ମହାଭାରତ ଗାନ୍ଧାରୀ: ମହାଭାରତର ଚରିତ୍ର

ଗାନ୍ଧାରୀ (ସଂସ୍କୃତ: गांधारी) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ସେ ଗାନ୍ଧାର ଦେଶର ରାଜକୁମାରୀ ଏବଂ ହସ୍ତିନାପୁରର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପତ୍ନୀ ଏବଂ କୌରବ କୁଳ କୁହାଯାଉଥିବା ଏକଶତ ପୁତ୍ର ତଥା ଗୋଟିଏ କନ୍ୟାର ଜନନୀ ।

ଫାଇଲ:Gandhari on throne.jpg
ଗାନ୍ଧାରୀ

ପୌରାଣିକ ଗାଥା

ଗାନ୍ଧାରୀ, ଗାନ୍ଧାର ଦେଶର ରାଜା ସୁବଳଙ୍କ କନ୍ୟା । ଜଣେ ଝିଅ ଭାବେ ଗାନ୍ଧାରୀ ତାଙ୍କର ଧର୍ମ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ଥିଲେ । ସେ ଶକୁନିଙ୍କ ଭଉଣୀ ଥିଲେ ।

ବିବାହ ପୂର୍ବରୁ ସେ ଭଗବାନ ଶିବଙ୍କୁ କଠୋର ତପଦ୍ୱାରା ସନ୍ତୁଷ୍ଟ କରି ଏକଶତ ପୁତ୍ରର ଜନନୀ ହେବା ବର ପ୍ରାପ୍ତ ହୋଇଥିଲେ । ତେବେ, ଗାନ୍ଧାରୀଙ୍କର ଏଭଳି ବର ଲାଭ କରିବାର ପ୍ରକୃତ କାରଣ ଜଣା ପଡିନାହିଁ । । ତେବେ ଭୀଷ୍ମ ଗାନ୍ଧାରୀଙ୍କୁ କୁରୁ ରାଜ୍ୟର ବଡ଼ ବୋହୂ ଭାବରେ ବାଛିବାର ଏକ ମୁଖ୍ୟ କାରଣ ହୋଇପାରେ ଯେ ଗାନ୍ଧାରୀଙ୍କ ଏହି ବରପ୍ରାପ୍ତି ଯୋଗୁଁ କୁରୁକୁଳର ସିଂହାସନ ଉତ୍ତରାଧିକାରୀ ବିହୀନ ହୋଇ ଖାଲି ରହିବାର ଚିନ୍ତାରୁ ସେ ମୁକ୍ତ ହୋଇଥିଲେ ।

ଗାନ୍ଧାରୀଙ୍କ ବିବାହ କୁରୁ ରାଜ୍ୟର ଜ୍ୟେଷ୍ଠ ରାଜକୁମାର ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା । ମହାଭାରତରେ ତାଙ୍କୁ ଏକ ସୁନ୍ଦର ଏବଂ ଗୁଣବତ୍ତା ନାରୀ ଏବଂ ଅତି ଉତ୍ସର୍ଗୀକୃତ ପତ୍ନୀ ଭାବରେ ଚିତ୍ରଣ କରାଯାଇଛି । ଏହି ବିବାହ ଭୀଷ୍ମଙ୍କଦ୍ୱାରା ଆୟୋଜନ କରାଯାଇଥିଲା । ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ । ଗାନ୍ଧାରୀଙ୍କର ଏଭଳି କାର୍ଯ୍ୟକୁ ଏକ ଉତ୍ସର୍ଗୀକୃତ ସ୍ତ୍ରୀର ପ୍ରେମର ସଙ୍କେତ ଭାବେ ଚିତ୍ରଣ କରାଯାଇଛି । ଅପରପକ୍ଷେ, ଇରାବତୀ କର୍ବେ ତଥା ବହୁ ଆଧୁନିକ ବିଜ୍ଞ ଲେଖକମାନେ ଯୁକ୍ତିଛଳରେ ଦର୍ଶାଇଛନ୍ତି ଯେ ଏହା ହେଉଛି ଭୀଷ୍ମଙ୍କ ପର୍ତି ଗାନ୍ଧାରୀଙ୍କ ବିରୋଧର ଏକ ସଂକେତ, କାରଣ ସେ ତାଙ୍କ ପିତାଙ୍କୁ ହସ୍ତିନାପୁରର ଅନ୍ଧ ରାଜକୁମାରଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ବାଧ୍ୟ କରିଥିଲେ ।

ମହାଭାରତ କଥାବସ୍ତୁରେ ଗାନ୍ଧାରୀଙ୍କ ବିବାହକୁ କାହାଣୀର ମୂଳ ବିବାଦର ଏକ ପ୍ରମୁଖ କାରଣ ଭାବରେ ଚିତ୍ରଣ କରାଯାଇଛି । ତାଙ୍କ ଭାଇ ଶକୁନି ଏଥିରେ ରାଗି ଯାଇଥିଲେ ଯେ ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଭଳି କ୍ଷେତ୍ରରେ ଶକୁନି ତାଙ୍କର ସ୍ନେହର ଭଉଣୀକୁ ଏକ ଅନ୍ଧ ଲୋକ ସହ ବିବାହ କରାଇଦେବାକୁ ଚାହୁଁ ନ ଥିଲେ । ତେଣୁ ଏଭଳି ଅନିଚ୍ଛାକୃତ ବିବାହରେ ଶକୁନି ଭୀଷଣ ଅପମାନିତ ବୋଧ କରି କୁରୁ ରାଜବଂଶକୁ ଧ୍ୱଂସ କରିବାକୁ ଶପଥ କରିଥିଲେ ଏବଂ କୁରୁ ସମ୍ପର୍କୀୟମାନଙ୍କ ମଧ୍ୟରେ ବିବାଦର ନିଆଁକୁ ଜାଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଜ୍ୟେଷ୍ଠପୁତ୍ର ହୋଇଥିଲେ ହେଁ ତାଙ୍କ ନେତ୍ରହୀନତା କାରଣରୁ ଗାନ୍ଧାରୀଙ୍କ ସ୍ୱାମୀ ଧୃତରାଷ୍ଟ୍ର ସିଂହାସନରୁ ବଞ୍ଚିତ ହୋଇଥିଲେ । ସିଂହାସନ ଧୃତରାଷ୍ଟ୍ରର ସାନଭାଇ ପାଣ୍ଡୁଙ୍କ ନିକଟକୁ ଯାଇଥାଏ । କିନ୍ଦମ ଋଷିଙ୍କଦ୍ୱାରା ଅଭିଶାପ ପାଇବା ପରେ ପାଣ୍ଡୁ ଅନୁତାପ କରିବାକୁ ରାଜ୍ୟ ତ୍ୟାଗ ପୂର୍ବକ ବନ ଗମନ କରିଥିଲେ । ଏହା ପରେ ତାଙ୍କ ସ୍ୱାମୀ ହସ୍ତିନାପୁରର ରାଜା ହେଲେ ଏବଂ ସେ ରାଣୀ ହେଲେ ।

ଶେଷ ଜୀବନ ଓ ମୃତ୍ୟୁ

ମହାଭାରତ ମହାକାବ୍ୟରେ ଗାନ୍ଧାରୀଙ୍କ ଚରିତ୍ର ଚିତ୍ରଣ

ମହାଭାରତ ମହାକାବ୍ୟରେ ଗାନ୍ଧାରୀଙ୍କ ଚରିତ୍ରକୁ ଏକ ଉଚ୍ଚ ନୈତିକ ମାନଦଣ୍ଡ ବିଶିଷ୍ଟ ଭାବେ ବର୍ଣ୍ଣିତ କରାଯାଇଛି , ଯଦିଓ ତାଙ୍କ ପୁଅମାନଙ୍କୁ ଖଳନାୟକ ଭାବରେ ଚିତ୍ରଣ କରାଯାଇଛି । ମହାଭାରତ ବର୍ଣ୍ଣନା ଅନୁଯାୟୀ, ଧର୍ମକୁ ଅନୁସରଣ କରିବା ଏବଂ ପାଣ୍ଡବଙ୍କ ସହ ଶାନ୍ତି ସ୍ଥାପନ କରିବାକୁ ସେ ବାରମ୍ବାର ତାଙ୍କ ପୁଅମାନଙ୍କୁ ଅନୁରୋଧ କରିଥିଲେ । ଗାନ୍ଧାରୀ କୁନ୍ତୀଙ୍କ ସହ ଏକ ବଡ଼-ଭଉଣୀ ଭଳି ସମ୍ପର୍କ ସ୍ଥାପନ କରିଥିଲେ । ଯେତେବେଳେ ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ବିଜୟର ଆଶୀର୍ବାଦ ମାଗିଥିଲେ, ମା ହୋଇ ସୁଦ୍ଧା ଗାନ୍ଧାରୀ କେବଳ କହିଥିଲେ “ ସତ୍ୟ ଏବଂ ଧର୍ମର ହିଁ ଜୟ ହେଉ” । ଗାନ୍ଧାରୀଙ୍କର ମୁଖ୍ୟ ଦୋଷ ଥିଲା ତାଙ୍କ ପୁଅମାନଙ୍କ ପ୍ରତି, ବିଶେଷକରି ତାଙ୍କର ପ୍ରଥମ ଜନ୍ମିତ ପୁତ୍ର ଦୁର୍ଯ୍ୟୋଧନ ପ୍ରତି, ଥିଲା ପୁତ୍ର ମୋହ ବା ତୀବ୍ର ପ୍ରେମ, ଯାହା ତାଙ୍କୁ ଅନେକ ସମୟରେ ତାଙ୍କ ଅଜାଣତରେ ତାକୁ ଅନ୍ଧ କରିଦେଇଥିଲା ।

ଆଧାର

Tags:

ମହାଭାରତ ଗାନ୍ଧାରୀ ପୌରାଣିକ ଗାଥାମହାଭାରତ ଗାନ୍ଧାରୀ ଶେଷ ଜୀବନ ଓ ମୃତ୍ୟୁମହାଭାରତ ଗାନ୍ଧାରୀ ମହାଭାରତ ମହାକାବ୍ୟରେ ଗାନ୍ଧାରୀଙ୍କ ଚରିତ୍ର ଚିତ୍ରଣମହାଭାରତ ଗାନ୍ଧାରୀ ଆଧାରମହାଭାରତ ଗାନ୍ଧାରୀମହାଭାରତହିନ୍ଦୁ

🔥 Trending searches on Wiki ଓଡ଼ିଆ:

ପ୍ରତୀକ୍ଷାଭୀମ ଭୋଇରାମ ନବମୀଗଙ୍ଗାଧର ରଥଆଶୁତୋଷ ପରିଡ଼ାଭୁବନେଶ୍ୱରପାଇକ ବିଦ୍ରୋହଜଗନ୍ନାଥ ମନ୍ଦିରରାଜନୀତି ବିଜ୍ଞାନବୈଷ୍ଣବ ଚରଣ ସାମଲସିଦ୍ଧାନ୍ତ ମହାପାତ୍ରରୋହିତ ଶର୍ମାବଳଦୀପା ସାହୁ (୧୯୮୫ ଜନ୍ମ)ଅଗ୍ନ୍ୟାଶୟ ଅକ୍ଷମତାଗାଲୁଆବେଦଦାସିଆ ବାଉରୀଅଣସରଉଦ୍ଭିଦ ବିଜ୍ଞାନଶିଶୁ ଅନନ୍ତ ଦାସଭୃସଙ୍ଗ ଗଛଇଂଲଣ୍ଡରାଜ୍ୟ ସଭାରବୀନ୍ଦ୍ରନାଥ ଠାକୁରରାସାୟନିକ ମୌଳିକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମନୋଜ ଦାସଆମ୍ବଓଡ଼ିଆ ଭାଷାଓଡ଼ିଶା ସରକାରଯୌନ ସମ୍ଭୋଗତୃପ୍ତି ଦାସମେସିନ ଲର୍ଣ୍ଣିଙ୍ଗ୍ବିଜୟ ଶଙ୍କର ଦାସଖାଦ୍ୟଚାଣକ୍ୟରତ୍ନାକର ଚଇନିମଙ୍ଗଳା ମନ୍ଦିରବୁଧଭାରତ ସରକାରଦଗ୍ଧସରୋଜିନୀ ସାହୁୟୁ ଟ୍ୟୁବମନୋଜ ଦାସଙ୍କ କଥା ଓ କାହାଣୀଆଉରଙ୍ଗଜେବସମର ସଲିମ ସାଇମନପୁଷ୍ଟିସାରପରୀକ୍ଷାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆକବରଗୋପବନ୍ଧୁ ଦାସହରେକୃଷ୍ଣ ମହତାବସଚ୍ଚିଦାନନ୍ଦ ରାଉତରାୟଆପେଣ୍ଡିସାଇଟିସନବୀନ ପଟ୍ଟନାୟକପ୍ରତିଭା ଶତପଥୀନନ୍ଦିଘୋଷକଳସା ଚଉତିଶାଟୁକୁନି ସାହୁକାଳିଚରଣ ପଟ୍ଟନାୟକ୨୭ ଜୁନକମ୍ପ୍ୟୁଟରବିସ୍ଥାପିତ କାନ୍ଧ ଗଣ୍ଠିକଟକ୧୭୪୬ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓରାଜା ରାମମୋହନ ରାୟ🡆 More