ତୁଳସୀ ବିବାହ: ଏକ ହିନ୍ଦୁ ପର୍ବ ।

ତୁଳସୀ ବିବାହ (Telugu : తులసి కళ్యాణం Tulasi Kaḷyāṇaṁ) ଏକ ହିନ୍ଦୁ ପର୍ବ ଯେଉଁଥିରେ ତୁଳସୀ (Holy Basil) ଓ ଭଗବାନ ଶାଳଗ୍ରାମ ବା ଭଗବାନ ବିଷ୍ଣୁଙ୍କର ଅଁଳା ଶାଖା (personifications of Vishnu) ମଧ୍ୟରେ ବିବାହ ଅନୁଷ୍ଠିତ ହୁଏ । ହିନ୍ଦୁ ମତରେ ବର୍ଷା ଋତୁର ଶେଷ ଓ ବିବାହ ଋତୁର ଆରମ୍ଭକୁ ତୁଳସୀ ବିବାହ ନିର୍ଦ୍ଦେଶ କରେ ।

ତୁଳସୀ ବିବାହ
ତୁଳସୀ ବିବାହ:  ଏକ ହିନ୍ଦୁ ପର୍ବ ।
ତୁଳସୀ ବିବାହ ପର୍ବ
ପାଳନକାରୀହିନ୍ଦୁ
ପ୍ରକାରReligious
ପାଳନ୧ ଦିନ
ଆରମ୍ଭPrabodhini Ekadashi
ଶେଷକାର୍ତ୍ତିକ ପୂର୍ଣ୍ଣିମା
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ହିନ୍ଦୁ ମାସର କ୍ୟାଲେଣ୍ଡରେ ଥିବା କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀ (ଶୁକ୍ଳ ଏକାଦଶୀ ବା ଦ୍ୱାଦଶୀ) ଓ ପୂର୍ଣ୍ଣିମା ମଧ୍ୟରେ ଯେ କୌଣସି ଦିନ ଏହି ପର୍ବ ଅନୁଷ୍ଠିତ ହୁଏ । ବିଭିନ୍ନ ସ୍ଥାନ ଅନୁସାରେ ଏହି ଦିନ ଭିନ୍ନ ଭିନ୍ନ ହୁଏ ।

ଜନଶୃତି

Tulsi and Vishnu

ହିନ୍ଦୁତ୍ୱରେ ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି; ବେଳେବେଳେ ତାଙ୍କୁ ବିଷ୍ଣୁଙ୍କ ପତ୍ନୀ ଆଖ୍ୟା ଦିଆଯାଇଥିବାରୁ ତାଙ୍କୁ ବିଷ୍ଣୁପ୍ରିୟା ବା ବିଷ୍ଣୁଙ୍କ ପ୍ରେୟସୀ ଆଖ୍ୟା ଦିଆଯାଇଛି । ପଦ୍ମ ପୁରାଣରେ ତୁଳସୀ ବିବାହ ଓ ତାର ନୀତି ନିୟମ ବିଷୟ ଲିଖିତ ଅଛି ଯାହା ଜନଶ୍ରୁତିରେ ରହିଆସିଛି ।

ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦା (ତୁଳସୀର ଏକ ପ୍ରତିଶବ୍ଦ) ନାମକ ଜଣେ ମହିଳା ଥିଲେ । ସେ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ତାଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ଥିଲା । ଦେବତାମାନେ ମଧ୍ୟ ତାଙ୍କୁ ପରାଜିତ କରିପାରୁନଥିଲେ । ଯୁଦ୍ଧକୁ ଯିବା ବେଳେ ବୃନ୍ଦା ସ୍ବାମୀର ବିଜଯ ନିମନ୍ତେ ସଂକଳ୍ପ କରିଥିଲେ । ଏହି ଅବସରରେ ଦେବତାମାନେ ବିଷ୍ଣୁଙ୍କୁ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ତେଣୁ ଜଳନ୍ଧରର ଅନୁପସ୍ଥିତିରେ ବିଷ୍ଣୁ ତାଙ୍କ ରୂପ ଧରି ତୁଳସୀ ପାଖକୁ ଚାଲିଗଲେ । ତୁଳସୀ ତାଙ୍କୁ ଦେଖି ସଂକଳ୍ପ ତ୍ୟାଗ କରି ତାଙ୍କ ପଦସ୍ପର୍ଶ କଲେ । ସଂକଳ୍ପ ତ୍ୟାଗ କଲା କ୍ଷଣି ଶିବ ତାଙ୍କୁ ମାରିଦେଲେ ଓ ତାର କଟାମୁଣ୍ଡ ଆସି ବୃନ୍ଦାଙ୍କ ଉଆସରେ ପଡ଼ିଲା । ଏହା ଜାଣିପାରି ବୃନ୍ଦା ବିଷ୍ଣୁଙ୍କୁ ପଥର ହେବା ଅଭିଶାପ ଦେଲେ ଯାହା ଫଳରେ ବିଷ୍ଣୁ ଶାଳଗ୍ରାମ ହୋଇଗଲେ ଓ ଲକ୍ଷ୍ମୀଙ୍କଠାରୁ ତାଙ୍କର ବିଚ୍ଛେଦ ହୋଇଗଲା । ବୃନ୍ଦା ଦୁଃଖରେ ସମୁଦ୍ରରେ ଝାସ ଦେଲେ ଓ ତାଙ୍କ ଆତ୍ମାକୁ ତୁଳସୀରେ ଅବସ୍ଥାପିତ କରିଦେଲେ ।

ପୂର୍ବ ଆଶୀର୍ବାଦ ଅନୁସାରେ ପ୍ରବୋଧିନୀ ଏକାଦଶୀ ଦିନ ଶାଳଗ୍ରାମ ରୂପୀ ବିଷ୍ଣୁ ତୁଳସୀଙ୍କୁ ବିବାହ କରିଥିଲେ । ଅନ୍ୟ ଏକ ଜନଶୃତି ଅନୁସାରେ ଲକ୍ଷ୍ମୀ ଏକ ଅସୁରକୁ ମାରିବା ପରେ ତୁଳସୀ ବୃକ୍ଷ ରୂପରେ ପୃଥିବୀରେ ରହିଲେ ।

ଅନ୍ୟ ଏକ ବୈଷ୍ଣବ ଜନଶୃତି ଅନୁସାରେ ସମୁଦ୍ର ମନ୍ଥନ ଶେଷରେ ବାହାରିଥିବା ଅମୁତକୁ ଅସୁରଙ୍କୁ ନଦେଇ ବିଷଣଣୁ ଦେବତାଙ୍କୁ ଡେଲ ଓ ତାଙ୍କ ଆଖିରୁ ଆନନ୍ଦାଶୃ ବାହାରି ଅମୃତରେ ପଡ଼ି ତୁଳସୀ ବୃକ୍ଷରେ ପରିଣତ ହୋଇଗଲା ପରେ ତାଙ୍କୁ ବିବାହ କଲେ ।

ଉତ୍ସବ

ତୁଳସୀ ଓ ବିଷ୍ଣୁ ବିବାହ ହିନ୍ଦୁ ମତରେ ପାଳନ କରାଯାଏ ।Emma Tarlo (1996). Clothing Matters: Dress and Identity in India. University of Chicago Press. pp. 184–5. ISBN 978-0-226-78976-7.

ଆଧାର

Tags:

Vishnuen:Ocimum tenuiflorumen:Phyllanthus emblicaଶାଳଗ୍ରାମହିନ୍ଦୁ

🔥 Trending searches on Wiki ଓଡ଼ିଆ:

ଶେର ଶାହ ସୁରୀମାଟିର ମଣିଷସୌରୀନ୍ଦ୍ର ବାରିକଇଂଲଣ୍ଡଉତ୍କଳ ବ୍ରାହ୍ମଣବିରିୟାନୀଅର୍ଚ୍ଚିତା ସାହୁତ୍ରିପୁରା ମିଶ୍ରଭାରତୀୟ ଡାକ ସେବାଆନ୍ଧ୍ର ପ୍ରଦେଶଲକ୍ଷ୍ମୀବିରଳା ମନ୍ଦିର, ହାଇଦ୍ରାବାଦଶାସ୍ତିମୋନିକା ସେଲ୍ସକାଶୀ ବିଶ୍ୱନାଥ ମନ୍ଦିରମାଣବସା ଗୁରୁବାରଭାରତର ଜାତୀୟ ପତାକାସାଲଭାଡୋର ଡାଲିସାମାଜିକ ଆନ୍ଦୋଳନକଳାହାଣ୍ଡି ଜିଲ୍ଲାକିଶୋରୀ ଚରଣ ଦାସମହେନ୍ଦ୍ର ସିଂହ ଧୋନିଉଦୟନାଥ ଷଡ଼ଙ୍ଗୀକୁଜିବର ପ‌ତ୍ରଲିଙ୍ଗରାଜ ମନ୍ଦିର୧୯୬୧ନୟାଗଡ଼ ଜିଲ୍ଲାରାଜନୀତି ବିଜ୍ଞାନସ୍ତନ୍ୟପାୟୀହୃଷୀକେଶ ମଲ୍ଲିକଜଗନ୍ନାଥଙ୍କ ବେଶ୨୦୧୨ଅପରେଟିଙ୍ଗ ସିଷ୍ଟମହନୁମାନ ଚାଳିଶାତୃପ୍ତି ଦାସସୁନାବେଶଜମ୍ମୁ ତୱି ରେଳ ଷ୍ଟେସନଇତିହାସନଅଙ୍କ ଦୁର୍ଭିକ୍ଷଖଡ଼ଗପୁରଭାରତୀୟ ଜାତୀୟ କଂଗ୍ରେସବଣ୍ଡ (ଅର୍ଥ)ବୃହସ୍ପତିବରଗଛଛାୟାପଥଥାଲକୁଡ଼ିଅଭିମନ୍ୟୁ ସାମନ୍ତସିଂହାରହେପାଟାଇଟିସ ବିଆଣ୍ଡାମାନ ସାଗରସତ୍ୟବାଦୀ ବନ ବିଦ୍ୟାଳୟପାରାଦୀପ ବନ୍ଦରଫରିନା ଆଜାଦକୁନ୍ତଳା କୁମାରୀ ସାବତଦ୍ଵାରକାଧୀଶ ମନ୍ଦିରବାଇଶି ପାହାଚଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପ୍ରଧାନ ପୃଷ୍ଠାବିଶ୍ୱନାଥ କରଚିଲିକା (କବିତା)ଜ୍ୟୋତିର୍ଲିଙ୍ଗପ୍ରଥମ ଭାସ୍କରବଣଭୋଜି ବେଶଜିନା ସାମଲ🡆 More