ଅନୁରାଧା ପୌଡ଼ୱାଲ: ଭାରତୀୟ ଗାୟିକା

ଅନୁରାଧା ପୌଡ଼ୱାଲ ( ଜନ୍ମ : ୨୭ ଅକ୍ଟୋବର ୧୯୫୪) ଜଣେ ଭାରତୀୟ ପ୍ରଚ୍ଚଦପଟ୍ଟ ଗାୟିକା । ସେ ହିନ୍ଦୀ, ଓଡ଼ିଆ, ମରାଠୀ, ବଙ୍ଗଳା, ନେପାଳୀ, ତାମିଲ ଓ କନ୍ନଡ଼ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ସେ ଜଣେ ଭଜନ ଗାୟିକା ଭାବରେ ମଧ୍ୟ ପରିଚିତ । ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୪ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ଅନୁରାଧା ପୌଡ଼ୱାଲ
ଅନୁରାଧା ପୌଡ଼ୱାଲ: ବୃତ୍ତିଗତ ଜୀବନ, ବ୍ୟକ୍ତିଗତ ଜୀବନ, ସମ୍ମାନ ଓ ପୁରସ୍କାର
ଅନୁରାଧା ପୌଡ଼ୱାଲ ୨୦୧୧ ମସିହା ଫିଲ୍ମଫେୟାର ପୁରସ୍କାର ଅବସରରେ
Background information
ଜନ୍ମ ସମୟରେ ନାମଅଳକା ନନ୍ଦକର୍ଣ୍ଣି
ଜନ୍ମ (1954-10-27) ୨୭ ଅକ୍ଟୋବର ୧୯୫୪ (ବୟସ ୬୯)
କରୱାରା, କର୍ଣ୍ଣାଟକ
ଶୈଳୀପ୍ରଚ୍ଚଦପଟ୍ଟ ଗାୟନ, ଭଜନ
ବାଦ୍ୟଯନ୍ତ୍ରକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ

ବୃତ୍ତିଗତ ଜୀବନ

୧୯୭୩ ମସିହାର ହିନ୍ଦୀ ଚଳଚ୍ଚିତ୍ର ଅଭିମାନରୁ ଅନୁରାଧା ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ମରାଠି ଚଳଚ୍ଚିତ୍ର ଯଶୋଦାରୁ ସେ ଲୋକପ୍ରିୟତା ଲାଭ କରିଥିଲେ । ଆଶିକି, ଦିଲ ହେ କି ମାନତା ନେହିଁ, ବେଟା, ସଡ଼କ, ଦିଲସାଜନ ଆଦି ତାଙ୍କର ସଫଳ ଚଳଚ୍ଚିତ୍ର ।

ଓଡ଼ିଆ ଗୀତ

ଅନୁରାଧା ଓଡ଼ିଆରେ ଅନେକ ଚଳଚ୍ଚିତ୍ର ସଙ୍ଗୀତ ଓ ଭଜନ ଗାୟନ କରିଛନ୍ତି । ତୁଣ୍ଡ ବାଇଦକଣ୍ଢେଇ ଆଖିରେ ଲୁହ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଚ୍ଚଦପଟ୍ଟ ଗାୟିକା ଭାବରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ସେ ଗାଇଥିବା କିଛି ଲୋକପ୍ରିୟ ଭଜନ ଓ ଚଳଚ୍ଚିତ୍ର ଗୀତ :

  • ଛଅ ଖଣ୍ଡ କାଠରେ ମୋ ହେବ ସବାରୀ
  • ଆଖି ଦୁଇ ଯଦି ହେବୁରେ, କଜଳ ଗାର ମୁଁ ହେବି
  • ଯାରେ ଯା ଉଡ଼ି ଉଡ଼ି ମନ ଚଢ଼େଇ
  • କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା
  • କାଳିଆ ପାଖକୁ ଯାଇଥିଲି, କଳା ବଂଇଶୀଟେ ପାଇଥିଲି
  • କାଳିଆରେ ମନ ବୋଲି ତୋର କିଛି ନାହିଁ
  • କେରି କେରି ସୁନା ଦୁବ
  • ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
  • ତୁ ବାଇଶୀ ପାହାଚରେ ଦେ ଟିକେ ଗଡ଼େଇଦେ
  • ତାରିବା ଶକତି ଅଛି ବୋଲି
  • ଆରେ ଆ ମୋର ସପନ ବଣିକ
  • ଆଜି ମତେ ମିଳିଗଲା ମୋ ମନ ମୟୁରୀ
  • ଆସିବ ବର ତୋର ହୋଇବ ବାହାଘର
  • ବାଟୋଇ ଭାଇ ଯାଉଛ କାହିଁ
  • ଚିଠି ମୋର ଟିକି ଚଢ଼େଇ

ବ୍ୟକ୍ତିଗତ ଜୀବନ

ଅନୁରାଧା, କର୍ଣ୍ଣାଟକର କରୱାର ସହରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଅଳକା ନନ୍ଦକର୍ଣ୍ଣି । ସେ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ପୌଡ଼ୱାଲଙ୍କୁ ବିବାହ କରିଥିଲେ । ଆଦିତ୍ୟ ଓ କବିତା ନାମରେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ । ଝିଅ କବିତା ମଧ୍ୟ ଜଣେ କଣ୍ଠଶିଳ୍ପୀ । ପୁଅ ଆଦିତ୍ୟଙ୍କର ୨୦୨୦ ମସିହା ସେପ୍ଟେମ୍ବର ୧୨ ତାରିଖରେ ବୃକ୍‌କ ବିଫଳତା ଯୋଗୁଁ ପରଲୋକ ଘଟିଥିଲା ।

ସମ୍ମାନ ଓ ପୁରସ୍କାର

ଅନୁରାଧା ପୌଡ଼ୱାଲ: ବୃତ୍ତିଗତ ଜୀବନ, ବ୍ୟକ୍ତିଗତ ଜୀବନ, ସମ୍ମାନ ଓ ପୁରସ୍କାର 
୨୦୧୭ ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଅନୁରାଧା
  • ପଦ୍ମଶ୍ରୀ - ୨୦୧୭
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୯
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୭, ୧୯୯୭
  • ପ୍ରଫୁଲ୍ଲ କର ସମ୍ମାନ - ୨୦୧୬
  • ମହମ୍ମଦ ରଫୀ ସମ୍ମାନ - ୨୦୧୩ (ମହାରାଷ୍ଟ୍ର ସରକାରଙ୍କଦ୍ୱାରା ପ୍ରଦତ୍ତ)
  • ମଦର ଟେରେସା ସମ୍ମାନ - ୨୦୧୧
  • ଲତା ମଙ୍ଗେସକର ସମ୍ମାନ - ୨୦୧୦ (ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ)
  • ଗୁଜରାଟ ରାଜ୍ୟ ତାନା-ରିରି ସମ୍ମାନ ୨୦୨୦-୨୧
  • ଫିଲ୍ମଫେୟାର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୬, ୧୯୯୧, ୧୯୯୨, ୧୯୯୩
  • ଡି ଲିଟ ( ଡି ୱାଇ ପାଟିଲ ବିଶ୍ୱବିଦ୍ୟାଳୟ )

ଆଧାର

ବାହାର ଅଧାର

Tags:

ଅନୁରାଧା ପୌଡ଼ୱାଲ ବୃତ୍ତିଗତ ଜୀବନଅନୁରାଧା ପୌଡ଼ୱାଲ ବ୍ୟକ୍ତିଗତ ଜୀବନଅନୁରାଧା ପୌଡ଼ୱାଲ ସମ୍ମାନ ଓ ପୁରସ୍କାରଅନୁରାଧା ପୌଡ଼ୱାଲ ଆଧାରଅନୁରାଧା ପୌଡ଼ୱାଲ ବାହାର ଅଧାରଅନୁରାଧା ପୌଡ଼ୱାଲଓଡ଼ିଆ ଭାଷାକନ୍ନଡ଼ ଭାଷାତାମିଲ ଭାଷାନେପାଳୀ ଭାଷାପଦ୍ମଶ୍ରୀବଙ୍ଗଳା ଭାଷାମରାଠୀ ଭାଷାହିନ୍ଦୀ

🔥 Trending searches on Wiki ଓଡ଼ିଆ:

ଭୀମ ଭୋଇବିଭୂତି ଭୂଷଣ ବଳବନ୍ତରାୟପଟ୍ଟନାୟକ୧୨୮୫୧୬୨୫ଓଷାକଲରାପତରିଆ ବାଘସୁଦାମ ମାରାଣ୍ଡିବିଶ୍ୱନାଥ କର୧୪୯୬ସାନ୍ତାଳ ଜନଜାତି୧୪ ମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପ୍ଲାଟିପସକାଞ୍ଜିଅଅଁଳା ଓଷାଭୁବନେଶ୍ୱର ବେହେରାପଣା ସଂକ୍ରାନ୍ତିଉତ୍କଳ ଦିବସଆମ୍ବେଦକର ଜୟନ୍ତୀଯଶୋବନ୍ତ ଦାସରବି ସିଂଅଂଶୁଘାତକୁନ୍ତଳା କୁମାରୀ ସାବତପ୍ଲାଟିନମବାଇପୋଲାର ଡିଜଅଡର୨୯ ମାର୍ଚ୍ଚବୈଦେହୀଶ ବିଳାସତ୍ରିଭୁଜକା (ଉପନ୍ୟାସ)ରେବତୀ (କ୍ଷୁଦ୍ରଗଳ୍ପ)କପିଳାସ ଶିବ ମନ୍ଦିରଜହ୍ନିଓଷାହୃଦରକ୍ତନାଳୀ ରୋଗଗୌତମ ବୁଦ୍ଧମାଗୁଣିର ଶଗଡ଼୨୫ ମାର୍ଚ୍ଚସିପ୍ରା ମଲ୍ଲିକଉଇକିଖବରଲକ୍ଷ୍ମଣ ନାୟକ୧୫୭୯ପରମାଣୁ କ୍ରମାଙ୍କନବରାତ୍ରୀସମାଜ ବିଜ୍ଞାନଶିବwiki.phtmlତୁମ ପରି ଛୋଟ ପିଲାଟିଏ୧୫୨୮ରାୟଗଡ଼ା ଜିଲ୍ଲାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ମିଶ୍ରଅଣ୍ଡକୋଷ ଯନ୍ତ୍ରଣାଚନ୍ଦ୍ରଯାନ-୧ଦିଲୀପ ତିର୍କୀଭଗତ ସିଂହ୧୬ ମାର୍ଚ୍ଚମିତ୍ରଭାନୁ ଗୌନ୍ତିଆଆରବ ସାଗରବିଜ୍ଞାନ କାହାଣୀହରିଶଙ୍କର ମନ୍ଦିରଜୀବସାରଡାରିଫେନାସିନନୃସିଂହନାଥ ମନ୍ଦିରକୋଣାର୍କପୃଥ୍ୱୀରାଜ ଚୌହାନ🡆 More