ଜଗନ୍ନାଥ ମନ୍ଦିରର ଭିତରକାଠ ବାମପଟେ ରହିଅବା ଦ୍ୱାର ହେଉଛି ଧୁକୁଡ଼ି ଦ୍ୱାର ।
ଧୁକୁଡ଼ି ଦ୍ୱାର ଅର୍ଥ ବଡ଼ କବାଟ ତଳ ଆଡ଼କୁ ଅବା ଛୋଟ କବାଟ ବା ଚୋରି କବାଟ, କାନୁରେ ଅବା ଛୋଟ ଗଳି କବାଟ । ପୂର୍ବରୁ ଘରମାନଙ୍କରେ ଧୁକୁଡ଼ି ଦ୍ୱାର ରହୁଥିଲା । ଏହା ଗୋଟିଏ ଘର ସହ ଆଉ ଗୋଟିଏ ଘରର ସମ୍ପର୍କ ରକ୍ଷାକରେ । ଯୌଥ ପରିବାରରେ ଏହିପରି ଦ୍ୱାର ରହିଥାଏ ।
ବଡ଼ଦେଉଳର ଜଗମୋହନରୁ ଭିତରକାଠକୁ ପ୍ରବେଶ କରିବା ପରେ ପ୍ରଥମ ବାମପଟ ଦ୍ୱାର ହେଉଛି ଧୂକୁଡ଼ି ଦ୍ୱାର । ଏହି ଦ୍ୱାର ଗୁପ୍ତନୀତି ପାଇଁ ବ୍ୟବହାର ହୁଏ । ଏହି ଦ୍ୱାର ଦେଇ ସିଧା ସଳଖ ଅଣସର ପିଣ୍ଡିରେ ପହଞ୍ଚି ହୁଏ । ଜଗନ୍ନାଥଙ୍କ ଅଣସର ସେବା ସମୟରେ ଦଇତା ଓ ପତି ମହାପାତ୍ର ସେବକମାନେ ସେହି ଦ୍ୱାରରେ ଅଣସର ଘରକୁ ଯାଇଥାନ୍ତି । ସେହି ଦ୍ୱାର ଦେଇ ଜଗନ୍ନାଥଙ୍କ ଅଣସର ସାମଗ୍ରୀ ଭିତରକୁ ଆସିଥାଏ । ଓଷୁଅଠାରୁ ଖଳି, ଚନ୍ଦନଠାରୁ ଘଣା ସବୁ ସେହି ଦ୍ୱାର ଦେଇ ଭିତରକୁ ଯାଏ । ସେହି ରାସ୍ତା ଦେଇ ମଧ୍ୟ ଖଡ଼ି ପ୍ରସାଦ ଓ ରାଜପ୍ରସାଦ ବାହାରି ଗଜପତିଙ୍କ ନିକଟକୁ ଯାଏ । ଏହି ଦ୍ୱାର ଦେଇ ଗର୍ଭଗୃହରୁ ଥାଳି ଖେଚୁଡ଼ି ବିମଳାଙ୍କ ପାଖକୁ ଯାଏ । ଜଗନ୍ନାଥଙ୍କର ସମସ୍ତ ପୂଜା ସାମଗ୍ରୀ ଏହି ଦ୍ୱାର ଦେଇ ଭିତରକୁ ପ୍ରବେଶ କରେ । ଏବେ ଏହି ଦ୍ୱାର ଭକ୍ତଙ୍କ ପ୍ରସ୍ଥାନ ପାଇଁ ବ୍ୟବହାର କରାଯାଉଛି । ସାହାଣମେଲା, ପରିମାଣିକ ଦର୍ଶନ ବା ଭିତରକାଠ ଦର୍ଶନ ପରେ ଭକ୍ତମାନେ ଏହି ଧୁକୁଡ଼ି ଦ୍ୱାର ଦେଇ ବାହାରିଥା'ନ୍ତି ।
This article uses material from the Wikipedia ଓଡ଼ିଆ article ଧୁକୁଡ଼ି ଦ୍ୱାର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.