ଚନ୍ଦ୍ରଶେଖର ଆଜାଦ: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଚନ୍ଦ୍ରଶେଖର ଆଜାଦ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନର ପ୍ରତିଷ୍ଠାତାମାନଙ୍କ ମୃତ୍ୟୁ ପରେ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରେପବଲିକାନ ଆର୍ମି ଗଠନ କରିଥିଲେ ।

ଚନ୍ଦ୍ରଶେଖର ଆଜାଦ
ଚନ୍ଦ୍ରଶେଖର ଆଜାଦ: ଜୀବନୀ, ଆଧାର
ଚନ୍ଦ୍ରଶେଖର ଆଜାଦ ଉଦ୍ୟାନରେ ଥିବା
ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତିମା
ଜନ୍ମ
ଚନ୍ଦ୍ରଶେଖର ତିୱାରୀ

(1906-07-23)୨୩ ଜୁଲାଇ ୧୯୦୬
ମୃତ୍ୟୁ୨୭ ଫେବୃଆରୀ ୧୯୩୧(1931-02-27) (ବୟସ ୨୪)
ଜାତୀୟତାଭାରତୀୟ
ଅନ୍ୟ ନାମଆଜାଦ
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ
ରାଜନୈତିକ କାର୍ଯ୍ୟକର୍ତ୍ତା
ନେତା

ଜୀବନୀ

ପ୍ରାଥମିକ ଜୀବନ ଏବଂ ବୃତ୍ତି

ଚନ୍ଦ୍ରଶେଖର ଆଜାଦ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଅଲିରାଜପୁରସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବଜମାନେ କାନପୁର ନିକଟସ୍ଥ ଭନ୍ନାଉ ଜିଲ୍ଲାରେ ବସବାସ କରୁଥିଲେ । ତାଙ୍କ ମାତା ଜଗରାଣୀ ଦେବୀ ତିୱାରୀ ପିତା ଶିବରାମ ତିୱାରୀଙ୍କ ତୃତୀୟ ସ୍ତ୍ରୀ ଥିଲେ । ଚନ୍ଦ୍ରଶେଖରଙ୍କ ବଡ଼ଭାଇ ଶୁଖଦେବ ତିୱାରୀଙ୍କ ଜନ୍ମ ପରେ ତାଙ୍କ ପରିବାର ଅଲିରାଜପୁରକୁ ଚାଲିଆସିଥିଲେ । ଚନ୍ଦ୍ରଶେଖର ଆଜାଦଙ୍କ ମାଆ ଚାହୁଁଥିଲେ ଯେ ସେ ଜଣେ ସଂସ୍କୃତ ବିଦ୍ୱାନ ପଢ଼ନ୍ତୁ, ତେଣୁ ପିତା ତାଙ୍କୁ ବାରାଣସୀର କାଶୀ ବିଦ୍ୟାପୀଠକୁ ପଠାଇଦେଲେ ।

ଚନ୍ଦ୍ରଶେଖର ଆଜାଦ: ଜୀବନୀ, ଆଧାର 
ବଦର୍କଠାରେ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମସ୍ମାରକୀ

୧୯୨୧ମସିହାରେ ଯେତେବେଳେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କଲେ, ୧୫ ବର୍ଷୀୟ ଚନ୍ଦ୍ରଶେଖର ସେଥିରେ ଯୋଗ ଦେଇଥିଲେ । ଯେତେବେଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖକୁ ନିଆଗଲା, ସେ ନିଜ ନାମ ଆଜାଦ, ପିତାଙ୍କ ନାମ ସ୍ୱତନ୍ତ୍ରତା ଏବଂ ନିଜ ଘର ଜେଲ ବୋଲି ଉତ୍ତର ଦେଲେ । ସେବେଠାରୁ ସେ ଚନ୍ଦ୍ରଶେଖର ଆଜାଦ ନାମେ ଜଣା ।

କ୍ରାନ୍ତିକାରୀ ଜୀବନ

ଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନକୁ ମହାତ୍ମାଗାନ୍ଧୀ ୧୯୨୨ ମସିହାରେ ସ୍ଥଗିତ କରିବା ହେତୁ ଚନ୍ଦ୍ରଶେଖର ଆଜାଦ କ୍ରୋଧ ପ୍ରକାଶ କଲେ । ମନମଥନାଥ ଗୁପ୍ତା ନାମକ ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନର ପୁରୋଧା ରାମ ପ୍ରସାଦ ବିସମିଲଙ୍କ ସହ ଭେଟ କରାଇଲେ । ତାପରେ ସେ ଏଚ.ଆର.ଏର ଜଣେ ସକ୍ରିୟ ସଭ୍ୟ ହୋଇଗଲେ ଏବଂ ସେଥିପାଇଁ ପାଣ୍ଠି ଯୋଗାଡ଼ରେ ଲାଗିପଡିଲେ । ସେ ବ୍ରିଟିଶ ସରକାରଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବାକୁ ଆରମ୍ଭ କଲେ । କାକୋରି ରେଳଗାଡ଼ି ଲୁଣ୍ଠନ, ସେବେକାର ଭାଇସରୟଙ୍କ ରେଳଗାଡ଼ି ନଷ୍ଟ କରିବାର ଉଦ୍ୟମ ଏବଂ ଲାଲ ଲଜପତ ରାଏ ହତ୍ୟାକରିଥିବା ଜେ.ପି.ସଉନଦରସ ହତ୍ୟାରେ ତାଙ୍କର ଅବଦାନ ଥିଲା । କଂଗ୍ରେସର ସଦସ୍ୟ ହେବା ସତ୍ତ୍ୱେ ଜବାହରଲାଲ ନେହେରୁ ଚନ୍ଦ୍ରଶେଖରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଥିଲେ ।

ଭଗତ ସିଂହଙ୍କ ସହ

୧୯୨୪ ମସିହାର ବିସମିଲ, ଚାଟର୍ଜୀ, ସଚିନ୍ଦ୍ରନାଥ ସାନୟାଲ ଏବଂ ଶଚିନ୍ଦ୍ରନାଥ ବକ୍ସିଙ୍କ ନେତୃତ୍ୱରେ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନ ଗଠିତ ହୋଇଥିଲା । କାକୋରି ରେଳଗାଡ଼ି ଲୁଣ୍ଠନ ପରେ ବ୍ରିଟିଶ ସରକାର ଧୀରେ ଧୀରେ କ୍ରାନ୍ତିକାରୀ ମନୋବୃତ୍ତିକୁ ଦମନ କରିବାକୁ ଆରମ୍ଭ କଲେ । ଆଜାଦ ଏବଂ ଭଗତ ସିଂହ ମିଶି ଏଚ.ଆର.ଏକୁ ଏଚ.ଏସ.ଆର.ଏ ରୂପେ ପୁନଃଗଠିତ କରିଥିଲେ । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସମାଜବାଦୀ ସିଦ୍ଧାନ୍ତାନୁସାରେ ସ୍ୱାଧୀନ ଭାରତର ନିର୍ମାଣ ।

ଚନ୍ଦ୍ରଶେଖର ଆଜାଦ: ଜୀବନୀ, ଆଧାର 
ଆଲ୍ଲାହାବାଦର ଆଲଫ୍ରେଡ଼ ପାର୍କରେ ଥିବା ଗଛ ଯେଉଁଠାରେ ଆଜାଦ ମୃତ୍ୟୁବରଣ କରିଥିଲେ

ମୃତ୍ୟୁ

ଚନ୍ଦ୍ରଶେଖର ୧୯୩୧ ମସିହା ଫେବୃୟାରୀ ୨୭ ତାରିଖରେ ଆଲ୍ଲାହାବାଦର ଆଲଫ୍ରେଡ଼ ପାର୍କରେ ମୃତ୍ୟୁବରଣ କରିଥିଲେ । ନିଜ ଭାଇ ଏବଂ ନିଜକୁ ବଞ୍ଚାଇବାର ଉଦ୍ୟମରେ ସେ ନିଜେ କ୍ଷତବିକ୍ଷତ ହେବାସହ ସେ ତିନିଜଣ ପୁଲିସଙ୍କୁ ମାରିଦେଇଥିଲେ ଓ କେତେକଙ୍କୁ ଆଘାତ କରିଥିଲେ । ଇତିମଧ୍ୟରେ ସୁଖଦେବ ଖସିପଳେଇବାକୁ ସକ୍ଷମ ହୋଇଥିଲେ । ମାତ୍ର ନିଜେ କେବେ ଜୀବିତାବସ୍ଥାରେ ଇଂରେଜଙ୍କଦ୍ୱାରା ଧରା ହେବାକୁ ଚାହୁଁନଥିବାରୁ ନିଜ ପିସ୍ତଲରେ ସେ ନିଜକୁ ଗୁଳି ମାରିଦେଲେ । ସେହି ପିସ୍ତଲ ଏବେ ଆଲ୍ଲାହାବାଦ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

ଆଧାର

Tags:

ଚନ୍ଦ୍ରଶେଖର ଆଜାଦ ଜୀବନୀଚନ୍ଦ୍ରଶେଖର ଆଜାଦ ଆଧାରଚନ୍ଦ୍ରଶେଖର ଆଜାଦ

🔥 Trending searches on Wiki ଓଡ଼ିଆ:

ହେଲୋ ନେଟୱର୍କଉତ୍କଳତାରିଣୀ ମନ୍ଦିର, ଘଟଗାଁଗାଲୁଆକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀବିଶ୍ୱତାପନଯୌନ ସମ୍ଭୋଗପ୍ରଥମାଷ୍ଟମୀମୃଣାଳ ସେନଚୈତ୍ର ପୂର୍ଣ୍ଣିମାଧର୍ମେନ୍ଦ୍ର ପ୍ରଧାନଅଲାରନାଥ ମନ୍ଦିରମନୋରଞ୍ଜନ ଦାସପ୍ରଦୀପ କୁମାର ପାଣିଗ୍ରାହୀମନୋଜ ପଟ୍ଟନାୟକ (ଗୀତିକାର)୬୩୩୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକଳିଙ୍ଗ ଯୁଦ୍ଧଅନୁଗୋଳ ଜିଲ୍ଲାଜଗନ୍ନାଥ ଦାସରାଣୀ ଲକ୍ଷ୍ମୀବାଈହରେକୃଷ୍ଣ ମହତାବଦଶାଶ୍ୱମେଧ ଘାଟଭାରତହନୁମାନ ଜୟନ୍ତୀଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ଦେ ମାତରମଶାରଳା ପୁରସ୍କାରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଣ୍ଡୋମଭଗବତ ଗୀତାମାଇକ୍ରୋସଫ୍ଟଅମର ପ୍ରସାଦ ଶତପଥୀକରଣ (ଜାତି)ବଙ୍ଗୋପସାଗରଗଜଲରବୀନ୍ଦ୍ରନାଥ ଠାକୁରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବ୍ରାଉଜରଭୁବନେଶ୍ୱରଭୂମିକା ଦାଶମେସିନ ଟ୍ରାନ୍ସଲେସନପଖାଳମାସ୧୨ ଫେବୃଆରୀଗୁରୁ ପ୍ରସାଦ ମହାନ୍ତିଗଙ୍ଗଶିଉଳୀସମ୍ବଲପୁରରାସନ କାର୍ଡ଼ (ଭାରତ)ଗନରିଆଗୁରୁପ୍ରସାଦ ମହାନ୍ତିଘର ବାହୁଡ଼ାଯୋଗବିଦ୍ୟୁତଚନ୍ଦ୍ରଗୁପ୍ତବନ୍ଦେ ଉତ୍କଳ ଜନନୀରେଭେନ୍‌ସା କଲିଜିଏଟ ସ୍କୁଲବୁଧବାରଓଡ଼ିଶା ପ୍ରିମିଅର ଲିଗଗୋପବନ୍ଧୁ ଦାସ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ🡆 More