ଗର୍ଭାଶୟ ଗ୍ରୀବା କର୍କଟ

ପ୍ରତିଶବ୍ଦ - ଜରାୟୁ ମୁଖ କର୍କଟ, ସର୍ଭାଇକାଲ କର୍କଟ (cervical cancer) ଜରାୟୁ ଗ୍ରୀବା କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ (ଇଂରାଜୀରେ cervical cancer) ଏକ ପ୍ରକାର କର୍କଟ ରୋଗ ଯାହା ଜରାୟୁ ଗ୍ରୀବାରୁ (cervix) ସୃଷ୍ଟି ହୁଏ । ଜୀବକୋଷମାନଙ୍କର ଅନିୟମିତ ତ‌ଥା ଅସ୍ୱାଭାବିକ ସଂଖ୍ୟା ବୃଦ୍ଧି ହୋଇ ନିକଟ ଓ ଦୂରବର୍ତ୍ତୀ ସ୍ଥାନ‌କୁ ମାଡ଼ିଯାଏ । ପ୍ରାରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ପରେ ହେଉଥିବା ଲକ୍ଷଣ ସମୂହ ହେଉଛି ଯୋନୀପଥରୁ ରକ୍ତସ୍ରାବ, ଶ୍ରୋଣୀରେ ଯନ୍ତ୍ରଣା (pelvic pain), ଯୌନ‌କ୍ରିୟା ସମୟରେ କଷ୍ଟ ।

Cervical cancer
ଗର୍ଭାଶୟ ଗ୍ରୀବା କର୍କଟ
Histopathologic image (H&E stain) of carcinoma in situ, stage 0.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C53.
ଆଇସିଡ଼ି-୯-ସିଏମ୍180
ଓଏମ୍‌ଆଇଏମ୍603956
ରୋଗ ଡାଟାବେସ2278
ମେଡ଼ିସିନ-ପ୍ଲସ000893
ଇ-ମେଡ଼ିସିନmed/324 radio/140
MeSHD002583

ହାରାହାରି ୯୦ % ରୋଗୀଙ୍କ କ୍ଷେତ୍ରରେ ମାନବ ପାପିଲୋମା ଭୁତାଣୁ ବା ଏଚ.ପି.ଭି. (Human papillomavirus or HPV ) ଏହାର କାରଣ ବୋଲି ଜଣାଯାଏ, କିନ୍ତୁ ଅଧିକାଂଶ ଏଚ.ପି.ଭି. ସଂକ୍ରମିତ ମହିଲାଙ୍କର ଏହି କର୍କଟ ହୁଏ ନାହିଁ । ଅନ୍ୟାନ୍ୟ ସଙ୍କଟ ଜନ‌କ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଦୂର୍ବଳ ଇମ୍ମ୍ୟୁନ ସିସ୍ଟମ, ଜନ୍ମ ନିରୋଧ ବଟିକା ବ୍ୟବ‌ହାର, ଅଳ୍ପ ବୟଷରେ ଯୌନ ସମ୍ଭୋଗ, ଏକାଧିକ ଯୌନ ଭାଗୀଦାରମାନଙ୍କ ନାମ ନିଆଯାଏ କିନ୍ତୁ ଏଗୁଡ଼ିକ ସ୍ୱଳ୍ପ ଗୁରୁତ୍ତ୍ୱପୂର୍ଣ୍ଣ । ଦଶ କୋଡ଼ିଏ ବର୍ଷର ପ୍ରାକ୍‌ କର୍କଟ ଅବସ୍ଥା ପରେ ଏହା ବାହାରେ । ଏକାଧିକ ପ୍ରକାର ଜରାୟୁ ଗ୍ରୀବା କର୍କଟ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୯୦ % ହେଉଛି ସ୍କ୍ୱାମସ୍ ସେଲ କର୍କଟ (squamous cell carcinoma), ୧୦% ଆଡେନୋ କର୍କଟ (adenocarcinoma) ଓ ଏକ ସ୍ୱଳ୍ପ ଅଂଶ ଅନ୍ୟାନ୍ୟ ପ୍ରକାର ଦେଖାଯାଆନ୍ତି । ମେଡିକାଲ ଇମେଜିଙ୍ଗଦ୍ୱାରା (Medical imaging) ଏହା ସ୍ଥାନାନ୍ତର ହୋଇଛି କି ନାହିଁ ଜଣାପଡ଼େ ।

ଏହି ରୋଗ କରାଉଥିବା ଦୁଇ ପ୍ରଜାତିର ଏଚ.ପି.ଭି. ଟିକା (HPV vaccine) ଉପଲବ୍ଧ ଅଛି ଯାହା ୬୫ରୁ ୭୫ % ଜରାୟୁ ଗ୍ରୀବା କର୍କଟରୁ ରକ୍ଷା କରେ । ତ‌ଥାପି ରୋଗ ସଙ୍କଟ ଥିବାରୁ ନିୟମିତ ପାପ ସ୍ମିଅର (Pap smear) ନେଇ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଯୌନ ସମ୍ଭୋଗ ଆଦୌ ନ କଲେ, ଅଳ୍ପ ଲୋକଙ୍କ ସଙ୍ଗେ କଲେ ଓ କଣ୍ଡୋମ ବ୍ୟବ‌ହାର କଲେ ରୋଗ ନ ହୋଇପାରେ । ପାପ ସ୍ମିଅର କରି ବା ଆସେଟିକ ଏସିଡ ପରୀକ୍ଷା କରି ପ୍ରାକ୍ ଜରାୟୁ ଗ୍ରୀବା କର୍କଟ ଥିବା ଜଣାପଡ଼ିଲେ ଚିକିତ୍ସା କରି ରହି ରୋଗକୁ ପ୍ରତିରୋଧ କରାଯାଇପାରେ । ଅପରେଶନ, କେମୋଥେରାପି ଓ ରେଡିଓଥେରାପି ସାହାଯ୍ୟରେ ଏହାର ମିଶ୍ରିତ ଚିକିତ୍ସା କରାଯାଏ । ଆମେରିକାରେ ଏହାର ପାଞ୍ଚ ବର୍ଷିଆ ଆୟୁଷ ପ୍ରାୟ ୬୮ % । କେତେ ଶୀଘ୍ର ଏହାର ରୋଗ ନିର୍ଣ୍ଣୟ ହୋଇଛି, ତାହା ଉପରେ ଏହି ଚିକିତ୍ସା ଫଳାଫଳ ନିର୍ଭର କରେ ।

ପୃଥିବୀରେ ସମୁଦାୟ କର୍କଟ ରୋଗ ମଧ୍ୟରେ ଏହାର ସ୍ଥାନ ଚତୁର୍ଥ ଓ ମହିଳା କର୍କଟ ମୃତ୍ୟୁ କାରଣ ମଧ୍ୟରେ ମଧ୍ୟ ଏହାର ସ୍ଥାନ ଚତୁର୍ଥ । ସନ ୨୦୧୨ରେ ୫୨୮,୦୦୦ ଜରାୟୁ ଗ୍ରୀବା କର୍କଟ ରୋଗୀଙ୍କ ମଧ୍ୟରୁ ୨୬୬,୦୦୦ ମୃତ୍ୟୁ ହୋଇଥିଲା । ଏହି ଆକଳାନ ସମୁଦାୟ କର୍କଟ ରୋଗର ଓ ସମୁଦାୟ କର୍କଟ ମୃତ୍ୟୁ ସଂଖ୍ୟାର ୮ % । ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୭୫ % ରୋଗୀ ଦେଖାଯାଆନ୍ତି । ସ୍ୱଳ୍ପ ଆମଦାନୀକାରି ଦେଶମାନଙ୍କରେ କର୍କଟ ମୃତ୍ୟର ଏହା ଏକ ସାଧାରଣ କାରଣ । ବିକଶିତ ଦେଶମାନଙ୍କରେ ସ୍କ୍ରିନିଙ୍ଗ ଯୋଗୁ ଏହି ରୋଗ ହାର ନାଟକୀୟ ଭାବେ କମିଛି । ଡାକ୍ତରୀ ଗବେଷଣା ଫଳରେ ହେଲା HeLa) ନାମକ ବିଖ୍ୟାତ ସେଲ ଲାଇନ ଆବିଷ୍କୃତ ହୋଇଛି ଯାହା ହେନରିଏଟ୍ଟା ଲାକ୍ସ (Henrietta Lacks) ନାମକ କର୍କଟ ରୋଗୀର ଜୀବକୋଷରୁ ବିକଶିତ କରାଯାଇଛି ।

ଆଧାର

Tags:

en:cervixen:pelvic pain

🔥 Trending searches on Wiki ଓଡ଼ିଆ:

୨୯ ମାର୍ଚ୍ଚନୟାଗଡ଼ ଜିଲ୍ଲାନନ୍ଦିନୀ ଶତପଥୀଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବିଜୁ ଜନତା ଦଳଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦବଣ୍ଡ (ଅର୍ଥ)ପାରାଦୀପ ବନ୍ଦରଜଳଶ୍ରୀରାଧାଗର୍ଭାଶୟ କର୍କଟପ୍ରାଣୀକାଜାଖସ୍ତାନନବଯୌବନ ବେଶଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲସିମାସସଚ୍ଚିଦାନନ୍ଦ ରାଉତରାୟକଣ୍ଡୋମଜିମି ୱେଲ୍ସକୃଷ୍ଣଉଦ୍ଭିଦଆକବରକୃଷ୍ଣପ୍ରସାଦ ମିଶ୍ରଯୁକ୍ତରାଷ୍ଟ୍ର ଆମେରିକାନେତୃତ୍ୱହେମୋଫିଲିଆଦଣ୍ଡ ନାଟଦାସିଆ ବାଉରୀମୁକୁନ୍ଦ ଦେବକିଶୋରୀ ଚରଣ ଦାସଚନ୍ଦ୍ରଶେଖର ରଥମ୍ୟାଲେରିଆମାଁ ପୀତାମ୍ବର ମନ୍ଦିର୨୭ ଜୁନଦାଶରଥି ଦାସକୁଞ୍ଜବିହାରୀ ଦାଶତିଳ ଚତୁର୍ଥୀଓଡ଼ିଶୀ ସଙ୍ଗୀତଜୟ ଜଗନ୍ନାଥଚରକବଣଭୋଜି ବେଶଦାମୋଦର ରାଉତଆଖିସାଲଭାଡୋର ଡାଲିପ୍ରତୀକ୍ଷାଚବିଶ ଗୁରୁମୟୂରପୂର୍ଣ୍ଣଚ୍ଛେଦଅଚ୍ୟୁତ ଗୋକୁଳ ନାୟକ୪ (ସଂଖ୍ୟା)ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓମଙ୍ଗଳା ମନ୍ଦିର୪ ଇଡିଅଟସ୍ଚାରି ଧାମଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶା ବିଧାନ ସଭାଭାରତୀୟ ସଂଖ୍ୟା ପ୍ରଣାଳିରାଜକିଶୋର ପଟ୍ଟନାୟକହେପାଟାଇଟିସ ବିପ୍ରଯୁକ୍ତି ବିଦ୍ୟାନରେନ୍ଦ୍ର ମୋଦୀଗୌରହରି ଦାସଭାରତୀୟ ମହାକାଶ ଗବେଷଣା ସଂସ୍ଥାଚିଲିକା (ବହୁବିକଳ୍ପ)ଫେବୃଆରୀ ୨୮ମୟୂରଭଞ୍ଜ ଜିଲ୍ଲାଭଗବତ ଗୀତାପୁନମ ମିଶ୍ର🡆 More