ଡାବଲପୁଆ

ଡାବଲପୁଆ ବା ଗୁଚିତାଣ୍ଡୁ ଭାରତର ଏକ ପାରମ୍ପାରିକ ଖେଳ । ଏହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଖେଳାଯାଉଥିଲେ ମଧ୍ୟ ପୃଥିବୀର ଅନ୍ୟ ବହୁ ଦେଶରେ ଏହି ଖେଳର ପ୍ରଚଳନ ଅଛି । ଏହି ଖେଳର ଅନେକ ଆଞ୍ଚଳିକ ନାମ ଓ ଭିନ୍ନଭିନ୍ନ ଖେଳନିୟମ ରହିଛି । ଓଡ଼ିଶାରେ ଏହା ଗୁଲି ବାଡ଼ି, ପିଲବାଡ଼ି (ଫୁଲବାଣୀ‌), ଗୁଟିଡାବୁଳ (ବାଲେଶ୍ୱର) ଆଦି ନାମରେ ମଧ୍ୟ ପରିଚିତ । ଏହି ଖେଳର ଉତ୍ପତ୍ତି ଆନୁମାନିକ ୨୫୦୦ ବର୍ଷ ତଳେ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ୨୦୧୮ ମଇ ୨୭ ତାରିଖ ମନ କି ବାତ ବାର୍ତ୍ତାରେ ଏହି ଖେଳ ବିଷୟରେ ଉଲ୍ଲେଖ କରିଥିଲେ ।

ଡାବଲପୁଆ
ବାରାଣାସୀରେ ଗଙ୍ଗାନଦୀ କୂଳରେ ବାଳକମାନେ ଡାବଲପୁଆ ଖେଳୁଛନ୍ତି

ବିଧି

ଡାବଲପୁଆ 
ଦୁଇଟି ବାଳକ ଡାବଲପୁଆ ଖେଳୁଛନ୍ତି

ଗୋଟିଏ ଦୁଇପଟରୁ ଗୋଜିଆ ଛୋଟ କାଠି, ପୁଆ ଓ ଅନ୍ୟ ଏକ ଲମ୍ବା ବାଡ଼ି ବା ଡାବଲ ସହାୟତାରେ ଏହି ଖେଳ ଖେଳାଯାଏ । ଗୋଟିଏ ପକ୍ଷର ଖେଳାଳି, ଛୋଟ ଗାତ ( ଗୁଚି ମଧ୍ୟ କୁହାଯାଏ ) ଉପରେ ପୁଆକୁ ରଖି, ଡାବଲ ସାହାଯ୍ୟରେ ତାକୁ ଦୂରକୁ ମାରିଦିଅନ୍ତି । ଅପରପକ୍ଷ ତାକୁ ତଳେ ପଡ଼ିବା ପୂର୍ବରୁ କ୍ୟାଚଧରିବାକୁ ଚେଷ୍ଟା କରନ୍ତି । ଯଦି ଧରିବାରେ ସଫଳ ହୁଅନ୍ତି, ତେବେ ମାରୁଥିବା ପକ୍ଷର ଖେଳ ପାଳି ସରେ ଓ ଅପରପକ୍ଷ ଖେଳ ଆରମ୍ଭ କରନ୍ତି । ଧରି ନପାରିଲେ, ମାରିଥିବା ଦଳ ଡାବଲ ସାହାଯ୍ୟରେ ପୁଆର ମୁନକୁ ବାଡ଼େଇଦିଅନ୍ତି, ତାହା ଉପରକୁ ଉଠିଯାଏ ଓ ଲମ୍ବା ବାଡ଼ିରେ ତାକୁ ଦୂରକୁ ମାରି ଦିଆଯାଏ । କାଠିଟି ଯେତେଦୂର ଯାଏ, ଅପରପକ୍ଷ ତାକୁ ସେଠୁ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଆଣିଥାନ୍ତି ।

ଆଧାର

ବାହ୍ୟ ଲିଙ୍କ

Tags:

ଓଡ଼ିଶାନରେନ୍ଦ୍ର ମୋଦୀପୃଥିବୀଫୁଲବାଣୀବାଲେଶ୍ୱର ଜିଲ୍ଲାଭାରତଭାରତୀୟ ଉପମହାଦେଶମନ କି ବାତ

🔥 Trending searches on Wiki ଓଡ଼ିଆ:

ଲସ ଏଞ୍ଜଲେସ ଲେକର୍ସପୁରୀଭାରତୀୟ ସମ୍ବିଧାନଇଣ୍ଡୋନେସିଆଘର୧୪୩୪ଦକ୍ଷିଣ ଚୀନ ସାଗରଉଇକିପିଡ଼ିଆଓଡ଼ିଆପରିସଂଖ୍ୟାନଦକ୍ଷିଣ ଆଫ୍ରିକାଓଡ଼ିଶା ସରକାରକାଉଁରୀ କନ୍ୟାହାଡ଼ଗ୍ରହସାରଳା ଦାସଦଣ୍ଡ ନାଟ୧୮୭୫ଉତ୍କଳ ସାହିତ୍ୟ ସମାଜଗୋପୀନାଥ ମହାନ୍ତିରବୀନ୍ଦ୍ରନାଥ ଠାକୁର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣମାଡ୍ରିଦ୨୮ ମାର୍ଚ୍ଚପରଝିଅ ଘର ଭାଙ୍ଗେନାଜୈନ ଧର୍ମଅଲିମ୍ପିକ କ୍ରୀଡ଼ାଗୋଦାବରୀଶ ମହାପାତ୍ର୨୦୨୨ ଫିଫା ବିଶ୍ୱକପ୍ଓଡ଼ିଶାର ମାପ ବ୍ୟବସ୍ଥାବଙ୍ଗଳାଦେଶସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାସେପ୍ସିସଅଂଶୁଘାତଆନ୍ତର୍ଜାତିକ ମହିଳା ଦିବସଶେୟାର ବଜାରମଧୁସୂଦନ ଦାସରତ୍ନାକର ଚଇନିଜ୍ଞାନପୀଠ ପୁରସ୍କାରବିଜୟ ମିଶ୍ରପରିମେୟ ସଂଖ୍ୟାରଥଯାତ୍ରାଗୁରୁଛବିଳ ମଧୁ ବର୍ଣ୍ଣବୋଧସମାଜ (ଖବରକାଗଜ)କମ୍ପ୍ୟୁଟର ବିଜ୍ଞାନବିଶ୍ୱନାଥ କର୨୯ ମାର୍ଚ୍ଚଦକ୍ଷିଣ କୋରିଆମୟୂରଭଞ୍ଜ ଜିଲ୍ଲାଇମେଲରାଉରକେଲାAugust 11କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପ୍ରଦୀପ କୁମାର ମାଝୀକର୍କଟ ରୋଗଅଷ୍ଟ୍ରେଲିଆ (ମହାଦେଶ)କଟକ ଜିଲ୍ଲାଓଡ଼ିଶାର ପର୍ବପର୍ବାଣିକୋଣାର୍କ ସୂର୍ଯ୍ୟ ମନ୍ଦିରଧର୍ମେନ୍ଦ୍ର ପ୍ରଧାନଲକ୍ଷ୍ମଣ ନାୟକଶଙ୍ଖ କ୍ଷେତ୍ରନିମୋନିଆସୁନ୍ଦରଗଡ଼ ଜିଲ୍ଲା୧୪ ମାର୍ଚ୍ଚଭୁବନେଶ୍ୱରବନମାଳୀ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଓଷା🡆 More