ବୁଧେଇ ଓଷା: ଭାରତୀୟ ରାଜ୍ୟ ଓଡ଼ିଶାର ଏକ ପର୍ବ

ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ । ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚପ୍ରକାର ଫୁଲ, ପାଞ୍ଚପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ ।

ବୁଧେଇ ଓଷା
ନାମବୁଧିବାମନ ଓଷା
ପାଳନକାରୀସଧବା ନାରୀ
ବିଶେଷତାସନ୍ତାନ କାମନା କରିବା ଓ ତାହାର ଶୁଭ ମନାସିବା
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭଭାଦ୍ରବ ମାସର ୪ଟି କିମ୍ବା ୫ଟି ବୁଧବାର
୨୦୨୪ ତାରିଖ୨୧ ଅଗଷ୍ଟ (ବୁଧବାର)

ପୂଜାବିଧି ଓ ଉପଚାର

ଘରକୋଣ କିମ୍ବା ଓଷାକୋଠିରେ ସକାଳୁ ସ୍ନାନଶୌଚ ହୋଇ ଗ୍ରାମୀଣ ମହିଳାମାନେ ଏକାଠି ହୁଅନ୍ତି । ଶିଳ ଓ ଶିଳପୁଆ ଏହିପୂଜାରେ ଦେବାଦେବୀ ହୋଇଥିବାରୁ ଘରେ ଥିବା ଶିଳ ଓ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନକରାଯାଏ ।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାଓଷାନଡ଼ିଆଭାଦ୍ରବ

🔥 Trending searches on Wiki ଓଡ଼ିଆ:

ଶତ୍ରୁଘ୍ନ ପାଣ୍ଡବବି. ଆର. ଆମ୍ବେଦକରଇଣ୍ଡୋନେସିଆଦ୍ୱିତୀୟ ବିଶ୍ୱଯୁଦ୍ଧଗାଈରମାକାନ୍ତ ପଣ୍ଡାଅଶୋକାଷ୍ଟମୀଫକୀର ମୋହନ ସେନାପତିବିଜୟ ପ୍ରସାଦ ମହାପାତ୍ରରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାବଣିପରିସଂଖ୍ୟାନ ବର୍ଗୀକରଣରାଜ୍ୟ ସଭାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ଲୋକନୃତ୍ୟସବ୍ୟସାଚୀ ମିଶ୍ରବୈଷ୍ଣବ ପାଣିସଞ୍ଚୟ ଖାତାଶାମ୍ବ (କୃଷ୍ଣଙ୍କ ପୁତ୍ର)ମୟୂର୧୯୯୯ ଓଡ଼ିଶା ମହାବାତ୍ୟାପ୍ରଧାନ ପୃଷ୍ଠାବିଶ୍ୱନାଥ ଦାସପକ୍ଷୀଜ୍ଞାନପୀଠ ପୁରସ୍କାରସୁଗ୍ରୀବପରମାନନ୍ଦ ଆଚାର୍ଯ୍ୟନବକୃଷ୍ଣ ଚୌଧୁରୀଧାମରା ବନ୍ଦରଦିବ୍ୟସିଂହ ଦେବ୧୮ ଅପ୍ରେଲ୬୧୬ବୈଶାଖଦଳିତନନ୍ଦିନୀ ଶତପଥୀସହଦେବ (ମହାଭାରତ)ରମେଶ ପ୍ରସାଦ ପାଣିଗ୍ରାହୀନବକଳେବରଗଣିତରେବତୀ (କ୍ଷୁଦ୍ରଗଳ୍ପ)ପ୍ରତିଭା ରାୟଉତ୍କଳ ବିଶ୍ୱବିଦ୍ୟାଳୟରାମକୃଷ୍ଣ ନନ୍ଦସ୍ୱାସ୍ଥ୍ୟସୁନାକେଳୁଚରଣ ମହାପାତ୍ରଖୋର୍ଦ୍ଧାଡୋରାଲାନାଡେଲୁମାବସରସ୍ୱତୀ ସମ୍ମାନସୁରେନ୍ଦ୍ର ମହାନ୍ତି୩୦ ଅପ୍ରେଲଚୈତ୍ର ପୂର୍ଣ୍ଣିମାପ୍ରଦୀପ କୁମାର ପାଣିଗ୍ରାହୀତୃପ୍ତି ଦାସପ୍ରାଣବନ୍ଧୁ କର୭ ଅପ୍ରେଲହୋଲିଉଇକିକମନ୍ସଜୟ ଜଗନ୍ନାଥମହାନଦୀତୁଳସୀ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବସନ୍ତ କୁମାର ଶତପଥୀରମାଦେବୀ ଚୌଧୁରୀଶିମିଳିପାଳ ଜାତୀୟ ଉଦ୍ୟାନଭିତରକନିକା ଜାତୀୟ ଉଦ୍ୟାନବସନ୍ତ କୁମାରୀ ପଟ୍ଟନାୟକକାଜଲକୁମ୍ଭାର ଚକ🡆 More