ନାଗା ସାଧୁ

ନାଗାସାଧୁମାନଙ୍କର ବେଶଭୂଷା ଅନ୍ୟ ସାଧୁସନ୍ଥମାନଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା I ନାଗାସାଧୁ ସର୍ବଦା ଉଲଗ୍ନ ରହିବା ସହିତ ଦେହ ସାରା ଭସ୍ମ ବୋଳି ହୋଇଥାନ୍ତି I ମୁଣ୍ଡରେ ବଡ଼ ବଡ଼ ଜଟା ରଖିଥାନ୍ତି I ଏମାନଙ୍କୁ ସବୁ ସମୟରେ ଚିଲମ ଧରି ବୁଲୁଥିବାର ଦେଖାଯାଏ I ଅନ୍ୟ ସାଧୁସନ୍ଥଙ୍କ ପରି ନାଗାସାଧୁମାନଙ୍କୁ ଭଗବାନତୁଲ୍ୟ ମନେକରାଯାଏ I ଏମାନଙ୍କୁ ଭଗବାନ ଶିବଙ୍କର ପରମଭକ୍ତ ବୋଲି ଗ୍ରହଣ କରାଯାଏ I ସାଧାରଣ ଜୀବନଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଇ ନାଗାସନ୍ଥଙ୍କର ଜୀବନଶୈଳୀ I ସଂସାରର ସବୁ ମୋହ ମାୟା ପରିତ୍ୟାଗ କରିବା ସହ ବିଭିନ୍ନ ଜଟିଳ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ I ଯେଉଁ ବ୍ୟକ୍ତି କିମ୍ବା ସନ୍ଥ ନାଗାସାଧୁ ହେବାକୁ ଇଚ୍ଛା ପ୍ରକାଶ କରନ୍ତି , ସେମାନେ ପ୍ରଥମେ ନିଜର ଶ୍ରାଦ୍ଧ ଦାନ କରନ୍ତି I ତପ, ବ୍ରହ୍ମଚର୍ଯ୍ୟ , ଧ୍ୟାନ, ସନ୍ନ୍ୟାସ ଓ ଧର୍ମ ଅନୁଶାସନ ତଥା ନିଷ୍ଠାର କଠୋର ପରୀକ୍ଷା ଦେଇ ଗତି କରନ୍ତି ନାଗାସାଧୁ I ଭାରତରେ ୭ଟି ସନ୍ନ୍ୟାସୀ ଆଖଡା ନାଗାସାଧୁ ଗ୍ରହଣ କରନ୍ତି I ଏମାନେ ହେଲେ ଜୁନା , ମହାନିର୍ବାଣ , ନିରଞ୍ଜନୀ ,ଅଟଳ , ଅଗ୍ନି , ଆନନ୍ଦ ଓ ଆବାହକ ଆଖଡା I ବିଶ୍ୱପ୍ରସିଦ୍ଧ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସାଧୁ I ଏମାନଙ୍କର ପ୍ରବଳ ସମାଗମ କୁମ୍ଭମେଳାରେ ଦେଖିବାକୁ ମିଳେ Iସମ୍ପୂର୍ଣ୍ଣ ବିବସ୍ତ୍ର, ଭସ୍ମଲେପନ ଶରୀର, ବିପର୍ଯ୍ୟସ୍ତ କେଶରାଶି ଓ ଜଟା, ପାଟିରେ ଚିଲମ ସହ ଖାଲି ପାଦରେ ଦଳ ଦଳ ହୋଇ ଚାଲିଥାନ୍ତି I ଏମାନେ ପହିଳିରେ କଥାବାର୍ତ୍ତା କରନ୍ତି I କୁମ୍ଭମେଳାରେ ଏହିସାଧୁଙ୍କୁ ସ୍ନାନ ନିମନ୍ତେ ପ୍ରଥମ ଅଧିକାର ମିଳିଥାଏ I ଶ୍ରଦ୍ଧାଳୁମାନେ ଏମାନଙ୍କର ଆଶିଷ ଓ ଆଶୀର୍ବାଦ ପାଇବା ପାଇଁ ବ୍ୟାକୁଳଥାନ୍ତି I ହିନ୍ଦୁ ଧର୍ମ ଓ ସଂସ୍କୃତି ସହିତ ନିଗୂଢ ସମ୍ପର୍କ ରହିଥିବା ନାଗା ସାଧୁଙ୍କ ସମ୍ପର୍କରେ ବିଶେଷ କେହି ଜାଣନ୍ତି ନାହିଁ କି ସେମାନେ ନିଜ ବିଷୟରେ କିଛି କହନ୍ତି ନାହିଁ I ତେଣୁ ଜଣେ ନାଗାସାଧୁର ପରିଚୟ ପାଇବା ମଧ୍ୟ ଖୁବ କଷ୍ଟକର ବ୍ୟାପାର I ମହାକୁମ୍ଭରେ ସ୍ୱତନ୍ତ୍ର ଆଖଡା ବା କ୍ୟାମ୍ପରେ ଏହି ନାଗାସାଧୁମାନେ ରହନ୍ତି I

ଦୀକ୍ଷା ଗ୍ରହଣ

ମହାକୁମ୍ଭର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲେ ନାଗାସାଧୁ I ଶରୀରରେ ଭସ୍ମ ଲେପନ, ହାତରେ ତ୍ରିଶୂଳ ଓ ଖଣ୍ଡା ଧରି ନାଗା ସାଧୁମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ଯାଉଥିବା ବେଳର ଦୃଶ୍ୟ କୁମ୍ଭର ଶ୍ରଦ୍ଧାଳୁ କେବେ ହାତଛଡା କରନ୍ତି ନାହିଁ I ମାତ୍ର ଜଣେ ନାଗାସାଧୁ ହେବା କଠୋର ତପସ୍ୟା ଭଳି I ପ୍ରୟାଗରେ ନାଗା ଦୀକ୍ଷା ଗ୍ରହଣ କଲେ ରାଜରାଜେଶ୍ୱର ଉପାଧି ମିଳେ I ନାଗା ଦୀକ୍ଷା ପାଇଁ ଜଣେ ଆଗ୍ରହୀ ସାଧୁଙ୍କୁ ମହାକୁମ୍ଭମେଳାକୁ ଆସିବାକୁ ଆସିବାକୁ ପଡେ ନିଜ ଗୁରୁଙ୍କ ସହ I ଗୁରୁଙ୍କଠାରୁ ସେମାନଙ୍କ ଅତୀତ ଜୀବନ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ ପରେ ବ୍ରହ୍ମଚର୍ଯ୍ୟ ପରୀକ୍ଷା ଦିଅନ୍ତି ସାଧୁ I ତା’ପରେ ଏକ ଗୋପନ ଉତ୍ସବରେ ନାଗା ଦୀକ୍ଷା ଦିଆଯାଏ ଏବଂ ସେ କୌଣସି ଏକ ଆଖଡାର ସାଧୁ ଭାବେ ଯୋଗ ଦିଅନ୍ତି I ବାରମ୍ବାର ପରୀକ୍ଷା କରି ସେ ସମସ୍ତ କାମନା, ବାସନା ତ୍ୟାଗ କଲେଣି ବୋଲି ତଦାରଖକାରୀ ବରିଷ୍ଠ ସନ୍ୟାସୀ ପ୍ରମାଣପତ୍ର ଦେଲେ ଯାଇ ଆଉ ଏକ ପରୀକ୍ଷା ଦେବାକୁ ପଡେ I ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ସହ ଅନେକ କଠୋର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ଜଣେ ନାଗାସାଧୁ ହୁଅନ୍ତି ‘ମହାପୁରୁଷ’ I ମହାପୁରୁଷର ପରବର୍ତ୍ତୀ ପଦ ଅବଧୂତ I ଅର୍ଥାତ୍ ଲଣ୍ଡା ହୋଇ ନିଜର ଶୁଦ୍ଧିକ୍ରିୟା କରିବାକୁ ହେବ I ତାହେଲେ ଜଣେ ହୋଇଯାନ୍ତି ସଂପୂର୍ଣ୍ଣ ନାଗାସାଧୁ I ମିଳେ ଏକ ପ୍ରମାଣ ପତ୍ର ଯେଉଁଥିରେ ସାଧୁଙ୍କ ନାମ, ବୟସ ଉଲ୍ଲେଖ ଥାଏ ଏବଂ ଆଜୀବନ ଧର୍ମ ପ୍ରଚାର କରିବେ, ଦାନରେ ମିଳିବା ଭୋଜନ ହିଁ ଗ୍ରହଣ କରିବେ ବୋଲି ଲେଖାଥାଏ I ଏହିସବୁ ପ୍ରକ୍ରିୟା ଦେଇ ଗତିକରିବାକୁ ପ୍ରାୟ ୧୨ ବର୍ଷ ଲାଗିଯାଏ I ୧୪ ବର୍ଷରୁ କମ୍ ବୟସର ବାଳକମାନଙ୍କୁ ନାଗାସାଧୁଭାବେ ଗ୍ରହଣ କରାଯିବା ବେଳେ ନିୟମରେ କିଛି କୋହଳ କରାଯାଏ I ବାଳସାଧୁଙ୍କୁ ମହନ୍ତ, କୋଠରି, ଭଣ୍ଡାରୀ ଆଦି ପଦବୀ ଦିଆଯାଏ ଏବଂ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି ଜଣେ ଗୁରୁ I ବାଳକମାନେ ସଂପୂର୍ଣ୍ଣ ଉଲଗ୍ନ ରହନ୍ତି ନାହିଁ, ଛୋଟ କୌପୀନ ପିନ୍ଧି ଛୋଟ ଶାଲ୍ ଟିଏ ଘୋଡାଇ ହୁଅନ୍ତି I ଏମିତି ୧୨ ବର୍ଷ ରହନ୍ତି I ଜୀବନସାରା ନାଗାସାଧୁଙ୍କ କଠୋର ଜୀବନଯାପନଶୈଳୀକୁ ଗ୍ରହଣ କରିନେବାର ଶପଥ ନେଇଥିବା ସାଧୁଙ୍କୁ କୁହାଯାଏ ଅଖଣ୍ଡ ଭବୁତି I ଏମାନଙ୍କୁ ପାରମ୍ପରିକ ବୈଦିକ ବା ସଂସ୍କୃତ ବିଦ୍ୟାଳୟ କିମ୍ବା ଆଖଡାଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ I ନିଜ ନିଜର ଗୁରୁଙ୍କ ସାଙ୍ଗରେ ରହି ଘରକୁ ଫେରିବାର ଇଚ୍ଛା ସଂପୂର୍ଣ୍ଣ ତ୍ୟାଗ କଲେ ଟାଙ୍ଗଟୋଡା ଭାବେରେ ସେମାନଙ୍କୁ ଆଖଡାରେ ଗ୍ରହଣ କରାଯାଏ I ମହିଳା ସନ୍ନ୍ୟାସିନୀ ମଧ୍ୟ ନାଗା ଦୀକ୍ଷା ଗ୍ରହଣ କରିପାରିବେ I

ଆଧାର

Tags:

ଶିବ

🔥 Trending searches on Wiki ଓଡ଼ିଆ:

ଅଚ୍ୟୁତ ନାୟକକାହ୍ନୁଚରଣ ମହାନ୍ତିଅପରେଟିଙ୍ଗ ସିଷ୍ଟମପଖାଳଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତ୍ରିଭୁଜଅମାବାସ୍ୟାର ଚନ୍ଦ୍ରଓପନ-ସୋର୍ସ ସଫ୍ଟୱେରଭଦ୍ରକବିଶ୍ୱନାଥ କରସୀତାକାନ୍ତ ମହାପାତ୍ରମୟୂରରଥvji40ଆଶୁତୋଷ ପରିଡ଼ାକଳାପାହାଡ଼ଅର୍ଚ୍ଚିତା ସାହୁନଅତୁଣ୍ଡୀବିଦ୍ୟୁତପ୍ରଭା ଦେବୀଭ୍ୟାକୁମ୍ କ୍ଲିନର୍ସୁରେନ୍ଦ୍ର ମହାନ୍ତିସୂର୍ଯ୍ୟବଂଶୀ ସୂରଜବିସ୍ଥାପିତ କାନ୍ଧ ଗଣ୍ଠିଗର୍ଭାଶୟ ଅନ୍ତଃସ୍ତର କର୍କଟରମାକାନ୍ତ ରଥଅଚ୍ୟୁତ ଗୋକୁଳ ନାୟକରତ୍ନାକର ଚଇନିଜର୍ମାନୀଆଉରଙ୍ଗଜେବବାଇଶି ପାହାଚଭାରତୀୟ ଜାତୀୟ କଂଗ୍ରେସଶରତ କୁମାର ମହାନ୍ତିଗୋପାଳକୃଷ୍ଣ ପଟ୍ଟନାୟକପ୍ରଯୁକ୍ତି ବିଦ୍ୟାହେପାଟାଇଟିସ ବିଶ୍ରୀଲଙ୍କାର ଭୂଗୋଳଅଂଶୁପା ହ୍ରଦହେପାଟାଇଟିସୟୁକ୍ରେନଅଷ୍ଟ୍ରିଆଫାଇଲେରିଆଆଚାର୍ଯ୍ୟ ହରିହରରାସାୟନିକ ମୌଳିକବୈଶାଖଆର୍ଯ୍ୟଭଟ୍ଟ୪ (ସଂଖ୍ୟା)ଭାରତୀୟ ଡାକ ସେବାପାରାଦୀପ ବନ୍ଦରଓଡ଼ିଆ ଭାଷା ଆନ୍ଦୋଳନଚାରି ଧାମଯକୃତଦେବସ୍ନାନ ପୂର୍ଣ୍ଣିମାକାଟୁଲୁ ରବି କୁମାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିନଅଙ୍କ ଦୁର୍ଭିକ୍ଷଓଡ଼ିଆ ଭାଗବତଏ. ପି. ଜେ. ଅବଦୁଲ କଲାମଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀତମ ଦାସନାରୀବାଦରବୀନ୍ଦ୍ରନାଥ ଠାକୁରଯାଜପୁର ଜିଲ୍ଲା୧୯ ମାର୍ଚ୍ଚଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଇତିହାସଚନ୍ଦନ ଯାତ୍ରାଓଡ଼ିଶାର ଭୂଗୋଳମହାଦେଶଭଦ୍ରକ ଜିଲ୍ଲାଲଣ୍ଡନଜଗନ୍ନାଥ ଦାସ🡆 More