ଧାନମୋଣ୍ଡି ହ୍ରଦ: ବଙ୍ଗଳାଦେଶର ହ୍ରଦ

ଧାନମୋଣ୍ଡି ହ୍ରଦ ବଙ୍ଗଳାଦେଶର ଏକ ହ୍ରଦ । ଏହି ହ୍ରଦଟି ଢାକା ଅଞ୍ଚଳରେ ଧାନମୋଣ୍ଡିରେ ଅବସ୍ଥିତ । ଏହି ହ୍ରଦଟି କରବାନ ବଜାର ଏବଂ ତୁରାଗ ନ‌ଦୀକୁ ସଂଯୋଗ କରୁଥିବା ଏକ କେନାଲରୁ ସୃଷ୍ଟି ହୋଇଥିଲା ।

ଧାନମୋଣ୍ଡି ହ୍ରଦ
ଧାନମୋଣ୍ଡି ହ୍ରଦ: ଅବସ୍ଥିତି, ନିର୍ମାଣ, ପର୍ଯ୍ୟଟନ ସୁବିଧା
ଅବସ୍ଥାନଢାକା
ଦିଗବାରେଣି23°44′44″N 90°22′39″E / 23.7455°N 90.3776°E / 23.7455; 90.3776
ନିଷ୍କାସନ କ୍ଷେତ୍ରସ୍ଥ  ଦେଶବଙ୍ଗଳାଦେଶ

ଅବସ୍ଥିତି

ଏହି ହ୍ରଦଟି ବାଂଲାଦେଶର ଢାକାରେ ଏକ ଜନବସତି ଅଞ୍ଚଳରେ ରହିଛି । ଢାକା ମୁଖ୍ୟ ସଦରଠାରୁ ଧାନମୋଣ୍ଡି ମାତ୍ର ୧୧ କିଲୋମିଟର ଦୂରରେ ଅବସ୍ଥିତ । ଧାନମୋଣ୍ଡିରୁ ଏହି ହ୍ରଦ ପର୍ଯ୍ୟନ୍ତ ଦୂରତା ମାତ୍ର ୬୦୦ ମିଟର ।

ଜିଗତୋଳା (ଧାନମୋଣ୍ଡି ୨ୟ ରାସ୍ତା)ଠାରୁ ଏହି ହ୍ରଦଟି ଆରମ୍ଭ ହୋଇଛି ଏଂ ୨୭ ନଂ ରାସ୍ତା ଯାଏଁ ଯାଇଛି । ଏହି ହ୍ରଦଟିକୁ ଉତ୍ତରେ ମହମଦପୁର-ଲାଲମାଟିଆ ଅଞ୍ଚଳ, ପଶ୍ଚିମରେ ସତ୍‌ମସ୍‌ଜିଦ୍ ରାସ୍ତା, ଦକ୍ଷିଣରେ ବାଂଲାଦେଶ ରାଇଫଲ୍‌ସ୍ ଗେଟ୍ ଏବଂ ପୂର୍ବରେ କଳାବାଗନର ଜନବସତି ଅଞ୍ଚଳ ଘେରି ରହିଛି । ଏହି ହ୍ରଦଟି ୩ କିଲୋମିଟର ଲମ୍ବ ଏବଂ ୩୫ରୁ ୧୦୦ ମିଟର ଓସାରର । ଏହି ହ୍ରଦଟିର ସର୍ବାଧିନ ଗଭୀରତା ୪.୭୭ ମିଟର । ସୁକ୍ରବାଦ ଅଞ୍ଚଳରେ ଗୋଟିଏ ଜଳ ନିଷ୍କାସନ ଦ୍ୱାର ରହିଛି । ମୁଖ୍ୟତଃ ବର୍ଷାଦିନରେ ଏହି ଦ୍ୱାର ଦେଇ ଜଳ ନିଷ୍କାସନ ହୋଇଥାଏ । ଫଳରେ ସବୁସମୟରେ ଏହି ହ୍ରଦଟିର ଜଳସ୍ତର ସମାନ ରହିଥାଏ ।

ନିର୍ମାଣ

ଏହି ହ୍ରଦଟି ପ୍ରକୃତରେ କରବାନ ବଜାର ନ‌ଦୀରୁ ବାହାରିଥିବା ଏକ ନାଳ ଅଥବା କେନାଲର ଅଂଶ । ଏହି କେନାଲଟି ସେତେବେଳେ କରବାନ ବଜାର ନ‌ଦୀରୁ ତୁରାଗ ନ‌ଦୀକୁ ସଂଯୋଗ କରୁଥିଲା । ଏହି ହ୍ରଦର ଆଂଶିକ ଭାଗ ବେଗୁନବରି କେନାଲ ସ‌ହ ସଂଯୋଗ ହୋଇଥିଲା । ୧୯୫୬ ମସିହାରେ ଧାନମୋଣ୍ଡି ଏକ ଜନବସତି ଅଞ୍ଚଳ ଭାବରେ ବିକଶିତ ହେଲା । ସେହି ସମୟରେ କେନାଲଟିକୁ ନ‌ଦୀରୁ ଅଲଗା କରିବାକୁ ପଡ଼ିଥିଲା । ତେଣୁ କେନାଲଟିର ବଳକା ଭାଗରେ ଏହି ହ୍ରଦଟି ତିଆରି ହୋଇଥିଲା । ସେହି ଜନବସତି ପାଇଁ ନିର୍ମିତ ଅଞ୍ଚଳରେ ୧୬ ପ୍ରତିଶତ ଜାଗା ଏହି ହ୍ରଦଟି ଅକ୍ତିଆର କରିଛି । ଏହି ହ୍ରଦଟି କ୍ରମେ ବିକାଶ କରାଯାଇଥିଲା ଏବଂ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ଏହା ପାଖରେ ରବିନ୍ଦ୍ର ସରୋବର ଅବସ୍ଥିତ ।

ଏହି ହ୍ରଦଟିର ଆଉ କିଛି ବଳକା ଭାଗ ଏବେ ମଧ୍ୟ କେନାଲ ଭାବରେ ବ୍ୟବ‌ହୃତ ହେଉଛି । ଏହି ବଳକା ଭାଗଟି ସେହି ଅଞ୍ଚଳରୁ ନିର୍ଗତ ଆବର୍ଜନା ପାଣିକୁ ବାହାର କରିବା କାର୍ଯ୍ୟରେ ଲାଗୁଛି । ଏହି ନାଳ ଦେଇ ବାହାରୁଥିବା ବଳକା ପାଣି ବେଗୁନବାରୀ ଖାଲରେ ପ୍ରବେଶ କରିଥାଏ । ଧାନମୋଣ୍ଡି ସ‌ହ ଆଖପାଖର କିଛି ଅଞ୍ଚଳର ଆବର୍ଜନା ଯୁକ୍ତ ପାଣି ଏହି ନାଳଦ୍ୱାରା ନିଷ୍କାସିତ ହେଉଛି ।

ପର୍ଯ୍ୟଟନ ସୁବିଧା

ଏହି ହ୍ରଦଟି ସବୁଜ ପରିବେଶ ସାଙ୍ଗକୁ ଶୁଦ୍ଧ ବାତାରଣରେ ରହିଛି । ଏହାର ଆଖପାଖରେ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଯାଇଛି । ଫଳରେ ପ୍ରକୃତିପ୍ରେମିଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହି ହ୍ରଦର ପାଖରେ ଚଲାପଥ ମଧ୍ୟ ଅଛି ଏବଂ ଏକ ପୋଲ ଅଛି । ଏହି ପୋଲ ଏବଂ ଆଖପାଖ ରାସ୍ତା ଦେଇ ଗତିକଲାବେଳେ ପର୍ଯ୍ୟଟକମାନେ ପ୍ରକୃତି ସୁନ୍ଦରତାକୁ ବ‌ହୁତ ଭଲ ଭାବରେ ଉପଭୋଗ କରିଥାନ୍ତି । ପର୍ଯ୍ୟଟକଙ୍କ ପାଇଁ ଏହି ହ୍ରଦରେ ନୌକାବିହାରର ସୁବିଧା ମଧ୍ୟ ରଖାଯାଇଛି ।

ଫଟୋ ଗ୍ୟାଲେରି

ଆଧାର

Tags:

ଧାନମୋଣ୍ଡି ହ୍ରଦ ଅବସ୍ଥିତିଧାନମୋଣ୍ଡି ହ୍ରଦ ନିର୍ମାଣଧାନମୋଣ୍ଡି ହ୍ରଦ ପର୍ଯ୍ୟଟନ ସୁବିଧାଧାନମୋଣ୍ଡି ହ୍ରଦ ଫଟୋ ଗ୍ୟାଲେରିଧାନମୋଣ୍ଡି ହ୍ରଦ ଆଧାରଧାନମୋଣ୍ଡି ହ୍ରଦ

🔥 Trending searches on Wiki ଓଡ଼ିଆ:

ପ୍ରସନ୍ନ କୁମାର ପଣ୍ଡା୨୯ ମାର୍ଚ୍ଚରାମାବତାରମ୍ରାକ୍ଷୀ ପୂର୍ଣ୍ଣିମାମଦର ଟେରେସାଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକମ୍ପ୍ୟୁଟରଜ୍ୟୋତିର୍ଲିଙ୍ଗବେଣୁଧର ରାଉତରାଜକିଶୋର ରାୟପରୀକ୍ଷାସ୍ଥୌଲ୍ୟତାତିଳ ଚତୁର୍ଥୀପଞ୍ଚସଖାଅକ୍ଷାଂଶତୃପ୍ତି ଦାସଖଡ଼ଗପୁରସରସ୍ୱତୀ ସମ୍ମାନନନ୍ଦିନୀ ଶତପଥୀ୭ (ସଂଖ୍ୟା)ବିଶ୍ୱ ଏଡ୍‌ସ ଦିବସଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଅଂଶୁପା ହ୍ରଦଦାମୋଦର ରାଉତଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରପାକ୍ରିଟିନିବ୧୭୪୬ଜିମି ୱେଲ୍ସପାଇକ ଆଖଡ଼ା୧ (ସଂଖ୍ୟା)ଜାହାଙ୍ଗୀରଗଣନ ସଂଖ୍ୟାଲକ୍ଷ୍ମୀକାନ୍ତ ମହାପାତ୍ରଧର୍ମପ୍ରତିଭା ଶତପଥୀଅନନ୍ତ ପଟ୍ଟନାୟକଶ୍ରୀ ଅରବିନ୍ଦଦାସକାଠିଆସଚ୍ଚିଦାନନ୍ଦ ରାଉତରାୟପାର୍ବତୀଚନ୍ଦ୍ରଶେଖର ନନ୍ଦସାରଳା ମନ୍ଦିରସେଇ ଝିଅଟିମୁକ୍ତିକାନ୍ତ ମଣ୍ଡଳଦୀପା ସାହୁ (୧୯୮୫ ଜନ୍ମ)ରାଜା ରାମମୋହନ ରାୟଅଭିମନ୍ୟୁ ସାମନ୍ତସିଂହାରଧରିତ୍ରୀ (ଖବରକାଗଜ)ଶନିବାରମାଟିର ମଣିଷଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପ୍ରଦୀପ କୁମାର ପାଣିଗ୍ରାହୀଅସହଯୋଗ ଆନ୍ଦୋଳନ୧୯୮୪ଦେବୁ ବୋଷଆମ୍ବବୀର ସୁରେନ୍ଦ୍ର ସାଏଓଡ଼ିଆ କବି ମାନଙ୍କର ତାଲିକାଚିଲିକା ହ୍ରଦଦୀପକ ମିଶ୍ରପ୍ରହ୍ଲାଦ ନାଟକଜଳଭାରତଗ୍ରହଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଜ୍ୟଗୌରୀଶଙ୍କର ରାୟ🡆 More