ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଚର୍ଚ୍ଚିକା ମନ୍ଦିର କଟକ ଜିଲ୍ଲାର, ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ କରାଯାଏ ।

ଚର୍ଚ୍ଚିକା ମନ୍ଦିର
ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାଙ୍କୀ
Stateଓଡ଼ିଶା
Countryଭାରତ

ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I

ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ କାର୍ତ୍ତିକ, ମାଘ ଓ ବୈଶାଖରେ ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି ।

ଛବି


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଆଧାର

ଅଧିକ ତଥ୍ୟ

Tags:

କଟକ ଜିଲ୍ଲାବାଙ୍କୀଶକ୍ତି ପୀଠ

🔥 Trending searches on Wiki ଓଡ଼ିଆ:

୯ ଫେବୃଆରୀଓଡ଼ିଶାର ଦୋଳଯାତ୍ରାପ୍ରଥମ ବିଶ୍ୱଯୁଦ୍ଧମୋହନ ଭୋଗସରସ୍ୱତୀରାସନ କାର୍ଡ଼ (ଭାରତ)ଉତ୍କଳ ବ୍ରାହ୍ମଣଭଗବତ ଗୀତାଲଣ୍ଡନପ୍ରହ୍ଲାଦ ନାଟକଜାଭା (ପ୍ରୋଗ୍ରାମିଂ ଭାଷା)ଉଇକିଅଭିଧାନଓଡ଼ିଆ କାବ୍ୟ କବିତାଓଡ଼ିଆ ଭାଷାଗୁରୁ ପ୍ରସାଦ ମହାନ୍ତିଅକ୍ଷୟ ତୃତୀୟାବଳରାମ ଦାସଓଧବିଦ୍ୟାଳୟବ୍ରହ୍ମୋତ୍ରୀ ମହାନ୍ତି୨୦୧୪ପ୍ରାଣବନ୍ଧୁ କରସୀତାକାନ୍ତ ମହାପାତ୍ରଉତ୍କଳ ଦିବସଖପୁରୀ କଣା ଅସ୍ତ୍ରୋପଚାରଡାଉନ ସିଣ୍ଡ୍ରୋମ୭ ଫେବୃଆରୀଆନିଫ୍ରୋଲୁମାବକୃଷ୍ଣ ଜନ୍ମାଷ୍ଟମୀGlobe ruptureଇନଷ୍ଟାଗ୍ରାମଦେଓମାଳୀମଙ୍ଗଳ ପାଣ୍ଡେଜଣ୍ଡିସ୍ଦୀନନାଥ ପାଠୀଆଣ୍ଟିଅକ୍ସିଡାଣ୍ଟଗ୍ରେଗୋରି ପାଞ୍ଜିନକ୍ସଲବାଦଉତ୍କଳ ସମ୍ମିଳନୀଚିନ୍ତାମଣି ବେହେରା୨୭ ଅପ୍ରେଲନଅଙ୍କ ଦୁର୍ଭିକ୍ଷଭୀମ ଭୋଇହଂକଂହନୁମାନ ଚାଳିଶାବିଶ୍ୱନାଥ କରଇରା ମହାନ୍ତିହନୁମାନ ଜୟନ୍ତୀଶିବପ୍ଲୀହାଉଇକିଖବରରବୀନ୍ଦ୍ରନାଥ ଠାକୁରଖାଦ୍ୟ ଖଣିଜ ଲବଣଭଦଭଦଳିଆଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସଂସଦୀୟ ଗଣତନ୍ତ୍ରଓଡ଼ିଶାର ସଂସ୍କୃତିଓଡ଼ିଆ ନାଟକମହୁମାଛିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଲିପିଭାରତ ସରକାରଜ୍ଞାନକୋଷଶେଷ ଶ୍ରାବଣବକ୍ସି ଜଗବନ୍ଧୁବ୍ରାଉଜରହିନ୍ଦୁ🡆 More