ଓ ଶ୍ରୀଲଙ୍କାବୋଲି କୁହାଯାଏ।

ଭୃସଙ୍ଗ ଗଛ
ଭୃସଙ୍ଗ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Angiosperms
ଅଶ୍ରେଣୀକୃତ: Rosids
ବର୍ଗ: Eudicots
ଗଣ: Sapindales
କୁଳ: Rutaceae
ପ୍ରଜାତି: Murraya
ଜାତି: M. koenigii
ବାଇନୋମିଆଲ ନାମ
Murraya koenigii
(L.) Sprengel

ଏହା ଏକ ଋତୁପାତୀ, ସୁବାସିତ କ୍ଷୁଦ୍ର ବୃକ୍ଷ । ଏହା ୪ରୁ ୬ ମିଟର ଯାଏ ବଢ଼ିଥାଏ, କାଣ୍ଡର ପୃଷ୍ଠଭାଗ କୃଷ୍ଣବର୍ଣ୍ଣ । ପତ୍ରଗୁଡ଼ିକ ଯୌଗିକ । ପତ୍ରର ଊର୍ଦ୍ଧ୍ୱଭାଗ ମସୃଣ, ନିମ୍ନଭାଗ ଲୋମଶ ଓ ଗ୍ରନ୍ଥି ଯୁକ୍ତ । ଫୁଲ ଛୋଟ, ଧଳା । ପତ୍ର ସୁଗନ୍ଧଯୁକ୍ତ ଓ ବିଭିନ୍ନ ଭାବରେ ବ୍ୟବହୃତ । ବିଭିନ୍ନ ପ୍ରକାର ଖାଦ୍ୟପ୍ରସ୍ତୁତି କାଳରେ, ବାସନା ଓ ସୁଆଦିଆ କରିବା ପାଇଁ ବଘରା ବଘରୀରେ ଏହି ପତ୍ର ଛୁଙ୍କ ରୂପେ ବ୍ୟବହୃତ ହୋଇଥାଏ । ପତ୍ରଗୁଡ଼ିକ କେତେକାଂଶରେ ନିମ୍ବ ପତ୍ର ପରି ଦିଶୁଥିବାରୁ କେହି କେହି ଏହାକୁ ମିଠା ନିମ୍ବ ବୋଲି ମଧ୍ୟ କହିଥାନ୍ତି ।

ଭୃସଙ୍ଗ ଗଛ
ଛୋଟ ଫୁଲ ଗୁଡ଼ିକ ଧଳା ଓ ସୁଗନ୍ଧଯୁକ୍ତ ହୋଇଥାଏ
ଭୃସଙ୍ଗ ଗଛ
ପାଚିଲା ଓ କଂଚା ଫଳ
ଭୃସଙ୍ଗ ଗଛ
ଜଳପାଇଗୁଡ଼ି, ପଶ୍ଚିମବଂଗରୁ ତୋଳାଯାଇଥିବା ଏକ ଫଟୋଚିତ୍ର

ବିଭିନ୍ନ ନାମ

ଓଡ଼ିଆ ତଥା ବିଭିନ୍ନ ଭାରତୀୟ ଭାଷାରେ ଏହାକୁ ଭୁରୁସୁଙ୍ଗ।, ଭେର୍ସୁଙ୍ଗା ମସଲା ପତ୍ର, କରୀ ପତା, କରିଆ ପତ୍ର, ସୁରଭି, ଗିରି ନିମ୍ବ, କାରିଆ ପେଲା, କାଟିନମ, ବୋବ଼ାଲା, କାରେପେକୁ, କାରି ଭେପାକୁ; ଇଂରାଜୀ - curry tree ।

ଏହାର ନାମ ଉଦ୍ଭିଦ ବିଜ୍ଞାନୀ ଜୋହାନ କୋନିଗ(Johann Gerhard König)ଙ୍କୁ ମନେ ପକାଇଦିଏ।

ଉପଯୋଗ

ଔଷଧୀୟ

ଆୟୁର୍ବେଦ ମତରେ ଏହାର ପତ୍ର ଏକ ପ୍ରକାରର ଔଷଧ। ଏଥିରେ ମଧୁମେହ ପ୍ରତିରୋଧକ ଶକ୍ତି ରହିଛି ବୋଲି କୁହାଯାଏ।

  • କୋଲେଷ୍ଟରଲ କମାଇବାପାଇଁ ଏହାକୁ ରସୁଣ, ଦହି ଓ ମେଥି ସହିତ ପ୍ରୟୋଗ କରାଯାଏ।
  • ଉଚ୍ଚରକ୍ତଚାପ ଓ ମଧୁମେହରେ ଏହାର ଚଟଣୀ କାମରେ ଆସେ

ଅନ୍ୟାନ୍ୟ

ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ, ପଶ୍ଚିମ ଭାରତୀୟ ଓ ଶ୍ରୀଲଙ୍କାର ରାନ୍ଧଣାରେ ଏହାର ବହୁଳ ପ୍ରୟୋଗ ହୋଇଥାଏ। ତରକାରୀ, ସମ୍ବର,ରସମ, କଢ଼ି, ଚଟଣୀ, ବରା, ପକୁଡ଼ି, ଭାତ ଓ ବିଭିନ୍ନ ଭଜାରେ ଏହା କାମରେ ଲାଗିଥାଏ। ସାଧାରଣତଃ ଏହାର ତଟକା ପତ୍ରକୁ ବ୍ୟବହାର କରାଯାଏ। ଶୁଖିଲା ପତ୍ରର ବାସ୍ନା ନିମ୍ନକୋଟିର ହୋଇଥାଏ।

କାମ୍ପୁଚିଆରେ ଏହାର ପତ୍ରକୁ ଭାଜି ଗୁଣ୍ଡକରି ସୁପ୍ରେ ପକାଇ ମାଜୁ କ୍ରୁଏଂଗ ନାମକ ବ୍ୟଂଜନ ପ୍ରସ୍ତୁତ କରାଯାଏ।

ତୁଳସୀ ପତ୍ର ଅଭାବରେ ଏହାର ପତ୍ରକୁ ହିନ୍ଦୁମାନେ ପୂଜାରେ ବ୍ୟବହାର କରିଥାନ୍ତି।

ଦ୍ରବ୍ୟ ଗୁଣ

ଭୁରୁସୁଙ୍ଗ। ପତ୍ରରେ ଲୌହ ଓ ଫେ।ଲିକ ଅମ୍ଳ (Folic Acid) ଉତ୍ତମ ପରିମାଣରେ ଥାଏ । ଶରୀର ପୁଷ୍ଟି ପାଇଁ ଏହା ହିତକାରୀ । ଆହୁରି ମଧ୍ୟ, ଏହି ପତ୍ର ଖାଦ୍ୟ ଜୀର୍ଣ୍ଣକାରକ ରୂପେ କାର୍ଯ୍ୟକରିଥାଏ । ଫେ।ଲିକ ଅମ୍ଳ ଗୋଟିଏ ଭିଟାମିନ "ବି" ( ଇ୯) ରହିଥାଏ। ଏହା ରକ୍ତରେ ଲୋହିତ ରକ୍ତ କଣିକା (red blood cells) ଗଠନରେ ସହାୟକ, କେତେକ ପ୍ରକାର କ୍ୟାନସର ରୋଗ ପ୍ରତିରୋଧକ, ଗର୍ଭଧାରଣ ପୂର୍ବରୁ ନାରୀର ଓ ମାତୃଗର୍ଭରେ ଭ୍ରୂଣର ଉତ୍ତମ ବୃଦ୍ଧିରେ ସହାୟକ ରୂପେ କାର୍ଯ୍ୟ କରିଥାଏ ।

ଆଧାର

ବାହାର ସ୍ରୋତ


Tags:

ଭୃସଙ୍ଗ ଗଛ ବିଭିନ୍ନ ନାମଭୃସଙ୍ଗ ଗଛ ଉପଯୋଗଭୃସଙ୍ଗ ଗଛ ଦ୍ରବ୍ୟ ଗୁଣଭୃସଙ୍ଗ ଗଛ ଆଧାରଭୃସଙ୍ଗ ଗଛ ବାହାର ସ୍ରୋତଭୃସଙ୍ଗ ଗଛ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ନାଟକଖାଦ୍ୟଜଗନ୍ନାଥଙ୍କ ବେଶଯମେଶ୍ୱର ମିଶ୍ରଦିନଚନ୍ଦନ ଯାତ୍ରାସିଲଡେନାଫିଲପଣ୍ଡୁ ଓଷାପାଣ୍ଟୋପ୍ରାଜୋଲମକର ସଂକ୍ରାନ୍ତିମଙ୍ଗଳା ମନ୍ଦିରଋଷିଆକୟାଁ ଜନଜାତିଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳଭଦ୍ର ମାଝୀବନମାଳୀ ଦାସପରମାଣୁ କ୍ରମାଙ୍କବିଭୂତି ଭୂଷଣ ବଳବନ୍ତରାୟଲିଓନେଲ୍ ମେସିହୃଦରକ୍ତନାଳୀ ରୋଗବାଣପୁରଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଭାରତର ଜାତୀୟ ପତାକାଶାରଳା ପୁରସ୍କାରସାରଦା ଦେବୀକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)କାଳିନ୍ଦୀ ଚରଣ ପାଣିଗ୍ରାହୀଛାନ୍ଦ୨୭ ମାର୍ଚ୍ଚରବି ସିଂହ ମାଝିଓ ଅନ୍ଧଗଳିସୁଶାନ୍ତ ସିଂହଛବିଳ ମଧୁ ବର୍ଣ୍ଣବୋଧରଥଯାତ୍ରା୨୮ ମାର୍ଚ୍ଚକଇଁସାରିବିଜୁ ପଟ୍ଟନାୟକବସନ୍ତ ରୋଗଇଷ୍ଟ ଇଣ୍ଡିଆ କମ୍ପାନୀନବୀନ ପଟ୍ଟନାୟକଝିନ୍ନ ହିକ୍‌କାଇଣ୍ଡୋନେସିଆବ୍ରତୋପନୟନଉଇକିପିଡ଼ିଆଦେବୀପ୍ରସନ୍ନ ପଟ୍ଟନାୟକମନୋଜ ଦାସସମ୍ବଲପୁରଷଡ଼ଭୁଜଇସଲାମ ଧର୍ମଓଡ଼ିଆ କବି ମାନଙ୍କର ତାଲିକାଅଂଶୁମାନ ମହାନ୍ତିଜ୍ଞାନପୀଠ ପୁରସ୍କାରବିଧାନ ସଭା ସଭ୍ୟହସ୍ତମୈଥୁନଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୨୧ ମାର୍ଚ୍ଚନୀଳାଦ୍ରି ଭୂଷଣ ହରିଚନ୍ଦନମାନବ ଅଧିକାରର ସାର୍ବଜନୀନ ଘୋଷଣାନୃସିଂହନାଥ ମନ୍ଦିରଇଂରାଜୀ ଭାଷା୧୪୯୯୧୫୭୬କୁଷ୍ଠଓଡ଼ିଆ ଭ୍ରମଣ ସାହିତ୍ୟଜାଭା🡆 More