ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ

ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ (ଇଂରାଜୀ ଭାଷାରେ Atrial septal/ ASD) ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେଉଁଥିରେ ଦୁଇ ଆଟ୍ରିଅମ ମଧ୍ୟରେ ଥିବା କାନ୍ଥ ବା ସେପ୍ଟମରେ ଗୋଟିଏ ଛିଦ୍ର ଥାଏ । ସାଧାରଣତଃ ଏହାର କୌଣସି ଲକ୍ଷଣ ନଥାଏ, ଯଦିଓ ବ୍ୟାୟାମ କରିବାର କ୍ଷମତା କମ୍ ଥାଏ ଏବଂ ପରବର୍ତ୍ତୀ ଜୀବନରେ ଅଣନିଶ୍ୱାସ ହୋଇପାରେ | ରୋଗ ଜଟିଳ ହେଲେ ଷ୍ଟ୍ରୋକ, ଅନିୟମିତ ହୃତ୍ ସ୍ପନ୍ଦନ, ପଲମୋନାରି ହାଇପରଟେନସନ ଏବଂ ହୃଦ୍‌ପାତ ହୋଇପାରେ ।

Atrial septal defect
ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ
Illustration of an atrial septal defect.
ଉଚ୍ଚାରଣ
  • EY-tree-uhl SEP-tuhl DEE-fekt
ବିଭାଗCardiac surgery
ଲକ୍ଷଣNone, poor ability to exercise, [shortness of breath]]
ଆକ୍ରାନ୍ତ ସମୟPresent at birth
କାରଣGenerally unknown
ବିପଦ କାରକDown syndrome infection with rubella during pregnancy, exposure to alcohol or cocaine during pregnancy
ରୋଗ ନିର୍ଣ୍ଣୟ ପଦ୍ଧତିUltrasound of the heart
ସଠିକ ରୋଗ ନିର୍ଣ୍ଣୟVentricular septal defect, truncus arteriosus, total anomalous pulmonary venous return
ଚିକିତ୍ସାObservation, surgery
ପୁନଃପୌନିକ16 per 10,000 newborns

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | ସଙ୍କଟ କାରକ ମଧ୍ୟରେ କେତେକ ଜେନେଟିକ ସିଣ୍ଡ୍ରୋମ ଯେପରିକି ଡାଉନ୍ ସିଣ୍ଡ୍ରୋମ, ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ ଏବଂ ଗର୍ଭାବସ୍ଥାରେ ମଦ୍ୟପାନ କିମ୍ବା କୋକେନର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | ସାଧାରଣତଃ ଶିଶୁର ଆଦ୍ୟ ବିକାଶ ସମୟରେ ହୃତ୍‌ପିଣ୍ଡର ଉପରିସ୍ଥ କେଠାରୀଗୁଡ଼ିକ ମଧ୍ୟରେ ଏକ ଛିଦ୍ର ଥାଏ ଯାହା ସାଧାରଣତଃ ଗର୍ଭ ସମୟରେ କିମ୍ବା ଜନ୍ମ ପରେ ପରେ ବନ୍ଦ ହୋଇଯାଏ । ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରି ଏହି ଅବସ୍ଥା ନିର୍ଣ୍ଣୟ କରାଯାଏ | ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ ସ୍ୱତନ୍ତ୍ର ଭାବରେ ବା ଅନ୍ୟାନ୍ୟ ତୃଟି ସ‌ହିତ ଥାଏ |

ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟର ଆକାର ଛୋଟ (୫ ମିମିରୁ କମ୍) ଥିଲେ ସାଧାରଣତଃ ବାଲ୍ୟକାଳରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯାଏ | ସ୍ୱତଃପ୍ରବୃତ୍ତ ଭାବରେ ବଡ଼ ତ୍ରୁଟି ବନ୍ଦ ହୁଏ ନାହିଁ ଓ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | ପ୍ରତି ୧୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୧୬ ଜଣଙ୍କର ଏହି ତୃଟି ଥିବା ପରିଲକ୍ଷିତ ହୁଏ | ଏହାର ପ୍ରାରମ୍ଭିକ ବର୍ଣ୍ଣନା ଲିଓନାର୍ଡୋ ଦା ଭିନ୍‌ସି (୧୪୫୨-୧୫୧୯) କରିଥିଲେ |  

ଆଧାର

Tags:

ଅଣନିଶ୍ୱାସଅନିୟମିତ ହୃତ୍ ସ୍ପନ୍ଦନଇଂରାଜୀ ଭାଷାଜନ୍ମଗତ ହୃତ୍‌ପିଣ୍ଡ ତୃଟିପଲମୋନାରି ହାଇପରଟେନସନଷ୍ଟ୍ରୋକହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ନରେନ୍ଦ୍ର ମୋଦୀସାରଳା ମନ୍ଦିରଫକୀର ମୋହନ ସେନାପତିୟୁକ୍ରେନଓଡ଼ିଆ ଖାଦ୍ୟମାଣବସା ଗୁରୁବାରପ୍ରାଣୀଛତୁ ତରକାରୀରାଜ ଯୋଗପିଙ୍କି ପ୍ରଧାନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାରମିତା ଶତପଥୀଗୁଗଲଅର୍ଥଶାସ୍ତ୍ରଚିଲିକା ହ୍ରଦମାୟାଧର ମାନସିଂହରାଣୀ ଲକ୍ଷ୍ମୀବାଈଗୋପାଳ କୃଷ୍ଣ ରଥଭୂମିକମ୍ପଜଗନ୍ନାଥଙ୍କ ଧୂପମନୋରଞ୍ଜନ ଦାସଆଲୋକବଡ଼ ଏରାନାରାୟଣ ସାହୁପ୍ରବୀଣ ଚନ୍ଦ୍ର ଭଞ୍ଜଦେଓନଅଙ୍କ ଦୁର୍ଭିକ୍ଷଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦ୍ୱିତୀୟ ବିଶ୍ୱଯୁଦ୍ଧଏମିସ ଲୋକଓଡ଼ିଆ ଲିପି୧ (ସଂଖ୍ୟା)ଏଞ୍ଜେଲା ମେର୍କେଲ୍ପାରାଦୀପ ବନ୍ଦର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜାହାଙ୍ଗୀରଜହ୍ନବିଶ୍ୱତାପନଶ୍ରୀଲଙ୍କାର ଭୂଗୋଳବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଆ ଭ୍ରମଣ ସାହିତ୍ୟଉଦୟନାଥ ଷଡ଼ଙ୍ଗୀବିର୍ସା ମୁଣ୍ଡାଉତ୍କଳ ସମ୍ମିଳନୀଓଡ଼ିଶାର ଇତିହାସଗୁରୁ ପ୍ରସାଦ ମହାନ୍ତିଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀ (ଖବରକାଗଜ)ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଥାଲକୁଡ଼ିଫେବୃଆରୀଭାରତୀୟ ସଂଖ୍ୟା ପ୍ରଣାଳିଶନିବାରଲସି୧ମ ଓଡ଼ିଶା ବିଧାନ ସଭାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଅକ୍ଷାଂଶଆଶୁତୋଷ ପରିଡ଼ାଉତ୍କଳ ଦୀପିକାରଥଯାତ୍ରାପ୍ରଥମ ଭାସ୍କରଇଣ୍ଡୋନେସିଆନନ୍ଦିନୀ ଶତପଥୀଯୁକ୍ତରାଷ୍ଟ୍ର ଆମେରିକାଗୋପାଳ ଛୋଟରାୟଅଣ୍ଡା🡆 More