ଗନ୍ଧମାର୍ଦନ

ଗନ୍ଧମାର୍ଦନ ପର୍ବତ ସମୂହ (Gandhamardan Hills) ଓଡ଼ିଶାର ବଲାଙ୍ଗିର ଓ ବରଗଡ ଜିଲ୍ଲା ମଧ୍ୟରେ ଥିବା ପର୍ବତ ସମୂହ । ଏହା ଆୟୁର୍ବେଦିକ ଔଷଧ ମିଳୁଥିବା ଅନେକ ଦୁର୍ଲଭ ବୃକ୍ଷ୍ୟ ରାଜିରେ ପରିପୂର୍ଣ ହେଇଥିବାରୁ ଭାରତରେ ବିଖ୍ୟାତ । ଏହି ପର୍ବତରେ ବକ୍ସାଇଟ ଖଣିଜ ପଦାର୍ଥ ମଧ୍ୟ ବିପୁଳ ପରିମାଣରେ ଉପଲବ୍ଧ । ଓଡ଼ିଶା ସରକାର ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନମାନେ ଏଠାରୁ ବକ୍ସାଇଟ ଖନନ କରି କାରଖାନାମାନଙ୍କୁ ପଠାନ୍ତି । 

ଗନ୍ଧମାର୍ଦନ
ଗନ୍ଧମାର୍ଦନସ୍ଥିତ ଐତିହାସିକ "ଭୀମ ମଡୁଆ"

ପୌରଣିକ ତଥ୍ୟ 

ଏହି ପର୍ବତ ସହ ବହୁକାଳରୁ ଏଇତିହାସିକ ତଥା ପୌରଣିକ ତଥ୍ୟ ସବୁ ଜଡ଼ିତ ରହିଛି । ପ୍ରାକ୍ତନ କାଳରେ ଏହା ବୌଦ୍ଧିକ ସଂସ୍କୃତିର ଏକ ପିଠ ହିସାବରେ ରହିଥିବାର ଇତିହାସ କହେ । ପର୍ବତର ନିକଟବର୍ତ୍ତୀ ଇଲାକାରେ ଅନେକ ପୁରାତନ ଧ୍ୱଂସ ସ୍ତୂପ ତଥା ଅନ୍ୟାନ୍ୟ ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ପୁରାଣ ବର୍ଣ୍ଣନା ଅନୁସାରେ ହନୁମାନ ଏହି ପର୍ବତକୁ ଲକ୍ଷ୍ମଣଙ୍କ ଜୀବନ ବଞ୍ଚେଇବା ପାଇଁ ଲଙ୍କାକୁ ବୋହି ନେଇଥିଲେ ରାମ ରବଣ ଯୁଦ୍ଧ ସମୟରେ । ତ୍ରେତୟା ଯୁଗରେ ହେଇଥିବା ଏହି ଯୁଦ୍ଧ କାଳରେ ଶ୍ରୀରାମଙ୍କ ଉପଦେଷ୍ଠା ଜାମ୍ବବାନ ଶ୍ରୀରାମଙ୍କୁ କହିଥିଲେ ହନୁମାନଙ୍କୁ ଗନ୍ଧମାର୍ଦନ ପଠେଇ ସେଠାରୁ ବିଶଲ୍ୟକରଣୀ ପାତ୍ର ଆଣିବାକୁ । ହନୁମାନ ଗନ୍ଧମାର୍ଦନ ପହଞ୍ଚି ଘଞ୍ଚ ଅରଣ୍ୟ ଭିତରେ ବିଶଲ୍ୟକରଣୀ ଗଛ ଚିହ୍ନି ପାରିଲେ ନାହିଁଁ । ତେଣୁ ସେ ସମ୍ପୂର୍ଣ୍ଣ ପର୍ବତକୁ ଉପାଡି ତାକୁ ନେଇ ଯାଇଥିଲେ । ସେ ନେଲାବେଳେ ସେଥିରୁ ଗୋଟିଏ ଖଣ୍ଡ ଆକାଶରୁ ସେହି ଜାଗାରେ ପତିତ ହେଲା । ବର୍ତ୍ତମାନର ଗନ୍ଧମାର୍ଦନ ସେହି ଖଣ୍ଡକ ବୋଲି ପୁରାଣ କହେ । ଏହି ପର୍ବତର ଉତ୍ତର ଦିଗରେ ଏକ ସୁନ୍ଦର ଝରଣା ତଟରେ ପ୍ରଖ୍ୟାତ ନୃସିଂହନାଥ ମନ୍ଦିର ତଥା ଦକ୍ଷିଣପଟରେ ଏକ ଏକ ଝରଣା କୁଳରେ ହରିଶଙ୍କର ମନ୍ଦିର ଅବସ୍ଥିତ ।

ଗନ୍ଧମାର୍ଦନ 
ଗନ୍ଧମାର୍ଦନ ନିକଟସ୍ଥ ବନ୍ଧ

 

ଇତିହାସ 

ମହାଭାରତ ପୁରାଣରେ ଉଲ୍ଲେଖ ଅନୁସାରେ ମହାବୀର ଦ୍ରୋଣ ତାଙ୍କର ବଛା ଛାତ୍ର ମାନଙ୍କୁ ଏହି ପର୍ବତର ଅରଣ୍ୟରେ ଶସ୍ତ୍ର ଶିକ୍ଷା ପ୍ରଦାନ କରୁଥିଲେ । ତାଙ୍କଠାରୁ ଶିକ୍ଷା ପାଇଥିବା ଛାତ୍ରମାନେ ସାରା ଭାରତରେ ପୋଖତ ଯୋଦ୍ଧାର ସମ୍ମାନ ପାଉଥିଲେ । ଚୀନ ଦେଶର ପରିବ୍ରାଜକ ମଧ୍ୟ ଏହି ଗନ୍ଧମାର୍ଦନ ପରିଭ୍ରମଣ କରି ଏହାର ସୁନ୍ଦରତା ଉପରେ ତାଙ୍କ ଭ୍ରମଣ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ପର୍ବତ ନିକଟରେ ପରିମଳ ଗିରି ନାମକ ଏକ ବୌଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟ ଥିଲା । 

ଜ୍ୟେବ  ବିବିଧତା 

ଗନ୍ଧମାର୍ଦନ ପର୍ବତ ଔଷଧୀୟ ବୃକ୍ଷ୍ୟ ପାଇଁ ପ୍ରସିଦ୍ଧ । ଏଠାରେ Botanical Survey of India ଆନୁକୁଲ୍ୟରେ ହେଇଥିବା ଅନୁଧ୍ୟାନ ଅନୁସାରେ ୨୨୦ ପ୍ରକାର ଦୁର୍ଲଭ ଔଷଧୀୟ ବୃକ୍ଷ୍ୟ ଉପଲବ୍ଧ ଥିବା କଥା ଲେଖିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ୫୦୦ରୁ ବେଶୀ ପ୍ରକାର ର ଔଷଧୀୟ ବୃକ୍ଷ୍ୟ ରହିଛି । ସ୍ଥାନୀୟ ଅଞ୍ଚଳରୁ ବୈଦ୍ୟମାନେ ଏହିସବୁ ଔଷଧ ନିର୍ମାଣ କରି ବ୍ୟବହାର କରିଥାନ୍ତି । 

ଗନ୍ଧମର୍ଦନ ପର୍ବତର ଜଙ୍ଗଲରେ ମିଳୁଥିବା ଔଷଧ ଯୁକ୍ତ ଯଡି ବୁଟୀ , ପତ୍ର , ଗଛର ବକଳ ବ୍ୟବହାର କରି ଆୟୁର୍ବେଦିକ ଔଷଧ ନିର୍ମାଣ ପାଇଁ ଏହା ନିକଟରେ ଅନେକ ବେସରକାରୀ ଆୟୁର୍ବେଦିକ କକର୍ମଶାଳା ମନ ଖୋଲିଛି । ସରକାର ମଧ୍ୟ ଏହା ନିକଟରେ ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ୨ଟି ଆୟୁର୍ବେଦିକ କଲେଜ ଖୋଲି ଏହାର ଔଷଧ ଉପରେ ଗବେଷଣାର ବ୍ୟବସ୍ଥା କରିଛନ୍ତି । 

ଏହି ଅରନ୍ୟାଞ୍ଚଳରେ ମିଳୁଥିବା ଆୟୁର୍ବେଦିକ ଉପାଦାନ ମାନଙ୍କୁ ସ୍ଥାନୀୟ ଲୋକମାନେ ସଂଗ୍ରହ କରି ଡାବର , ଝଣ୍ଡୁ ପରି ବୃହତ ଔଷଧ କମ୍ପାନୀ ମାନଙ୍କୁ ଯୋଗେଇଥାନ୍ତି । 

ଗନ୍ଧମାର୍ଦନ ପରିବେଶ ସୁରକ୍ଷ୍ୟା   ବକ୍ସାଇଟ ଖନନ ପାଇଁ  ଗନ୍ଧମାର୍ଦନ ପର୍ବତର ପରିବେଶ ନଷ୍ଟ ହେବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ଅନେକ ସଚେତନ ନାଗରିକ ' ଗନ୍ଧମାର୍ଦନ ସୁରକ୍ଷ୍ୟା ସମିତି ' ଗଠନ କରି ଏହାର ପରିବେଶର ରକ୍ଷ୍ୟା ପାଇଁ ଅହରହ ଉଦ୍ୟମ ଜାରି ରଖିବା ଫଳରେ ଏବେମଧ୍ୟ ଗନ୍ଧମାର୍ଦନର ପ୍ରକୃତିକ ଶୋଭା ଅତୁଟ ରହିଛି । ଗନ୍ଧମାର୍ଦନ 

 http://hotnhitnews.com/Gandhamardan_Orissa_natures_paradise_endangered_by_the_white_gold_craze_016_10086.htm


ଆଧାର 

ବାହାର ଲିଙ୍କ 

Tags:

ଗନ୍ଧମାର୍ଦନ ପୌରଣିକ ତଥ୍ୟ ଗନ୍ଧମାର୍ଦନ ଇତିହାସ ଗନ୍ଧମାର୍ଦନ ଜ୍ୟେବ  ବିବିଧତା ଗନ୍ଧମାର୍ଦନ ଆଧାର ଗନ୍ଧମାର୍ଦନ ବାହାର ଲିଙ୍କ ଗନ୍ଧମାର୍ଦନ

🔥 Trending searches on Wiki ଓଡ଼ିଆ:

ପାପୁଆ ନିଉ ଗିନିଶ୍ରାଦ୍ଧନେତୃତ୍ୱବେଣୁଧର ରାଉତଶ୍ରଦ୍ଧାକର ସୂପକାରଶାନ୍ତନୁ କୁମାର ଆଚାର୍ଯ୍ୟହନୁମାନଭାରତୀୟ ଜନତା ପାର୍ଟି୭ (ସଂଖ୍ୟା)ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବ୍ରାହ୍ମ ସମାଜ୧୯୬୧ସମ୍ବଲପୁର ଜିଲ୍ଲାରାବଣଜୟ ଜଗନ୍ନାଥଭଦ୍ରକପାରାଦୀପ ବନ୍ଦରବଉଳଆଖିଚରକରାଜ ଯୋଗଟାହିଆଲାଗି ବେଶହମିଦା ବାନୁ ବେଗମବିଦ୍ୟୁତପ୍ରଭା ଦେବୀଲିମାଗର୍ଭାଶୟ କର୍କଟନାରାୟଣ ସାହୁIndiaମନୋଜ ଦାସଙ୍କ କଥା ଓ କାହାଣୀଗୌରୀଶଙ୍କର ରାୟଆରିଷ୍ଟୋଟଲପ୍ରସନ୍ନ କୁମାର ପଣ୍ଡାଓଡ଼ିଆ ସାହିତ୍ୟଦାଶରଥି ଦାସମୁକୁନ୍ଦ ଦେବସମୀର ରଞ୍ଜନ ଦାଶକଳାହାଣ୍ଡି ଜିଲ୍ଲାପ୍ରଥମ ଭାସ୍କରସବ୍ୟସାଚୀ ମିଶ୍ରଜଗନ୍ନାଥ ମନ୍ଦିରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱର ବେହେରାଜୟଦେବବନ୍ଦେ ଉତ୍କଳ ଜନନୀଦ୍ଵାରକାଧୀଶ ମନ୍ଦିରଆର୍ଯ୍ୟଭଟ୍ଟହନୁମାନ ଚାଳିଶାଘରମଟର ସାଇକେଲମହାନଦୀଅଷ୍ଟ୍ରିଆଛାରପୋକଗିରିଧର ଗମାଙ୍ଗଚାଣକ୍ୟଚାଟ୍ ଜିପିଟିଭାରତୀୟ ଜାତୀୟ କଂଗ୍ରେସ୫ ନଭେମ୍ବରନେପଚୁନଭାନୁଜୀ ରାଓରୋହିତ ଶର୍ମାମହୁମନୋଜ ଦାସଚିନ୍ତାମଣି ବେହେରାମାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବେଦକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅନନ୍ତ ପଟ୍ଟନାୟକଭାରତ ସରକାରହାଡ଼ଫୁଟି🡆 More