ପେଲଭିସ ପ୍ରଦାହ ରୋଗ

ପେଲଭିସ ପ୍ରଦାହ ରୋଗ ବା ସଂକ୍ଷେପରେ ପି.ଆଇ.ଡି.

ରୋଗ ଚିକିତ୍ସିତ ନ ହେଲେ କ୍ରନିକ ପେଲଭିସ ଯନ୍ତ୍ରଣା, ବନ୍ଧ୍ୟା ଦୋଷ, ଅସ୍ଥାନିକ ଗର୍ଭ, ଓ କର୍କଟ ଇତ୍ୟାଦି ରୋଗ ଜଟୀଳତା ଆକାରରେ ହୁଏ ।

ପେଲଭିସ ପ୍ରଦାହ ରୋଗ
ପେଲଭିସ ପ୍ରଦାହ ରୋଗ
ପେଲଭିସ ପ୍ରଦାହ ରୋଗ ସାଧାରଣତଃ ହେଉଥିବା ସ୍ଥାନ ସମୂହ ଚିତ୍ରରେ ଦର୍ଶାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgynaecology[*]
ଆଇସିଡ଼ି-୧୦Nn70.htm+ n70 70 .-Nn70.htm+ n77 77 .
ଆଇସିଡ଼ି-୯-ସିଏମ୍614-616
ରୋଗ ଡାଟାବେସ9748
ମେଡ଼ିସିନ-ପ୍ଲସ000888
ଇ-ମେଡ଼ିସିନemerg/410
Patient UKପେଲଭିସ ପ୍ରଦାହ ରୋଗ
MeSHD000292

ସମୁଦାୟ ରୋଗୀଙ୍କ ମଧ୍ୟରୁ ୭୫ରୁ ୯୦ % କେଶରେ ନାଇସେରିଆ ଗନୋରି କିମ୍ବା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁ ସଂକ୍ରମଣଯୋଗୁ ରୋଗ ହୁଏ । ଏକାଧିକ ଜୀବାଣୁ ମଧ୍ୟ ସାମିଲ ହୋଇପାରନ୍ତି । କ୍ଲାମିଡିଆ ସଂକ୍ରମଣରୁ ୧୦ % ଓ ଗନୋରିଆ ସଂକ୍ରମଣରୁ ୪୦ % ମହିଳା ପି.ଆଇ.ଡି. ରୋଗର ଶୀକାର ହୁଅନ୍ତି । ସଙ୍କଟଦାୟକ ଅବସ୍ଥା ମଧ୍ୟରେ ଅଧିକ ସଂଖ୍ୟାର ଯୌନ ସାଥୀଙ୍କଦ୍ୱାରା ଓ ନିଶା ସେବନ ଯୋଗୁ ଏହି ରୋଗ ବ୍ୟାପିଯାଏ । ଯୋନୀପାଥ ଡୁସ ମଧ୍ୟ ସଙ୍କଟ ସୃଷ୍ଟି କରେ । ପ୍ରଦର୍ଶିତ ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ସ୍ୱାଭାବିକ ଭାବେ ରୋଗ ନିର୍ଣ୍ଣୟ କରାଯାଏ । ପିଲା ଧାରଣ କ୍ଷମତା ଥିବା ସମସ୍ତ ମହିଳାଙ୍କର ତଳିପେଟ ଯନ୍ତ୍ରଣା ହେଉଥିଲେ ଏହି ରୋଗ ବିଚାରକୁ ନେବାକୁ ସୁପାରିସ କରାଯାଏ । ଲାପାରୋସ୍କୋପିକ ଅପରେସନ କଲାବେଳେ ଫାଲୋପିଆନ ଟ୍ୟୁବରେ ପୂଜ ପାଇଲେ ପି.ଆଇ.ଡି. ଥିବା ନିଶ୍ଚିତ କରାଯାଏ । ଅଲଟ୍ରାସାଉଣ୍ଡ ମଧ୍ୟ ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ ।

ଏହି ରୋଗ ନ ହେବା ନିମନ୍ତେ ଯୌନ ସମ୍ଭୋଗ ବାଦ ଦେବା ବା ଅଳ୍ପ ଯୌନ ସାଥୀ ରଖିବା ଓ କଣ୍ଡୋମ ବ୍ୟବ‌ହାର କରିବା ଉଚିତ । କ୍ଲାମିଡିଆ ପ୍ରବଣ ମହିଳାମାନଙ୍କର ସ୍କ୍ରିନିଙ୍ଗ କରି ଆବଶ୍ୟକ ଚିକିତ୍ସା କଲେ ପି.ଆଇ.ଡି. ସଙ୍କଟରୁ ରକ୍ଷା ମିଳେ । ରୋଗ ସନ୍ଦେହ କଲାମାତ୍ରେ ଚିକିତ୍ସା ସଙ୍ଗେ ସଙ୍ଗେ ଆରମ୍ଭ କରିବାକୁ ଉପଦେଶ ଦିଆଯାଏ । ମହିଳାର ଯୌନସାଥୀଙ୍କୁ ମଧ୍ୟ ଚିକିତ୍ସା କରିବା ଆବଶ୍ୟକ । ସାମାନ୍ୟ ବା ମଧ୍ୟମ ଧରଣର ବେମାରୀ ହୋଇଥିଲେ ଗୋଟିଏ ଡୋଜ ସେଫଟ୍ରିଆକସନ ଆଣ୍ଟିବାୟୋଟିକ ସ‌ହିତ ୨ ସପ୍ତାହ ନିମନ୍ତେ ଡକ୍ସିସାଇକ୍ଲିନ ଓ ମେଟ୍ରୋନିଡାଜୋଲ ପାଟିବାଟେ ଦିଆଯାଏ । ୩ ଦିନ ମଧ୍ୟରେ କିଛି ଉନ୍ନତି ନ ହେଲେ ବା ସାଙ୍ଘାତିକ ବେମାରୀ ହୋଇଥିଲେ ଶୀରାମାଧ୍ୟମ ଆଣ୍ଟିବାୟୋଟିକ ଦିଆଯାଏ ।

ସନ ୨୦୦୮ରେ ସାରା ପୃଥିବୀରେ ୧୦୬ ନିୟୁତ କ୍ଲାମିଡିଆ ଓ ୧୦୬ ନିୟୁତ ଗନୋରିଆ କେଶ ଲିପିବଦ୍ଧ ହୋଇଥିଲା । ପି.ଆଇ.ଡି. ରୋଗ ସଂଖ୍ୟା କିନ୍ତୁ ନିରୁପିତ ହୋଇ ନାହିଁ । ହିସାବ କରି ଦେଖାଯାଇଛି, ଏହି ରୋଗ ବାର୍ଷିକ ୧.୫ % ମହିଳାଙ୍କୁ ଆକ୍ରମଣ କରେ । ଆମେରିକାରେ ବାର୍ଷିକ ଏକ ନିୟୁତ ଲୋକ ପି.ଆଇ.ଡି.ର ଶୀକାର ହୁଅନ୍ତି । ଏକ ଆଇ.ୟୁ.ଡି. ଡାଲକନ ସିଲ୍‌ଡ ବ୍ୟବ‌ହାର ଯୋଗୁ ୧୯୭୦ ମସିହାରେ ପି.ଆଇ.ଡି. ହାର ବୃଦ୍ଧି ପାଇଥିଲା । ପ୍ରଚଳିତ ଆଇ.ୟୁ.ଡି. ଯୋଗୁ ଏକ ମାସ ପରେ ସେହି ସମସ୍ୟା ହେଉ ନାହିଁ ।

ଆଧାର

Tags:

Vaginal dischargeଅସ୍ଥାନିକ ଗର୍ଭଇଂରାଜୀଋତୁସ୍ରାବଓଭାରିକର୍କଟଜ୍ୱର

🔥 Trending searches on Wiki ଓଡ଼ିଆ:

ଗୁଗଲ୧୫୨୮ହେପାଟାଇଟିସ ସିଉତ୍କଳ ବ୍ରାହ୍ମଣବୈଶାଖଆନୋରେକସିଆ ନର୍ଭୋସାବନ୍ଧୁତା୧୬ ମାର୍ଚ୍ଚଭାନୁଜୀ ରାଓସୀସା୧୯ ମାର୍ଚ୍ଚପଣ୍ଡୁ ଓଷାଅପରିମେୟ ସଂଖ୍ୟାକାଞ୍ଜିଅଅଁଳା ଓଷାଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଫକୀର ସିଂହ୯ ଅପ୍ରେଲପଣା ସଂକ୍ରାନ୍ତି୧୩୯୧ଗୋପୀନାଥ ମହାନ୍ତିମାୟାଧର ମାନସିଂହଦକ୍ଷିଣ ଆଫ୍ରିକାଜଗନ୍ନାଥଅଂଶୁମାନ ମହାନ୍ତିଅଶୋକାଷ୍ଟମୀସଂଘମିତ୍ରା ମିଶ୍ରମେଲାଟୋନିନପୁଷ୍ଟିସାର୭ ମାର୍ଚ୍ଚଆଲୋକ-ବୈଦୁତିକ ପ୍ରଭାବପ୍ରସବବ୍ରତୋପନୟନଦକ୍ଷିଣ ଚୀନ ସାଗରପରିସଂଖ୍ୟାନଜୁନଚାଉଳଇଣ୍ଟର ମିଲାନ ଫୁଟବଲ କ୍ଲବରାମଚନ୍ଦ୍ର ମିଶ୍ରରାମଶଙ୍କର ରାୟପ୍ଲାଟିନମରବି ସିଂଫକୀର ମୋହନ ସେନାପତିରାମକୃଷ୍ଣ ନନ୍ଦସୁରେନ୍ଦ୍ର ମହାନ୍ତିନବକଳେବରରାଜେନ୍ଦ୍ର କିଶୋର ପଣ୍ଡାରାଷ୍ଟ୍ରୀୟ ପେନସନ ପ୍ରଣାଳୀଫିନଲ୍ୟାଣ୍ଡପ୍ରାଚୀନ ମିଶରସମ୍ବାଦ୧୪୯୬ହରପ୍ପା ସଭ୍ୟତାଶାନ୍ତନୁ କୁମାର ଆଚାର୍ଯ୍ୟଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)ଶାରଳା ପୁରସ୍କାରସଦାଶିବ ପ୍ରଧାନୀଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାମାଣବସା ଗୁରୁବାରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବାଟ ଓଷାକନଫୁସିଅସବାଦକାହ୍ନୁଚରଣ ମହାନ୍ତିଭାରତୀୟ ସମ୍ବିଧାନମହାଭାରତଅସିତ ମହାନ୍ତିବିଶ୍ୱତାପନରମାଦେବୀ ଚୌଧୁରୀକଇଁସାରିବ୍ୟଞ୍ଜନ ବର୍ଣ୍ଣ🡆 More