ଚମ୍ପକେଶ୍ୱର ଶିବ ମନ୍ଦିର

ଚମ୍ପକେଶ୍ୱର ଶିବ ମନ୍ଦିର ପୁରୁଣା ଭୁବନେଶ୍ୱରର ଅମ୍ବିକା ସାହିରେ ସ୍ଥିତ ଏକ ଶିବ ମନ୍ଦିର । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିରର ପଶ୍ଚିମ ଦିଗରେ ୧୫୭ ମିଟର ଦୂରତାରେ ବିନ୍ଦୁସାଗର ଆଡ଼କୁ ଯାଉଥିବା କୋଟିତୀର୍ଥେଶ୍ୱର ମାର୍ଗର ଡାହାଣ ପଟରେ ଅବସ୍ଥିତ । ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ରହିଛି ଯେ ଏହି ମନ୍ଦିରରେ ପୂଜିତ ଶିବଲିଙ୍ଗଟି ପାତାଳଫୁଟା ଅଟେ ଓ ଦେଉଳରେ ଚମ୍ପା ନାଗମାନେ କାହାରିକୁ ଦଂଶନ ନ କରି ବାସ କରନ୍ତି । ଏଥି ଲାଗି ଦିଅଁଙ୍କ ନାମ ଚମ୍ପକେଶ୍ୱର ହୋଇଛି ।

ଚମ୍ପକେଶ୍ୱର ଶିବ ମନ୍ଦିର
ଚମ୍ପକେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°14′48″N 85°51′28″E / 20.24667°N 85.85778°E / 20.24667; 85.85778
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା

ମନ୍ଦିର

ମନ୍ଦିରଟି ୧୩ଶ ଶତାବ୍ଦୀର ଅଟେ । ଗଙ୍ଗବଂଶର ରାଜତ୍ୱ କାଳରେ ଏହି ମନ୍ଦିରଟି ପ୍ରମୁଖ ଥିଲା । ମନ୍ଦିରରେ ଶିବରାତ୍ରି, ଜଳଶାୟୀ, ରୁଦ୍ରାଭିଷେକ, ସଂକ୍ରାନ୍ତି ଆଦି ପାଳନ କରାଯାଏ । ଏଠାରେ ବ୍ରତ, ବିଭାଘର, ହୋମ ଆଦି ଅନ୍ୟାନ୍ୟ ମଙ୍ଗଳକୃତ୍ୟ ମଧ୍ୟ ଅନୁଷ୍ଠିତ ହୁଏ । ମୁଖ୍ୟ ଦେଉଳ ଚାରିଆଡ଼େ ଲାଟେରାଇଟ ପ୍ରସ୍ତରରେ ନିର୍ମିତ ପାଚେରୀ ଅଛି । ଏହି ମନ୍ଦିରରେ ଦକ୍ଷିଣ ଦିଗରେ ବିଶ୍ୱନାଥ ମନ୍ଦିର, ପୂର୍ବ ଦିଗରେ କୋଟିତୀର୍ଥେଶ୍ୱର ପୋଖରୀ ଓ ଉତ୍ତର ଦିଗରେ ଘରଗୁଡ଼ିକ ଅଛି ।

ପ୍ରତ୍ନତତ୍ତ୍ୱ

ମନ୍ଦିରର ବିମାନ ଓ ଜଗମୋହନର ଦୈର୍ଘ୍ୟ ୧୧.୫ ମିଟର ଓ ପ୍ରସ୍ଥ ୬.୦୦ ମିଟର ଅଟେ । ଏହା ପଞ୍ଚରଥ ଶୈଳୀରେ ନିର୍ମିତ । ବିମାନ, ଜଗମୋହନ ଓ ଅନ୍ତରାଳର କ୍ଷେତ୍ରଫଳ ୪.୫୦, ୬.୦୦ ଓ ୦.୫୫ ବର୍ଗ ମିଟର । ବିମାନ ରେଖ ଶୈଳୀର ଥିବାବେଳେ ଜଗମୋହନଟି ଅପୀଢ଼ ଅଟେ । ମନ୍ଦିରଟି ପଞ୍ଚାଙ୍ଗବାଦ ଅଟେ । ଏହାର ପାଞ୍ଚଟି ଅଙ୍ଗ ହେଉଛି ପା'ଭାଗ, ତଳ ଜଙ୍ଘ, ବନ୍ଧନ, ଉପର ଜଙ୍ଗ ଓ ବାରଣ୍ଡା । ପାଭାଗରେ ଖୁର, କୁମ୍ଭ, ପାଟ, କାନି ଓ ବସନ୍ତ ଅଛି ।  

ରାହା ଓ ପାର୍ଶ୍ୱଦେବତା

ପଶ୍ଚିମ, ଉତ୍ତର ଓ ଦକ୍ଷିଣ ରାହାଗୁଡ଼ିକ ମାପରେ ସମାନ । ଏହାଙ୍କ ଉଚ୍ଚତା ୦.୮୫ ମି, ପ୍ରସ୍ଥ ୦.୪୭ ମି ଓ ଗଭୀରତା ୦.୩୪ ମି ଅଟେ । ତିନୋଟିଯାକ ପାର୍ଶ୍ୱଦେବତା ପୀଠରେ ଦେବତା ନାହାନ୍ତି ।

କଳାକୃତି

ମନ୍ଦିରରେ ଥିବା କଳାକୃତି ବିହୀନ ଦ୍ୱାରଗୁଡ଼ିକ ପରବର୍ତ୍ତୀ କାଳରେ ମିଶାଯାଇଛି । ନବଗ୍ରହ ବିଗ୍ରହ ନାହାନ୍ତି । ପାଭାଗରେ କୌଣସି କାରୁକାର୍ଯ୍ୟ ନାହିଁ । ଜଙ୍ଘ ଅଂଶରେ ସାମାନ୍ୟ କେତେକ କାରୁକାର୍ଯ୍ୟ ରହିଛି । ବାରଣ୍ଡା ମଧ୍ୟ କଳାକୃତି ବିହୀନ । ଗଣ୍ଡିର ତଳ ଅଂଶ ରାହା ପାଗରେ ତିନୋଟି କ୍ଷୁଦ୍ର ରେଖ ଦେଉଳ ରହିଛି । ଏହାଙ୍କ ମଧ୍ୟରୁ ମଝିରେ ଥିବା ଦେଉଳଟି ଅପେକ୍ଷାକୃତ ଉଚ୍ଚ । ଗଣ୍ଡି ଅଂଶ କ୍ଷୁଦ୍ର ରେଖ ଦେଉଳ ଓ ଭୂମି ଆମଳକୁ ଛାଡ଼ିଦେଲେ ଅତି ସାଧାରଣ ହୋଇଛି । କଣିକା ପାଗରେ ଚାରଗୋଟି ଭୂମି ଆମଳ ଅଛି । ଗଣ୍ଡିର ରାହା ପାଗର ଚାରିପଟେ ଉଦ୍ୟୋତ ସିଂହର ମୂର୍ତ୍ତି ଅଛି ।

ବିଶେଷ 

ଲାଟେରାଇଟରେ ନିର୍ମିତ ଦେଉଳଟି ପୂର୍ବରୁ ପଞ୍ଚାୟତନ ଥିଲା ବୋଲି ପଶ୍ଚିମ ଦିଗରେ ଥିବା ଭଗ୍ନାବଶେଷରୁ ବାରିହେଉଛି । ଏହି ମଧ୍ୟରୁ ଗୋଟିଏ ପାର୍ଶ୍ୱଦେଉଳରେ ଚତୁର୍ଭୁଜ କାର୍ତ୍ତିକଙ୍କ ଠିଆ ଭଙ୍ଗୀରେ ପ୍ରତିମା ରହିଛି । ତଳ ବାମ ହସ୍ତ ଭାଙ୍ଗିଯାଇଥିବା ବେଳେ ଉପର ବାମ ହସ୍ତ ଗୋଟିଏ କୁକ୍କୁଟ ଉପରେ ଥୁଆହୋଇଛି । କୁକୁଡ଼ାଟିକୁ ଜଣେ କ୍ଷୁଦ୍ର ମହିଳା ଧରିଛନ୍ତି । ମନ୍ଦିର ସମ୍ମୁଖରେ ଏକ ପୁରୁଣା କୁଅଁ ଅଛି । ଏହା ୫.୨୫ ମିଟର ଗଭୀର ଅଟେ ।

ଅଧିକ ପଠନ

  • ଭୁବନେଶ୍ୱରର ମନ୍ଦିର
  • କୋଟିତୀର୍ଥ ପୋଖରୀ

ଆଧାର

  • Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
  • http://ignca.nic.in/asi_reports/orkhurda039.pdf

Tags:

ଚମ୍ପକେଶ୍ୱର ଶିବ ମନ୍ଦିର ମନ୍ଦିରଚମ୍ପକେଶ୍ୱର ଶିବ ମନ୍ଦିର ପ୍ରତ୍ନତତ୍ତ୍ୱଚମ୍ପକେଶ୍ୱର ଶିବ ମନ୍ଦିର ରାହା ଓ ପାର୍ଶ୍ୱଦେବତାଚମ୍ପକେଶ୍ୱର ଶିବ ମନ୍ଦିର କଳାକୃତିଚମ୍ପକେଶ୍ୱର ଶିବ ମନ୍ଦିର ବିଶେଷ ଚମ୍ପକେଶ୍ୱର ଶିବ ମନ୍ଦିର ଅଧିକ ପଠନଚମ୍ପକେଶ୍ୱର ଶିବ ମନ୍ଦିର ଆଧାରଚମ୍ପକେଶ୍ୱର ଶିବ ମନ୍ଦିର

🔥 Trending searches on Wiki ଓଡ଼ିଆ:

ହୋମୱାର୍ଡ଼ପୁଷ୍ଟିସାରକାସ୍ପିଆନ ସାଗରପଠାଣି ପଟ୍ଟନାୟକବାଲେଶ୍ୱର୭ (ସଂଖ୍ୟା)ଜଗନ୍ନାଥ ଦାସଜୁଲିଅସ ସିଜରଅନ୍ଧତ୍ୱବିଭୂତି ପଟ୍ଟନାୟକଶର୍ଦ୍ଦିଭୌଗଳିକ ଦିଗବାରେଣିବଲାଙ୍ଗୀର ଜିଲ୍ଲାସୂଚନା ଅଧିକାର ଆଇନ ୨୦୦୫ଓଣମସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓଏ. ପି. ଜେ. ଅବଦୁଲ କଲାମସମଲେଶ୍ୱରୀ ମନ୍ଦିରନୀଳମାଧବ ମନ୍ଦିରକାହ୍ନୁଚରଣ ମହାନ୍ତିବିଶ୍ୱନାଥ କରସ୍ୱାମୀ ବିବେକାନନ୍ଦଭାରତର ଜାତୀୟ ପତାକାପାରମିତା ଶତପଥୀମିଥୁନ (ରାଶି)ଅପର୍ଣ୍ଣା ମହାନ୍ତି୬ ଫେବୃଆରୀ୨ ଜାନୁଆରୀଗଙ୍ଗାଧର ମେହେରଖାରବେଳଅବୁଜାଭାଷାହରପ୍ପା ସଭ୍ୟତାସଲମାନ ଖାଁବିଜୁ ପଟ୍ଟନାୟକଡାଇନୋସରତାଜମହଲଅଙ୍ଗାରକଜଗଦୀଶ ମହାନ୍ତିଜଗନ୍ନାଥ ମନ୍ଦିରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପାଳୁଅଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭାରତର ସଂସ୍କୃତିବୁଏନ୍ସ ଏଆରସବନମାଳୀ ଦାସପୌରୁଷ ଅସାମର୍ଥ୍ୟଶକ୍ତିଗୋବିନ୍ଦ ତ୍ରିପାଠୀତନ୍ଦୁର୍ଓଡ଼ିଶାର ଲୋକକଳାବୀର ହନୁମାନ ମନ୍ଦିର, ରାୟଗଡ଼ଓଡ଼ିଶାର ମାପ ବ୍ୟବସ୍ଥାପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଶଗୁନ୍ ଚୌଧୁରୀଅଚ୍ୟୁତାନନ୍ଦ ପ‌ତିବ୍ରାଉଜରମାକ୍ସ ୱେବରପୋତାଗଡ଼ପରମାଣୁ କ୍ରମାଙ୍କଗୀତଗୋବିନ୍ଦଦେବୀପ୍ରସନ୍ନ ପଟ୍ଟନାୟକଆମାଜନ ନ‌ଦୀଭଦ୍ରକଓଡ଼ିଶା ସରକାରବୈକୁଣ୍ଠନାଥ ପଟ୍ଟନାୟକଅନୁରାଧା ବିଶ୍ୱାଳଉତ୍କଳ ସମ୍ମିଳନୀଜୟନ୍ତୀ ରଥକାଳୀ🡆 More