ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ

ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ ବା ଏଏଫଏମ (ଇଂରାଜୀ ଭାଷାରେ Acute flaccid myelitis/ AFM) ଏକ ସାଂଘାତିକ ମେରୁଦଣ୍ଡ (spinal cord) ରୋଗ । ଏଥିରେ ଗୋଡ଼ ଓ ହାତ ସବୁ ଦୁର୍ବଳ ହୁଅନ୍ତି ଓ ରିଫ୍ଲେକ୍ସ (reflexes) କମିଯାଏ । ଆଖି ଡୋଲା ବୁଲେଇବାରେ, କଥା କ‌ହିବାରେ ଓ ଗିଳିବାରେ ଅସୁବିଧା ହୁଏ । ବେଳେବେଳେ ଯନ୍ତ୍ରଣା ଓ କାଲୁଆ ଲାଗେ । ସାଂଘାତିକ ହେଲେ ଶ୍ୱାସକ୍ରିୟା ଅସୁବିଧା ହୁଏ ।

ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ
Acute flaccid myelitis
Acute flaccid paralysis with anterior myelitis, polio-like syndrome
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ
ଏମଆରଆଇ (Magnetic resonance imaging) ଚିତ୍ରରେ ଏଏଫଏମ ରୋଗୀର ମେରୁଦଣ୍ଡ ଫୁଲିଥିବା ଦେଖାଯାଉଛି (d) ଯାହା ୩ ସପ୍ତାହ ପରେ (e) ଉପଶମ ହୋଇଯାଇଛି ।
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology)
ଲକ୍ଷଣଦୌର୍ବଲ୍ୟ, କମ୍ ରିଫ୍ଲେକ୍ସ, ଗିଳିବା ଓ କଥା କ‌ହିବା ସମସ୍ୟା
ଆକ୍ରାନ୍ତ ସମୟଦୃତ
କାରଣଅଦ୍ୟାବଧି ଅଜ୍ଞାତ
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ *Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା
ସଠିକ ରୋଗ ନିର୍ଣ୍ଣୟTransverse myelitis, Guillain–Barré syndrome, acute disseminated encephalomyelitis
ପ୍ରତିକାରପୋଲିଓ ଟିକା (Polio vaccination), ମଶା କାମୁଡ଼ା ଏଡ଼େଇବା
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଫିଜିକାଲ ଥେରାପି (physical therapy), ମେକାନିକାଲ ଭେଣ୍ଟିଲେସନ (mechanical ventilation)
Prognosisପରିବର୍ତ୍ତନଶୀଳ
ପୁନଃପୌନିକକ୍ୱଚିତ

ଅଧିକାଂଶ କ୍ଷେତ୍ରରେ ଏହି ରୋଗର କାରଣ ସ୍ପଷ୍ଟ ହେଉନାହିଁ । ପ୍ରାୟ ୯୦% କ୍ଷେତ୍ରରେ ଏଣ୍ଟେରୋଭୁତାଣୁ (enteroviruses) ଭଳି ସାମାନ୍ୟ ଭୁତାଣୁ ସଂକ୍ରମଣ (viral infection) ପରେ ମଧ୍ୟ ଏହି ରୋଗ ଆରମ୍ଭ ହୋଇଯାଏ । ପୋଲିଓମାୟେଲାଇଟିସ ଏହି ରୋଗ ସୃଷ୍ଟି କରିପାରୁଥିଲେ ମଧ୍ୟ ସନ ୨୦୨୪ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ କାରଣ ହୋଇନାହିଁ । ମେରୁଦଣ୍ଡ ମଧ୍ୟରେ ଥିବା ଗ୍ରେ ମ୍ୟାଟର (grey matter) ନଷ୍ଟ ହୋଇଯିବା କାରଣରୁ ଏହି ରୋଗ ହୁଏ । ମେଡିକାଲ ଇମେଜିଙ୍ଗ (Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।

ପୋଲିଓ ଟିକା (Polio vaccination) ନେଇ ଓ ମଶା କାମୁଡ଼ା ଏଡ଼େଇ ଏହି ରୋଗର ପ୍ରତିଷେଧ କରାଯାଇପାରିବା । ସ‌ହାୟକ ଯତ୍ନ (Supportive care) ସାହାଯ୍ୟରେ ଏହାରି ଚିକିତ୍ସା ଆରମ୍ଭ କରାଯାଏ । ଫିଜିକାଲ ଥେରାପି (physical therapy) ସୁପାରିସ ମଧ୍ୟ କରାଯାଏ । ବେଳେବେଳେ ଶ୍ୱାସକ୍ରିୟା ସ‌ହଜ କରିବା ନିମନ୍ତେ ମେକାନିକାଲ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ । ରୋଗର ଫଳାଫଳ ଅନିଶ୍ଚିତ । କ୍ୱଚିତ ଏହି ରୋଗ ହୁଏ ଓ ସାଧାରଣତଃ ପିଲାଙ୍କୁ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୨ ନିୟୁତରେ ଜଣକୁ ଏ ରୋଗ ହୁଏ । ଏହା ଏକ ନୂଆ ରୋଗ ନହେଲେ ମଧ୍ୟ ସନ ୨୦୧୪ ପରଠାରୁ ଏହାର ସଂଖ୍ୟା ବଢ଼ୁଛି ।

ଆଧାର

Tags:

en:reflexesen:spinal cordଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଇତିହାସସିକ୍ଲ ସେଲ୍ ରୋଗଚୁଡ଼ାଓଡ଼ିଆ ଭାଷା ଆନ୍ଦୋଳନକାଞ୍ଚନ ଅବସ୍ତିସୂର୍ଯ୍ୟୋଦୟଖୋର୍ଦ୍ଧାନବକୃଷ୍ଣ ଚୌଧୁରୀଆତ୍ମହତ୍ୟାନନ୍ଦ କିଶୋର ବଳଚୈତ୍ର ପୂର୍ଣ୍ଣିମା୩ ଅପ୍ରେଲଭଗବତୀ ଚରଣ ପାଣିଗ୍ରାହୀକପିଳାସ ଶିବ ମନ୍ଦିରଜ୍ଞାନୀ ଦେବାଶିଷ ମିଶ୍ରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଜାଭା (ପ୍ରୋଗ୍ରାମିଂ ଭାଷା)ମହାବୀର ଜୈନଡୋରାରାଜେନ୍ଦ୍ର କିଶୋର ପଣ୍ଡାପରିସଂଖ୍ୟାନ ବର୍ଗୀକରଣବୈଷ୍ଣବ ଚରଣ ପଟ୍ଟନାୟକଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରାଣବନ୍ଧୁ କରଲକ୍ଷ୍ମୀ ପୁରାଣସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହଳଧର ନାଗ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାମ ନବମୀଗୋବିନ୍ଦ ତ୍ରିପାଠୀଅଟିଜିମ୍‌ଇସଲାମ ଧର୍ମଚିଲିକା ହ୍ରଦତାମିଲ ଭାଷାଜଗନ୍ନାଥ ମନ୍ଦିରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାହୃଷୀକେଶ ପଣ୍ଡା୨୧ଭୁବନେଶ୍ୱର ମିଶ୍ରଦଶାବତାରପଦାର୍ଥଉତ୍କଳ ବିଶ୍ୱବିଦ୍ୟାଳୟବଡ଼ଦିନ୩ (ସଂଖ୍ୟା)ଶିଶୁ ଅନନ୍ତ ଦାସଅନନ୍ତ ପଟ୍ଟନାୟକଦି ଟାଇମସ୍ ଅଫ୍ ଇଣ୍ଡିଆଜଗନ୍ନାଥ ଦାସବିଶ୍ୱନାଥ କରକାଞ୍ଚନ ଅୱସ୍ତିବିବାହନଅଙ୍କ ଦୁର୍ଭିକ୍ଷବବୃବାହନ (ମହାଭାରତ)ରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶାର ଲୋକନୃତ୍ୟଆଣ୍ଟିସାଇକୋଟିକପ୍ରତିଭା ରାୟସୁଦଶା ବ୍ରତବୈକୁଣ୍ଠନାଥ ପଟ୍ଟନାୟକଶିଖରଚଣ୍ଡୀ🡆 More