ମାର୍କଣ୍ଡେୟ ପୁରାଣ

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।.

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।[୧]

ମହତ୍ୱ

ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ୱ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ । ଶେଷରେ ଥିବା ଉତ୍ତର ଚରିତରେ ଦେବୀ ହେଉଛନ୍ତି ମହାସରସ୍ୱତୀ । ଏହି ଚରିତରେ ଦେବଗଣଙ୍କ କତ୍ତୃକ ଦେବୀ ସ୍ତୁତି , ଦେବୀ ଓ ଦୂର ସମ୍ବାଦ , ଧୂମ୍ରଲୋଚନ ବଧ ,ଚଣ୍ଡମୁଣ୍ଡ ବଧ , ରକ୍ତବୀଜ ବଧ , ନିଶୁମ୍ଭ ବଧ ,ଶୁମ୍ଭ ବଧ , ନାରାୟଣୀ ସ୍ତୁତି , ଫଳସ୍ତୁତି ଓ ଦେବୀଙ୍କ ବରଦାନ ବର୍ଣ୍ଣିତ ।

ପୌରାଣିକ

ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ ଚରିତ ବର୍ଣ୍ଣନାନୁଯାୟୀ ମେଧା ଋଷିଙ୍କଠାରୁ ମାହାମାୟଙ୍କର ଚରିତ ଶ୍ରବଣ କରିବା ପରେ ସୁରଥ ରାଜା ଓ ସମାଧି ବୈଶ୍ୟ ପରମାନନ୍ଦ ଲାଭ କରିଥିଲେ ତଥା ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ନିର୍ମାଣ ଓ ପ୍ରତିଷ୍ଠା ପୂର୍ବକ ଶାସ୍ତ୍ରୀୟ ବିଧିରେ ପୂଜା କରିଥିଲେ ।ପରବର୍ତ୍ତୀ କାଳରେ ମୃଣ୍ମୟୀ ମୁର୍ତ୍ତିପୂଜା ବ୍ୟକ୍ତିଗତ , ପାରିବାରିକ ଓ ସାମାଜିକ ଉପାସନାର ରୂପ ଗ୍ରହଣ କରିଥିଲା ।

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ନ୍ତୁ

  • Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.

ବାହାର ତଥ୍ୟ

This article uses material from the Wikipedia ଓଡ଼ିଆ article ମାର୍କଣ୍ଡେୟ ପୁରାଣ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାୱିଣ୍ଡୋଜ ୧୦ମହାନ ଗ୍ୟାଟ୍‌ସବିସ୍କାରଲେଟ ଜୋହାନସନ୧୯୯୨ଏଲ ସାଲଭାଡୋରସ୍ୱିସ୍ ଫ୍ରାଙ୍କ୍ହାର୍ଡୱେରମଧ୍ୟ ଏସିଆପ୍ୟାରିସଇରାନଚିକିତ୍ସା ବିଜ୍ଞାନ୧୮୯୦ଲଣ୍ଡନସାନ୍ତାଳୀ ଭାଷାଜାପାନୀ ୟେନ୍ଏଡା ଲଭ୍‌ଲେସ୍‌ପ୍ଲୁଟୋନିଅମ୧୮କାଗଜଡଙ୍ଗାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଓଡ଼ିଶାସୁରେନ୍ଦ୍ର ମହାନ୍ତିପଖାଳ ଦିବସମନୋଜ ଦାସରାଧାନାଥ ରାୟମଧୁସୂଦନ ରାଓଗୋପୀନାଥ ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟଭାରତସାରଳା ଦାସଭାରତର ସଂସ୍କୃତିଉପେନ୍ଦ୍ର ଭଞ୍ଜରଥଯାତ୍ରାଫକୀର ମୋହନ ସେନାପତିଦେଶରାଜ ପଟେରିୟାକନକ ମଞ୍ଜରୀ ମହାପାତ୍ରଗଙ୍ଗାଧର ମେହେରଗୋଦାବରୀଶ ମିଶ୍ରବାରୁଣୀ ସ୍ନାନଗୋପବନ୍ଧୁ ଦାସହରପ୍ପା ସଭ୍ୟତାକଳିଙ୍ଗ ସ୍ଥାପତ୍ୟ କଳାଓଡ଼ିଶାର ଦୋଳଯାତ୍ରାବିଭୂତି ପଟ୍ଟନାୟକମହାତ୍ମା ଗାନ୍ଧୀଟୁକୁନି ସାହୁଓଡ଼ିଆ କବି ମାନଙ୍କର ତାଲିକାପୁରାଣକୁନ୍ତଳା କୁମାରୀ ସାବତଚଉତିଶାଜଗନ୍ନାଥମନୋରଞ୍ଜନ ଦାସନନ୍ଦିନୀ ଶତପଥୀ୧୯୩୨ବୀଣାପାଣି ମହାନ୍ତିଅଖିଳ ମୋହନ ପଟ୍ଟନାୟକନବୀନ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତୀୟ ସମ୍ବିଧାନପାପମୋଚନୀ ଏକାଦଶୀଓଡ଼ିଆ ସାହିତ୍ୟର ଇତିହାସହନୁମାନ ଚାଳିଶାଚୈତନ୍ୟପିଣ୍ଟୁ ନନ୍ଦଶ୍ରୀନିବାସ ରାମାନୁଜନ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}