ଜାନସେନ କୋଭିଡ଼-୧୯ ଟିକା

ଜାନସେନ କୋଭିଡ଼-୧୯ ଟିକା ହେଉଛି କୋଭିଡ଼-୧୯ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ଏକ ଟିକା । ଏହା ୧୭ ବର୍ଷରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୁଏ । ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ପ୍ରଥମ ଇଞ୍ଜେକସନ ନେବାର ଦୁଇ ମାସ ପରେ ଦ୍ୱିତୀୟ ମାତ୍ରା/ଡୋଜ ଦିଆଯାଇପାରେ । ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ଯେ ଏହା କୋଭିଡ଼-୧୯ର ବିପଦକୁ ୨ ସପ୍ତାହ ପରେ ୬୭% ଏବଂ ଭୟଙ୍କର ରୋଗ‌କୁ ୭୭% ହ୍ରାସ କରିଥାଏ ।

ଜାନସେନ କୋଭିଡ଼-୧୯ ଟିକା
ଜାନସେନ କୋଭିଡ଼-୧୯ ଟିକା
A vial of Janssen COVID-19 vaccine
Vaccine description
Target diseaseSARS-CoV-2
Type?
Clinical data
Trade namesJanssen COVID-19 Vaccine, COVID-19 Vaccine Janssen
SynonymsJohnson & Johnson COVID-19 vaccine
AHFS/Drugs.commonograph
data
Pregnancy
category
  • AU: B1
Routes of
administration
Intramuscular
Legal status
Legal status
  • AU: S4 (Prescription only)
  • CA: Schedule D
  • UK: POM (Prescription only)
  • US: ℞-only via standing order; Unapproved (Emergency Use Authorization)
  • EU: Rx-only
  • ZA: Authorized
Full list of Janssen vaccine authorizations

ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣର ହୁଏ ଏବଂ କିଛି ଦିନ ମଧ୍ୟରେ ସମାଧାନ ହୁଏ । ଏଗୁଡିକ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା, ମାଂସପେଶୀ ଯନ୍ତ୍ରଣା ଏବଂ ଅଇ ହୋଇପାରେ । ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଗୁଇଲେନ-ବାରେ ସିଣ୍ଡ୍ରୋମ, କମ ରକ୍ତ ପ୍ଲାଲେଟ୍ ଏବଂ ଆନାଫାଇଲାକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ । ଏହା ଏକ ଭୂତାଣୁ ଭେକ୍ଟର ଟିକା ଅର୍ଥାତ୍ ଏହା ଅନ୍ୟ ଏକ ଭୂତାଣୁରୁ (ଆଡେନୋଭାଇରସ୍ ) ଗଠିତ ଯାହା SARS-CoV-2 ଜୀବାଣୁର ସ୍ପାଇକ ପୁଷ୍ଟିସାରର ଜିନ ଧାରଣ କରିବା ପାଇଁ ପରିବର୍ତ୍ତିତ କରାଯାଇଛି ।

ଏହି ଟିକା ଫେବୃଆରୀ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଗ୍ରହଣ କରିଥିଲା ଏବଂ ମାର୍ଚ୍ଚ ୨୦୨୧ ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା । ୨୦୨୨ ସୁଦ୍ଧା ଅତି କମରେ ୮୨ଟି ଦେଶରେ ଏହାକୁ କିଛି ସ୍ତରରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଏହା ନେଦରଲ୍ୟାଣ୍ଡର ଜାନସେନ୍ ଟିକା ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ବେଲଜିୟମ୍ ଜାନସେନ୍ ଫାର୍ମାସ୍ୟୁଟିକାଲ୍ସ ଯାହା ଆମେରିକାର ଏକ ଶାଖା କମ୍ପାନୀ ଜନସନ ଓ ଜନସନ ଅଟେ । ଆମେରିକା ସରକାର ଏକ ମାତ୍ରା ପିଛା ପ୍ରାୟ ୧୦ ଡଲାର ଦାମରେ କିଣି ଲୋକଙ୍କୁ ମାଗଣାରେ ଯୋଗାଉଥିଲେ । ଏହି ଟିକା ରେଫ୍ରିଜରେଟରେ ଗଚ୍ଛିତ ହେଇଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଇଣ୍ଡିଆନ ପ୍ରିମିଅର ଲିଗବୃହସ୍ପତିସଫ୍ଟୱେରଜୟ ଜଗନ୍ନାଥବିନୋଦ ଚନ୍ଦ୍ର ନାୟକପ୍ରାଣବନ୍ଧୁ କରଇନ୍ଦ୍ରାଣୀ ପଟ୍ଟନାୟକ୧୧ ମାର୍ଚ୍ଚସ୍ୱାମୀ ବିବେକାନନ୍ଦଉପନିଷଦଭାରତର ପ୍ରଧାନମନ୍ତ୍ରୀମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଶାଖା (ନକ୍ଷତ୍ର)ସେଇ ଝିଅଟିଉପେନ୍ଦ୍ର ଭଞ୍ଜବିଜ୍ଞାନଅନନ୍ତ ପଟ୍ଟନାୟକଲୋକ ସଭାରାଜା ରାମମୋହନ ରାୟରାବଣାନୁଗ୍ରହନମିତା ଅଗ୍ରୱାଲଓଡ଼ିଶାର ଭୂଗୋଳଓଡ଼ିଆ କାବ୍ୟ କବିତାରାମାୟଣ (ବହୁବିକଳ୍ପ)ରଥଯାତ୍ରାଅଗ୍ନ୍ୟାଶୟ ଅକ୍ଷମତାନିତ୍ୟାନନ୍ଦ ମହାପାତ୍ରସୀତାକାନ୍ତ ମହାପାତ୍ରକଳାପାହାଡ଼ମହାପ୍ରସାଦଗଣନ ସଂଖ୍ୟାଭଗବାନ କହଁରଅକ୍ଷୟ ତୃତୀୟାଲିଙ୍ଗରାଜ ମନ୍ଦିରକାର୍ତ୍ତିକ ମହାପାତ୍ରଭଗବତୀ ଚରଣ ପାଣିଗ୍ରାହୀପ୍ରଦୂଷଣଜାତୀୟ ସଙ୍ଗୀତଫକୀର ମୋହନ ସେନାପତିପିତ୍ତକୋଷଧାତୁରାମାୟଣଏକାଦଶୀଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ହଳଦୀ ବସ‍ନ୍ତପୁନର୍ବସୁ (ନକ୍ଷତ୍ର)ଉଚ୍ଛ୍ୱାସ (କବିତା ସଙ୍କଳନ)୧୯୩୪ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଟୁକାଟିନିବପୁଷ୍ୟା (ନକ୍ଷତ୍ର)ସାହି ଯାତଭୂମିକା ଦାଶପ୍ରହ୍ଲାଦ ନାଟକବନ୍ଦେ ଉତ୍କଳ ଜନନୀଜ୍ୟୋତିର୍ଲିଙ୍ଗସୁରେଶ ପୂଜାରୀକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୀତକଟକକନ୍ୟା (ରାଶି)ମଇରୁକ୍ମିଣୀ ବିବାହ୧୨ଡେଙ୍ଗୁ ଜରଭାରତର ଜାତୀୟ ପତାକାପଞ୍ଚସଖାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା୩ ଅଗଷ୍ଟ🡆 More