କପିଳେନ୍ଦ୍ର ଦେବ

କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଜଣେ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ ।ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।ସେ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ ଧାରଣ କରିଥିଲେ । ଗୌଡେଶ୍ବରର ଅର୍ଥ ଗୌଡ ଅର୍ଥାତ୍ ବଙ୍ଗର ଅଧୀଶ୍ବର । ନବକୋଟି କର୍ଣାଟ କଳବର୍ଗେଶ୍ୱରର ଅର୍ଥ କର୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗ)ର ନଅକୋଟି ଅଧିବାସୀଙ୍କର ପ୍ରଭୁ ।

ଶାସନକାଳ

କପିଳେନ୍ଦ୍ର ଦେବ ୧୪୩୫ରୁ ୧୪୬୫ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲେ । ୧୪୫୯ରୁ ୧୪୬୦ ଖ୍ରୀଷ୍ଟାବ୍ଦ ଭିତରେ ସେ ଦାମୋଦରପୁର ଓ ଗୋପିନାଥପୁର ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ । କପିଳେନ୍ଦ୍ର ଗଙ୍ଗ ବଂଶର ଶାସନର (୪୯୮ରୁ ୧୪୩୫ ଖ୍ରୀଷ୍ଟାବ୍ଦ) ଅନ୍ତେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରି ଶାସନ ଆରମ୍ଭ କରିଥିଲେ । ସେ ଓ ତାଙ୍କ ପରର ବଂଶଧରମାନେ ସଂସ୍କୃତର ପ୍ରସାର କରିଥିଲେ ।କପିଳେନ୍ଦ୍ରଦେବ "ପରଶୁରାମ ବିଜୟ" ନାମକ ସଂସ୍କୃତ ନାଟକ ରଚନା କରିଥିଲେ । ତାହାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ଆଦିକବି ଶୂଦ୍ରମୁନି ସାରଳା ଦାସ କପିଳେନ୍ଦ୍ରଦେବଙ୍କ ସମସାମୟିକ ଥିଲେ ଓ ଓଡ଼ିଆ ଭାଷାର ସର୍ବବୃହତ୍ତ ମହାଭାରତ କାବ୍ୟ ରଚନା କରିଥିଲେ । ସେ ମଧ୍ଯ ଓଡ଼ିଶାରେ କଳା ଓ ନିର୍ମାଣ ଯୋଜନାର ଉନ୍ନତି ନିମନ୍ତେ କାମ କରିଥିଲେ ।

ପୁରାଣରେ ବର୍ଣ୍ଣନା

ଗଜପତି କପିଳେନ୍ଦ୍ର ଦେବଙ୍କ ବାବଦରେ ମାଦଳା ପାଞ୍ଜିରେ କାହାଣୀମାନ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି:

"କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ଼ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।"

ଆଧାର

Tags:

ଓଡ଼ିଶାଗଙ୍ଗା ନଦୀ

🔥 Trending searches on Wiki ଓଡ଼ିଆ:

କଟକ ଜିଲ୍ଲାଓଡ଼ିଆ କଥାଚିତ୍ର ଜଗତରତ୍ନାକର ଚଇନିପାପମୋଚନୀ ଏକାଦଶୀଧଉଳିଓଡ଼ିଶାଅର୍ଥଶାସ୍ତ୍ରବୀରକିଶୋର ଦାସକ୍ଲେଭିଡିପିନବର୍ଷାପରଶୁରାମଜହ୍ନିଓଷାଜଗନ୍ନାଥଙ୍କ ଧୂପପୁରୀ ଜିଲ୍ଲାରମେଶ ପ୍ରସାଦ ପାଣିଗ୍ରାହୀଖାଦ୍ୟ୨୯ ଅପ୍ରେଲଗୌରୀଶଙ୍କର ରାୟଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାସମ୍ବଲପୁର ଜିଲ୍ଲାଗ୍ରହଦଶାବତାରରାଜନୀତି ବିଜ୍ଞାନରାଧାମୋହନ ଗଡ଼ନାୟକମସ୍କୋରୋମୀୟ ସାମ୍ରାଜ୍ୟପାରାଦ୍ୱୀପଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶଶି ଭୂଷଣ ରଥଦଗ୍ଧ୧୪ ଅପ୍ରେଲ୪ ଅପ୍ରେଲରାଜେନ୍ଦ୍ର କିଶୋର ପଣ୍ଡାସମ୍ବଲପୁରୀ ଭାଷା୨୧ ଅପ୍ରେଲଓଡ଼ିଆ ରାନ୍ଧଣାବୈଷ୍ଣବ ଚରଣ ପଟ୍ଟନାୟକଗୁରୁ ପ୍ରସାଦ ମହାନ୍ତିବୌଦ୍ଧ ଧର୍ମଭୂମିକା ଦାଶହନୁମାନସୌଭାଗ୍ୟ କୁମାର ମିଶ୍ର୧୯୮୪ଜୟନାରାୟଣ ମିଶ୍ରଗଣିତଲକ୍ଷ୍ମୀ ପୁରାଣପାର୍କିନ୍‌ସନ୍ ରୋଗଓଡ଼ିଶାର କଳାଦ୍ୱିତୀୟ ବିଶ୍ୱଯୁଦ୍ଧକବି ପ୍ରସାଦ ମିଶ୍ରଅଚ୍ୟୁତାନନ୍ଦ ଦାସଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ସାହିତ୍ୟସୂର୍ଯ୍ୟୋଦୟତୋରାଣିରେଭେନ୍‌ସା କଲିଜିଏଟ ସ୍କୁଲଇଣ୍ଡୋନେସିଆଛତିଶଗଡ଼ଜୈନ ଧର୍ମହିନ୍ଦୁ ଧର୍ମଭାରତର ସଂସ୍କୃତିଓଡ଼ିଆ ଲିପିହିମାଳୟଯୌନ ସମ୍ଭୋଗକେଳୁଚରଣ ମହାପାତ୍ରଜାଭା (ପ୍ରୋଗ୍ରାମିଂ ଭାଷା)ସପ୍ତମାତୃକା ମନ୍ଦିର, ଯାଜପୁରଶ୍ରୀ ଅରବିନ୍ଦ୧୯ ଅପ୍ରେଲସମ୍ବାଦଇସଲାମ ଧର୍ମ🡆 More