ଖୁସୱନ୍ତ ସିଂହ( ଜନ୍ମ ନାମ ଖୁସହାଲ ସିଂହ, ୨ ଫେବୃୟାରୀ ୧୯୧୫ - ୨୦ ମାର୍ଚ୍ଚ ୨୦୧୪) ଜଣେ ଲେଖକ, ଅଇନଜୀବି, ସାମ୍ବାଦିକ, ରାଷ୍ଟ୍ରଦୂତ ଓ ରାଜନେତା ଥିଲେ । ୧୯୪୭ରେ ଭାରତ ବିଭାଜନର ସ୍ମୃତି ତାଙ୍କୁ "ଟ୍ରେନ୍ ଟୁ ପାକିସ୍ତାନ" ବହି ଲେଖିବାକୁ ଉତ୍ସାହିତ କରିଥିଲା । ଏହି ଉପନ୍ୟାସକୁ ନେଇ ୧୯୯୮ ମସିହାରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।
ଖୁସୱନ୍ତ ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଖୁସୱନ୍ତ ସିଂହ ୨ ଫେବୃଆରୀ ୧୯୧୫ ହଦଳି, ବ୍ରିଟିଶ ଭାରତ, ପଞ୍ଜାବ, ପାକିସ୍ତାନ |
ମୃତ୍ୟୁ | ୨୦ ମାର୍ଚ୍ଚ ୨୦୧୪ ନୂଆ ଦିଲ୍ଲୀ, ଭାରତ | (ବୟସ ୯୯)
ବୃତ୍ତି | ସାମ୍ବାଦିକ, ଲେଖକ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଷ୍ଟିଫେନ୍ସ କଲେଜ କିଙ୍ଗସ୍ କଲେଜ, ଲଣ୍ଡନ ମଡର୍ଣ ବିଦ୍ୟାଳୟ, ଦିଲ୍ଲୀ |
ସିଂହଙ୍କ ଜନ୍ମ ପଞ୍ଜାବରେ ଓ ସେ ଶିକ୍ଷା ଦିଲ୍ଲୀରେ ଶିକ୍ଷାଲାଭ କରିଥିଲେ । ସେ ଦିଲ୍ଲୀର ସେଣ୍ଟ ଷ୍ଠିଫେନ୍ସ ମହାବିଦ୍ୟାଳୟରେ ପଢ଼ିଲା ପରେ ଲଣ୍ଡନର କିଙ୍ଗସ୍ ବିଦ୍ୟାଳୟରେ ଆଇନ ପଢ଼ିଥିଲେ । ୮ ବର୍ଷ ଲାହୋର ଅଦାଲତରେ ଆଇନଜୀବି ଭାବେ କାମ କରିବା ପରେ, ସେ ୧୯୪୭ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ୧୯୫୧ ମସିହାରେ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା) ସାମ୍ବାଦିକ ଭାବେ ଯୋଗଦେଇଥିଲେ, ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ତାଙ୍କ ଲେଖାରେ କଟୁ ଧର୍ମନିରପକ୍ଷତା, କଟାକ୍ଷ ଓ କବିତା ପ୍ରେମ ଦେଖିବାକୁ ମିଳେ ।। ୧୯୭୦ରୁ ୧୯୮୦ ମଧ୍ୟରେ ସେ ବହୁ ପତ୍ରିକା ଓ ଖବରକାଗଜର ସମ୍ପାଦନା କରିଥିଲେ । ୧୯୮୦-୧୯୮୬ ଯାଏଁ ସେ ଭାରତୀୟ ରାଜ୍ୟ ସଭାର ସାଂସଦ ଥିଲେ ।
ଖୁସୱନ୍ତ ସିଂହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସ୍କୃତ କରାଯାଇଥିଲା । ସେ ୧୯୮୪ ମସିହାରେ ଅପରେସନ୍ ବ୍ଲୁ ଷ୍ଟାରକୁ ବିରୋଧ କରି ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଂହଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ ଦିଆଯାଇଥିଲା । ତାଙ୍କ ଜେଜେମା କିନ୍ତୁ ଯୁକ୍ତି କରୁଥିଲେ ଯେ, ସେ ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିଲେ, ତେଣୁ ପରବର୍ତ୍ତୀ ସମୟରେ ଖୁସୱନ୍ତ ନିଜ ଜନ୍ମଦିନକୁ ଅଗଷ୍ଟ ୧୫ ତାରିଖ କରିଦେଇଥିଲେ । ଶୋଭା ସିଂହ ଦିଲ୍ଲୀରେ ଜଣେ ସ୍ଥପତି ଥିଲେ । ତାଙ୍କ କକା ସର୍ଦାର ଉଜ୍ଜ୍ୱଳ ସିଂହ ପଞ୍ଜାବ ଓ ତାମିଲନାଡୁର ରାଜ୍ୟପାଳ ଥିଲେ ।
ଖୁସୱନ୍ତ ପଞ୍ଜାବର ହଦାଲିଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ ହଦାଲି ବର୍ତ୍ତମାନ ପାକିସ୍ତାନରେ । ତାଙ୍କ ପିତାଙ୍କ ନାମ ଶୋଭା ସିଂହ ଓ ମାତାଙ୍କ ନାମ ବୀରନ ବାଈ ଥିଲା । ସଠିକ ଜନ୍ମଦିନ ମନେ ନଥିଲେ ମଧ୍ୟ, ଦିଲ୍ଲୀର ମଡ଼ର୍ଣ୍ଣ ସ୍କୁଲରେ ନାମଲେଖା ସମୟରେ ତାଙ୍କ ଜନ୍ମଦିନ ୦୨ ଫେବୃଆରୀ ୧୯୧୫ ବୋଲି ଲେଖା ଯାଇଥିଲା ।
ଖୁସୱନ୍ତ ଜନ୍ମ ହେଲାବେଳକୁ, ଜେଜେମା ତାଙ୍କ ନାଁ ରଖିଥିଲେ ଖୁସହାଲ ସିଂହ ଅର୍ଥାତ ସମୃଦ୍ଧ ସିଂହ । ତାଙ୍କ ଡାକ ନାମ ଥିଲା "ସେଲି" । ଏହି ସେଲି ନାମକୁ ନେଇ ତାଙ୍କ ସାଙ୍ଗସାଥୀମାନେ ତାଙ୍କର ମଜା ଉଡେଇବାରୁ ସେ ନିଜ ନାମ ଖୁସୱନ୍ତ ରଖିଥିଲେ, ଯାହା ତାଙ୍କ ବଡ଼ ଭାଇ ଭଗୱନ୍ତଙ୍କ ନାମ ସହିତ ମିଶୁଥିଲା । ୧୯୨୦ ମସିହାରେ ସେ ଦିଲ୍ଲୀ ମଡ଼ର୍ଣ୍ଣ ସ୍କୁଲରେ ନାମ ଲେଖାଇ, ସେଠାରେ ୧୯୩୦ ଯାଏଁ ପଢ଼ିଥିଲେ । ସେହି ସ୍କୁଲରେ ହିଁ ସେ ନିଜର ଭବିଷ୍ୟତର ପତ୍ନୀ କନ୍ୱଲ ମଲ୍ଲିକଙ୍କୁ ପ୍ରଥମେ ଭେଟିଥିଲେ । କଣ୍ୱଲ, ଖୁସୱନ୍ତଙ୍କର ଗୋଟିଏ ବର୍ଷ ତଳ ଶ୍ରେଣୀରେ ପଢୁଥିଲେ । ପରେ ସେ ଲୋହୋରର ସରକାରୀ ମହାବିଦ୍ୟାଳୟ, ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଲଣ୍ଡନର କିଙ୍ଗସ କଲେଜରୁ ପାଠ ପଢ଼ିଥିଲେ । ସେ ଲଣ୍ଡନର "ଇନର ଟେମ୍ପୁଲ"ରୁ ଲ' ପଢ଼ିଥିଲେ ।
୧୦୩୯ ମସିହାରେ ଖୁସୱନ୍ତ ଓକିଲାତିରୁ ନିଜ ବୃତ୍ତିଗତ ଜୀବନ ଆରମ୍ବ କରିଥିଲେ । ଲାହୋର ଉଚ୍ଚ ନ୍ୟାୟାଳୟରେ ସେ ୮ ବର୍ଷ ଓକିଲାତି କରିଥିଲେ । ୧୯୪୭ରେ ସ୍ୱାଧୀନତା ପରେ ସେ "ଭାରତୀୟ ବିଦେଶ ସେବା"ରେ ଯୋଗ ଦେଇଥିଲେ । ପ୍ରଥମେ ସେ କାନାଡ଼ାରେ ଭାରତର ସୂଚନା ଅଧିକାରୀ ଭାବରେ ଯୋଗ ଦେଇଥିଲେ । ଭାରତୀୟ ବିଦେଶ ସେବା ଅଧିକାରୀ ଭାବରେ ସେ ଲଣ୍ଡନ ଓ ଅଟାୱାରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୧ରେ ସେ ଆକାଶବାଣୀରେ ଜଣେ ସାମ୍ବାଦିକ ଭାବରେ ଯୋଗ ଦେଇଥିଲେ ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ୧୯୫୬ରେ ଭାରତ ସରକାରଙ୍କର ମୁଖପତ୍ର ଭାବରେ "ଯୋଜନା" ପତ୍ରିକା ଆରମ୍ଭ କରି ଏହାର ସମ୍ପାଦନା ଆରମ୍ଭ କରିଥିଲେ । ସେ "ଇଲୁଷ୍ଟ୍ରେଟେଡ଼ ଉଇକ୍ଲି", "ନେସନାଲ ହେରାଲ୍ଡ" ଓ "ହିନ୍ଦୁସ୍ତାନ ଟାଇମ୍ସ"ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଇଲୁଷ୍ଟ୍ରେଟେଡ଼ ଉଇକ୍ଲିରେ କାମ କରୁଥିବା ବେଳେ ଏହାର ବିକ୍ରୀ ୬୫ ହଜାରରୁ ବଢ଼ି ୪ଲକ୍ଷ ହୋଇ ପାରିଥିଲା । ସେଠାରେ ୯ ବର୍ଷ କାର୍ଯ୍ୟକଲା ପରେ, ୧୯୭୮ ଜୁଲାଇ ୨୫ ତାରିଖରେ ତାଙ୍କୁ ବହିସ୍କାର କରାଯାଇଥିଲା । ଖୁସୱନ୍ତ ସିଂହଙ୍କ ବହିସ୍କାର ପରେ ଏହି ଖବରକାଗଜର ବିକ୍ରୀ ହ୍ରାସ ପାଇଥିଲା । ୨୦୧୬ରେ ଖୁସୱନ୍ତ ସିଂହ ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ ।
୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ଖୁସୱନ୍ତ ରାଜ୍ୟ ସଭାର ସଦସ୍ୟ ଥିଲେ । ୧୯୭୪ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୪ରେ "ଅପରେସନ ବ୍ଲୁ ଷ୍ଟାର"କୁ ବିରୋଧ କରି ସେ ପଦ୍ମଶ୍ରୀ ପୁରସ୍କାରେ ଫେରେଇ ଦେଇଥିଲେ । ୨୦୦୭ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସ ସରକାରକୁ ଖୁସୱନ୍ତ ସମର୍ଥନ କରୁଥିଲେ ବୋଲି କୁହା ଯାଉଥିଲା । ଇସ୍ରାଏଲ ଦେଶର ସେ ସମର୍ଥକ ଥିଲେ ଓ ୧୯୭୦ରେ ସେହି ଦେଶ ଭ୍ରମଣରେ ଯାଇଥିଲେ।
ଖୁସୱନ୍ତ, ନିଜ ପିଲାଦିନର ସାଙ୍ଗ କଣ୍ୱଲ ମଲ୍ଲିକଙ୍କୁ ବିବାହ କରିଥିଲେ । ଦୁହେଁ ପ୍ରଥମେ ସ୍କୁଲରେ ଓ ପରେ ଆଇନ ଏକାଠି ପଢ଼ିଥିଲେ । ତାଙ୍କ ପୁତ୍ରଙ୍କ ନାମ ରାହୁଲ ସିଂହ ଓ କନ୍ୟାଙ୍କ ନାମ ମାଲା । କଣ୍ୱଲଙ୍କର ୨୦୦୧ ମସିହାରେ ନିଧନ ହୋଇଥିଲା । ଖୁସୱନ ଦିଲ୍ଲୀର ଖାନ ମାର୍କୈଟ ନିକଟସ୍ଥ "ସୁଜନ ସିଂହ ପାର୍କ" ଆପାର୍ଟମେଣ୍ଟରେ ରହୁଥିଲେ । ଏହି ଆପାର୍ଟମେଣ୍ଟ ତାଙ୍କ ପିତା ଶୋଭା ସିଂହ ନିର୍ମାଣ କରିଥିଲେ ଓ ଜେଜେବାପା ସୁଜନ ସିଂହଙ୍କ ନାମରେ ନାମିତ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ "ଅମୃତା ସିଂହ" ଓ ଟିସ୍କା ଚୋପ୍ରା ଖୁସୱନ୍ତଙ୍କର ଜ୍ଞାତି କୁଟୁମ୍ବ ।ଖୁସୱନ୍ତ ନାସ୍ତିକ ଥିଲେ ଓ କୌଣସି ଧର୍ମ ପ୍ରତି ତାଙ୍କର ଆସକ୍ତି ନଥିଲା ।
୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଂହଙ୍କ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଥିଲେ । ଦିଲ୍ଲୀର ଲୋଧି ସ୍ମଶାନରେ ତାଙ୍କୁ ସମାଧୀ ଦିଆଯାଇଥିଲା।
୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ଶୋକ ସନ୍ଦେଶ ଲେଖିଥିଲେ । ଏହି ଲେଖାର ଶିରୋନାମା ଥିଲା "Sardar Khushwant Singh Dead":
ଆମେ ଦୁଃଖର ସହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସୱନ୍ତ ସିଂହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହୋଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳୟର ଅନ୍ୟ କିଛି ବିଚାରପତିମାନେ ଫୋନ କରିଥିଲେ ।
ସେ ନିଜ ସମାଧୀ ସନ୍ଦେଶ ଇଂରାଜୀ ଲେଖିଥିଲେ, ଯାହାର ମର୍ମାନୁବାଦ ଥିଲା :
ଶୋଇଥିବା ଲୋକଟି ନା ମଣିଷକୁ ଛାଡିଥିଲା ନା ଭଗବାନଙ୍କୁ
ତା ପାଇଁ ଲୁହା ଝରାଅନା, ସେ ମାଟି ପରି ହୀନ ଥିଲାଖରାପ ଜିନିଷ ଲେଖିବାକୁ ତାକୁ ଭଲ ଲାଗୁଥିଲା
ଧନ୍ୟବାଦ ଭଗବାନ,ସେ ବଦମାସଟା ମରିଗଲା ।
ଖୁସୱନ୍ତଙ୍କ ଶେଷକର୍ମ ପରେ, ତାଙ୍କ ପାଉଁଶକୁ ହଦାଲି ସ୍କୁଲରେ ପୋତି ଦିଆଯାଇଥିଲା । ସେଠାରେ ରଖାଯାଇଥିବା ସ୍ମୃତି ଫଳକରେ ଲେଖା ଯାଇଥିଲା :
ସର୍ଦାର ଖୁସୱନ୍ତ ସିଂହଙ୍କ ସ୍ମୃତିରେ
(୧୯୧୫-୨୦୧୪)ଜଣେ ଶିଖ, ପଣ୍ଡିତ ଓ ହଦାଲି(ପଞ୍ଜାବ)ର ପୁତ୍ର
ଏଇଟି ମୋର ଭିଟାମାଟି । ମୁଁ ଏହାକୁ ଲୁହ ସିଞ୍ଚି ସମୃଦ୍ଧ କରିଛି ।
Television Documentary: Third World—Free Press (also presenter; Third Eye series), 1983 (UK).
This article uses material from the Wikipedia ଓଡ଼ିଆ article ଖୁସୱନ୍ତ ସିଂହ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.