କୁବେର

ଯୁଗେ ଯୁଗେ ମନ୍ୟୁଷ୍ୟ ଧନକୁ ପୂଜା କରି ଆସିଛି ଓ ଧନପତିର ଦାସତ୍ୱ ସ୍ୱୀକାର କରିଛି । ଏହି ମର୍ମରେ ବୋଧହୁଏ ନରବାହାନ , ଧନପତି କୁବେରଙ୍କ ପରିକଳ୍ପନା । ବୈଦିକ ବିଶ୍ୱାସରେ ଦିବପାଳମାନଙ୍କ ମଧ୍ୟରେ ସେ ଉତ୍ତର ଦିଗର ଅଧିପତି । କୁବେର ପୁଲଶ୍ୟଙ୍କ ପୁତ୍ର ହୋଇଥିବାରୁ ତାଙ୍କ ଅନ୍ୟନାମ ବୈଶ୍ରବଣ । ଏହା ବ୍ୟତିତ ତାଙ୍କ କୁତ୍ସିତ ରୂପଯୋଗୁଁ ସେ କୁବେର , ଧନପତି ଯୋଗୁ ଧନଦ, ଅଷ୍ଟନିଧିର ପ୍ରଭୁ ହେଇଥିବାରୁ ନିଧିପତି, ଯକ୍ଷମାନଙ୍କ ରାଜା ହେଇଥିବାରୁ ଯକ୍ଷପତି ବା ଯକ୍ଷେନ୍ଦ୍ର, ଗୁହ୍ୟିକମାନଙ୍କ ସ୍ୱାମୀ ହେଇଥିବାରୁ ଗୁହ୍ୟପତି ନାମରେ ମଧ୍ୟ ପରିଚିତ ।

କୁବେର
କୁବେର
Kubera at the San Antonio Museum of Art
Lord of Wealth and the North-direction
ଉପାଧିଦେବ, ଲୋକପାଳ, ଦିଗପାଳ
ବାସସ୍ଥାନଅଳକାପୁରୀ (ସ୍ୱର୍ଗରେ)
ମନ୍ତ୍ରOṃ Shaṃ Kuberāya Namaḥ
ଅସ୍ତ୍ରGadā (Mace)
ସାଥିRiddhi or Bhadra/Kauberi/Charvi
ବାହନମଣିଷ/ହାତୀ

ପରିଚୟ

କୁବେରଙ୍କ ପତ୍ନୀଙ୍କ ନାମ ରିଦ୍ଧି ଓ ରାଜା ଜନ୍ନଭି ତାଙ୍କ ପୁତ୍ର ଅଟନ୍ତି । ତେବେ ଉତ୍ତର ଭାରତରେ କେତେକ ହିନ୍ଦୁମୂର୍ତ୍ତି କଳାରେ କୁବେରଙ୍କ ସହିତ ଲକ୍ଷ୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳେ । କେତେକ ଗ୍ରନ୍ଥରେ କୁବେରଙ୍କୁ ଶିବଙ୍କ ଭ୍ରାତା ବୋଲି ମଧ୍ୟ କୁହାଯାଇଛି । କୈଳାସ ତାଙ୍କର ବାସସ୍ଥାନ ହୋଇଥିବାରୁ ତାହାଙ୍କୁ କୁବେରାଦ୍ରି ମଧ୍ୟ କୁହାଯାଏ । ଅନ୍ୟକେତେକ ସ୍ଥାନରେ ଅଳକାପୁରୀ ତାଙ୍କର ରାଜଧାନୀ ବୋଲି ବର୍ଣ୍ଣିତ ହେଇଥିବାରୁ ତାହା କୁବେରାଚଳ ନାମରେ ଖ୍ୟାତ । ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ କୁବେରଙ୍କୁ ଯକ୍ଷ ଓ ଗୁହ୍ୟିକ ଓ ତସ୍କରଙ୍କ ରାଜା ବୋଲି ବର୍ଣ୍ଣନା କରାଯାଇଛି ଏବଂ ଗଣମାନେ କୁବେରଙ୍କ ଆଜ୍ଞାଧୀନ ଭୃତବୋଲି କୁହାଯାଇଛି । କେତେକ ପ୍ରାଚୀନ ମନ୍ଦିରରେ ଲକ୍ଷ୍ମୀଙ୍କ ସହିତ କୁବେରଙ୍କୁ ଦେଖିବାକୁ ମିଳେ ।

ପୁରାଣ ଓ ଗ୍ରନ୍ଥ

ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ କୁବେରଙ୍କ ରୂପ , ଆୟୁଧ ଓ ବାହାନ ବର୍ଣ୍ଣନାରେ କେତେକ ପାର୍ଥକ୍ୟ ଥିବା ସତ୍ତ୍ୱେ ସେ ପୃଥୁଳ ଶରୀର ଓ କଦାକାର । ମହାଭାରତରେ ତାଙ୍କ ବର୍ଣ୍ଣ ସୂର୍ଯ୍ୟଙ୍କ ସଦୃଶ୍ୟ ଉଜ୍ଜ୍ୱଳ ଓ ତାଙ୍କ ବାମ ଭାଗରେ ବାମା ରିଦ୍ଧି ରହିବା କୁହାଯାଇଛି । ବୃହତ ସଂହିତାରେ ଲମ୍ବୋଦର ଏବଂ ମସ୍ତକରେ କିଞ୍ଚିତ ବାମକୁ ଢ଼ଳିପଡ଼ିଥିବା ହୀରକଯୁକ୍ତ ମୁକୁଟ , ହସ୍ତମାନଙ୍କରେ ଶଙ୍ଖ ଓ ପଦ୍ମନିଧି ସହିତ ମୁଦ୍ଗର ଧାରଣ କରିଥିବା ବର୍ଣ୍ଣିତ ହୋଇଛି । ଏଠାରେ ତାହାଙ୍କ ବାହାନ ମନ୍ୟୁଷ୍ୟ । ପ୍ରାଚୀନ ଗ୍ରନ୍ଥ ଅଂଶୁମଦ୍ଭେଦାଦଗମର ବର୍ଣ୍ଣନା ଅନୁଯାୟୀ ତାହାଙ୍କ ଦୁଇ ହସ୍ତରୁ ବାମ ହସ୍ତରେ ମୁଦ୍ଗର ଓ ଦକ୍ଷିଣ ହସ୍ତ ବରଦ କିମ୍ବା ଅଭୟ ମୁଦ୍ରାରେ ରହିବା ସହିତ ତାଙ୍କ ନିକଟରେ ଶଂଙ୍ଖ ଓ ପଦ୍ମନିଧି କିମ୍ବା ଅଷ୍ଟନିଧି ପାତ୍ର ରହିବା ବର୍ଣ୍ଣିତ ହୋଇଛି । ଏଠାରେ ତାଙ୍କ ବାହାନ ମେଷ ଓ ଯକ୍ଷମାନେ ତାଙ୍କ ଅନୁଚର ଅଟନ୍ତି । ରୂପମଣ୍ଡନ ଗ୍ରନ୍ଥର ବର୍ଣ୍ଣନାନୁସାରେ ସେ ଚତୁର୍ଭୁଜ ଏବଂ ତାଙ୍କର ହସ୍ତରେ ନିଧିପାତ୍ର, ମୁଦ୍ଗର , ଅର୍ଦ୍ଧଚନ୍ଦ୍ର ଓ କମଣ୍ଡଳୁ ରହିଛି । ଏଠାରେ ସେ ନର କିମ୍ବା ଗଜାରୁଢ଼ । ଶିଳ୍ପଶାସ୍ତ୍ର ଶିଳ୍ପରତ୍ନରେ କୁବେରଙ୍କ କଦାକର ରୂପ , ଲୋମ୍ବୋଦର , ଆଜାନୁଲମ୍ବିତ ବାହୁ, ଅଷ୍ଟନିଧି ପାତ୍ର ସହିତ ତାହାଙ୍କ ରଥକୁ ମନ୍ୟୁଷ୍ୟ କିମ୍ବା ଗୁହ୍ୟିକମାନେ ବହନ କରୁଥିବା ବର୍ଣ୍ଣନା ରହିଛି । ହେମାଦ୍ରିଙ୍କ ରଚିତ ମୟସମାଗ୍ରହ ଶିଳ୍ପଶାସ୍ତ୍ରରେ ସେ ହସ୍ତରେ ନିଧିପାତ୍ର , ମଦ୍ୟପାତ୍ର ଧାରଣ କରିବା ସହ ପରିଚାରିକାମାନଙ୍କ ଗ୍ରହଣରେ ନିଶାଗ୍ରସ୍ତ ଦେଖାଯାଉଥିବା ଉଲ୍ଲେଖ ଅଛି । ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ଅର୍ଥାତ ଗାନ୍ଧାର ଶୈଳୀର ଅନେକ ପ୍ରାଚୀନ ମୂର୍ତ୍ତି ଏହି ଭାବକୁ ନେଇ ନିର୍ମିତ ହୋଇଥିବା ଦେଖାଯାଏ ।

ବିଶ୍ୱାସ

ବିଶ୍ୱାସ କରାଯାଏ ଯେ କୁବେର ତାଙ୍କ ଧନରାଶି ଓ ଅଷ୍ଟନିଧିର ରକ୍ଷାନିମନ୍ତେ ବିଭିନ୍ନ ଯୁଦ୍ଧାସ୍ତ୍ର ଧାରଣ କରିବା ସଙ୍ଗେ ସଙ୍ଗେ ଯକ୍ଷ ଓ ଗୁହ୍ୱିକଗଣଙ୍କୁ ଅନୁଚର ଭାବେ ନିଯୁକ୍ତ କରିଥାନ୍ତି । ମାର୍କଣ୍ଡେୟ ପୁରାଣ ଅନୁଯାୟୀ କୁବେରଙ୍କ ଅଷ୍ଟନିଧି ହେଲା - ପଦ୍ମ, ମହାପଦ୍ମ, କପଚ୍ଛ, ମୁକୁନ୍ଦ, ନୀଳ, ନଳ, ଶଙ୍ଖ ଓ ରତ୍ନ । କୁବେର ତାହାଙ୍କ ପତ୍ନୀ , ସମୃଦ୍ଧିର ଦେବୀ ରିଦ୍ଧୀଙ୍କ ସହିତ ପୂଜା ହୁଅନ୍ତି । କୌଟିଲ୍ୟ ତାହାଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଓ ସମୃଦ୍ଧି ପ୍ରାପ୍ତି ନିମନ୍ତେ ରାଜପ୍ରାସାଦମାନଙ୍କର ଉତ୍ତର ଦିଗରେ କୁବେରଙ୍କ ମନ୍ଦିର ରହିବା ବିଧେୟ । ଏହି ବିଶ୍ୱାସରେ ପୂଜିତ ହେଉଥିବା ପ୍ରାଚୀନ ଭାରତର ନଗର, ନଗରୀ ଓ ପ୍ରାସାଦମାନଙ୍କରୁ ବହୁ ମୂର୍ତ୍ତି ପ୍ରାପ୍ତ ହେଉଛି ।

ଧର୍ମଧାରଣା

ପ୍ରାଚୀନ ଧର୍ମ ଧାରଣାର ଲୋକପାଳ ପରମ୍ପରାରେ ପୂର୍ବ ଦିଗର ଦିଗପାଳ ହେଉଛନ୍ତି ଧୃତରାଷ୍ଟ୍ର, ପଶ୍ଚିମର ବିରୂପାକ୍ଷ, ଦକ୍ଷିଣର ବିରୂତକ ଓ ଉତ୍ତରର କୁବେର ଅଟନ୍ତି । ଏମାନେ ନିଜନିଜ ଦିଗର ରକ୍ଷାକର୍ତ୍ତା ଦେବତା । ବୌଦ୍ଧ ଧର୍ମ ଓ ଜୈନମାନେ ମଧ୍ୟ ଏହି ମର୍ମରେ କୁବେରଙ୍କୁ ବିଶ୍ୱାସ କରିବା ବେଳେ ଏହି ଧର୍ମ ଗ୍ରନ୍ଥମାନଙ୍କରେ ସେ ବୈଶ୍ରବଣ ଓ ଜାମ୍ବେଳ ନାମରେ ପରିଚିତ । ଏହା ବ୍ୟତିତ ସେ ପ୍ଣ୍ୟଜନ ଓ ପୂଜ୍ୟଜନ ଭାବରେ ସମ୍ମାନିତ ।

ବୌଦ୍ଧ

ବୌଦ୍ଧ ଗ୍ରନ୍ଥମାନଙ୍କର ବିଭିନ୍ନ ସ୍ଥାନରେ ବୈଶ୍ରବଣ ବା ଜାମ୍ବେଳଙ୍କ ବିଷୟରେ ବର୍ଣ୍ଣନାମାନ ଦେଖାଯାଏ । ବଜ୍ରଜାନ ମତାବଲମ୍ବୀ ଅଭୟକ ଗୁପ୍ତଙ୍କ ରଚିତ ନିଷ୍ପନ୍ନ ଯୋଗାବଳି ଗ୍ରନ୍ଥରେ ଅଷ୍ଟଯକ୍ଷଙ୍କ ନାମ ମଧ୍ୟରେ ଧନଦ ଓ ବୈଶ୍ରବଣଙ୍କ ନାମ ଭିନ୍ନ ଭିନ୍ନ ଭାବରେ ରହିଛି । ଲଳିତବିସ୍ତାର ଗ୍ରନ୍ଥରେ ତାହାଙ୍କୁ ନିଧ୍ରଶ କୁହାଯିବା ସହିତ ତାଙ୍କୁ ଅଳକାପୁରୀ ନିବାସୀ ଦେବତା ଭାବରେ ଅବିହିତ କରାଯାଇଛି । ପାଲିଗ୍ରନ୍ଥ ଅତ୍ୟନିତ୍ୟାୟ ସୁତାନ୍ତରେ ସେ ଉତ୍ତରରୁ ଅଧୀଶ୍ୱର , ଅଳକାପୁରୀ ନିବାସୀ ବୁଦ୍ଧଙ୍କ ମୂଖ୍ୟ ସହଚର ବୋଲି ବର୍ଣ୍ଣନା ଦେଖାଯାଏ । କେତେକ ବୌଦ୍ଧଗ୍ରନ୍ଥରେ ଜାମ୍ବେଳଙ୍କ ପତ୍ନୀଙ୍କ ନାମ ହରତୀ ବୋଲି ଉଲ୍ଲେଖ ଅଛି । ହରତୀ ଲୋକଦେବତୀ ଅଟନ୍ତି । ସେ କୋପକଲେ ଶିଶୁମାନଙ୍କର ପ୍ରାଣନାଶ ହୋଇଥାଏ । କେତେକ ବୌଦ୍ଧ ମୂର୍ତ୍ତିକଳାରେ ଜାମ୍ବେଳ ଓ ହରତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ମିଳେ ।

ଜୈନ

ଜୈନ ବିଶ୍ୱାସରେ ଜାମ୍ବେଳ ମହାବୀରଙ୍କ ମୂଖ୍ୟ ସହଚର । ସେ ଯକ୍ଷମାନଙ୍କ ରାଜା ହେଇଥିବାରୁ ପ୍ରତ୍ୟେକ ତୀର୍ଥଙ୍କରମାନଙ୍କ ସହିତ ଜଣେ ଜଣେ ଯକ୍ଷ ଓ ଯକ୍ଷଣୀ ଅନୁଚର ଭାବରେ ଥାଆନ୍ତି । ଜୈନ କୁବେର ବା ଜାମ୍ବେଳ ଅଧିକାଂଶ କ୍ଷେତ୍ରରେ ପୃଥୁଳ ଓ ଏବଂ ତାଙ୍କର ହସ୍ତରେ ମୁଦ୍ଗର ଓ ରତ୍ନ ପରିଲକ୍ଷିତ । ଏହାଙ୍କ ବାହାନ ମନୁଷ୍ୟ । କେତେକ ସ୍ଥାନରେ ମୁର୍ତ୍ତିର ପୃଷ୍ଠଭାଗରେ କଳ୍ପବୃକ୍ଷ ଦେଖାଯାଏ । ଜୈନ ଜାମ୍ବେଳଙ୍କ ମୁକୁଟରେ ତୀର୍ଥଙ୍କରଙ୍କର ଗୋଟିଏ ଗୋଟିଏ ପ୍ରତିମା ରହିଥାଏ ।

ଆଧାର

ବାହାର ଆଧାର

Tags:

କୁବେର ପରିଚୟକୁବେର ପୁରାଣ ଓ ଗ୍ରନ୍ଥକୁବେର ବିଶ୍ୱାସକୁବେର ଧର୍ମଧାରଣାକୁବେର ଆଧାରକୁବେର ବାହାର ଆଧାରକୁବେର

🔥 Trending searches on Wiki ଓଡ଼ିଆ:

କବୀରଉତ୍କଳ ଦୀପିକାଚନ୍ଦନଲାଗି ବେଶଗୁରୁ ପ୍ରସାଦ ମହାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପୂରଣବାଚକ ସଂଖ୍ୟା୨୦ ଅପ୍ରେଲଇରା ମହାନ୍ତିଦଣ୍ଡ ନାଟକାଜଲଭୁବନେଶ୍ୱର ମିଶ୍ରହରପ୍ରସାଦ ଦାସଆଖଣ୍ଡଳମଣି ମନ୍ଦିରଅଭିମନ୍ୟୁ ସାମନ୍ତସିଂହାରତୁଳସୀ ଗଛକୋରାପୁଟଶବ୍ଦ (ପଦ)ଅହଲ୍ୟା (ଓଡ଼ିଆ କଥାଚିତ୍ର)ବିଶ୍ୱନାଥ କର୧୪ ଅପ୍ରେଲ୨୭ ଅପ୍ରେଲକୁଞ୍ଜବିହାରୀ ଦାଶପଠାଣି ସାମନ୍ତପଖାଳକ୍ଷୀର୧୯୮୪ସୌଭାଗ୍ୟ କୁମାର ମିଶ୍ରରମାକାନ୍ତ ପଣ୍ଡା୨୧ମହାଦେଶଅହିଂସାରଙ୍ଗବତୀକ୍ୟୁ. ଆର. କୋଡ଼ଗୁଣ୍ଡିଚା ମନ୍ଦିରଓଡ଼ିଶା ବିଧାନ ସଭାଶିବ ସେନାହେମନ୍ତ କୁମାର ଦାସଓଡ଼ିଆ ସାହିତ୍ୟପ୍ରତିଭା ରାୟଉଇକିପିଡ଼ିଆବେଲ ପଣାଦାସକାଠିଆଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭୁବନେଶ୍ୱରଚନ୍ଦ୍ରଶେଖର ନନ୍ଦବନମାଳୀ ଦାସଜ୍ଞାନକୋଷଯୁକ୍ତରାଷ୍ଟ୍ର ଆମେରିକାଗୋପୀନାଥ ମହାନ୍ତିଉପେନ୍ଦ୍ର କିଶୋର ଦାସତାରିଣୀ ମନ୍ଦିର, ଘଟଗାଁଡୋରାତୁମ ପରି ଛୋଟ ପିଲାଟିଏଅରୁଣା ମହାନ୍ତିଓଡ଼ିଆ ନବବର୍ଷବସନ୍ତ କୁମାରୀ ପଟ୍ଟନାୟକରମେଶ ପ୍ରସାଦ ପାଣିଗ୍ରାହୀଓଡ଼ିଆ ଖାଦ୍ୟଧରଣୀଧର ଭୂୟାଁଭାରତୀୟ ଜାତୀୟ କଂଗ୍ରେସରାମାୟଣତରଳ ଝାଡ଼ାପ୍ରଥମ ବିଶ୍ୱଯୁଦ୍ଧନନ୍ଦିନୀ ଶତପଥୀ🡆 More