ଖଞ୍ଜଣି

ଖଞ୍ଜଣି ଏକ ପାରମ୍ପାରିକ ଓଡ଼ିଆ ବାଦ୍ୟଯନ୍ତ୍ର । ଖଞ୍ଜଣି ବଜାଇ ମୁଖ୍ୟତଃ ଭଜନ ଓ ଲୋକଗୀତ ପରିବେଷଣ କରାଯାଏ ।

ଖଞ୍ଜଣି
ଖଞ୍ଜଣି
ଲିଙ୍ଗରାଜଙ୍କ ରୁକୁଣା ରଥଯାତରେ ଖଞ୍ଜଣି ବାଦନ
ମାଧ୍ୟମବାଦ୍ୟଯନ୍ତ୍ର, ତାଳବାଦ୍ୟ
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଲୋକଗୀତ

ଖଞ୍ଜଣି, ଏକ ଏକମୁହାଁ ବାଦ୍ୟଯନ୍ତ୍ର । ତିନି-ଚାରି ଆଙ୍ଗୁଳି ଚଉଡା ଗୋଲାକାର କାଠ ବା ମାଟି ବଳୟର ଗୋଟିଏ ପାଖରେ ଚମଡା ଛାଉଣି କରି ଏହି ବାଦ୍ୟଯନ୍ତ୍ରକୁ ତିଆରି କରାଯାଇଥାଏ । ଅପର ପାଖଟି ଖୋଲା ଥାଏ । ଖଞ୍ଜଣିକୁ ବାମ ହାତରେ ଧରି ଡାହାଣ ହାତ ଆଙ୍ଗୁଳିଦ୍ୱାରା ବଜାଯାଏ । ଖଞ୍ଜଣିରେ ଛୋଟ ଛୋଟ ଏକାଧିକ ଝାଞ୍ଜ ଖଞ୍ଜାଯାଇଥାଏ । ଖଞ୍ଜଣି ବାଜିଲେ, ଝାଞ୍ଜ ବାଜେ । ଖଞ୍ଜଣି ବଜାଇବା ପ୍ରକ୍ରିୟାକୁ "ଖଞ୍ଜଣି ମାଡ଼" ବୋଲି କୁହାଯାଏ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଲୋକମାନେ ଭାଗବତ ଟୁଙ୍ଗୀମାନଙ୍କରେ ଖଞ୍ଜଣି ବଜେଇ ଭଜନ ଗାଇ ଭଗବାନଙ୍କୁ ସ୍ମରଣ କରିଥାନ୍ତି । ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହ, ଖଞ୍ଜଣିର ଆଦୃତି ମଧ୍ୟ କମିବାକୁ ଲାଗିଛି । ତେବେ ବୈଷ୍ନବ ଓ ମହିମା ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଖଞ୍ଜଣିର ପ୍ରସାର ଏବେ ମଧ୍ୟ ରହିଛି । ଖଞ୍ଜଣି ଓଡ଼ିଶା ବ୍ୟତିତ ମଧ୍ୟ-ପ୍ରାଚ୍ୟ, କୁର୍ଦିସ୍ତାନ, ଇରାନ, ଆର୍ମେନିୟା, ତୁର୍କି, ପାକିସ୍ତାନ, ଆଫଗାନିସ୍ତାନ ଓ କେନ୍ଦ୍ର-ଏସିଅ ଦେଶମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏସବୁ ଅଞ୍ଚଳରେ ଏହି ଖଞ୍ଜଣି ଜାତୀୟ ବାଦ୍ୟଯନ୍ତ୍ର ଡାପ, ଡାଫ, ଡଫଲୀ, ଟାଫ, ଡେଫ ଆଦି ନାମରେ ପରିଚିତ ।

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସୁରେନ୍ଦ୍ର ମହାନ୍ତିଉଦ୍ଭିଦ ବିଜ୍ଞାନଯୁକ୍ତରାଜ୍ୟଖଡ଼ଗପୁରଗାଲୁଆଦାସକାଠିଆଗୁଗଲକଳାପାହାଡ଼ଅଲାରନାଥ ମନ୍ଦିରସୁଭାଷ ଚନ୍ଦ୍ର ବୋଷଅକ୍ଷାଂଶଧରିତ୍ରୀ (ଖବରକାଗଜ)ନେତୃତ୍ୱଫେବୃଆରୀ ୨୮୨୬ ଅପ୍ରେଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭାରତର ସଂସ୍କୃତିଫକୀର ମୋହନ ସେନାପତିପ୍ଲୁଟୋଗୋପାଳ ଚନ୍ଦ୍ର ପ୍ରହରାଜସରସ୍ୱତୀ ସମ୍ମାନଜଗନ୍ନାଥ ଦାସପ୍ଲୀହାନେପଚୁନଉତ୍କଳ ସମ୍ମିଳନୀହେମଲତା ମାନସିଂହହନୁମାନ ବାଟିକାସମ୍ବଲପୁର ଜିଲ୍ଲାକୋଳିପରିବେଶଦୀପା ସାହୁ (୧୯୮୫ ଜନ୍ମ)ଆନ୍ଧ୍ର ପ୍ରଦେଶରଥଭଦ୍ରକଜଗନ୍ନାଥନିର୍ମଳା (ଉପନ୍ୟାସ)ରାଜକିଶୋର ପଟ୍ଟନାୟକଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦନକାନନ ଜୀବ ଉଦ୍ୟାନଦେବଗଡ଼ ଜିଲ୍ଲାନଅଙ୍କ ଦୁର୍ଭିକ୍ଷସତ୍ୟେନ୍ଦ୍ର ନାଥ ବୋଷକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବ୍ରଜନାଥ ରଥଅଗ୍ନ୍ୟାଶୟ ଅକ୍ଷମତାଇନ୍ଦିରା ଗାନ୍ଧୀପ୍ରତିଭା ରାୟଗୁରୁପ୍ରସାଦ ମହାନ୍ତିରେଶମ ପଥ୨୦ ଅଗଷ୍ଟଜୟଦେବଜଣ୍ଡିସ୍ଶାସ୍ତି (ଓଡ଼ିଆ କଥାଚିତ୍ର)ଆମ୍ବଜଗନ୍ନାଥ ପ୍ରସାଦ ଦାସରାଜକିଶୋର ରାୟଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରନନ୍ଦିଘୋଷମଇ ଦିବସବିସ୍ଥାପିତ କାନ୍ଧ ଗଣ୍ଠିଲିମାକବିସୂର୍ଯ୍ୟ ବଳଦେବ ରଥଖଞ୍ଜଣିଓମ'ଙ୍କ ନିୟମମେସିନ ଲର୍ଣ୍ଣିଙ୍ଗ୍🡆 More