ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଜୈନ ବିବରଣୀରୁ ଜାଣିବାକୁ ମିଳେ, ଏହି ସ୍ଥାନରେ ମହାବୀର ଜୈନ ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ଅଛି, ଯାହା ପ୍ରାଚୀନ ଓଡ଼ିଶା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ ।
ଉଦୟଗିରିଠାରେ ଥିବା ଗୁମ୍ଫାର ତାଲିକା– ୧−ରାଣୀ ଗୁମ୍ଫା ୨−ଛୋଟ ହାତୀ ଗୁମ୍ଫା ୩-ଅଲକାପୁରି ଗୁମ୍ଫା ୪-ଜୟ-ବିଜୟ ଗୁମ୍ଫା ୫-ଠାକୁରାଣୀ ଗୁମ୍ଫା ୬-ପାତାଳପୁରି ଗୁମ୍ଫା ୭-ଗଣେଶ ଗୁମ୍ଫା ୮-ଜମ୍ବେଶ୍ୱର ଗୁମ୍ଫା ୯-ବ୍ୟାଘୃ ଗୁମ୍ଫା ୧୦-ସରପ ଗୁମ୍ଫା ୧୧-ହାତୀ ଗୁମ୍ଫା ୧୨-ଧାନଘର ଗୁମ୍ଫା ୧୩-ହରୀଦାସ ଗୁମ୍ଫା ୧୪-ଜଗମଥା ଗୁମ୍ଫା ୧୫-ରୋସେଇ ଗୁମ୍ଫା
This article uses material from the Wikipedia ଓଡ଼ିଆ article ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.