ଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା

ଜଗନ୍ନାଥ ମନ୍ଦିରରେ ବୈଷ୍ଣବ, ତନ୍ତ୍ର, ଶୈବର ସମାହାର ଦେଖିବାକୁ ମିଳେ । ବୈଷ୍ଣବଙ୍କ ବିଷ୍ଣୁ, ଶୈବଙ୍କ ମହାରେଭିରବ ଓ ତନ୍ତ୍ରଦେବୀ ଭାବେ ବିମଳା ବା ଭୈରବୀ ଏଠାରେ ବିରାଜିତ ଅଛନ୍ତି । ଜଗନ୍ନାଥ ମନ୍ଦିରରେ ୧୪ଟି କାଳିକା ବିଗ୍ରହ ରହିଛନ୍ତି, ଯେଉଁମାନେ ତନ୍ତ୍ର ଦେବୀ ଭାବେ ଗ୍ରହଣୀୟ ।

ଅବସ୍ଥିତି

  • ଜଗନ୍ନାଥ ମନ୍ଦିର ଜଗମୋହନରେ ଥିବା ଗରୁଡ଼ ସ୍ତମ୍ଭ ନିକଟସ୍ଥ ଚତୁର୍ଦଶ ଖମ୍ବର ଦକ୍ଷିଣ ଦିଗ କାନ୍ଥରେ ଏକ କ୍ଷୁଦ୍ର ମନ୍ଦିର ଭିତରେ 'ଦକ୍ଷିଣକାଳୀ' ବା 'ସ୍ତମ୍ବକାଳୀ' ଅବସ୍ଥିତା ।
  • ଭୋଗମଣ୍ଡପର ବାହାରପଟ କାନ୍ଥ (ଦକ୍ଷିଣ ଭାଗସ୍ଥ ରୋଷ ବାଟ)ରେ ଏକ କାଳିକା ମୂର୍ତ୍ତି ରହିଛନ୍ତି ।
  • ଲକ୍ଷ୍ମୀ ମନ୍ଦିର ଏବଂ ନୀଳମାଧବ ମନ୍ଦିର ମଧ୍ୟ ସ୍ଥଳରେ ଏକ ସ୍ୱତନ୍ତ୍ର ମନ୍ଦିର ଭିତରେ 'ବେଢ଼ା କାଳୀ' ମୂର୍ତ୍ତି ପ୍ରତିଷ୍ଠିତା ।
  • ମୁକ୍ତିମଣ୍ଡପରେ ଅବା ଏକ ଖମ୍ବ (ନୃସିଂହ ମନ୍ଦିର ସମ୍ମୁଖ)ର ଉପରି ଭାଗ କାନ୍ଥ ଗାତ୍ରରେ ଶ୍ୟାମାକାଳୀଙ୍କ ଏକ ଚିତ୍ର ରହିଛି ।
  • ଜଗମୋହନର ଚତୁର୍ଦ୍ଦଶ ସ୍ତମ୍ବର ପଶ୍ଚିମ ପାର୍ଶ୍ୱରେ ଏକ କାଳିକା ବିଗ୍ରହ ଏବଂ ଏହି ମନ୍ଦିର ଜଗମୋହନରେ ଅବା ଦଶମହାବିଦ୍ୟା ମଧ୍ୟରେ କାଳିକା ମୂର୍ତ୍ତି ରହିଛି ।
  • ଦକ୍ଷିଣଦ୍ୱାର ବାହାର ବେଢ଼ାରେ ଅବସ୍ଥିତ ବୁଢ଼ୀମା ଠାକୁରାଣୀ ମନ୍ଦିର ଭିତରେ ଏକ ଚିତ୍ର ମୂର୍ତ୍ତି ଅବା ସ୍ଥଳେ ଏହି ମନ୍ଦିର ଜଗମୋହନ କାନ୍ଥରେ ଏକ ବେଢ଼ାକାଳୀ ଏବଂ ୨୦ ଭୂଜାବିଶିଷ୍ଟ କାଳୀଙ୍କ ଚିତ୍ର ରହିଛି ।
  • ମୁକ୍ତିମଣ୍ଡପ ନିକଟରେ ଅବା କ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରର ପଶ୍ଚାଦ୍‌ଭାଗ କାନ୍ଥରେ ପାର୍ଶ୍ୱଦେବତା ବିଗ୍ରହ ରୂପେ କାଳିକା ଦେବୀଙ୍କର ପ୍ରସ୍ତର ନିର୍ମିତ ଏକ ଦଣ୍ଡାୟମାନ ମୂର୍ତ୍ତି ରହିଛନ୍ତି ।
  • ଦକ୍ଷିଣ ଘର ବାରଣ୍ଡାର ଏକ ସ୍ତମ୍ବରେ ଷଡ଼ଭୂଜା ଭୈରବୀ କାଳୀଙ୍କର ଚିତ୍ର ରହିଛି ।
  • ବିମଳାଙ୍କ ମନ୍ଦିର ଜଗମୋହନ ଭିତରେ ଶ୍ୟାମାକାଳୀ ଓ ଭଦ୍ରକାଳୀଙ୍କ ଚିତ୍ର ରହିଛି ।
  • ସୂର୍ଯ୍ୟମନ୍ଦିର ଭିତରେ ଏକ ପ୍ରସ୍ତର ପ୍ରଭାରେ ଶ୍ୟାମାକାଳୀଙ୍କ ଚିତ୍ର ଖୋଦିତ ହୋଇଛି ।
  • ସୂର୍ଯ୍ୟମନ୍ଦିର ପାର୍ଶ୍ୱରେ ଅବା ରାଧାବଲ୍ଲଭ (ପ୍ରଚଳିତ ବଦ୍ରିନାରାୟଣ) ମନ୍ଦିର ଭିତର କାନ୍ଥରେ କାଳୀଙ୍କର ଏକ ଚିତ୍ର ରହିଛି ।
  • ଉତ୍ତରଦ୍ୱାର ବାହାର ବେଢ଼ାରେ ଅବସ୍ଥିତ ଶୀତଳାଙ୍କ ମନ୍ଦିର ଭିତରେ କାଳୀଙ୍କର ଏକ ପ୍ରସ୍ତର ନିର୍ମିତ ମୂର୍ତ୍ତି ପରିଦୃଶ୍ୟ ହେଉଛି ।
  • ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ପାଖରେ ଅବା ପ୍ରତିହାରୀ ନିଯୋଗ ଭିତରେ ସିଂହବାହିନୀ କାଳିକା ଦେବୀଙ୍କର ଦୁଇଟି ଚିତ୍ର ମୂର୍ତ୍ତି ରହିଛି ।

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

ଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା ଅବସ୍ଥିତିଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା ଆହୁରି ଦେଖନ୍ତୁଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା ଆଧାରଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା ଅଧିକ ତଥ୍ୟଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକାକାଳୀଜଗନ୍ନାଥ ମନ୍ଦିରଭୈରବୀ

🔥 Trending searches on Wiki ଓଡ଼ିଆ:

ସତ୍ୟ ସାଇ ବାବାସାଇକେଲଉତ୍କଳ ସମ୍ମିଳନୀଭୂମିଜ ଜାତିଭୁବନେଶ୍ୱର ବେହେରାସଂଗୀତବିଶ୍ୱତାପନମହିଳା ଯୌନାଙ୍ଗ ଛେଦନଚନ୍ଦନ ଯାତ୍ରାଇବାଣ୍ଡ୍ରୋନିକ ଏସିଡରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଜିବର ପ‌ତ୍ରଜୟନ୍ତୀ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସପ୍ରତିଭା ରାୟଅଶୋକ (ସମ୍ରାଟ)କାଞ୍ଚନ ଅୱସ୍ତିଶ୍ରାଦ୍ଧଆଲେକ୍‌ଜାଣ୍ଡର୍ ମହାନପରିସଂଖ୍ୟାନବିଲେଇ୧୨ ଡିସେମ୍ବରକବିସୂର୍ଯ୍ୟ ବଳଦେବ ରଥଉତ୍କଳ ବ୍ରାହ୍ମଣକ୍ୟୁ. ଆର. କୋଡ଼ମୃଣାଳ ସେନକାଠଚମ୍ପାପ୍ରୀତି ପାଣିଗ୍ରାହୀବ୍ୟାସଦେବ୧ ଫେବୃଆରୀବିଭୂତି ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷୱିଲିଅମ ସେକ୍ସପିଅରବିମ୍ବାଧର କୁଅଁରକୁକୁରଏଲିନା ସାମନ୍ତରାୟହିନ୍ଦୁ ଧର୍ମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସ୍ୱିଡେନବି. ଆର. ଆମ୍ବେଦକରଭାରତୀୟ ଦଣ୍ଡ ସଂହିତା, ୧୮୬୦ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପୃଥିବୀକୁନ୍ତଳା କୁମାରୀ ସାବତଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଋଷିଆରଜଦାସକାଠିଆନୀଳକଣ୍ଠ ଦାସଜଳ ପ୍ରଦୂଷଣ୨୪ ଅପ୍ରେଲଗୋଦାବରୀଶ ମହାପାତ୍ରସମୀର ରଞ୍ଜନ ଦାଶଛବିଳ ମଧୁ ବର୍ଣ୍ଣବୋଧଭଗବତୀ ଚରଣ ପାଣିଗ୍ରାହୀସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଶାର ମାପ ବ୍ୟବସ୍ଥାରାଧାମୋହନ ଗଡ଼ନାୟକକାଜୁଅଭିରାମ ପରମହଂସ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନକାନାଡ଼ାବାଜି ରାଉତଏସିଆ🡆 More