ନଳିନୀବାଳା ଦେବୀ: କବିୟତ୍ରୀ

ନଳିନୀବାଳା ଦେବୀ ଆସାମର ଜଣେ ଜଣାଶୁଣା ମହିଳା କବି ଓ ଲେଖିକା ଥିଲେ । ତାଙ୍କର ଲେଖା ଗୁଡିକରେ ଜାତୀୟତାବାଦୀ ଛାପ ରହୁଥିଲା । ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୯୬୮ ମସିହାରେ ସେ ତାଙ୍କର କବିତା ସଂକଳନ ପୁସ୍ତକ ଅଳକାନନ୍ଦା ପାଇଁ ଭାରତର ଶ୍ରେଷ୍ଠ ସାହିତ୍ୟ କୃତି ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 

ନଳିନୀବାଳା ଦେବୀ
নলিনীবালা দেৱী
ଗୁଆହାଟୀର ପତ୍ତନ ବଜାରରେ ତାଙ୍କର ପ୍ରତିମୂର୍ତି
ଗୁଆହାଟୀର ପତ୍ତନ ବଜାରରେ ତାଙ୍କର ପ୍ରତିମୂର୍ତି
ଜନ୍ମ ଓ ଜନ୍ମସ୍ଥାନ୨୩ ମାର୍ଚ ୧୮୮୯
ଗୁଆହାଟୀ, ଆସାମ
ମୃତ୍ୟୁ୨୪ ଡିସେମ୍ବର, ୧୯୭୭
ବୃତ୍ତିକବି, ଲେଖକ
ଭାଷାଅସମୀୟା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିସୋନ୍ଦିୟାରା ସୁର
ଅଲକାନନ୍ଦା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
ପଦ୍ମଶ୍ରୀ
ଜୀବନସାଥୀଜିବେସ୍ୱର ଚଙ୍ଗକକୋଟି

ଜୀବନୀ 

ପ୍ରାରମ୍ଭିକ ଜୀବନ

ନଳିନୀବାଳା ଦେବୀଙ୍କ ଜନ୍ମ ଆସାମ ରାଜ୍ୟରେ ୧୮୯୮ ମସିହାରେ ହେଇଥିଲା । ତାଙ୍କ ପିତା କର୍ମବୀର ନବୀନ ଚନ୍ଦ୍ର ବର୍ଦୋଲୋଇ (୧୮୭୫-୧୯୩୬) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଆସାମୀୟ ଲେଖକ ଥିଲେ । ତାଙ୍କର ବିବାହ ମାତ୍ର ୧୨ ବର୍ଷରେ ହୋଇଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ, ତାଙ୍କର ପତିଙ୍କ ଅକାଳ ଦେହାନ୍ତ ହେଲା ବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହେଇଥିଲା । ସେ ଖୁବ ଅଳ୍ପ ବୟସରେ ତାଙ୍କର ଦୁଇଜଣ ପୁତ୍ରଙ୍କୁ ମଧ୍ୟ ହରେଇଥିଲେ ।

କବିତା ରଚନା

ନଳିନୀଦେବୀ ତାଙ୍କର ପ୍ରଥମ କବିତା "ପିତା" ମାତ୍ର ୧୦ ବର୍ଷ ବୟସରେ ଲେଖିଥିଲେ । ତାଙ୍କ କବିତା ଦେଶଭକ୍ତି, ହୃଦୟତା ଓ ନିଷ୍ଠା ଆଧାରିତ । ତାଙ୍କଦ୍ୱାରା ରଚିତ ହେଇଥିବା ସାହିତ୍ୟ କୃତିସବୁ ଏବେ ମଧ୍ୟ ଅସମୀୟା ଭାଷାରେ ଆଦୃତ । 

ତାଙ୍କର ପ୍ରଥମ କବିତା ସଂକଳନ "ସନ୍ଧ୍ୟାର ସୁର" ୧୯୨୮ ମସିହାରେ ପ୍ରକାଶିତ ହେଇଥିଲା । ତାହା ଗୁଆହାଟୀ ଓ କଲିକତା ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକ ଭାବରେ ଗୃହୀତ ହେଇଥିଲା ।  

ତାଙ୍କର ଅନ୍ୟ କୃତିସବୁ ମଧ୍ୟରେ "ଅଳକାନନ୍ଦା", "ସପୁନାର ସୁର", "ପରଶମଣି,"ଯୁଗ ଦେବତା", "ଶେଷ ପୂଜା", "ପାରିଜାତର ଅଭିଷେକ", "ମେଘଦୂତ" ଆଦି ଜନପ୍ରିୟ ।

ମୃତ୍ୟୁ

୨୪ ଡିସେମ୍ବର ୧୯୭୭ରେ ତାଙ୍କର ଦେହାନ୍ତ ହେଇଥିଲା ।

ରଚନାବଳୀ

  • ସନ୍ଧ୍ୟାର ସୁର (ସନ୍ଧ୍ୟାର ସ୍ୱର, ୧୯୨୮)
  • ସପୁନାର ସୁର (ସ୍ୱପ୍ନର ସ୍ୱର, ୧୯୪୩)
  • ସ୍ମିତିର ତୀର୍ଥ (ଜୀବନୀ, ୧୯୪୮)
  • ପାରଶମଣି (୧୯୫୪)
  • ଜାଗୃତି (୧୯୬୩)
  • ଅଳକାନନ୍ଦା (୧୯୬୮)

ପୁରସ୍କାର ସମୂହ 

ସେ ତାଙ୍କର କବିତା ସଂକଳନ "ଅଳକାନନ୍ଦା" ପାଇଁ ୧୯୬୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ପୂର୍ବରୁ ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ ।

ଆଧାର 

ଅଧିକ ପଠନ 

Tags:

ନଳିନୀବାଳା ଦେବୀ ଜୀବନୀ ନଳିନୀବାଳା ଦେବୀ ରଚନାବଳୀନଳିନୀବାଳା ଦେବୀ ପୁରସ୍କାର ସମୂହ ନଳିନୀବାଳା ଦେବୀ ଆଧାର ନଳିନୀବାଳା ଦେବୀ ଅଧିକ ପଠନ ନଳିନୀବାଳା ଦେବୀ

🔥 Trending searches on Wiki ଓଡ଼ିଆ:

ରାମ ନବମୀବିଭୁଦତ୍ତ ମିଶ୍ରରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା୬୧୬କ୍ୟୁ. ଆର. କୋଡ଼ହିଡ଼ିମ୍ବଟାଇଫଏଡଅକ୍ଷୟ ତୃତୀୟାକବି ପ୍ରସାଦ ମିଶ୍ରବିଭୂତି ଭୂଷଣ ପ୍ରଧାନସ୍ତନ୍ୟପାୟୀମଥୁରା ମଙ୍ଗଳନବୀନ ପଟ୍ଟନାୟକଶୈଳବାଳା ଦାସଦୀନକୃଷ୍ଣ ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବର୍ଷା ପ୍ରିୟଦର୍ଶିନୀଇଣ୍ଟରନେଟଦେବୀପ୍ରସନ୍ନ ପଟ୍ଟନାୟକକରଣ (ଜାତି)ବଡ଼ଦିନଶଙ୍କର ପ୍ରସାଦ ତ୍ରିପାଠୀ୧୯୯୯ ଓଡ଼ିଶା ମହାବାତ୍ୟାସୁରେନ୍ଦ୍ର ମହାନ୍ତିକଟକ ଜିଲ୍ଲାସମାଜ (ଖବରକାଗଜ)ମୁମ୍ବାଇଭାରତୀୟ ଜନଗଣନାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆପେଣ୍ଡିସାଇଟିସପଦାର୍ଥମଦର ଟେରେସାଧାମରାଧର୍ମେନ୍ଦ୍ର ପ୍ରଧାନକଳିଙ୍ଗ ଯୁଦ୍ଧଗଙ୍ଗାଧର ମେହେରବିଜ୍ଞାନଭଗବତୀ ଚରଣ ପାଣିଗ୍ରାହୀଅନନ୍ତ ପଟ୍ଟନାୟକଚାରି ଧାମକାଳିନ୍ଦୀ ଚରଣ ପାଣିଗ୍ରାହୀବ୍ୟଞ୍ଜନ ବର୍ଣ୍ଣ୩ (ସଂଖ୍ୟା)ରାଜକିଶୋର ପଟ୍ଟନାୟକକିଶୋରଚନ୍ଦ୍ରାନନ୍ଦ ଚମ୍ପୂପ୍ରସନ୍ନ କୁମାର ମିଶ୍ରଓଡ଼ିଆ ରାନ୍ଧଣାରମାକାନ୍ତ ପଣ୍ଡାସମ୍ବଲପୁରୀ ଭାଷାଜ୍ଞାନକୋଷବ୍ରଜ କିଶୋର ପ୍ରଧାନଗାଈଶିବାଜୀୟୁ ଟ୍ୟୁବପଦ୍ମଶ୍ରୀଇରା ମହାନ୍ତିବୁଧବାର୧୯୮୪ମିଆ ଖଲିଫାଜନ ଗଣ ମନବୀରକିଶୋର ଦାସସମ୍ବଲପୁର ଜିଲ୍ଲା🡆 More