ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଚର୍ଚ୍ଚିକା ମନ୍ଦିର କଟକ ଜିଲ୍ଲାର, ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ କରାଯାଏ ।

ଚର୍ଚ୍ଚିକା ମନ୍ଦିର
ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାଙ୍କୀ
Stateଓଡ଼ିଶା
Countryଭାରତ

ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I

ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ କାର୍ତ୍ତିକ, ମାଘବୈଶାଖରେ ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି ।

ଛବି

ଆଧାର

ଅଧିକ ତଥ୍ୟ

Tags:

କଟକ ଜିଲ୍ଲାବାଙ୍କୀଶକ୍ତି ପୀଠ

🔥 Trending searches on Wiki ଓଡ଼ିଆ:

ବ୍ରାହ୍ମଣଜଗନ୍ନାଥ ଦାସଗୁରୁଜଗନ୍ନାଥ ମନ୍ଦିରଓଡ଼ିଆ ଖାଦ୍ୟନରେନ୍ଦ୍ର ମୋଦୀଭାନୁଜୀ ରାଓତାମିଲ ଭାଷାବିଧାନ ସଭା ସଭ୍ୟରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଜଗନ୍ନାଥଙ୍କ ଧୂପ୨୦ ଅପ୍ରେଲଶଙ୍ଖନବକଳେବରସବ୍ୟସାଚୀ ମିଶ୍ରଆଖଣ୍ଡଳମଣି ମନ୍ଦିରସଂସ୍କୃତ ଭାଗବତଗଙ୍ଗାଧର ମେହେରକିଶୋରୀ ଚରଣ ଦାସପିତ୍ତକୋଷଜହ୍ନିଓଷାଶୈଳବାଳା ଦାସ୧ ଅପ୍ରେଲବି. ଆର. ଆମ୍ବେଦକରଭୁବନେଶ୍ୱରମହାବୀର ଜୈନଜାତୀୟ ସଙ୍ଗୀତପୁରୀ୩ ଅପ୍ରେଲବିଜୟ ପ୍ରସାଦ ମହାପାତ୍ରଓଡ଼ିଆ କାବ୍ୟ କବିତାହଳଧର ନାଗଭାତରାମଚନ୍ଦ୍ର ମିଶ୍ରବିଜୟ ମିଶ୍ରହିନ୍ଦୁବାଳୀକିଶୋରଚନ୍ଦ୍ରାନନ୍ଦ ଚମ୍ପୂରଥଯାତ୍ରାଗିରିଧର ଗମାଙ୍ଗମିଳିମିଳାରମାଦେବୀ ଚୌଧୁରୀଆଶୁତୋଷ ପରିଡ଼ାରାସନ କାର୍ଡ଼ (ଭାରତ)ବୈଷ୍ଣବ ଚରଣ ପଟ୍ଟନାୟକବରଗଛଲିଙ୍ଗରାଜ ମନ୍ଦିରପର୍ଫେନାଜାଇନକାଞ୍ଚନ ଅୱସ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକଳାପାହାଡ଼ଓଡ଼ିଶାର ଲୋକନୃତ୍ୟଭାରତର ରାଷ୍ଟ୍ରପତିଭଗବତ ଗୀତାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଗାଈଜୟଦେବ ଜେନାଜୟଦ୍ରଥଜଗନ୍ନାଥ ପ୍ରସାଦ ଦାସମିନତି ମିଶ୍ରଶିଶୁ ଅନନ୍ତ ଦାସଅରୁଣା ମହାନ୍ତି🡆 More