ଘୃଷ୍ଣେଶ୍ୱର ମନ୍ଦିର

ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ବା ଘୁଷ୍ମେଶ୍ୱର ବା ଘ୍ରେଁଶ୍ୱର ମନ୍ଦିର ଏକ ତୀର୍ଥସ୍ଥାନ ଯାହା ବିଷୟ ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି । ଘରେଶ୍ୱର ଶବ୍ଦର ଅର୍ଥ ଦୟାର ଭଗବାନ । । ଏହି ମନ୍ଦିର ହିନ୍ଦୁ ଶୈବମାନଙ୍କର ଏକ ଉଲ୍ଲେଖନୀୟ ତୀର୍ଥଯାତ୍ରା ସ୍ଥାନ ଯାହା ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସର୍ବଶେଷ ସ୍ଥାନ । ଏହି ସ୍ଥାନ ଏଲୋରାରେ ଅଛି ଯାହା ଏଲୋରା ଗୁମ୍ଫାଠାରୁ ଏକ କିମିରୁ କମ ଦୂରରେ ଅବସ୍ଥିତ । ମହାରାଷ୍ଟ୍ରର ଔରଙ୍ଗାବାଦର ଉତ୍ତର-ପଶ୍ଚିମ ଦିଗରେ ୩୦ କିମି ଦୂରରେ ଓ ମୁମ୍ବାଇର ଉତ୍ତର-ପୂର୍ବ ଦିଗରେ ୩୦୦ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।

Grishneshwar Jyotirlinga Temple
घृष्णेश्वर ज्योतिर्लिंग मंदिर
ଘୃଷ୍ଣେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictAurangabad
ଦେବାଦେବୀShri Grishneshwar (Shiva)
FestivalsMahashivratri
Location
ସ୍ଥାନAurangabad, Maharashtra
StateMaharashtra
CountryIndia
ଘୃଷ୍ଣେଶ୍ୱର ମନ୍ଦିର is located in Maharashtra
ଘୃଷ୍ଣେଶ୍ୱର ମନ୍ଦିର
Location in Maharashtra
ଭୌଗଳିକ ଅବସ୍ଥିତି20°1′29.9″N 75°10′11.7″E / 20.024972°N 75.169917°E / 20.024972; 75.169917
Architecture
TypeHemadpanthi

ଇତିହାସ

ତ୍ରୟୋଦଶ ଓ ଚତୁର୍ଦଶ ଶତାବ୍ଦୀରେ ଏହି ମନ୍ଦିରକୁ ଦିଲ୍ଲୀ ସଲତନେତ ଭାଙ୍ଗି ଦେଇଥିଲେ । ମୋଗଲ-ମରାଠା ଗୋଳମାଳ ସମୟରେ ଅନେକ ଥର ଏହି ମନ୍ଦିର ଭାଂଗିଛି ଓ ପୁନର୍ଗଠିତ ହୋଇଛି । ମୋଗଲ ସାମ୍ରାଜ୍ୟର ପତନ ପରେ ଆଧୁନିକ ମନ୍ଦିରକୁ ରାଣୀ ଅହିଲ୍ୟାବାଈ ହୋଲକର ସମୟରେ ପୁନର୍ଗଠିତ ହୋଇଛି । ଅଧୁନା ଏହା ଏକ ଉଲ୍ଲେଖନୀୟ ସ୍ଥାନ ଯେଉଁଠାକୁ ପ୍ରତ୍ୟହ ଭକ୍ତମାନେ ଆସି ଲମ୍ବା ଧାଡ଼ିରେ ଭିତରକୁ ଯିବାପାଇଁ ଠିଆ ହେଉଛନ୍ତି । ଯେକେହି ମନ୍ଦିର ପରିସରକୁ ଯିବାକୁ ହେଲେ ଖାଲି ପାଦରେ ଯିବାକୁ ପଡ଼ିବ, କିନ୍ତୁ ଗର୍ଭ-ଗୃହଜୁ ଯିବାକୁ ହେଲେ ଖୋଲା ଛାତିରେ ଯିବାକୁ ହେବ ।

ଘୃଷ୍ଣେଶ୍ୱର ମନ୍ଦିର 
ଏଲୋରା ଗୁମ୍ଫା ପାଖରେ ଥିବା ଘୃଷ୍ଣେଶ୍ୱର ଶିବ ମନ୍ଦିର

ମରାଠା ସ୍ଥାପତ୍ୟ ଶୈଳୀ ଓ ଗଠନର ଏକ ନିଦର୍ଶନ ହେଉଛି ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର । ମନ୍ଦିରଟି ଲାଲ ପଥରରେ ଗଠିତ ଓ ପାଞ୍ଚ ଥାକିଆ ଶିଖର ଅଛି । ଷୋଡଶ ଶତାବ୍ଦୀରେ ଶିବାଜୀଙ୍କର ଜେଜେବାପା ମାଲୋଜି ଭୋନ୍ସଲେ ଏହି ମନ୍ଦିରର ପୁନର୍ନିମାଣ କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ଆଉ ଥରେ ଅହିଲ୍ୟାବାଈ ହୋଲକର ନିର୍ମାଣ କରିଥିଲେ । ଅହିଲ୍ୟାବାଈ ପୁନର୍ନିମାଣ କରିଥିବା ଅନ୍ୟାନ୍ୟ ମନ୍ଦିରମାନ ହେଉଛି ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର, ଗୟାର ବିଷ୍ଣୁ ମନ୍ଦିର ଓ ସୋମନାଥ ମନ୍ଦିରରେ ଅଧିକ ବୃହତ ଜ୍ୟୋତିର୍ଲିଙ୍ଗ ମନ୍ଦିର ।

ଭାରତର ସମସ୍ତ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଏହା ସବୁଠାରୁ ଛୋଟ ମନ୍ଦିର । ମନ୍ଦିର ଭିତରେ ଅଧା ବାଟ ଯିବାପରେ ଲାଲ ପ୍ରସ୍ତରରେ ନିର୍ମିତ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ଏହାର କୋର୍ଟ ହଲରେ ୨୪ଟି ସ୍ତମ୍ଭ ଅଛି । ସ୍ତମ୍ଭମାନଙ୍କରେ ଶିବଙ୍କର ପୁରାଣ ଓ ଲୋକକଥାମାନ ଖୋଦିତ ହୋଇଛି । ଗର୍ଭ ଗୃହର ଆକାର ୧୭ଫୁଟX୧୭ ଫୁଟ ଲିଂଗମୂର୍ତ୍ତି ପୂର୍ବଦିଗକୁ ମୁହଁ କରି ରହିଛି । କୋର୍ଟ ହଲରେ ନନ୍ଦୀ ବୃଷଭ ରହିଛି । ମନ୍ଦିର ଗୃହମାନଙ୍କରେ ଅନେକ ହିନ୍ଦୁ ଦେବତା ଓ ଦେବୀମାନଙ୍କର ମୂର୍ତ୍ତି ଖୋଦିତ ହୋଇଛି । ଏହି ମନ୍ଦିରଟି ମହାରାଷ୍ଟ୍ର ପ୍ରଦେଶରେ ଅଛି ।

ଯୋଗାଯୋଗ

ସବୁଠାରୁ ପାଖ ଏୟାରପୋର୍ଟ: ଔରଙ୍ଗାବାଦ ଏୟାରପୋର୍ଟ

ସବୁଠାରୁ ପାଖ ରେଲୱେ ଷ୍ଟେସନ: ଔରଙ୍ଗାବାଦ ଷ୍ଟେସନ

ଆଧାର

Tags:

ଜ୍ୟୋତିର୍ଲିଙ୍ଗମହାରାଷ୍ଟ୍ରମୁମ୍ବାଇ

🔥 Trending searches on Wiki ଓଡ଼ିଆ:

ବଡ଼ପଡ଼ାଅନନ୍ତ ପଟ୍ଟନାୟକକୁଟୁରାରାଜେନ୍ଦ୍ର କିଶୋର ପଣ୍ଡା୮ ଜୁଲାଇଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଅଶ୍ୱିନୀ କୁମାର ଘୋଷନାଗଫେଣୀ ଗଛଓଳାଶୁଣି ଗୁମ୍ଫାମେଟାବୋଲିଜିମରେବତୀ (କ୍ଷୁଦ୍ରଗଳ୍ପ)ପ୍ରେମଭାରତର ସଂସ୍କୃତିସୁଭାଷ ଚନ୍ଦ୍ର ବୋଷହୃଦାନନ୍ଦ ପାଣିଗ୍ରାହୀସୁରେନ୍ଦ୍ର ମହାନ୍ତିଅର୍ଚ୍ଚନା (କବିତା ସଙ୍କଳନ)ସାନ୍ତାଳୀ ଲୋକସଂସ୍କୃତି୫ ଡିସେମ୍ବରବୈକୁଣ୍ଠନାଥ ପଟ୍ଟନାୟକଚାଣକ୍ୟଲୁହାହିନ୍ଦୁ୧୯୮୦ରାମଶାନ୍ତନୁ କୁମାର ଆଚାର୍ଯ୍ୟ୬ ଫେବୃଆରୀମାଳତୀ ଚୌଧୁରୀଅସହଯୋଗ ଆନ୍ଦୋଳନସମାଜ (ଖବରକାଗଜ)ଧ୍ୱନି ପ୍ରତିଧ୍ୱନିଲାଲ ବାହାଦୁର ଶାସ୍ତ୍ରୀ୨୬ ଜୁନ୧୯୮୪ହିନ୍ଦୁ ଧର୍ମକାଳୀବୋହୂଲାଟିନ ଭାଷାଜଗଦୀଶ ମହାନ୍ତିହରିହର ବାହିନୀପତିଆର୍ଜେଣ୍ଟିନାଶ୍ରୀକୃଷ୍ଣବିଶ୍ୱତାପନwiki.phtmlତୁର୍କୀଓଡ଼ିଶା ବିଧାନ ସଭାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୮ ମାର୍ଚ୍ଚକଟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବୈଷୟିକ ବିଜ୍ଞାନଓଡ଼ିଆ ଭାଗବତଉତ୍କଳ ଦିବସସୂର୍ଯ୍ୟ ଦେବତାଓଡ଼ିଶା୧୯୯୧ଶ୍ରୀରୂପା ମିତ୍ର ଚୌଧୁରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଟାଇଫଏଡହଳଦୀକୌରବମହୁମାଛିଶ୍ରୀନିବାସ ରାମାନୁଜନ🡆 More